ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ନାଁ ଏବଂ ଫଟୋକୁ ବ୍ୟବହାର କରି କେହିଜଣେ ଦୁର୍ବୁତ୍ତ ହ୍ଵାଟ୍ସଆପରେ ଠକେଇ କରିବାର ଅପଚେଷ୍ଟା ଚଲେଇଛି। ବିଶେଷ କରି ସେହି ଫେକ ନମ୍ବରରୁ ଦୁର୍ବୁତ୍ତ ଜଣଙ୍କ ନୟାଗଡ଼ର ସାମ୍ବାଦିକଙ୍କୁ ଟାର୍ଗେଟ କରୁଥିବା ଜଣାପଡିଛି। ଏମିତି ଠକେଇ ଉଦ୍ୟମ ହେଉଥିବା ଖବର ପାଇ ଜିଲ୍ଲାପାଳ ଖୁବଶୀଘ୍ର ଏତଲା ଦାୟର କରିବାର ସୂଚନାମିଳିଛି। ହ୍ଵାଟ୍ସଆପରେ ଯଦି କାହା ପାଖକୁ ଏମିତି ମେସେଜ ଆସେ ଏଥିରେ କେହି ନ ଫସିବା ପାଇଁ ଅନୁରୋଧ କରାଯାଇଛି।

