ରାଜ୍ୟ ବିଜେଡିର ବରିଷ୍ଠ ମହିଳା ଉପ ସଭାପତି ପ୍ରଭାସିନୀ ନନ୍ଦଙ୍କ ମହତ କାର୍ଯ୍ୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ବିଜେଡିର ବରିଷ୍ଠ ମହିଳା ଉପସଭାପତି ପ୍ରଭାସିନୀ ନନ୍ଦ ଓଡଗାଁ ବ୍ଲକର ବାଣ୍ଠପୁର ପଂଚାୟତର ଶାଳିଆଝରି ଓ ନେପାଳ ଗ୍ରାମ ଗ୍ରସ୍ତ କରିଛନ୍ତି। ଶାଳିଆଝରି ଗ୍ରାମରେ କାଜୁପଦାକୁ ନେଇ ଗ୍ରାମବାସୀ ଓ ନିଲାମଧାରୀଙ୍କ ମଧ୍ୟରେ ଯେଉଁ ବାଦ ବିବାଦ ଉପୁଜିଛି ତାହାରି ଉପରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ତାହା କିଭଳି ସମାଧାନ ହୋଇପାରିବ ସେ ଦିଗରେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବେ ବୋଲି ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଥିଲେ। ଏବଂ ଗ୍ରାମର କିଛି ବୟସ୍କ ବୁଢ଼ା ବୁଢ଼ୀଙ୍କ ବାର୍ଦ୍ଧକ୍ୟ ଭତା ଆଜି ସୁଦ୍ଧା ପାଇବାରୁ ବଂଚିତ ଥିବାରୁ ଲୋକମାନେ ତାଙ୍କ ପାଖରେ ଅଭିଯୋଗ କରିଥିଲେ। ଏହାପରେ ନୟାଗଡ଼ର ନଗଡା କୁହାଯାଉଥିବା ନେପାଳ ଗ୍ରାମକୁ ଯାଇ ଗ୍ରାମର ଛୋଟ ପିଲାମାନଙ୍କୁ ବହି ସିଲଟ, ଖଡ଼ି ବିସ୍କୁଟ ଆଦି ବଣ୍ଟନ କରିଥିଲେ, କାରଣ ଏହି ଗ୍ରାମରେ ସ୍କୁଲ ନ ଥିବାରୁ ପିଲାମାନେ ଶିକ୍ଷା ଦାନରୁ ବଂଚିତ ଅଛନ୍ତି। ସେଥିପାଇଁ ପ୍ରଭାସିନୀ ନନ୍ଦଙ୍କ ଯେଉଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅଛି ତାରିମାଧ୍ୟମରେ ସେ ସେହି ନେପାଳ ଗ୍ରାମକୁ ପୋଷ୍ୟ ଗ୍ରାମ ରୂପେ ଗ୍ରହଣ କଲେ ବୋଲି ଗ୍ରାମବାସୀଙ୍କ ଆଗରେ ପ୍ରକାଶ କଲେ ଏବଂ ଏହି ପିଲାମାନେ କିଭଳି ପାଠ ପଢି ଶିକ୍ଷିତ ହୋଇପାରିବେ ସେଥ୍‌ପାଇଁ ଗ୍ରାମର ଦୁଇଜଣ ମହିଳାଙ୍କୁ ଦୁଇ ଟାଇମ ଟିଉସନ କରିବା ପାଇଁ ନିଯୁକ୍ତି କରିବା ସହିତ ସେମାନଙ୍କୁ ମାସକୁ ମାସ ବେତନ ଦେବାପାଇଁ ଜନସାଧାରଣଙ୍କ ଆଗରେ ପ୍ରତିଷ୍ଠିତ ଦେଇଛନ୍ତି। ଗ୍ରାମର ଯେଉଁ ସବୁ ସମସ୍ୟା ଅଛି ତା’ଉପରେ ସେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା କରି ଯଥା ଶୀଘ୍ର ସମସ୍ୟାର ସମାଧାନ କରିବେ ବୋଲି ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ।

Related posts