ନୟାଗଡ଼,(ନୟାଗଡ଼ ଦର୍ପଣ): ଅନନ୍ୟା ଫାଉଣ୍ଡେସନ୍ ତରଫରୁ ସମାଜସେବୀ ସୌମ୍ୟା ସୁଭ୍ରା ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା ପାଳନ କରାଯାଇଛି। ନୟାଗଡ଼ ସହର ସ୍ଥିତ ତ୍ରିନାଥ ଛକ ନିକଟ ଗାନ୍ଧୀ ମୂର୍ତ୍ତୀ ପାଖରେ ଅନନ୍ୟା ଫାଉଣ୍ଡେସନର ସଦସ୍ୟ ମାନଙ୍କ ଦ୍ଵାରା ଏକ ଶୋକ ସଭା ପାଳନ କରାଯିବା ସହ ସ୍ମୃତିଚାରଣ କରାଯାଇଥିଲା। ଦୈନିକ ଓଡ଼ିଆ ଖବରକାଗଜ ସମାଜର ଜିଲ୍ଲା ପ୍ରତିନିଧି ଶୁଭେନ୍ଦୁ ଦାସ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ବର୍ତ୍ତମାନର ଅବକ୍ଷୟମୁଖି ସମାଜରେ ଯୁବ ସମାଜସେବୀଙ୍କ ଅକାଳ ବିୟୋଗ ନିହାତି ରୂପେ ଅପୂରଣୀୟ କ୍ଷତି। ସୂଚନାଯୋଗ୍ୟ ଯେ ଛବିଶି ବର୍ଷୀୟ ସୌମ୍ୟା ଖୁବ୍ କମ୍ ସମୟରେ ସମାଜସେବାକୁ ବ୍ରତ ଭାବେ ଗ୍ରହଣ କରି ନିଆରା ପରିଚୟ ସୃଷ୍ଟି କରି ପାରିଥିଲେ। ବିଭିନ୍ନ ସମୟରେ ଅନନ୍ୟା ଫାଉଣ୍ଡେସନ ସମେତ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ହୋଇ ରକ୍ତଦାନ, ବୃକ୍ଷରୋପଣ, ରିଲିଫ ବଣ୍ଟନ ସହ ଅନେକ କାର୍ଯ୍ୟକ୍ରମରେ ସାମିଲ ଥିଲେ।
ସମାଜସେବୀ ସୌମ୍ୟାଙ୍କୁ ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି
