ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ସିନ୍ଦୁରିଆ ଠାରେ ନାର୍ଡ ସହାୟତାରେ ଏବଂ ଆଇ କଂସେପ୍ଟ ସହଯୋଗରେ ରଙ୍କଦେଉଳି ଉତ୍ପାଦକ କମ୍ପାନୀ ଦ୍ବାରା ନୟାଗଡ଼ର ପ୍ରଥମ ଗ୍ରାମୀଣ ବଜାର ମାନ୍ୟବର ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଦ୍ବାରା ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡକ୍ଟର ସାହୁ ଜୈବିକ ଉପାୟରେ ଉତ୍ପାଦିତ ଖାଦ୍ୟ ଉପରେ ଗୁରୁତ୍ୱ ଦେବା ସହ ଆଗାମୀ ଦିନରେ ଏହି ପରି ଗ୍ରାମୀଣ ବଜାର ସାରା ଓଡ଼ିଶାରେ ଖୋଲାଯିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲା ପରିଷଦ ଅଧକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଗ୍ରାମୀଣ ବଜାରର ଉତ୍ତରତୋର ଉନ୍ନତି କାମନା କରିବା ସହ ଆଗାମୀ ଦିନରେ ସ୍ଵୟଂ ସହାୟକ ଗୋଷ୍ଠୀ ଓ ମହିଳା ଉତ୍ପାଦକ ଦଳ ଜିଲ୍ଲା ରେ ଧାନ ମଣ୍ଡି କରିବା ପାଇଁ ଗୁରୁତ୍ଵ ଦେଇଥିଲେ ପୋୖରାଧ୍ୟକ୍ଷା ନିରୁପମା ଖଟେଇ ଅପମିଶ୍ରିତ…
Read MoreCategory: ଅନ୍ୟାନ୍ୟ
ବିଜେପି ବୈଠକରେ ସାମ୍ବାଦିକଙ୍କୁ ଅସମ୍ମାନ ନେଇ ପ୍ରେସକ୍ଲବର ନିନ୍ଦା
ଆଗକୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେନି ସାମ୍ବାଦିକ ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଭାରତୀୟ ଜନତା ପାଟିର୍ (ବିଜେପି)ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକକୁ ସାମ୍ବାଦିକଙ୍କୁ ନିମନ୍ତ୍ରଣ କରି ଅସମ୍ମାନ କରିବା ଘଟଣାକୁ ଆଜି ପ୍ରେସକ୍ଲବ ଦଶପଲ୍ଲା ପକ୍ଷରୁ ଦୃଢ ଭାବେ ନିନ୍ଦା କରାଯାଇଛି। ଗତକାଲି ଦଶପଲ୍ଲା ପଂଚାୟତ ସମତି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଶଙ୍କର ଭବନରେ ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଜେପି ରାଜ୍ୟ ଉପସଭାପତିଙ୍କ ଭୃଗୁ ବକ୍ସି ପାତ୍ରଙ୍କ ଜିଲ୍ଲା ଏବଂ ରାଜ୍ୟର ବହୁ କର୍ମୀ ଯୋଗ ଦେଇଥିଲେ। ବୈଠକରେ ଯୋଗ ଦେବାକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ କରିଥିଲେ। ଯାହାକି ସାମ୍ବାଦିକ ମାନେ ଉକ୍ତ ବୈଠକରେ ଯୋଗ ଦେଇଥିଲେ। କିଛି ସମୟ ବୈଠକ ଚାଲିଥିବା ବେଳେ ହଠାତ୍ ବିଜେପିର ଜିଲ୍ଲା ସଭାପତି…
Read Moreନୟାଗଡ଼ ବ୍ଲକ କଂଗ୍ରେସ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତାପପ୍ରସାଦ ମା ଭୈରବି ଠାକୁରାଣୀ ମନ୍ଦିର ପରିସରରେ ନୟାଗଡ଼ ବ୍ଲକ କଂଗ୍ରେସ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ପୂର୍ବତନ ସରପଞ୍ଚ ଫକୀର ଚରଣ ମଲ୍ଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ୨୯ ଗୋଟି ପଞ୍ଚାୟତରୁ ୧୫୯ ବୁଥରୁ ଦଳୀୟ କର୍ମୀ ଯୋଗ ଦେଇ ବୁଥ ସ୍ତରରୁ ଦଳର ନୂତନ ସଂଗଠନ ଆରମ୍ଭ କରିବା ଉପରେ ଗୁରୁତ୍ୱ ଦେବା ସହ ତୁରନ୍ତ ନୟାଗଡ଼ରେ ଦଳୀୟ କାର୍ଯ୍ୟାଳୟ ଖୋଲାଯିବା ଏବଂ ଗାଁଗାଁ ରେ କଂଗ୍ରେସ ଦଳ ହାତ ଚିହ୍ନ କାନ୍ଥବାଡ଼ ୱାଲିଙ୍ଗ କରାଇବା ଏବଂ ପ୍ରତ୍ୟେକ ପଞ୍ଚାୟତରେ ଦଳୀୟ କର୍ମୀ ସମ୍ମିଳନୀ କରାଯାଇ ବୁଥ କମିଟି ଗଠନ ଉପରେ ପ୍ରସ୍ତାବ ଆସିଥିଲା। ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଯୋଗଦେଇ ଦଳର ନୂତନ ସଂଗଠନ ଆରମ୍ଭ ପାଇଁ କର୍ମୀମାନଙ୍କ ସମସ୍ତ…
Read Moreଭାରତୀୟ ସ୍ବାଧୀନତା ସଂଗ୍ରାମକୁ ନେତାଜୀଙ୍କ ଅବଦାନ ଅତୁଳନୀୟ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ ଭବନରେ ପୂଜ୍ଯପୂଜା କମିଟି ଓ ରୋଟାରୀ କ୍ଳବ୍ ନୟାଗଡ଼ର ମିଳିତ ଆନୁକୂଲ୍ୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି। ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରାକ୍ତନ ଚେୟାରମ୍ୟାନ୍ ତଥା ବରିଷ୍ଠ ରୋଟାରୀଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ ନେତାଜୀଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରିବି ସହ ନେତାଜୀ ଙ୍କ ସ୍ମୃତିଚାରଣ କରିଥିଲେ। ସମାଜସେବୀ ରୋଟାରୀଆନ୍ ଶ୍ରୀଧର ସାହୁ ନେତାଜୀଙ୍କ ସଂଗ୍ରାମୀ ଜୀବନ ବିଷୟରେ ଆଲୋଚନା କରିଥିଲେ। ଭାରତୀୟ ସ୍ବାଧୀନତା ସଂଗ୍ରାମକୁ ନେତାଜୀଙ୍କ ଅବଦାନ ଅନସ୍ବୀକାର୍ଯ୍ଯ। ଆଜାଦ ହିନ୍ଦ୍ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତ ବର୍ଷକୁ ସ୍ବାଧୀନ କରିବା ପାଇଁ ନିଜର ସମସ୍ତ ଶକ୍ତି ଲଗାଇ ଦେଇଥିଲେ। ନେତାଜୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଗାଢ ଭକ୍ତି କରୁଥିଲେ। ସେ କହୁଥିଲେ, ‘ ମୁଁ…
Read Moreଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଦୂରହେବ ଜଳକଷ୍ଟ, ୩୯୪କୋଟି ଟଙ୍କା ମଞ୍ଜୁର
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ, ଦଶପଲ୍ଲା ଓ ଗଣିଆ ବ୍ଲକକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମଞ୍ଜୁର କରିଛନ୍ତି । ମୋଟ ୪୨ ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ୩ଟି ବ୍ଲକର ୬୧୯ ଗ୍ରାମର ୨ ଲକ୍ଷ ଲୋକ ଉପକୃତ୍ତ ହେବେ ବୋଲି ସୂଚନା ମିଳିଛି । ଏଥିପାଇଁ ରାଜ୍ୟ ସରକାରଙ୍କ କ୍ୟାବିନେଟରେ ୩୯୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହା ଦ୍ୱାରା ୩ଟି ବ୍ଲକ ପାଇଁ ୩ଟି ପ୍ରକଳ୍ପ ମାଧ୍ୟମରେ ୬୧୯ ଗ୍ରାମର ୨ଲକ୍ଷ ଲୋକ ଉପକୃତ ହେବେ ବୋଲି ସୂଚନା ମିଳିଛି। ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ରହିଥିବା ଜଳକ୍ଲିଷ୍ଟର ପରିସମାପ୍ତି ଘଟିବ ବୋଲି ଆଶା କରାଯାଉଛି । ରାଜ୍ୟ କ୍ୟାବିନେଟରେ ୩୯୪କୋଟି ଟଙ୍କା…
Read Moreଉଦଯାପିତ ହେଲା ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉଦଯାପନ ଦିବସରେ କାର୍ଯ୍ୟକ୍ରମର ଆଜି ଶେଷ ଦିନ ଥିଲା । ଶେଷ ଦିନକୁ ଆଲୁମିନ ଦିବସ ଭାବେ ପାଳନ କରାଯାଉଥିଲା । ଆଲୁମିନି ଆସୋସିଏସନ ସଭାପତି ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଡ଼ ଦେବେନ୍ଦ୍ର ନାଥ ମାନସିଂ, ଛାତ୍ର ସଂସଦ ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର, ଆଲୁମିନ କମିଟି ସଂଯୋଜକ ବିଶ୍ୱନାଥ ମହାପାତ୍ର, ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଉପସ୍ଥିତ ରହିଥିଲେ । ବିଧାୟକ ଡ଼ ସାହୁ ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ ଅନୁଷ୍ଠାନରେ ଉତ୍ସବ ପାଳିତ ହେବା…
Read Moreମାର୍ଚ୍ଚରେ ସରିବ ନୂଆଗାଁ-ଦଶପଲ୍ଲା ରେଳ ଲାଇନ, ଚାଲିଛି ଜୋରଦାର କାମ
ନୟାଗଡ଼,(ନୟାଗଡ଼ ଦର୍ପଣ): ମାର୍ଚ୍ଚ ଶେଷସୁଦ୍ଧା ନୂଆଗାଁ ଏବଂ ଦଶପଲା ମଧ୍ୟରେ ଚାଲିଥିବା ୧୫.୫ କିମି ଦୈର୍ଘ୍ୟ ରେଳ ସେକ୍ସନ ମଧ୍ୟରେ ୫୭ଛୋଟ ଓ ୩ ବଡ଼ ବ୍ରିଜ, ୧୫ ରୋଡ ଅଣ୍ଡର ବ୍ରିଜ ଏବଂ ୪ ରୋଡ଼ ଓଭରବ୍ରିଜ ସହ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ସାରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଚଳିତ ଆର୍ଥିକ ବର୍ଷରେ ଏହି କାର୍ଯ୍ୟ ପାଇଁ ୧୯୦କୋଟି ଟଙ୍କା ମଞ୍ଜୁର କରାଯାଇଛି । ପୂର୍ବତଟ ରେଳପଥ ମହାପ୍ରବନ୍ଧକରୂପ ନାରାୟଣ ସୁନକର ଇତିମଧ୍ୟରେ ଚାଲୁ ରହିଥିବା ଖୋର୍ଦ୍ଧା ରୋଡ଼- ବଲାଙ୍ଗୀର ରେଳ ପ୍ରକଳ୍ପର ଖୋର୍ଦ୍ଧା ରୋଡ-ନୂଆଗାଁ ରେଳ ସେକ୍ସନକୁନିରୀକ୍ଷଣ କରିଛନ୍ତି। ନୂଆଗାଁ ଓ ଦଶପଲା ମଧ୍ୟରେ ଚାଲିଥିବା ନିର୍ମାଣକାର୍ଯ୍ୟ ସହ ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଖୋର୍ଦ୍ଧା ରୋଡରେ ଥିବାରୋଡ ଓଭର ବ୍ରିଜ କାର୍ଯ୍ୟର ଯାଞ୍ଚ କରିଛନ୍ତି । ଵିଣ୍ଡୋ…
Read Moreଫେବୃୟାରୀ ୧୫ରୁ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ବନ୍ଦ ହୋଇ ରହିଥିବା ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳାକୁ ପୁନଃ ଉଜ୍ଜୀବିତ କରିବା ପାଇଁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଗୁରୁତ୍ଵ ଦେଇଛନ୍ତି। ଏଥିପାଇଁ ଆଜି ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଫ୍ରେବୃୟାରି ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯିବା ପାଇଁ ବହୁ ବ୍ୟକ୍ତିଙ୍କୁ ଯୋଡ଼ିବା ପାଇଁ ବିଧାୟକ ପରାମର୍ଶ ଦେଇଛନ୍ତି। ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳାକୁ ଆକର୍ଷଣୀୟ କରିବା ପାଇଁ ପ୍ରତ୍ୟେକ ଦିନ ସଂଧ୍ୟାରେ କୁଇଜ ପ୍ରତିଯୋଗିତା, ସାହିତ୍ୟ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ବୋଲି ଆଲୋଚନା କରାଯାଇଛି। ନୟାଗଡ଼ ଦକ୍ଷିଣକାଳୀ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ…
Read Moreଚିତ୍ରଗୀତି ଶତକ ‘କାଳିଆ କଳା’ ପୁସ୍ତକ ଉପହାର ପ୍ରଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୂଆବର୍ଷ ଅବସରରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଗୀତି ଶତକ କାଳିଆ କଳା ପୁସ୍ତକ ସ୍ଥାନୀୟ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ସମର୍ପିତ ହେବା ପରେ ଆଜି ସନ୍ଧ୍ୟାରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଖଣ୍ଡପଡା ବିଧାୟକ ତଥା ସମ୍ବାଦ ସମ୍ପାଦକଙ୍କୁ ଆୟୋଜକ ମାନଙ୍କ ପକ୍ଷରୁ ଉପହାର ପ୍ରଦାନ କରାଯାଇଛି। ପୁସ୍ତକଟି ଖୁବ ଚମତ୍କାର ଏବଂ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମନରେ ଅପାର ଆନନ୍ଦ ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ। ବିଭିନ୍ନ ବର୍ଗର ଲୋକଙ୍କ ପାଖରେ ପୁସ୍ତକଟିକୁ ଅଧିକରୁ ଅଧିକ ସଂଖ୍ୟାରେ ପହଞ୍ଚାଇ ବା ପାଇଁ ପରାମର୍ଶ ଦେଇଥିଲେ। ଆୟୋଜକ ମାନଙ୍କ ପକ୍ଷରୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ, କବି ଗୋଦାବରୀଶ ମିଶ୍ର,ଆଇନଜୀବୀ ରଣଜିତ ଦାଶ,ଅମୀୟ ପଟ୍ଟନାୟକ,ଜିତେନ୍ଦ୍ର ମହାକୁଡ଼ ପ୍ରମୁଖ ପୁସ୍ତକ ଅର୍ପଣ କରିଥିଲେ।
Read Moreଦଶପଲ୍ଲାର ବିଭିନ୍ନ ଜଳାଶୟ ରେ ଆଜିଠାରୁ ଆରମ୍ଭ ହେଲା ପକ୍ଷୀଗଣନା
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଶୀତଋତୁ ଆସିଲେ ଓଡ଼ିଶା ଉପକୂଳବର୍ତ୍ତୀ ବିଭିନ୍ନ ଜଳାଶୟକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ । ବିଭିନ୍ନ ଜଳାଶୟରେ ଜଳକ୍ରୀଡ଼ା କରିବା ପରେ ଗ୍ରୀଷ୍ମଋତୁରେ ଏସବୁ ପକ୍ଷୀ ପୁନର୍ବାର ଫେରି ଯାଆନ୍ତି। ରାଜ୍ୟରେ ବିଦେଶାଗତ ପକ୍ଷୀଙ୍କପାଇଁ ,ସରକାରଙ୍କ ପକ୍ଷରୁ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ପ୍ରତିବର୍ଷ ଜାନୁଆରି ପ୍ରଥମ ସପ୍ତାହରେ ବିଭିନ୍ନ ଜଳାଶୟରେ ପକ୍ଷୀଗଣନା କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ। ଏହି କ୍ରମରେ ଆଜିଠାରୁ, ଦଶପଲ୍ଲା ବନାଞ୍ଚଳ ପକ୍ଷରୁ ବିଭିନ୍ନ ଜଳାଶୟରେ ପକ୍ଷୀଗଣନା ଆରମ୍ଭ ହୋଇଛି। ଦଶପଲ୍ଲାର କୁଆଁରିଆ ଜଳ ଭଣ୍ଡାର ସମେତ ବିଭିନ୍ନ ଜଳଭଣ୍ଡାର ରେ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ୪ଟି ଟିମ ଗଠିତ ହୋଇଛି। ଗଣନା ପାଇଁ ବନକର୍ମଚାରୀ ମାନଙ୍କୁ ବାଇନାକୁଲାର୍ ଯୋଗାଇ ଦିଆଯାଇଥିବା ବନାଞ୍ଚଳ ଅଧିକାରୀ ନିଖିଲେଶ୍ ମଲ୍ଲିକ ସୂଚନା ଦେଇଛନ୍ତି ।
Read More