ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ: ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଓ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି ଜଣାଇଲା ରୋଟାରୀ କ୍ଲବ ନୟାଗଡ଼

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଆଜି ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଛି। ଗୋଲେଇ ଛକସ୍ଥିତ ଜିଲ୍ଲା ଗଠନର ଅନ୍ୟତମ ପୁରୋଧା, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ବେହେରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ସ୍ମୃତି ଚାରଣ ସଭାରେ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ମ୍ୟୁନିସିପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଏବଂ ବିଭିନ୍ନ ୱାର୍ଡର କାଉନସିଲରମାନେ ରୋଟାରୀ କ୍ଲବର ସଦସ୍ୟଙ୍କ ସହ ସାମିଲ ହୋଇଥିଲେ। ଏହି ଅବସରରେ ରୋଟାରୀ କ୍ଲବ୍ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଗତ କରାଯାଇଥିଲା। ନୟାଗଡ଼କୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ…

Read More

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ନୟାଗଡ଼,(ନୟାଗଡ଼ ଦର୍ପଣ): ଉତ୍କଳ ଜନନୀର ବରପୁତ୍ରମାନଙ୍କ ସ୍ମୃତି ଚାରଣ ଓ ଓଡ଼ିଆ ଅସ୍ମିତାର ପର୍ବ “ଓଡ଼ିଶା ଦିବସ” ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ପରିସରରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ସମାରୋହରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉତ୍ସବର ପ୍ରାରମ୍ଭରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ଵାଇଁ ଯୋଗଦେଇ ଓଡ଼ିଶାର ସଂସ୍କୃତି ଓ ବିକାଶ ଧାରା ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ,…

Read More

ନୟାଗଡରେ ଓଡ଼ିଶା ଦିବସ ପାଳିତ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ପ୍ରଶାସନ ଓ ଉତ୍କଳ ସମ୍ମିଳନୀ ନୟାଗଡ ଜିଲ୍ଲା ଶାଖାର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ଓଡିଶା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଭାପତି ବସିରିନି ବିବିଙ୍କ ସଭାପତିତ୍ବରେ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ବିଶିଷ୍ଟ ଅତିଥି ଜିଲ୍ଲାପାଳ ମଧୁମିତା ରଥ, ସମ୍ମାନୀତ ଅତିଥି ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟ, ଓ ଆଲୋଚକ ଭାବେ  ଶରତ ଚନ୍ଦ୍ର ଆଚାର୍ଯ୍ୟ, ମହମ୍ମଦ ଉମାର ମାଲିକ ଓ ହାଡ଼ିବନ୍ଧୁ ମହାଖୁଡ ପ୍ରମୁଖ ଉପସ୍ଥିତ ରହି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପୃଷ୍ଠ ଭୂମି ଉପରେ ଆଲୋକପାତ କରିଥିଲେ ।…

Read More

ଓଡଗାଁ ଶ୍ରୀରଘୁନାଥ ମନ୍ଦିରରେ ନୂଆ ଓଡ଼ିଆ ଦୈନିକ ଖବରକାଗଜ “ବ୍ରେକ୍ ଟାଇମ୍ ଓଡିଶା”ର ଶୁଭାରମ୍ଭ

ଓଡଗାଁ, (ନୟାଗଡ଼ ଦର୍ପଣ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଓଡ଼ିଶାର ଗଣମାଧ୍ୟମ ଜଗତରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଶ୍ରୀରଘୁନାଥ ମନ୍ଦିର ପରିସରରେ ନୂଆ ଓଡ଼ିଆ ଦୈନିକ ଖବରକାଗଜ “ବ୍ରେକ୍ ଟାଇମ୍ ଓଡିଶା” ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ମହାପ୍ରଭୁ ଶ୍ରୀରଘୁନାଥଙ୍କ କର କମଳରେ ଏହି ଖବରକାଗଜର ପ୍ରଥମ ସଂଖ୍ୟାକୁ ସମର୍ପଣ କରାଯାଇ ଶୁଭ ଉନ୍ମୋଚନ କରାଯାଇଛି। ଶ୍ରୀରାମ ନବମୀ ଭଳି ଏକ ଶୁଭ ଦିନରେ ପ୍ରଭୁଙ୍କ ଆଶୀର୍ବାଦ ନେଇ ଏହି ପତ୍ରିକାର ଯାତ୍ରା ଆରମ୍ଭ ହୋଇଛି। ଖବରକାଗଜର ମାଲିକ, ପ୍ରକାଶକ ତଥା ମୁଖ୍ୟ ସମ୍ପାଦକ ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ ମନ୍ଦିରରେ ପ୍ରଭୁଙ୍କ ଶ୍ରୀଚରଣରେ ପ୍ରଣିପାତ କରିଥିଲେ। ସେ ମହାପ୍ରଭୁଙ୍କ ନିକଟରେ ରାଜ୍ୟର ମଙ୍ଗଳ ପାଇଁ ଏବଂ ଖବରକାଗଜର ସଫଳତା ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ଖବରକାଗଜଟି ସମାଜର ପ୍ରକୃତ…

Read More

ଓଡ଼ିଆ ନାଟ୍ୟ ପରମ୍ପରା ରେ ନୟାଗଡ଼ ଅବଦାନ ଅତୁଳନୀୟ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ନାଟ୍ୟ ସଂଘ, ନୟାଗଡ଼ ଜିଲ୍ଲା ଶାଖା ତରଫରୁ ନୟାଗଡ଼ର ସମସ୍ତ ନାଟ୍ୟ ଅନୁଷ୍ଠାନ,ନାଟ୍ୟକର୍ମୀ ଓ ନାଟ୍ୟପ୍ରେମୀ ମାନଙ୍କୁ ନେଇ ପାଳିତ ହୋଇଯାଇଛି “ବିଶ୍ୱ ନାଟ୍ୟ ଦିବସ”। ଜିଲ୍ଲା ସଂଯୋଜକ ତଥା ଅଭିନେତା କାମାକ୍ଷା ପ୍ରସାଦ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଟ୍ୟ ନିର୍ଦ୍ଦେଶକ ଗଦାଧର ନନ୍ଦ, ନାଟ୍ୟକାର ବିଶ୍ୱନାଥ ମହାପାତ୍ର, ନାଟ୍ୟ ସଂଗୀତ ନିର୍ଦ୍ଦେଶକ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ କଣ୍ଠଶିଳ୍ପୀ ସୁର ଗନ୍ଧର୍ବ ନବକିଶୋର ମିଶ୍ର, ନାଟ୍ୟ ସମୀକ୍ଷକଙ୍କ ସୁଶାନ୍ତ କୁମାର ପଣ୍ଡା, ଓଡ଼ିଶା ନାଟ୍ୟ ସଂଘର ସଦସ୍ୟ ତଥା ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟ ବକ୍ତା ଭାବେ ଯୋଗଦେଇ ବିଶ୍ୱ ନାଟ୍ୟ ଦିବସ ପାଳନର ଉପାଦେୟତା ଏବଂ ନୟାଗଡ଼ ନାଟକର ଓଡ଼ିଆ ନାଟକ କୁ ଅବଦାନ ଉପରେ ଆଲୋକପାତ…

Read More

ଶିକ୍ଷା ବର୍ଷ  ୨୦୨୬-୨୭ ପାଇଁ ଶିଶୁ ବାଟିକା ପିଲାଙ୍କୁ ଜିଲ୍ଲାପାଳଙ୍କ ନିମନ୍ତ୍ରଣ ପତ୍ର ବଣ୍ଟନ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିକଶିତ ଓଡ଼ିଶା ଗଠନ ପାଇଁ ଗୁଣାତ୍ମକ ଶିକ୍ଷା ନିତାନ୍ତ ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ନୂତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ  ଶିଶୁ ବାଟିକାରେ ୫ ବର୍ଷରୁ ଅଧିକ ବୟସର ପିଲାମାନଙ୍କ ପାଇଁ ଆସନ୍ତା ଅପ୍ରେଲ ୨ ତାରିଖରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଆୟୋଜିତ ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ପଶ୍ଚିମ ଟାଉନ୍ ପ୍ରାଥମିକ ବିଦ୍ୟାଳୟର ଶିଶୁ ବାଟିକାରେ ନାମ ଲେଖାଇବା ପାଇଁ ଏମ୍ ଆଇ କଲୋନୀର ପିଲାମାନଙ୍କୁ ଜିଲ୍ଲାପାଳ ମଧୁମିତା ରଥ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଅଭିଭାବକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ପିଲାମାନଙ୍କୁ ବିଦ୍ୟାଳୟରେ ନାମଲେଖାଇବା ପାଇଁ ପ୍ରୋତ୍ସାହିତ କରିବା ସହିତ ପିଲାମାନଙ୍କୁ…

Read More

ନୟାଗଡ଼ ଜିଲ୍ଲାର ସମସ୍ତ ସରକାରୀ/ଘରୋଇ ହସ୍ପିଟାଲରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଉ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲର ଅନ୍ୟାନ୍ୟ ଘରୋଇ ଚିକିତ୍ସାଳୟ ଗୁଡିକରେ ରୋଗୀମାନଙ୍କ ବିଶେଷ ସୁରକ୍ଷା ପାଇଁ ଅଗ୍ନିଶମ ନିରାପତ୍ତା ସମ୍ପର୍କିତ ଆବଶ୍ୟକୀୟ ପ୍ରମାଣପତ୍ର ଅଛି କି ନାହିଁ ନୟାଗଡ଼ ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ପ୍ରାପ୍ତ କରାଯିବା ସହିତ ଜିଲ୍ଲାର ସମସ୍ତ ଲାଇସେନ୍ସ ପ୍ରାପ୍ତ ଘରୋଇ ଚିକିତ୍ସାଳୟ ଗୁଡିକରେ ଅଗ୍ନିନିରାପତ୍ତା ପ୍ରମାଣପାତ୍ର କଡାକଡି ଉପଲବ୍ଧ କରାଯାଉ। ନଚେତ ସମ୍ପୃକ୍ତ ଘରୋଇ ହସ୍ପିଟାଲ ଗୁଡ଼ିକରୁ ଆୟୁଷ୍ମାନ ଯୋଜନା ଅନ୍ତର୍ଭୁକ୍ତ ରୋଗୀ ଚିକିତ୍ସା ବ୍ୟବସ୍ଥା ବନ୍ଦ କରିବା ପାଇଁ ଜିଲ୍ଲା କଂଗ୍ରେସ କମିଟି ସଭାପତି ରଣଜିତ ଦାଶ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗଙ୍କୁ ଟୁଇଟ କରି ଦାବୀ କରିଛନ୍ତି।

Read More

‘ଦର୍ଶନ’ ପକ୍ଷରୁ ପୂଜ୍ୟପୂଜା ସମ୍ମାନ ଓ ବନ୍ଧୁ ମିଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଦୈନିକ ଖବରକାଗଜ ଦର୍ଶନ ପକ୍ଷରୁ ଆଜି ନୟାଗଡ଼ ସାମ୍ବାଦିକ ଭବନ ପରିସରରରେ ପୂଜ୍ୟପୂଜା ସମ୍ମାନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରତିନିଧି ଜନ୍ମେଜୟ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ବିଶ୍ୱରେ ସୃଷ୍ଟି ହୋଇଥିବା ଭୟାନକ ପରିସ୍ଥିତି ସମ୍ପର୍କରେ ଆଲୋଚନା ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନଗରପାଳ ନିରୂପମା ଖଟେଇ, ବିଜେପି ନେତ୍ରୀ ଲକ୍ଷ୍ମୀପ୍ରିୟା ପଣ୍ଡା ପ୍ରମୂଖ ଯୋଗ ଦେଇଥିଲେ । ଦର୍ଶନ ଖବରକାଗଜ ସମ୍ପାଦକ ବିଭୂତି ଭୂଷଣ ନାୟକ, ସହ ସମ୍ପାଦିକା ପ୍ରସମିତା ମହାନ୍ତି ପ୍ରମୂଖ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ନୟାଗଡ ସକାଳ ଜିଲ୍ଲା ପ୍ରତିନିଧି ଅନିଲ କୁମାର ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ…

Read More

ନାଟକ ମହୋତ୍ସବର ଅନ୍ତିମ ସନ୍ଧ୍ୟା, ମଞ୍ଚସ୍ଥ ହେଲା ନାଟକ ‘ଡାଆଣି’

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ନାଟ୍ୟଧାରା’ ପକ୍ଷରୁ ଚାଲିଥିବା ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଅନ୍ତିମ ଦିବସରେ ‘ଚମତ୍କାର ନାଟ୍ୟାନୁଷ୍ଠାନ’, ନୟାଗଡ଼ ପକ୍ଷରୁ ଜୀବନ ଓ ଅନ୍ଧବିଶ୍ୱାସର  ନାଟକ ‘ଡାଆଣି ’ ସଫଳତାର ସହ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହୋଇଯାଇଛି। ଆଦିବାସୀ ପରମ୍ପରା ଓ ସେମାନଙ୍କ ଜୀବନଶୈଳୀକୁ ଆଧାର କରି ନିର୍ମିତ ଏହି ନାଟକଟି ସମାଜରେ ପ୍ରଚଳିତ କୁସଂସ୍କାର ବିରୁଦ୍ଧରେ ଏକ ଶାଣିତ ସ୍ୱର ଉତ୍ତୋଳନ କରିଛି। ନାଟକଟି ଆଦିବାସୀ ସମାଜର ସରଳତା ଏବଂ ସେମାନଙ୍କର ପ୍ରକୃତି ସହ ଥିବା ନିବିଡ଼ ସମ୍ପର୍କକୁ ଦର୍ଶାଇଛି। କାହାଣୀର ମୁଖ୍ୟ ଚରିତ୍ର ‘ଭଗିଆ’ ଓ ତା’ର ପତ୍ନୀ ‘ନୁନୀ’ କିଭଳି ଜଣେ ଶଠ ସରପଞ୍ଚ, ଚରିତ୍ରହୀନ ପୋଲିସ ଅଧିକାରୀ ଓ ଠକ ଠିକାଦାରଙ୍କ ଚକ୍ରାନ୍ତର ଶିକାର ହେଉଛନ୍ତି, ତାହା ଅତ୍ୟନ୍ତ ମର୍ମସ୍ପର୍ଶୀ। ଦାଦନ ଖଟିବାକୁ ଯାଇ ଭଗିଆର…

Read More

ଲୋକ ଅଧିକାର ଅଭିଯାନକୁ ନୟାଗଡ଼ରେ ସ୍ଵାଗତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜଳ, ଜମି, ଜଙ୍ଗଲର ସୁରକ୍ଷା ଓ ଲୋକ ଅଧିକାରର ସୁରକ୍ଷା ପାଇଁ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟଙ୍କ ନେତୃତ୍ୱରେ ଚାଲିଥିବା ରାଜ୍ୟବ୍ୟାପୀ ଅଭିଯାନ କ୍ରମେ ଅଦ୍ୟ ଆଜି ନୟାଗଡ଼ରେ ପ‍ହଞ୍ଚିବା ଅବସରରେ କେସି କ୍ଳବ୍ ଠାରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ବିଶ୍ଵନାଥ ମହାପାତ୍ରଙ୍କ ନେତୃତ୍ବରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ ଓ କୃଷକ ନେତା ପବିତ୍ର ଇନ୍ଦ୍ରଜିତ ଅଭିଯାତ୍ରୀ ଦଳକୁ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। କର୍ପୋରେଟ୍ ପୁଞ୍ଜିର ସ୍ଵାର୍ଥ ସାଧନ ପାଇଁ ଜମି ଜଳ ଜଙ୍ଗଲ ଉପରେ ଚାଲିଥିବା ପ୍ରାୟୋଜିତ ଆକ୍ରମଣ ଯେ କେତେ ବଡ଼ ଦାନବୀୟ କ୍ଷତି କରିଚାଲିଛି ଆଉ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ମୁଖ୍ୟ ପୃଷ୍ଠପୋଷକ ସାଜିଛନ୍ତି। ଏହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଥିଲେ ଆନ୍ଦୋଳନର ମୁଖ୍ୟ…

Read More