ରୂପାନ୍ତରିତ ବିଦ୍ୟାଳୟ ପ୍ରତିଯୋଗୀତା ମୂଳକ ଶିକ୍ଷା ପାଇଁ ଜରୁରୀ

ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଅରୁଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ବ୍ଲକର ବିଭିନ୍ନ ରୂପାନ୍ତରିତ ବିଦ୍ୟାଳୟ ବୁଲି ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି । ଏହା ସହିତ ରୂପାନ୍ତରିତ ହେବାକୁ ଥିବା ବିଦ୍ୟାଳୟ କାର୍ଯ୍ୟ ଯୋଜନା ସମ୍ପର୍କରେ ପଚାରି ବୁଝିଛନ୍ତି । ନୟାଗଡ଼ ବ୍ଲକ ଅନ୍ତର୍ଗତ ଶଙ୍ଖେଇ କପିଳେଶ୍ୱର ବିଦ୍ୟାପୀଠ, ନୋତର ଆଦର୍ଶ ବିଦ୍ୟାଳୟ, ନଚ୍ଛିପୁର ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟ, କାଳନ୍ଦୀ ସୂର୍ଯ୍ୟ ବିଦ୍ୟାପୀଠକୁ ବିଧାୟକ ପରିଭ୍ରମଣ କରିଛନ୍ତି । ନଚ୍ଛିପୁର ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟ ତୃତୀୟ ପର୍ଯ୍ୟାୟ ରୂପାନ୍ତରିତ ଯୋଜନାରେ ସାମିଲ ହୋଇଥିବାରୁ ଏହାର ନିର୍ମାଣ ହେବାକୁ ଥିବା ଯୋଜନା ସମ୍ପର୍କରେ ବିଧାୟକ ତଦାରଖ କରିଛନ୍ତି । ସେହିଭଳି ବାବେ ଶଙ୍ଖେଇ କପିଳେଶ୍ୱର ବିଦ୍ୟାପୀଠରେ ବିଧାୟକ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ପାଠ ପଢ଼ାଇଛନ୍ତି । ଏଠାରେ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ରୂପାନ୍ତରିତ ବିଦ୍ୟାଳୟ ପ୍ରତିଯୋଗୀତା ମୂଳକ ଶିକ୍ଷା ପାଇଁ ଜରୁରୀ ବୋଲି ବିଧାୟକ ମତ ଦେଇଛନ୍ତି । ବିଦ୍ୟାଳୟରେ ସ୍ମାର୍ଟକ୍ଲାସ ରୁମ, ଅତ୍ୟାଧୁନିକ ଲାଇବ୍ରେରୀ, ବିଜ୍ଞାନଗାରର ଉପକାରିତା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପ୍ରଭାବ ସୃଷ୍ଟି କରିବ ବୋଲି କହିଛନ୍ତି । ଶିକ୍ଷା ସହିତ ଛାତ୍ରଛାତୀଙ୍କୁ ବୈଦ୍ଧିକ ଶିକ୍ଷା ପ୍ରଦାନ କରିବା ପାଇଁ ବିଧାୟକ ପରାମର୍ଶ ଦେଇଛନ୍ତି । ରୂପାନ୍ତରିତ ବିଦ୍ୟାଳୟ ସହ ତାଳଦେଇ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ କରିବାର ଆବଶ୍ୟକତା ଉପରେ ଆଲୋଚନା କରିଛନ୍ତି । କ୍ରୀଡ଼ାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାରୁ ଏହା ଉପରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି । ବିଧାୟକଙ୍କ ଗ୍ରସ୍ତରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷା କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସୁବାଷ ଚନ୍ଦ୍ର କହଁର, ସରୋଜ ରଣସିଂ, ଆଶିଷ ଅଗ୍ରୱାଲ ଏବଂ ବିଡିଓ ପଦ୍ମଚରଣ ସାହୁ ପ୍ରମୂଖ ସାମିଲ ହୋଇଥିଲେ । ପ୍ରତ୍ୟେକ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ରହିଥିଲେ ।

Related posts