ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ଥାନା ୫୭ନଂ ଜାତୀୟ ରାଜପଥ କାଚପଲ୍ଲୀ ଠାରେ ଗଞ୍ଜେଇ ଗାଡ଼ି ବାଇକରେ ଯାଉଥିବା ବାପ ଝିଅକୁ ଧକ୍କା ଦେବାରୁ ଉଭୟ ବାପ ଝିଅ ଗୁରୁତର ହୋଇଥିବା ଜଣା ପଡିଛି। ସୂଚନାଥାଉକି, ଏକ ଗଞ୍ଜେଇ ଗାଡ଼ି କାର ନଂ (ଓଆର ୦୨ ବିଏ ୧୯୯୪) ଫୁଲବାଣୀରୁ ଭୁବନେଶ୍ବର ଯାଉଥିବା ଗଞ୍ଜେଇ ଭର୍ତି କାର କାଚପଲ୍ଲୀ ଛକ ନିକଟରେ ମହିତମା ଗ୍ରାମର ରାଘବ ନାଏକ ଏବଂ ତାଙ୍କ ଝିଅ ଉଷାରାଣୀ ନାଏକ ବାଇକ୍ରେ ଯାଉଥିବା ବେଳେ ପଛରୁ ଧକ୍କା ଦେବାରୁ ଉଭୟ ବାପ, ଝିଅ ଗୁରୁତର ହୋଇଥିଲେ। ଘଟଣା ସ୍ଥଳରେ ନୂଆଗାଁ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗୁରୁତର ବାପ ଝିଅଙ୍କୁ ମହିପୁର ଚିକିତ୍ସାଳୟକୁ ନେଇଥିଲେ। ନୂଆଗାଁ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରି ନୂଆଗାଁ ଥାନାକୁ ଆଣିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏମିତି ଦୈନିକ ଚୋରା ଚାଲାଣ ହେଉଛି ଗଞ୍ଜେଇ କିନ୍ତୁ ଆମ ଜିଲ୍ଲା ଅବକାରୀ ବିଭାଗ ନିଘୋଡ଼ ନିଦ୍ରାରେ ସୋଇଥିବା ଅଭିଯୋଗ କରିଛନ୍ତି।
ଗଞ୍ଜେଇ ଭର୍ତ୍ତି ଗାଡ଼ି ଧକ୍କାରେ ବାପ ଝିଅ ଗୁରୁତର, ଦୈନିକ ଚୋରା ଚାଲାଣ ହେଉଛି ଗଞ୍ଜେଇ ଶୋଇଛି ଅବକାରୀ ବିଭାଗ
