ନୟାଗଡ଼,(ନୟାଗଡ଼ ଦର୍ପଣ): ୧୮ବର୍ଷ ବୟସରୁ ୫୯ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ନାଗରିକଙ୍କୁ precatuanary Dose or Booster dose ମାଗଣା ଦିଆଯିବାର ବ୍ୟବସ୍ଥା ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର Golden Jubilee Conference Hall ଠାରେ ଜିଲ୍ଲାପାଳ ଡା. ପୋମା ଟୁଡୁ ଶୁଭ ଉଦ୍ଘାଟନ କରିଛନ୍ତି । ଏଥି ନିମନ୍ତେ ଏକ ବୈଠକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଜିଲ୍ଲାପାଳ ଉପସ୍ଥିତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ମହାବିଦ୍ୟାଳୟର କର୍ମଚାରୀ, ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ଜଣାଇ କହିଥିଲେ ଯେ, ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, କର୍ମଚାରୀ ଓ ସେମାନଙ୍କ ପରିବାର ତଥା ଜିଲ୍ଲାର ସମସ୍ତ ନାଗରିକମାନେ (୧୮ବର୍ଷ ବୟସରୁ ୫୯ ବର୍ଷ ବୟସ ) ସରକାରଙ୍କ ଦ୍ଵାରା ଦିଆଯାଉଥିବା ଏହି ମାଗଣା Booster dose ନେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବେ।
ସୂଚନାଯୋଗ୍ୟ ଜିଲ୍ଲାରେ ବହୁ ବରିଷ୍ଠ ନାଗରିକ(୬୦ବର୍ଷରୁ ଉର୍ଦ୍ଧ୍ବ) COVID-19 ପ୍ରତିରୋଧକ ଡୋଜ୍ ନେଉନଥିବାର ଦୃଷ୍ଟିକୁ ଆସିଛି । ତେଣୁ ସେମାନଙ୍କୁ ସଚେତନ କରାଇ ପ୍ରତିରୋଧକ ଡୋଜ୍ ନେବା ପାଇଁ ପ୍ରବର୍ତାଇବେ। ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡା. ମକରନ୍ଦ ବେଉରା କହିଲେ ଯେ, କେନ୍ଦ୍ର ସରକାରଙ୍କ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଜୁଲାଇ ୧୫ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ୭୫ଦିନ ପର୍ଯ୍ୟନ୍ତ ୧୮ବର୍ଷ ବୟସ ରୁ ୫୯ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ନାଗରିକଙ୍କୁ ଏହି Booster dose ମାଗଣା ଦିଆଯିବା ନିମନ୍ତେ ଘୋଷଣା କରାଯାଇଛି। ଏହାର ସୁଯୋଗ ନେବାକୁ ସେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଥିଲେ। ଏହି ଟୀକା କାର୍ଯ୍ୟକ୍ରମ ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଓ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଆରମ୍ଭ କରାଯାଉଛି । ତତ୍ ସହିତ ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବ୍ଳକର CHC & PHCକୁ ସଂପ୍ରସାରଣ କରାଯିବ। ପରେ ପରେ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ସେମାନଙ୍କ ପରିବାର ଯେପରି ସୁବିଧାରେ ଏହି ଟୀକା ନେଇପାରିବେ ସେଥପାଇଁ ସବୁ ପ୍ରକାର ପଦକ୍ଷେପ ନେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ଅଧ୍ୟାପକ ଶ୍ରୀ ଗଣେଶ ମିଶ୍ରଙ୍କ ଧନ୍ୟବାଦ ଅର୍ପଣ ପରେ ପରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।