ଅମୃତଭଣ୍ଡା

ଅମୃତଭଣ୍ଡା ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ କାରଣରୁ ଉପକାରୀ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ପାଚିଲା ଅମୃତଭଣ୍ଡାଠାରୁ କଞ୍ଚା ଅମୃତଭଣ୍ଡାର ଉପାଦେୟତା ଢ଼େର ବେଶୀ। ଏଥିରେ ଭିଟାମିନ ଏ, ସି ଓ ଇ ଭରପୂର ମାତ୍ରାରେ ଥାଏ। ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

ଯେମିତିକି ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ହୋଇଥାଏ। ଅମୃତଭଣ୍ଡା ଖାଇବା ଦ୍ୱାରା ଏହା ରକ୍ତରେ ସୁଗାର ପରିମାଣ କମ୍ କରିଥାଏ ଓ ଇନସୁଲିନ ମାତ୍ରା ବୃଦ୍ଧି କରିଥାଏ। ଏହା ଡାଇବେଟସକୁ କଣ୍ଟ୍ରୋଲରେ ରଖେ।

ଏକ ସର୍ଭେ ଅନୁସାରେ ନିୟମିତ ଅମୃତଭଣ୍ଡା ଖାଇବା ଦ୍ୱାରା କ୍ୟାନ୍ସର ଆଶଙ୍କା କମ୍ ରହିଥାଏ।

ଆଜିକାଲି ସମସ୍ତେ ନିଜ ଓଜନ କମ କରିବା ପାଇଁ ଲାଗି ପଡ଼ିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କଞ୍ଚା ଅମୃତ ଭଣ୍ଡା ଖାଇବା ଦ୍ୱାରା ଓଜନ କମ୍ ହୋଇଥାଏ। ଏହାକୁ ସାଲାଡ କରି ଖାଇବା ଭଲ।

ଅଧିକାଂଶ ମହିଳାଙ୍କ ଠି ୟୁରିନ ଇନଫେକ୍ସନ ଭଳି ସମସ୍ୟା ଦେଖା ଦେଇଥାଏ। ଅମୃତଭଣ୍ଡା ଏଥିରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ। କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଲିଭର ସୁସ୍ଥ ରହିଥାଏ।

Related posts