ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ମାସର ପ୍ରଥମ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୮୯ଟି ଅଭିଯୋଗ ଆସିଥିବା ବେଳେ ସେଥିରୁ ୧୦ଟି ଗ୍ରାମ୍ୟ ସମସ୍ୟା ରହିଥିଲା । ବ୍ୟକ୍ତିଗତ ୫୩ ଟି ଅଭିଯୋଗ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇଁ ୨୨ଟି ଓ ରେଡକ୍ରସରୁ ସହାୟତା ପାଇଁ ୪ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୩୩ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଛି। ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଅତିରିକ୍ତ ଏସପି ଉମାକାନ୍ତ ମଲ୍ଲିକ, ଏସଡିପିଓ ସ୍ନେହାଶିଷ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମକରନ୍ଦ ବେଉରା ପ୍ରମୁଖ ଯୋଗଦେଇଥିଲେ। ଏହି ଜନଶୁଣାଣି ଶିବିରରେ ନୟାଗଡ଼ ବିଡିଓ ଓ ତହସିଲଦାର ଓ ବିଭାଗୀୟ କର୍ମଚାରୀ…

Read More

ଧୁମଧାମରେ ଉଦଯାପିତ ହେଲା ଦଶପଲ୍ଲା ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି

ନୟାଗଡ଼,(ନୟାଗଡ଼ ଦର୍ପଣ): ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଦୁଇ ଦିନ ଧରି ଦଶପଲ୍ଲା ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି ମହାସମାରୋହରେ ପାଳିତ ହୋଇଛି । ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ଯୋଗଦେଇଥିଲେ । ସମ୍ମାନିତ ଅତିଥିଭାବେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଇଂ. ପୁନମ ପ୍ରିୟଦର୍ଶିନୀ ଓ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ଶିକ୍ଷାବିତ ଦାଶ ବେନହୁର ଯୋଗ ଦେଇଥିଲେ । ୧୯୪୬ମସିହାରୁ ପ୍ରତିଷ୍ଠିତ ଦଶପଲ୍ଲା ଉଚ୍ଚ ବିଦ୍ୟାଳୟ ଅନେକ ପ୍ରତିଭାବାନ ବ୍ୟକ୍ତିଙ୍କୁ ସୃଷ୍ଟି କରିଛି । ଅତିଥିମାନେ ପ୍ଲାଟିନମ ଜୁବୁଲି ସମାରୋହର ଆୟୋଜକମାନଙ୍କୁ ଖୁବ…

Read More

ଓୟୁଜେ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁଙ୍କୁ ପ୍ରଦାନ କରାଯାଇଛି । ବିଗତ ଦିନରେ ରାଜ୍ୟ ସରକାର ସାମ୍ବାଦିକମାନଙ୍କ ପାଇଁ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିପାଇଁ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଯାଇଛି । ଅନ୍ୟାନ୍ୟ ରାଜ୍ୟରେ ସାମ୍ବାଦିକଙ୍କୁ ମିଳୁଥିବା ସୁଯୋଗ ତୁଳନାରେ ତାହା ପର୍ଯ୍ୟାପ୍ତ ନୁହେଁ। ସାମ୍ବାଦିକମାନଙ୍କ ନାର୍ଯ୍ୟ ଦାବି ପ୍ରତି ଅବହେଳା ପ୍ରତିବାଦରେ ଆଜିର ଶ୍ରମିକ ଦିବସକୁ ଆମେ ରାଜ୍ୟର ଅଗ୍ରଣୀ ସଂଗଠନ ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ଆହ୍ୱାନକ୍ରମେ ପ୍ରତିବାଦ ଦିବସ ରୂପେ ପାଳନ କରିବା ସହ ବିଭିନ୍ନ ଦାବି ପ୍ରଦାନ କରାଯାଇଛି। ୧- ପ୍ରଚଳିତ ବୀମା ରାଶିର ପରିମାଣକୁ ୨ଲକ୍ଷ ଟଙ୍କାରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ…

Read More

‘ଓଡ଼ଗାଁ ଇତିହାସ’ ପୁସ୍ତକ ପ୍ରକାଶନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ‘ଓଡ଼ଗାଁ ଇତିହାସ’ ପୁସ୍ତକ ପ୍ରକାଶନ ନିମନ୍ତେ ପ୍ରସ୍ତୁତି ବୈଠକ ସ୍ଥାନୀୟ ରାମ ସାଗର ପାର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ସାଂସ୍କୃତିକ ତଥା ଐତିହାସିକ ଜଗତକୁ ଅନେକ ଅବଦାନ ଥିବା ଓଡ଼ିଶାର ଦ୍ଵିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ତଥା ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ପବିତ୍ର ସ୍ଥାନ ହେଉଛି ଆମ ଓଡ଼ଗାଁ। କିନ୍ତୁ ଆଜିଯାଏଁ ଓଡ଼ଗାଁ ସମ୍ବନ୍ଧେ ଏକ ବିଧିବଦ୍ଧ ଇତିହାସ ପୁସ୍ତକ ପ୍ରକାଶିତ ହୋଇ ନଥିବାରୁ ଅନେକଙ୍କ ପାଖରେ ଏହାର ଗୌରବ ଅପହଞ୍ଚ ହୋଇ ରହିଅଛି। ସେଥିନିମନ୍ତେ ଏହି ଓଡ଼ଗାଁ ଇତିହାସ ପୁସ୍ତକ ପ୍ରକାଶନର ପରିକଳ୍ପନା କରାଯାଇଛି। ଓଡ଼ଗାଁ ଅଞ୍ଚଳରେ ଜଣାଶୁଣା ସ୍ବେଚ୍ଛାସେବୀ ସଂଗଠନ ଅରୋମୀରା ଟ୍ରଷ୍ଟ କୁରାଳ ପରିଚାଳକ ତଥା ପରିବେଶ, ସାମାଜିକ କର୍ମୀ ସୁକାନ୍ତ ଚୌଧୁରୀଙ୍କ ଆହ୍ୱାନ କ୍ରମେ ସ୍ଥାନୀୟ ଶିକ୍ଷାବିତ୍ ଓ ବୁଦ୍ଧିଜୀବିମାନଙ୍କୁ ନେଇ ରାମ…

Read More

ବିରୁଡ଼ା ପଞ୍ଚାୟତରେ ନୟାଗଡ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିରୁଡ଼ା ଗ୍ରାମ ପଞ୍ଚାୟତରେ ନୟାଗଡ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳିତ ହୋଇଅଛି । ପୂର୍ବତନ ସମିତିସଭ୍ୟ ଦୁର୍ଯ୍ୟୋଧନ ଜେନା ଅତିଥି ପରିଚୟ ଏବଂ ସଭାର ତାତ୍ପର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ । ପ୍ରାଧିକରଣ ସଚିବ ତଥା ବରିଷ୍ଠବର୍ଗ ବିଚାରପତି ବିଶେଷ କୁମାର ସାହୁ ଶ୍ରମିକ ସୁରକ୍ଷାର ଅଇନିଗତ ଦିଗ ଉପରେ ତର୍ଜମା କରିଥିଲେ । ପ୍ରାଧିକରଣ ସଭ୍ୟ ମହମ୍ମଦ ଉମର ମଲ୍ଲିକ ଗ୍ରାମ୍ୟ ଜୀବନରେ ଶାନ୍ତି ଏବଂ ସୁହାନୁଭିତ୍ତି ବୁଝାଇଥିଲେ । ବରିଷ୍ଠ ଓକିଲ ରମେଶ ଚନ୍ଦ୍ର ମହାରଣା ପ୍ରାଧିକରଣର ସୁବିଧା ବୁଝାଇଥିଲେ। ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ଶ୍ରମିକମାନଙ୍କ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ । ଭାରତରେ ନୟାଗଡ ଜିଲ୍ଲା ବିରୁଡ଼ା ଏକମାତ୍ର ପଞ୍ଚାୟତ ଯେଉଁଠାରେ ସମସ୍ତ ପ୍ରତିନିଧି ମହିଳା ଅଟନ୍ତି । ଏହି କାର୍ଯ୍ୟକ୍ରମରେ…

Read More

୧୦୦ତମ ‘ମନ କି ବାତ୍’ କାର୍ଯ୍ୟକ୍ରମକୁ ନୟାଗଡ଼ରେ ଉପଭୋଗ କଲେ ଶହ ଶହ ବିଜେପି କର୍ମୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଜସ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୦ତମ ‘ମନ କି ବାତ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ର ବିଜେପି ନେତ୍ରୀ ତଥା ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ନେତୃତ୍ୱରେ ନୟାଗଡ଼ ବ୍ଳକ ନୋତ୍ତର ପଞ୍ଚାୟତର ବଉଳସାହି, ଓଡ଼ଗାଁ ବ୍ଳକ କୁରାଳରେ ଶହ ଶହ ଲୋକଙ୍କୁ ନେଇ ମନ କି ବାତ କାର୍ଯ୍ୟକ୍ରମକୁ ଦେଖିଥିଲେ। ଏହି ଅବସରରେ ପ୍ରତ୍ୟୁଷାଙ୍କ ସଂଗଠନର ପ୍ରମୁଖ କାର୍ଯ୍ୟକର୍ତ୍ତା ତଥା ବିଜେପି ନେତା ସନ୍ତୋଷ ପ୍ରଧାନ, ନସିର ଅହମ୍ମଦ, ପ୍ରହଲ୍ଲାଦ ବରାଡ଼, ସଞ୍ଜୟ ନାୟକ ପ୍ରମୁଖ ପରିଚାଳନା କରିଥିଲେ।

Read More

ଡାକରା ଆସିଛି ନବୀନ ନିବାସୁ, ଗାଁ ଗାଁ’କୁ ଯାଇ ସଙ୍ଗଠନକୁ ଆହୁରି ମଝବୁତ କର ୨୦୨୪ ପାଇଁ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଚଳଚଞ୍ଚଳ ହେଉଛି ନବୀନ ନିବାସ। ୨୦୨୪ ନିର୍ବାଚନରେ ଦଳୀୟ ଟିକେଟ ପାଇଁ ଏବେଠୁ ଆରମ୍ଭ କରିଦେଲେଣି ରାଜନୈତିକ କସରତ୍। ସେହିଭଳି ନୟାଗଡ଼ ଜିଲ୍ଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳି ହେଉଛି ଏକ ପ୍ରମୁଖ ଓ ବୃହତ୍ତ ନିର୍ବାଚନ ମଣ୍ଡଳି। ଏହି ନିର୍ବାଚନ ମଣ୍ଡଳୀରେ ପ୍ରତି ନିର୍ବାଚନରେ ଏଠାରେ ଏକ ନୂତନ ଚେହେରା ଦେଖିବାକୁ ମିଳିଥାଏ କିନ୍ତୁ ଏଥର ଦଶପଲ୍ଲା ରାଜନୀତିରେ ଏକ ବ୍ୟତିକ୍ରମ ଘଟିବ। କାରଣ ଦଶପଲ୍ଲାର ଯୁବ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଡାକରା ଆସିଥିଲା। ଆଉ କୁହାଯାଇଛି ଯେ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତରେ ତୃଣମୂଳ ସ୍ତରରୁ ସଂଗଠନକୁ ଆହୁରି ମଝବୁତ କର ୨୦୨୪ ପାଇଁ। ବିଧାୟକ ଶ୍ରୀ ବେହେରାଙ୍କ ଅକ୍ଲାନ୍ତ ପରିଶ୍ରମରେ ଦଶପଲ୍ଲା ଅଂଚଳରେ ବହୁ ଉନ୍ନତି…

Read More

ପୂର୍ବତନ ସରପଞ୍ଚ ହତ୍ୟା ଘଟଣାରେ ୧୦ବର୍ଷ ପରେ ୪ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ନୟାଗଡ଼,(ନୟାଗଡ଼ ଦର୍ପଣ): ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡ ମାମଲାର ବିଚାର କରି ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ ଚାରିଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ପ୍ରଦାନ କରିଥିବା ବେଳେ ଅନ୍ୟ ତିନିଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମିଳିଥିବା ରାୟରୁ ପ୍ରକାଶ ଯେ ପ୍ରକାଶ ୨୦୧୩ ମସିହା ଫେବୃଆରୀ ୨ ତାରିଖଦିନ ଇଟାମାଟି ଥାନା ତଥା ନୟାଗଡ଼ ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ମହାନ୍ତି ସକାଳ ସାଢ଼େ ୭ଟା ବେଳେ ମନ୍ଦିରରୁ ପୂଜାର୍ଚ୍ଚନା କରି ନିଜ ମିଲକୁ ଫେରୁଥିଲେ । ଏହି ସମୟରେ ପୂର୍ବ ଶତୃତାକୁ କେନ୍ଦ୍ର କରି ୯ଜଣ ମୁଦାଲା ଚାପଡ଼, ଫାର୍ସା ଏବଂ ବନ୍ଧୁକ ସାହାଯ୍ୟରେ ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ନୟାଗଡ଼ ଜିଳ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ…

Read More

ନୂଆଗାଁ ବ୍ଲକ୍ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ ପରେ ପ୍ରଶିକ୍ଷଣ ସ୍ଥଗିତ

ନୂଆଗାଁ,(ନୟାଗଡ଼ ଦର୍ପଣ) : ନୂଆଗାଁ ବ୍ଲକ ପରିସରରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମାଜିକ ଆର୍ଥିକ ପଛୁଆ ବର୍ଗ ଜାତି ସର୍ଭେ କାର୍ଯ୍ୟ କରିବାପାଇଁ ପ୍ରାଥମିକ ଶିକ୍ଷକ ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । କିନ୍ତୁ ପ୍ରାଥମିକ ଶିକ୍ଷକ ସଂଘ ଦ୍ଵାରା ବିରୋଧ କରାଯାଇ ବିଡ଼ିଓଙ୍କ ଲିଖିତ ଅଭିଯୋଗ କରାଯିବା ପରେ ପ୍ରଶିକ୍ଷଣ ସ୍ଥଗିତ ହୋଇଥିଲା । ଲିଖିତ ଅଭିଯୋଗ ଅନୁଯାୟୀ ବ୍ଲକର ଶିକ୍ଷକ ଶିକ୍ଷୟତ୍ରୀ ସାମାଜିକ ଆର୍ଥିକ ପଛୁଆ ବର୍ଗ ଜାତି ସର୍ଭେ କାର୍ଯ୍ୟ କରିବା ପାଇଁ ନିଯୋଜିତ ହୋଇଛନ୍ତି । କିନ୍ତୁ ସରକାରଙ୍କ ଦ୍ଵାରା ପ୍ରଦତ ସର୍ଭେ ହାଣ୍ଡବୁକର ଚତୁର୍ଥ ପୃଷ୍ଠାରେ ଅଙ୍ଗନ୍ ୱାଡ଼ି କର୍ମୀ, କର ଅସୁଲକାରୀ ଓ ୱାର୍ଡ ଅଫିସର ମାନଙ୍କୁ ନିଯୁକ୍ତି କରିବାପାଇଁ ନିର୍ଦେଶ ଅଛି । ଶିକ୍ଷକ ମାନଙ୍କୁ ନିଯୁକ୍ତି କରିବାପାଇଁ କୌଣସି ନିର୍ଦ୍ଦେଶ…

Read More

ନୂଆଗାଁ ବ୍ଲକରେ ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି ପ୍ରଶିକ୍ଷଣ ଶିବିର

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟଳୟ ପରିସରରେ ଥିବା ସଦଭାବନା ଗୃହରେ ରାଜ୍ୟ ଶିଶୁ ସୁରକ୍ଷା ସମିତି, ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଡ଼ିଓ ସଚିଦା ନନ୍ଦ ମିଶ୍ର, ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ୧୬ ନଂ ଜିଲ୍ଲା ପରିଷଦ ସଭ୍ୟା ଜସ୍ମୀନ ଦାସ, ୧୭ ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା ପ୍ରମୁଖ ଯୋଗଦେଇଥିଲେ। ନୂଆଗାଁ ବ୍ଲକ ସିଡ଼ିପିଓ ଶୁଭ୍ରକେଶୀ ମଲ୍ଲିକଙ୍କ ତତ୍ବାବଧାନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କମିଟିର ମୂଳଲକ୍ଷ ସମାଜରେ ନିଷ୍ପେସିତ ହେଉଥିବା ଶିଶୁମାନଙ୍କୁ କିପରି ସୁରକ୍ଷା ଦିଆଯିବ ତାରି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି…

Read More