ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରୁ ଜଣେ ନାବାଳକକୁ ଚାଇଲ୍ଡ ଲାଇନ ଉଦ୍ଧାର କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଗୋହାଟି ଥାନା ଚନମାରିର ନାବାଳକ ଶୁଭକିଲ ଇସଲାମ, ପିତା ରାଜକଲି ନିଜ ବାପା ସହିତ ଗୋହାଟିରୁ କେରଳ ଯାଉଥିବା ବେଳେ ଭୁଲରେ ଓଡିଶା ଟ୍ରେନରେ ପୂରୀ ଚାଲିଆସିଥିଲା। ପୁରୀରୁ ନୂଆଗାଁ ଟ୍ରେନରେ ଆସି ଦୁଇଦିନ ସୋରଡ଼ା ଅଞ୍ଚଳରେ ବୁଲୁଥିବା ବେଳେ ଗ୍ରାମବାସୀ ନାବାଳକକୁ ଆଣି ନୂଆଗାଁ ପୋଲିସକୁ ହସ୍ତାନ୍ତର କରିଥିଲେ। ନୂଆଗାଁ ଥାନା ପୋଲିସ ନୟାଗଡ଼ ଚାଇଲ୍ଡ ଲାଇନକୁ ଖବର ଦେବା ପରେ ସେମାନେ ନୂଆଗାଁ ଥାନାରୁ ନାବାଳକକୁ ଉଦ୍ଧାର କରିବା ସହ ନାବଳକର ପରିବାରକୁ ଯୋଗାଯୋଗ ପାଇଁ ସୂଚନା ଦେଇଥିଲେ । ତତ୍ ସହିତ ନୟାଗଡ଼ ଜିଲ୍ଲା ଶିଶୁ ମଙ୍ଗଲ ସମିତି କାର୍ଯ୍ୟାଳୟରେ ନାବାଳକକୁ ହାଜର କରାଯିବା ପରେ ନାବାଳକକୁ ନୟାଗଡ କଳା ପରିଷଦରେ ରଖା ଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ନୟାଗଡ ଚାଇଲ୍ଡ ଲାଇନ କାଉନସିଲର ଚନ୍ଦ୍ର ଶେଖର ବେହେରା, ବିକ୍ରମ ପ୍ରଧାନ ଓ ନୂଆଗାଁ ଥାନା ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।
ଗୋହାଟିର ନାବାଳକକୁ ନୂଆଗାଁ ଥାନାରୁ ଉଦ୍ଧାର କଲା ଚାଇଲ୍ଡ ଲାଇନ
