ନୟାଗଡ଼ରେ ୮୮ତମ ଉତ୍କଳ ଦିବସ ମହା ସମାରୋହରେ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ୮୮ତମ ଉତ୍କଳ ଦିବସ ମହା ସମାରୋହରେ ସ୍ଥାନୀୟ ଖେଳ ପଡ଼ିଆରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ବେହେରା, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ନିରୂପମା ଖଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାକୁ ନୟାଗଡ଼ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ପଦ୍ମଚରଣ ସାହୁ ସଂଯୋଜନା କରିଥିଲେ। ସଭା ପ୍ରାରମ୍ଭରେ ଅତିଥିଭାବେ ପ୍ରଦୀପ ପ୍ରଜ୍ଵଳନ କରି…

Read More

ଜିଲ୍ଲାପାଳଙ୍କ ମିନି କନଫରେନ୍ସ ହଲରେ ବାଇପାସ ନିର୍ମାଣ ପାଇଁ ସମୀକ୍ଷା ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ସଂଲଗ୍ନ ନୟାଗଡ଼ ବାଇପାସ ନିର୍ମାଣ ସମ୍ବନ୍ଧୀୟ ସମୀକ୍ଷା ତଥା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ବୈଠକ ନୟାଗଡ଼ ଜିଲ୍ଲାପାଳଙ୍କ ମିନି କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଜାତୀୟ ରାଜପଥ ବିଭାଗ ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ସମ୍ବିତ କୁମାର ମହାନ୍ତି, ସହକାରୀ ବନସଂରକ୍ଷକ ହିମାଂଶ ମଲ୍ଲିକ, ତହସିଲଦାର ଭିକାରୀ ସାହୁଙ୍କ ସମେତ ପାନୀୟ ଜଳ ଯୋଗାଣ ବିଭାଗ, ବିଦ୍ୟୁତ୍ ବିଭାଗ କର୍ମଚାରୀ ଉପସ୍ଥିତ ରହିଥିଲେ । ଆବଶ୍ୟକୀୟ ଅନୁମତି ପରେ ବାଇପାସ ନିର୍ମାଣ ପାଇଁ ଆବଶ୍ୟକ ଥିବା ଜମି ଅଧିଗ୍ରହଣ କରାଯିବା ପାଇଁ ଅର୍ଥ ମଞ୍ଜୁର ହୋଇଥିଲା ।…

Read More

ନୟାଗଡ଼ ପୁରୁଣା ରାଜବାଟି ନିକଟରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଲୋକଙ୍କ ହାତ ପାହାନ୍ତାରେ ଉଚ୍ଚ ଗୁଣବତ୍ତା ଏବଂ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା ଉଦେଶ୍ୟରେ ନୟାଗଡ ମ୍ୟୁନିସିପାଲିଟିର ଆଠ ନମ୍ବର ୱାର୍ଡ ସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ମାନ୍ୟବର ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ କରକମଳରେ ଉଦଘାଟିତ । ଏହି ଅବସରରେ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ମକରନ୍ଦ ବେଉରା, ନୟାଗଡ ମ୍ୟୁନିସିପାଲିଟି ଅଧ୍ୟକ୍ଷ୍ୟା ଶ୍ରୀମତୀ ନିରୁପମ ଖଟେଇ, ଉପାଧ୍ୟକ୍ଷ୍ୟ ଗୁରୁପ୍ରସାଦ ଜେନା, କାଉନସେଲର କିଶାନ କୁମାର ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇ ଥିଲେ। ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାରଗୋଟି ବିସ୍ତୃତ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ । ସେଗୁଡିକ ମଧ୍ୟରେ ଗର୍ଭଧାରଣ ଏବଂ ଶିଶୁ-ଜନ୍ମରେ ଯତ୍ନ, ନବଜାତକ…

Read More

ରାମଚରିତ ମାନସର କେତେକ ରୋଚକ ତଥ୍ୟ ପଢନ୍ତୁ

🏹 ରାମଚରିତ ମାନସର କେତେକ ରୋଚକ ତଥ୍ୟ🏹 ୧: ଲଙ୍କାରେ ଶ୍ରୀରାମଚନ୍ଦ୍ର= ୧୧୧ ଦିନ ଥିଲେ।୨: ଲଙ୍କାରେ ଦେବୀ ସୀତା= ୪୩୫ ଦିନ ଥିଲେ।୩: ମାନସ ରେ ଶ୍ଳୋକ ସଂଖ୍ୟା= ୨୭ ଅଟେ।୪: ମାନସ ରେ ଚୋପାଈ ସଂଖ୍ୟା= ୪୬୦୮ ଅଟେ।୫: ମାନସ ରେ ଦୋହା ସଂଖ୍ୟା= ୧୦୭୪ ଅଟେ।୬: ମାନସ ରେ ସୋରଠା ସଂଖ୍ୟା= ୨୦୭ ଅଟେ।୭: ମାନସ ରେ ଛନ୍ଦ ସଂଖ୍ୟା= ୮୬ ଅଟେ।୮: ସୁଗ୍ରୀବଙ୍କ ବଳ ଥିଲା= ୧୦,୦୦୦ ହାତୀ ର।୯: ସୀତା ମହାରାଣୀ ହୋଇଥିଲେ= ୩୩ ବର୍ଷ ବୟସରେ।୧୦: ମାନସ ରଚନା ସମୟରେ ତୁଳସୀଦାସଙ୍କ ବୟସ= ୭୭ ବର୍ଷ ଥିଲା।୧୧: ପୁଷ୍ପକ ବିମାନର ଗତି= ୪୦୦ ମାଇଲ୍/ଘଣ୍ଟା ଥିଲା।୧୨: ରାମଦଳ ତଥା ରାବଣ ଦଳର ଯୁଦ୍ଧ= ୮୭ ଦିନ ଚାଲିଥିଲା।୧୩: ରାମ ରାବଣ ଯୁଦ୍ଧ= ୩୨ ଦିନ ଚାଲିଥିଲା।୧୪: ସେତୁ ନିର୍ମାଣ=…

Read More

ବ୍ଳକ ପ୍ରଶାସନର ‘ଗାଁ କୁ ଚାଲ ଅଭିଯାନ’

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ଦୁର୍ଗମ ଗାଁ ଗୁଡିକୁ ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ନେଇ ଆରମ୍ଭ ହୋଇଛି ‘ଗାଁ କୁ ଚାଲ ଅଭିଯାନ’। ଏନେଇ ବ୍ଲକ ପ୍ରଶାସନ ତରଫରୁ ବିଡ଼ିଓ ସନ୍ତୋଷ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ନେତୃତ୍ବରେ ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ସ୍ଥାନୀୟ ସରପଞ୍ଚ ସୁନିତା ବାରିକ, ବ୍ଲକ ସାମାଜିକ ସଂପ୍ରସାରଣ ଅଧିକାରୀ ଦୀପକ କୁମାର ସାହୁ, ଯୋଗାଣ ଅଧିକାରୀ ସୁବ୍ରତ ମଲ୍ଲିକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଣୀ ରାଜସ୍ବିନୀ ପ୍ରଧାନ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ତାମଣୀ ପ୍ରଧାନ, ଗ୍ରାମ ରୋଜଗାର ସେବକ ଜଗଦୀଶ ଷଡଙ୍ଗୀ ପ୍ରମୁଖ ଓସ୍ତିଆ ଆଶ୍ରମ ବିଦ୍ୟାଳୟ ପରିସରରେ ପହଞ୍ଚି ଜୀବନଶୈଳୀ, କର୍ମସଂସ୍ଥାନ, ସରକାରୀ ସୁବିଧା ସହିତ ଗାଁରେ ରହିଥିବା ମୌଳିକ ଅସୁବିଧା ବିଷୟରେ ଗାଁ’ଲୋକଙ୍କ ସହିତ…

Read More

ଇନସ୍ପାୟାର କଲେଜରେ ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ପ୍ରତିଭା ଅନ୍ୱେଷଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ଆଜି ଇନସ୍ପାୟାର କଲେଜଠାରେ ମହା ବିଦ୍ୟାଳୟ ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ହୋଇ ଯାଇଚି। ଆଜିର ଏହି କାର୍ଯ୍ୟକ୍ରମରେ ବକ୍ତୃତା, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ହୋଇ ଯାଇଚି। ଆଜିର ଏହି କାର୍ଯ୍ୟକ୍ରମରେ କଥାକାର ଗୋପୀନାଥ ସେଠୀ, ଯୁବ ଲେଖକ ପ୍ରଭୂଦତ୍ତ ପ୍ରଧାନ କଥାକାର ଓ ଯୁବ ଲେଖକ ତଥା ପ୍ରକାଶକ ଦିଲ୍ଲୀପ ସାହୁ ବିଚାରକ ଦାୟିତ୍ଵ ନିର୍ବାହ କରିଥିଲେ। ନୟାଗଡ଼ ଜିଲ୍ଲାର କୋଡ଼ିଏରୁ ଉର୍ଦ୍ଧ୍ବ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉକ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ ପାଖାପାଖି ଶହେରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦାନ କରିଥିଲେ। ଆଜିର ଏହି ବକ୍ତୃତା ପ୍ରତିଯୋଗିତା କ୍ରମାନ୍ୱୟରେ ପ୍ରିତୀ ପ୍ରଭା ମହାପାତ୍ର, ଚିନ୍ମୟୀ ମିଶ୍ର, ପାୟଲ ପ୍ରିୟଦର୍ଶିନୀ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ସଙ୍ଗୀତ ପ୍ରତିଯୋଗିତାରେ ପୂଜା ନାୟକ,…

Read More

ରୋଟାରୀ କ୍ଳବର “ସେବା ହିଁ ପରମ ଧର୍ମ” ୩୨୬୨ ରୋଟାରୀ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡାରୋଡ ସ୍ଥିତ ରୋଟାରୀ କ୍ଲବରେ ୩୨୬୨ ରୋଟାରୀ ଜିଲ୍ଲା ଗଭର୍ଣ୍ଣରଙ୍କ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ଗଭର୍ଣ୍ଣର ପ୍ରଭୁଦତ୍ତ ସୁବୁଦ୍ଧି ରୋଟାରୀ କ୍ଳବରେ ପହଞ୍ଚିବା ମାତ୍ରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇ ଥିଲା। ତାପରେ ସମର୍ପଣ ବୃଦ୍ଧାଶ୍ରମ ପରିଦର୍ଶନ କରି ସେଠାରେ ରହୁଥିବା ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ତାପରେ ଜିଲ୍ଲାପାଳଙ୍କ କାର୍ଯାଳୟ ପରିସରେ ରୋଟାରୀ କ୍ଲବ୍ ତରଫରୁ ସ୍ଥାପନ ହୋଇଥିବା ପାନୀୟ ଜଳ ପ୍ରକଳ୍ପ କୁ ଦେଖିବା ସହିତ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ସ୍ଥାପନ ହୋଇଥିବା ଗରମ ଜଳ ବିତରଣ ପ୍ରକଳ୍ପକୁ ବୁଲି ଦେଖିଥିଲେ। କ୍ଳବର ସମସ୍ତ ସଦସ୍ଯ ଏବଂ ନୟାଗଡ଼ର ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ବହୁ ବୁଦ୍ଧିଜିବୀ ମାନଙ୍କୁ ନେଇ କ୍ଳବର ସଭାପତି ରୋଟାରିଆନ ପ୍ରବୀର ପ୍ରୁଷ୍ଟିଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇ ଥିଲା।…

Read More

ନୟାଗଡ଼ରୁ ଭଦ୍ରକ ୩୧ରୁ ଗଡ଼ିବ ପାସେଞ୍ଜର ମେମୁ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାସ ୩୧ତାରିଖରୁ ନୟାଗଡ଼ ଟାଉନ ଏବଂ ଭଦ୍ରକ ମଧ୍ୟରେ ଏକ ନୂଆ ପାସେଞ୍ଜର ମେମୁ ଟ୍ରେନ ନିୟମିତ ଚଳାଚଳ କରିବ। ଏ ନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଚଳିତ ମାସ ୩୦ ତାରିଖ ଅପରାହ୍ନରେ କେନ୍ଦ୍ର ରେଳମନ୍ତ୍ରୀ ଡ଼ ଅଶ୍ୱିନୀ ବୈଷ୍ଣବ ପତାକା ଦେଖାଇ ଏହାର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ ଏହି ସ୍ୱତନ୍ତ୍ର ପାସେଞ୍ଜର ମେମୁ ଟ୍ରେନ ନଂ-୦୮୫୫୫ ଭଦ୍ରକରୁ ସକାଳ ୫ଟା ୪୫ରେ ବାହାରି କଟକରେ ୮ଟା ୪୨ରେ ପହଞ୍ଚିବ। ସେଠାରୁ ୮ଟା ୪୫ରେ ଛାଡି ଭୁବନେଶ୍ୱରରେ ସକାଳ ୯ ଟା ୩୨ରେ ପହଞ୍ଚି ୯ଟା ୩୭ରେ ନୟାଗଡ଼ ଟାଉନ ଅଭିମୁଖେ ଯାତ୍ରା କରିବ । ନୟାଗଡ଼ ଟାଉନରେ ଏହି ସ୍ୱତନ୍ତ୍ର ଟ୍ରେନ…

Read More

ଦଶପଲ୍ଲାରେ ଏଚଡିଏଫସି ବ୍ୟାଙ୍କ ଉଦଘାଟନ କଲେ ଜିଲ୍ଲାପାଳ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲାରେ ଏଚଡିଏଫସି ବ୍ୟାଙ୍କ କାର୍ଯ୍ୟାଳୟ ଉଦଘାଟିତ ହୋଇଛି । ଦଶପଲ୍ଲାର ହରିଡ଼ାବାଡି ଛକଠାରେ ନୂତନ ବ୍ୟାଙ୍କ କାର୍ଯ୍ୟାଳୟକୁ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସମ୍ମାନିତ ଅତିଥିଭାବେ ଦଶପଲ୍ଲା ବ୍ଲକ ଚେୟାରମ୍ୟାନ ସୁନନ୍ଦା ସାହୁ, ଦଶପଲ୍ଲା ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ ଓ ଶାଖା ପରିଚାଳକ ରମାକାନ୍ତ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଦଶପଲ୍ଲା ଅଞ୍ଚଳରେ ଉକ୍ତ ବ୍ୟାଙ୍କ ଉତ୍ତମ ସେବା ଯୋଗାଇ ଦେବ ବୋଲି ବ୍ୟାଙ୍କ ପରିଚାଳକ ସୂଚନା ଦେଇଥିଲେ। ସମସ୍ତ ଜନସାଧାରଣ କିପରି ସୁଚାରୁ ରୂପେ ବ୍ୟାଙ୍କିଙ୍ଗ ସେବାର ଉପଲବ୍ଧ ପାଇପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

Read More

ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ରଣପୁର,(ନୟାଗଡ଼ ଦର୍ପଣ): ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ତରଫରୁ ମା’ ମଣିନାଗ ଦୁର୍ଗା ବାଳିକା ଉଚ୍ଚ ବିଦ୍ୟାଳୟ, ରଣପୁରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପିକା ଗୀତାଞ୍ଜଳି ମିଶ୍ର ସ୍ବାଗତ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାଧିକରଣ ତରଫରୁ ପବନ କୁମାର ବେହେରା, ଆଇନ ସେବା ଉପରେ ବକ୍ତବ୍ୟ ରଖିଥିଲେ । ପ୍ରାଧିକରଣର ସଚିବ ତଥା ବରିଷ୍ଠ ବର୍ଗର ବିଚାରପତି ବିଶେଷ କୁମାର ସାହୁ ବାଳିକା ଏବଂ ମହିଳା ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଆଇନ ସେବା ବାଖ୍ୟା କରିଥିଲେ । ସଦସ୍ୟ ମହମ୍ମଦ ଓମାର ମଲ୍ଲିକ ଜାତୀୟତା ଏବଂ କର୍ତ୍ତବ୍ୟ ବୁଝାଇଥିଲେ । ଅଧକ୍ଷା ଡଃ ସୁକାନ୍ତି ଦେଇ, ଏହି ପ୍ରକାର ସଚେତନତା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଛାତ୍ରୀ ଏବଂ ଅଧ୍ୟାପକ ମାନେ ଆଗ୍ରହର ସହିତ ସଚେତନ…

Read More