ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ବ୍ଲକର ୫ଟି ଉଚ୍ଚ ବିଦ୍ୟାଳୟ ବୁଲି ଛାତ୍ରଛାତ୍ରୀ, ଅଭିଭାବକ, ପୂରତାନ ଛାତ୍ର ଏବଂ ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି । ଶିକ୍ଷା ଭିତ୍ତିଭୂମୀର ବିକାଶ ପାଇଁ ରୂପାନ୍ତରିକରଣର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ବହି ଶିକ୍ଷା ସହିତ ନୈତିକ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ବୁଝାଇଛନ୍ତି । ଏଥିପାଇଁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସଚେତନ କରିବା ସହ ରାଜ୍ୟ ସରକାର କ୍ରୀଡ଼ାକୁ କେତେ ଗୁରୁତ୍ୱ ଦେଉଛନ୍ତି, ତାହା ଆଲୋଚନା କରିଛନ୍ତି । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନେକ କଳା ଭରପୁର ହୋଇ ରହିଛି । ତାହାକୁ ସାମ୍ନାକୁ ଆଣିବାର ଆବଶ୍ୟକତା ରହିଥିବା କହିଛନ୍ତି । ବିଦ୍ୟାଳୟ ପରିବେଶକୁ କିଭଳି ସ୍ୱଚ୍ଛ ଓ ସୁନ୍ଦର ରଖାଯାଇ ପାରିବା ତାହା ଉପରେ…
Read MoreCategory: ଅନ୍ୟାନ୍ୟ
ତାଳପତ୍ର ପୋଥି ସଂଗ୍ରହ ନିଶାରେ ଯୁବ ସଂଗ୍ରାହକ ସଞ୍ଜୟ
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଗଣେଶ ପୂଜା ପୂର୍ବ ଦିନ ଏକ ବିରଳ ଚିତ୍ରକଳା/ଚିତ୍ର ଖୋଦିତ ତାଳପତ୍ର ପୋଥିକୁ ସଂଗ୍ରହ କରିଛନ୍ତି ନୟାଗଡ଼ ନିକଟସ୍ଥ ଦୁରୁଦୁରା ଗ୍ରାମର ଯୁବ ସଂଗ୍ରାହକ ସଞ୍ଜୟ କୁମାର ସାହୁ । ଉକ୍ତ ପୋଥିକୁ ଭୁବନେଶ୍ୱରରେ ଵାସ କରୁଥିବା ଆକ୍ସିସ୍ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ବିଶ୍ବଜିତ ରାୟ ଏହାକୁ ସୁରକ୍ଷିତ ଭାବେ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ଅନୁଷ୍ଠାନକୁ ସ୍ଵେଚ୍ଛାକୃତ ଭାବେ ଦାନ କରିଛନ୍ତି। ଏହି ଅନୁଷ୍ଠାନର ସଂଗ୍ରହ କରାଯାଉଥିବା ସାମଗ୍ରୀ ଦେଖି ଶ୍ରୀ ରାୟ ବେଶ୍ ଖୁସି ଅନୁଭବ କରିବା ସହ ଅନୁଷ୍ଠାନ ସହ ଜଡ଼ିତ ରହି ଆଗକୁ ସହୋଯୋଗ କରିବା ପାଇଁ ଆଶା ଦେଇଛନ୍ତି। ଏହା ସହ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ପାଠାଗାର ଅନୁଷ୍ଠାନ ପକ୍ଷରୁ ବିଶ୍ବଜିତ ରାୟଙ୍କୁ କୃତଜ୍ଞତା ଦେବା ସହ ଆଗକୁ ରାୟ ପରିବାର ନାମରେ ଏକ…
Read Moreବିଦେଶରୁ ଫେରିବା ପରେ ବିଭିନ୍ନ ପଦରୁ ଇସ୍ତଫା ଦେଲେ ବନୁ ଭାଇ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଭିନ୍ନ ସାଙ୍ଗଠନିକ ପଦ ପଦବୀରୁ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଲେ ସମାଜସେବୀ ପ୍ରମୋଦ ପଟ୍ଟନାୟକ (ବନୁ ଭାଇ) । ଶ୍ରୀଯୁକ୍ତ ପଟ୍ଟନାୟକ ବିଦେଶ ଗସ୍ତ ପୂର୍ବରୁ ଇସ୍ତଫା ସମ୍ପର୍କରେ ମେ’ମାସ ୨୨ ତାରିଖରେ ପୁର୍ବତନ ମନ୍ତ୍ରୀ ତଥା ନୟାଗଡ ବିଧାୟକ ନୟାଗଡ଼ ଡ଼ଃ. ଅରୁଣ କୁମାର ସାହୁଙ୍କୁ ଲିଖିତ ଭାବେ ଅବଗତ କରିଥିଲେ । ଗତ ତିନି ମାସ ଧରି ଶ୍ରୀ ପଟ୍ଟନାୟକ ବିଦେଶ ଗସ୍ତରେ ରହି ଏବେ ନୟାଗଡ଼ରେ ପହଞ୍ଚିବା ପରେ ଆଜି ଆନୁଷ୍ଠାନିକ ଭାବେ “ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ”, ମୋ ସ୍କୁଲ ଯୋଜନା ସଂଯୋଜକ, ମୋ କଲେଜ ଷ୍ଟିଅରିଂ କମିଟି ସଭ୍ୟ , ନୟାଗଡ଼ କ୍ଲବ୍ ସଭାପତି ଏବଂ ବିଭିନ୍ନ ଅନୁଷ୍ଠାନର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ, ଗତ ଏପ୍ରିଲ ୩୦…
Read Moreସ୍ୱାୟତ୍ତ ଶାସନ ଦବିସ ପାଇଁ ବିଭିନ୍ନ ପ୍ରତିଯାଗୀତା ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ମୁନିସିପାଲିଟି ତରଫରୁ ସ୍ଥାନୀୟ ଏନ.ଏ.ସି ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୧ଟି ବିଦ୍ୟାଳୟର ୮୦ଜଣ ପ୍ରତିଯୋଗୀ ଅଂଶଗ୍ରହଣକରିଥିଲେ । ପୌରାଧକ୍ଷା ନିରୂପମା ଖଟେଇ ଓ ନିର୍ବାହୀ ଅଧିକାରୀ ମିସ୍ ସ୍ବାତୀ ମିଶ୍ର ନିଜେ ଉପସ୍ଥିତ ରହି ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ । ଦେଶାତ୍ମବୋଧକ ସଙ୍ଗୀତ, ଓଡ଼ିଆ ବିତର୍କ, ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରଭୃତି ୪ଟି ଇଭେଣ୍ଟରେ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ସଂଗୀତଜ୍ଞ ନବକକିଶୋର ମିଶ୍ର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, କୁଇଜ ମାଷ୍ଟର ଚନ୍ଦ୍ରବିଜୟୀ ମିଶ୍ର, ଅଧ୍ୟାପିକା ଜୟଶ୍ରୀ ଦାଶ, ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ, ଶିକ୍ଷକ ଲକ୍ଷ୍ମୀଧର ସାହୁ, ଚିତ୍ରଶିଳ୍ପୀ ନିର୍ମଳ ଚନ୍ଦ୍ର ଶୁରଦେଓ, ପ୍ରାକ୍ତନ ନିର୍ବାହୀ ଅଧିକାରୀ ବୈଦ୍ୟନାଥ…
Read Moreଜିଲ୍ଲାରେ ପ୍ରଥମ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକା ‘ବ୍ୟଙ୍ଗ କଲମ’ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବ୍ୟଙ୍ଗକାର ରବୀନ୍ଦ୍ର ରାଉତଙ୍କ ଦ୍ୱାରା ସମ୍ପାଦିତ ଜିଲ୍ଲାର ସର୍ବପ୍ରଥମ ବ୍ୟଙ୍ଗ ପତ୍ରିକା ଆଜି ଅପରାହ୍ନରେ ନୟାଗଡ଼ ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସାମନାରେ ଥିବା ଉତ୍କଳ ଘଣ୍ଟ ଯଦୁମଣିଙ୍କ ପ୍ରତିମୂତ୍ତିୀ ସାମନାରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ନୟାଗଡ଼ ଜିଲ୍ଲାରୁ ପ୍ରକାଶିତ ହେଲା ସମାଲୋଚନା ଧର୍ମୀ ତଥା ହାସ୍ୟ ବ୍ୟଙ୍ଗ ପତ୍ରିକା ‘ବ୍ୟଙ୍ଗ କଲମ’ । ଉନ୍ମୋଚନ ପୂର୍ବରୁ ପ୍ରଥମେ ପତ୍ରିକାକୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଉନ୍ମୋଚନ କାର୍ଯ୍ୟକ୍ରମରକୁ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ରାମକୃଷ୍ଣ ରଥ ସଂଯୋଜନା କରିଥିବା ବେଳେ ନାଟ୍ୟକାର ଡ.ବିଜୟ ଚୌଧୁରୀ, ବରିଷ୍ଠ ଅଧିବକ୍ତା ମନୋରଂଜନ ମହାପାତ୍ର, ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ଅଶୋକ କୁମାର ନାୟକ, କବି ନିର୍ମଳ ଶୂରଦେଓ, କୈଳାସ ବାଣ୍ଠ, ପ୍ରଶାନ୍ତ ଦାଶ, ସମାଜସେବୀ ମନୋଜ ସାହୁ,…
Read Moreବନ୍ୟା ପ୍ରପୀଡ଼ିତଙ୍କୁ ଭେଟିଲେ ଜିଲ୍ଲାପାଳ, ସାଂସଦ, ବିଧାୟକଙ୍କ ସମେତ ବହୁ ଲୋକ ପ୍ରତିନିଧି
ଭାପୁର,(ନୟାଗଡ଼ ଦର୍ପଣ): ଭାପୁର ବ୍ଳକର ଦୁଇ ପଞ୍ଚାୟତରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ନେତୃତ୍ୱରେ ଆଜି ବିଭିନ୍ନ ବନ୍ୟା ପ୍ଲାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ, ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ନୟାଗଡ଼ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ, ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ଜିଲ୍ଲା ପରିଷଦ, ଭାପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ୧୮ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର କୁମାର ଧଳ, ୫ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥି ଏବଂ ଭାପୁର ପଞ୍ଚାୟତ ସମିତିର ବହୁ ଜନପ୍ରତିନିଧିଙ୍କ ସମେତ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନର ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ବୃନ୍ଦ। କରବର ଓ ଫତେଗଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ବନ୍ୟା ପ୍ରପୀଡିତ ପରିବାରଙ୍କୁ ଭେଟିବା ସହ ବନ୍ୟାଞ୍ଚଳ ଅନୁଧ୍ୟାନ କରିଛନ୍ତି।…
Read Moreରଣପୁର ଏବଂ ଓଡ଼ଗାଁରେ ଅହିଂସା ରଥକୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ରାଜ୍ୟରେ ଅହିଂସା ରଥ ପରିଭ୍ରମଣ କରୁଛି। ସଂଗ୍ରାମ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟ ପରିକ୍ରମା କରିବା ଲକ୍ଷ୍ୟରେ ପ୍ରସ୍ତୁତ ଅହିଂସାରଥ ଆଜି ଓଡ଼ଗାଁ ବ୍ଳକ ସମ୍ମୁଖ କଲ୍ୟାଣ ମଣ୍ଡପ ନିକଟରେ ପହଁଚିଥିଲା। ଆଜି ଦିନ ୩ଟା ସମୟରେ ଅହିଂସା ରଥ ରଣପୁର ବ୍ଲକରୁ ବାହାରି ଓଡ଼ଗାଁ ବ୍ଲକର ଗୋଡ଼ିପଡା ପଂଚାୟତ କାର୍ଯ୍ୟାଳୟରେ ପହଂଚିଥିଲା। ସେଠାରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ସେଠାରୁ ଶରଣକୁଳ ଅଡିଟୋରିୟମରେ ପହଂଚିବା ପରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ସ୍ବାଗତ କରିଥିଲେ। ଏହାପରେ ଅହିଂସା ରଥ ଓଡ଼ଗାଁ ଅଭିମୁଖେ ଯାତ୍ରା କରି ଓଡ଼ଗାଁ କଲ୍ୟାଣି ମଣ୍ତପରେ ପହଂଚିବା ପରେ ତାଙ୍କୁ ବିପୁଳ ସ୍ବାଗତ ସଂମ୍ବର୍ଦ୍ଧନା ଦିଆଯାଇଥିଲା। …
Read Moreସ୍ୱାଧୀନତା ସଂଗ୍ରାମୀଙ୍କୁ ଭୁଲିଗଲା ପ୍ରଶାସନ, ଦଶପଲ୍ଲା ପ୍ରେସ କ୍ଳବ କଲା ସମ୍ବର୍ଦ୍ଧିତ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦେଶ ସ୍ବାଧୀନତାର ୭୫ବର୍ଷପୂର୍ତ୍ତି ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଯେଉଁ ବୀରମାନଙ୍କ ପାଇଁ ଏହି ସ୍ୱାଧୀନତାର ସୌଭାଗ୍ୟ ଆମକୁ ମିଳିଚି ସେମାନଙ୍କୁ ଭୁଲିଗଲା ପ୍ରଶାସନ। ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ଜଗଦେବ ପାଟଣାରେ ୧୯୩୦ମସିହାରେ ଜନ୍ମ ଲାଭ କରିଥିବା ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମଣ ସାହୁ ମାତ୍ର ୧୭ବର୍ଷ ବୟସରେ ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ରାଜତନ୍ତ୍ର ଆକ୍ରୋଶର ଶିକାର ହୋଇ ଜେଲ ଯାଇଥିଲେ। ବହୁବାର ଗୋରାଙ୍କର ଲାଠି ମାଡ଼ ଖାଇବା ସହ ରାଜଦ୍ରୋହର ଆଖ୍ୟା ବହନ କରି କାରାବରଣ କରିଥିଲେ। ପରେ ଦେଶ ସ୍ବାଧୀନ ହେବା ପରେ ତାଙ୍କୁ ସ୍ବାଧୀନତା ସଂଗ୍ରାମୀର ମୁକୁଟ ମିଳିଲା । ଶ୍ରୀଯୁକ୍ତ ସାହୁ ଏବେ ୯୨ବର୍ଷ ବୟସରେ ପାଦ ଦେଲେଣି। ସରକାର ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ବାସ୍ତବରେ…
Read Moreନୟାଗଡ଼ ସଦର ମହକୁମାରେ ଜିଲ୍ଲାସ୍ତରୀୟ ଜନଶୁଣାଣୀ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଡା. ଟୁଡୁ ଲୋକମାନଙ୍କରବିଭିନ୍ନ ଅଭିଯୋଗ ଶୁଣିଥିଲେ । ଆଜି ସମୁଦାୟ ୨୮ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୧୪ଗୋଟି ଅଭିଯୋଗ, ଗୋଟିଏ ସାମୁହିକ ଗ୍ରାମ ବିବାଦର ଶୁଣାଣି କରାଯାଇ ସମୁଦାୟ ୧୭ଗୋଟି କେସର ତତ୍କାଳ ସମାଧାନ କରାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୦୬ଜଣ ଦରଖାସ୍ତକାରୀଙ୍କୁ ଟ.୫୯୦୦୦/-( ଅଣଷଠି ହଜାର ଟଙ୍କା) ଆର୍ଥିକ ଅନୁଦାନ ଏବଂ ଜିଲ୍ଲା ରେଡ୍କ୍ରସ ସଂସ୍ଥାରୁ ୦୭ଜଣ ଦରଖାସ୍ତକାରୀଙ୍କୁ ଟ.୪୯୦୦୦/- (ଅଣଚାଷ ହଜାର ଟଙ୍କା) ଆର୍ଥିକ ଅନୁଦାନ ଅନୁମୋଦନ କରାଯାଇଥିଲା । ଅବଶିଷ୍ଟ କେସଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଜନଶୁଣାଣି ଶିବିରରେ ଅତିରିକ୍ତ ଆରକ୍ଷୀ…
Read Moreକଣ୍ଟ୍ରାକ୍ଟରଙ୍କ ମନମାନି ଦୁଇବର୍ଷ ଧରି ନିର୍ମାଣ ହୋଇନି ପୋଲ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ବାଣ୍ଠପୁର ଠାରୁ ବଡ଼ପୁଟ ଛକ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ବେୟରେ ନିର୍ମାଣ ହୋଇଛି ପିଚୁ ରାସ୍ତା। କିନ୍ତୁ ଦୁଃଖ ଓ ପରିତାପର ବିଷୟ ବାଣ୍ଠପୁର ପଞ୍ଚାୟତର ଧବଳେଇ ଗ୍ରାମ ନିକଟସ୍ଥ କେନାଲ ଉପରେ ନିର୍ମାଣ ହୋଇଛି ଏକ ପୋଲ। ଦୀର୍ଘ ଦୁଇବର୍ଷ ହେଲା ଏହି ପୋଲ ନିର୍ମାଣ ହୋଇ ରାସ୍ତା ସଂଯୋଗ ପାଇଁ ମାଟି ପଡିନଥିବାରୁ କେନାଲ ଉପରେ ଡାଇଭର୍ଶନ ରାସ୍ତାରେ ବିପଦ ସଂକୁଳ ଅବସ୍ଥାରେ ଗାଡିମୋଟର ଯାତାୟତ କରୁଛି। ଏଥିଯୋଗୁଁ ଦୁଇ ବର୍ଷ ଭିତରେ ଅନେକ ଥର ଛୋଟବଡ଼ ଦୁର୍ଘଟଣାମାନ ଘଟିଛି। ଗତ କିଛିଦିନ ପୂର୍ବେ ଏହି ଡାଇଭର୍ଶନରେ ଏକ କାର କେନାଲ ମଧ୍ୟକୁ ଖସି ପଡ଼ିଥିବା ବେଳେ ଆଜି ସକାଳେ ଏକ ୧୬ଚକିଆ ଆନ୍ଧ୍ର ଟ୍ରକ କେନାଲ ମଧ୍ୟକୁ ଖସିଯାଇଛି। ଏଥିରେ ବସିଥିବା ୧୦ଜଣ ଶ୍ରମିକ ଶ୍ରେଣୀର…
Read More