ପଛୁଆ ବର୍ଗ ସର୍ଭେ କେନ୍ଦ୍ର ପରିଦର୍ଶନ କଲେ ନୟାଗଡ଼ ଜିଲ୍ଲାପାଳ


ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡିଶା ପଛୁଆ ବର୍ଗର ସାମାଜିକ ଓ ଶିକ୍ଷାଗତ
ସ୍ଥିତିର ସର୍ଭେ କାର୍ଯ୍ୟ ସାରା ଓଡିଶାରେ ଚାଲୁ ରହିଛି । ମେ ୧ ତାରିଖରୁ ମେ
୨୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ । ଏଥିନିମନ୍ତେ ନୟାଗଡ଼
ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଏହି ସର୍ଭେକେନ୍ଦ୍ର ଖୋଲାଯାଇଛି । ଆଜି ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ନୟାଗଡ଼ ପୌରାଞ୍ଚଳ ଓ ନୟାଗଡ଼ ବ୍ଳକର କିଛି ସର୍ଭେ କେନ୍ଦ୍ର ପରିଦର୍ଶନ କରିଛନ୍ତି । ନୟାଗଡ଼ ପୌରାଞ୍ଚଳର ୮ନମ୍ବର ୱାର୍ଡ, ୫ ନଂ ୱାର୍ଡର ଦକ୍ଷିଣକାଳୀ ପଡିଆ ନିକଟରେ ଥିବା କେନ୍ଦ୍ର ଓ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପାଖରେ ଥିବା ମିଶନ ଶକ୍ତି କେନ୍ଦ୍ରକୁ ପରିଦର୍ଶନ କରିଥିଲେ। ସାଧାରଣତଃ ସହରର ଜନସାଧାରଣ ସର୍ଭେ କେନ୍ଦ୍ରକୁ ଆସୁନଥିବା ଜଣାପଡିଥିଲା । ଏଥିନିମନ୍ତେ ନୟାଗଡ଼ ପୌରାଞ୍ଚଳ ପକ୍ଷରୁ ଆସନ୍ତା କାଲିଠାରୁ ଦ୍ବାର ଦ୍ବାର ବୁଲି ସଚେତନ କରାଯିବ ବୋଲି ଜଣାପଡିଛି ।

ଏଥିସହିତ ଜିଲ୍ଲାପାଳ ନୟାଗଡ଼ ବ୍ଲକର ବଡ଼ପଣ୍ଡୁସର ପଞ୍ଚାୟତ ଅନ୍ତର୍ଗତ
ସରପଡ଼ା କେନ୍ଦ୍ର ଓ ଇଟାମାଟି ପଞ୍ଚାୟତ ଅନ୍ତର୍ଗତ ପ୍ରତାପ ପ୍ରସାଦ କେନ୍ଦ୍ର ବୁଲି
ଦେଖିଥିଲେ । ଲୋକମାନେ କିପରି ଅଧିକରୁ ଅଧିକ ଆସିବେ ସେଥି ନିମନ୍ତେ
ସଚେତନ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳଙ୍କ ଏହି ପରିଦର୍ଶନରେ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହି ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଡିଡବ୍ଲୁଓ ଦୟାନିଧି ନାୟକ, ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବାତି ମିଶ୍ର, ନୟାଗଡ଼ ବ୍ଳକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ପ୍ରଭାତ କୁମାର ସିଂ, ଏପିଓ ମିଟନ ମହାପାତ୍ର ଓ ବରିଷ୍ଠ କିରାଣୀ ବନମାଳୀ ସ୍ବାଇଁ ପ୍ରମୁଖ ସାମିଲ ହୋଇଥିଲେ।

Related posts