ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ବ୍ଳକ ଅନ୍ତର୍ଗତ ଇଟାମାଟି ସ୍ଥିତ ଆଇଡିଓଲ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଚ୍ (ଆଇଆଇଏମଏସ)ର ୩ୟ ଓରିଏଣ୍ଟସନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସଞ୍ଜିତ ରୋସନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ନାଟ୍ୟ ଭୂଷଣ ଡ଼ଃ. ବିଜୟ କୁମାର ଚୌଧୁରୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ପରିବାର, ମାନବିକତା, ଆଦର୍ଶ ବ୍ୟକ୍ତିର ପରିଚାଳନା ଦକ୍ଷତା ଉପରେ ଆଲୋକପାତ କରିଥିଲେ ଡ଼ଃ. ଚୌଧୁରୀ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦର୍ପନାରାୟଣପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ମହେନ୍ଦ୍ର କୁମାର ମହାନ୍ତି, ସୁବର୍ଣ୍ଣପୁର ଜିଲ୍ଲା ବିନିକାର ସିଦ୍ଧାର୍ଥ ମହାବିଦ୍ୟାଳୟର ଅଧ୍ୟକ୍ଷା ରେଖା ପଧାନ, ଇଟାମାଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ନାଏକ, ପ୍ରଫେସର କିଶୋର ଚନ୍ଦ୍ର ମିଶ୍ର, ଆଇ ଆଇ ଏମ ଏସ ଭୁବନେଶ୍ବରର ଅଧ୍ୟକ୍ଷ ରାଷ୍ଟ୍ର ରଞ୍ଜନ ମହାନ୍ତି, ଅଧ୍ୟାପକ ପ୍ରଦୀପ କୁମାର ବିଶ୍ବାଳ ଏବଂ ଅନୁଷ୍ଠାନର ସମ୍ପାଦକ ଶିଶିର କୁମାର ପଟ୍ଟନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ କଠିନ ପରିଶ୍ରମ କରି ସଫଳତା ପାଇବାକୁ ପରାମର୍ଶ ଦେଇଥିଲେ। ସଫଳତା ପାଇବା ପାଇଁ ଏଭଳି ସ୍ବପ୍ନ ଦେଖ ଯେପରି ସ୍ବପ୍ନ ସୁଆଇ ଦେବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର, ସମ୍ବଲପୁର, ସୁନ୍ଦରଗଡ, ବରଗଡ, କନ୍ଧମାଳ, ମାଲକାନାଗିରି ଆଦି ଜିଲ୍ଲାର ଛାତ୍ରୀଛାତ୍ର ଯୋଗଦେଇ ଥିଲେ। ଏହି ଅବସରରେ ଅନୁଷ୍ଠାନର କର୍ମଚାରୀ, ଛାତ୍ରୀଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମକୁ ପୀତାମ୍ବର ସାହୁ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ଅଧ୍ୟକ୍ଷ ଦୁର୍ବାଶା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଅନନ୍ୟା ମଲ୍ଲିକ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଆଇଆଇଏମ୍ଏସରେ ଓରିଏଣ୍ଟେସନ କାର୍ଯ୍ୟକ୍ରମ
