ମିଶନ ଶକ୍ତି ଗୃହ ଉଦଘାଟନ ସହ ଶ୍ରୀ ଶ୍ରୀ ଦଧିବାମନ ଜୀଉ ନୂତନ ମନ୍ଦିର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଦଶପଲ୍ଲା ବିଧାୟକ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୋରଡ଼ା ଗଡରେ ମିଶନ ଶକ୍ତି ଗୃହ ଉଦଘାଟନ ଏବଂ ଶ୍ରୀ ଶ୍ରୀ ଦଧି ବାମନ ଜୀଉଙ୍କ ନୂତନ ମନ୍ଦିର ଶୁଭ ଭିତ୍ତପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମିଶନ ଶକ୍ତି ଗୃହ ଉଦଘାଟନ କରିବା ସହ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ମନ୍ଦିର ନିର୍ମାଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ସରପଞ୍ଚ ନିରୁପମା ପାତ୍ର, ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ବେହେରା, ଗ୍ରାମ ସଭାପତି ପ୍ରମୋଦ କୁମାର ଦାଶ, ସମ୍ପାଦକ ଭଗବାନ ପ୍ରଧାନ, ବସନ୍ତ ଚୌଧୁରୀ, ବ୍ଲକ୍ କଳା ସଂସ୍କୃତି ସଂଘର ଉପ ସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ, ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ।

Related posts