ଓଡ଼ଗାଁ,(ନୟାଗଡ଼ ଦର୍ପଣ): କରୋନା ପ୍ରଭାବରୁ ଦୀର୍ଘ ଦୁଇବର୍ଷ ପରେ ଓଡ଼ଗାଁ ଛାମୁସାହିସ୍ଥିତ ଶ୍ରୀ ଶ୍ରୀ ଭାଗବତ ଜୀଉଙ୍କ ଜନ୍ମୋତ୍ସବ ଉପଲକ୍ଷେ ଗତକାଲି ସାହିମେଢ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ ଛାମୁସାହି,ଓଡ଼ିଆ ସାହି,କଦମ୍ବ ବଜାର, ପାଟଣାସାହି,ପାଇକସାହି ଓ ଗୋଲାନନାଙ୍କ ତରଫରୁ ବିଭିନ୍ନ ପୌରାଣିକ କଥାବସ୍ତୁ ଆଧାରରେ ଲକ୍ଷ୍ମୀ ନାରାୟଣ ବେଶ,ପଞ୍ଚବଟୀରେ ସୂର୍ପଣଖା ପ୍ରବେଶ,ନୃସିଂହ ଅବତାର ବେଶ,ରାଧାକୃଷ୍ଣ ବେଶ,ସତୀ ସାବିତ୍ରୀ-ସତ୍ୟବାନ-ଯମ ବେଶ,ଭକ୍ତ ଧ୍ରୁବ ବେଶ,ଶିବ-ହନୁମାନ କଳି ବେଶ ଇତ୍ୟାଦି ମେଢ଼ଗୁଡିକ ବିଭିନ୍ନ ସାହି ପରିକ୍ରମା କରିଥିଲେ।ପାରମ୍ପରିକବାଦ୍ୟ ଢୋଲ, ମୄଦଙ୍ଗ,ଗିନି ମାଧ୍ୟମରେ ଏହି ବିରାଟ ଶୋଭାଯାତ୍ରା ଉପସ୍ଥିତ ଶହଶହ ଦର୍ଶକଙ୍କ ମନ ମୋହିଥିଲା।ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟକ୍ରମ ଶାନ୍ତି ଶୄଙ୍ଖଳାରେ ସମାପନ ହୋଇଥିଲା।ସର୍ବଶେଷରେ ମେଢ଼ଗୁଡିକୁ ବିଚାରକ ମାନଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯିବାପରେ ଏକ ସଭାର ଆୟୋଜନ କରାଯାଇ ସଭାପତି ଦିବାକର ନାୟକ,ବିଚାରକ ଶରତଚନ୍ଦ୍ର ଷଡ଼ଙ୍ଗୀ, ରଞ୍ଜନ କୁମାର ଦାଶ,ଭାବଗ୍ରାହୀ ମହାପାତ୍ର ଓ ଯଶୋବନ୍ତ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେତାମାନଙ୍କୁ ଯଥାକ୍ରମେ ପାଞ୍ଚ ହଜାର, ଚାରିହଜାର,ତିନିହଜାର ଏବଂ ସାନ୍ତ୍ବନାମୂଳକ ଭାବେ ଦୁଇ ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।ପ୍ରକାଶଥାଉ କି ଶ୍ରୀ ଶ୍ରୀ ଭାଗବତ ଜୀଉ ପୂଜା ପରିଷଦ ପକ୍ଷରୁ ଦୀର୍ଘବର୍ଷ ଧରି ଉକ୍ତ କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ପାଳିତ ହୋଇଆସୁଛି।
Related posts
-
ଡଃ.ସୁରେଶ ବରାଡଙ୍କ ପୁସ୍ତକ “ଗୀତାର ପ୍ରଥମ ଶବ୍ଦ” ବାଚସ୍ପତିଙ୍କ କରକମଳରେ ଉନ୍ମୋଚିତ
ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାରସ୍ଵତ ସାଧକ, ଗାଳ୍ପିକ, ଔପନ୍ୟାସିକ, କାବ୍ୟକାର, କବି ଡ.ସୁରେଶ ଚନ୍ଦ୍ର ବରାଡଙ୍କ ଆଧ୍ୟାତ୍ମିକ ପୁସ୍ତକ... -
ଶିଶୁ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଶିଶୁ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ଇ ପତ୍ରିକା ଆନୁକୂଲ୍ୟରେ ୧୨. ୧୧.୨୦୨୪ରିଖ ସନ୍ଧ୍ୟା ୭ଟାରେ ଅନଲାଇନ ମାଧ୍ୟମରେ... -
ନୟାଗଡ଼ର ପ୍ରସିଦ୍ଧ ବୋଇତ ବନ୍ଦାଣ ଉତ୍ସବ ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣାସହର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀ ମନ୍ଦିର ପଡ଼ିଆଠାରେ ବୋଇତ ବନ୍ଦାଣ ଉତ୍ସବ-୨୦୨୪ ଉଦଘାଟିତ ହୋଇଯାଇଛି।...