ଦାସିଆ ଅଜାଙ୍କ ୧୧୬ତମ ଜନ୍ମବାର୍ଷିକୀ ଅବସରରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୧୧୬ତମ ଜନ୍ମ ଜୟନ୍ତୀ ଅବସରରେ ଦାସିଆ ଅଜା ସ୍ମୃତି କମିଟି ତରଫରୁ କଚେରୀ ବଜାରସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଦାସିଆ ଅଜା ଅମର ରହେ,ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ସ୍ମୃତି କମିଟି ଅଧ୍ୟକ୍ଷ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ନୟାଗଡ଼ ମୁନିସିପାଲଟି ଉପାଧ୍ୟକ୍ଷ…

Read More

ଦଶପଲ୍ଲା ଥାନାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଥାନା ପରିସରରେ ‘ଆମ ପୁଲିସ ସମିତି’ ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ଦଶପଲ୍ଲା ଅଂଚଳର ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ। ଦିନକୁ ଦିନ ଦଶପଲ୍ଲା ଅଂଚଳରେ, ଚୋରି, ରାହାଜାନୀ, ଛିନତାଇ, ନିଶା କାରବାର, ହତ୍ୟା, ମାର୍ ପିଟ୍ ଭଳି, ଅପରାଧିକ କାର୍ଯ୍ୟକଳାପ ଏବଂ ଚୋରା ଚାଲାଣ ବୃଦ୍ଧି ପାଉଥିବାରୁ ଏହା ଉପରେ ସଚେତନ ନାଗରିକ ମାନେ, ବିସ୍ତ୍ରୁତ ଆଲୋଚନା କରିଥିଲା। ବିଭିନ୍ନ କାର୍ଯ୍ୟରେ ପୁଲିସକୁ ଜନସାଧାରଣ ସହଯୋଗ କରିବା ପାଇଁ ପୋଲିସ ଅଧିକାରୀ ବସନ୍ତ କୁମାର ସାହୁ ନିବେଦନ କରିଥିଲେ । ଦଶପଲ୍ଲା ଭଳି ଏକ ଗୁରୁତ୍ବପୂର୍ଣ୍ଣ ଥାନା ଅଂଚଳର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସଠିକ୍ ଭାବରେ ପରିଚାଳିତ କରୁଥିବାରୁ ଥାନାଧିକାରୀ ବସନ୍ତ କୁମାର…

Read More

ବିଶ୍ୱ ହାସ୍ୟ ଦିବସ: ଚଳିତବର୍ଷ ହାସ୍ୟ ରସିକ ଉପାୟନ ପାଇଲେ ଶ୍ରୀଯୁକ୍ତ ସତ୍ୟାନାଶ

ନୟାଗଡ଼,(ନୟାଗଡ଼ ଦର୍ପଣ): ମଇ ମାସର ପ୍ରଥମ ରବିବାରକୁ ବିଶ୍ୱ ହାସ୍ୟ ଦିବସ ରୂପେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ବିଶ୍ବ ହାସ୍ୟ ଦିବସ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ନୟାଗଡ଼ ପୁରୁଣାସହର ଜଗନ୍ନାଥ ମନ୍ଦିର ସାମନା ଯଦୁମଣି ମଣ୍ଡପଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ହାସ୍ୟ ଅଭିନେତା ବ୍ରଜ ସିଂ, ନିଉଜ ଫିଉଜର ସଂଚାଳକ ତଥା ହାସ୍ୟାଭିନେତା ହୃଷିକେଶ ଦାସ, ଜ୍ଞାନ ହୋତା, ବୋଲଗଡ଼ ଏକ୍ସପ୍ରେସ ବ୍ରଜ ସୁବୁଦ୍ଧି, ଡ଼ଃ. କୁଳାଙ୍ଗାର, ଶ୍ରୀଯୁକ୍ତ ସତ୍ୟାନାଶ, ଡ. ରମାକାନ୍ତ…

Read More

ଅଡିଟୋରିୟମ ସମ୍ମୁଖରେ ପଠାଣି ସାମନ୍ତଙ୍କ ବ୍ରୋଞ୍ଜ ମୂର୍ତ୍ତି ସ୍ଥାପନା ଦାବି କଲା ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ସ୍ଥିତ ପଠାଣି ସାମନ୍ତ ଅଡିଟୋରିଅମର ନବକଳେବ ହେଉଥିବା ପରିପ୍ରେକ୍ଷୀରେ ଏହାର ମୁଖ୍ୟ ପ୍ରବେଶ ପଥରେ ପଠାଣି ସାମନ୍ତଙ୍କ ସୁଦୃଶ୍ୟ ବ୍ରୋଞ୍ଜ ମୂର୍ତ୍ତି ସ୍ଥାପନ ପାଇଁ ଦାବି କରାଯାଇଛି। ସୂଚନାଯୋଗ୍ୟ ଯେ ନୟାଗଡ଼ ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ପଠାଣି ସାମନ୍ତ ଅଡିଟୋରିୟମ ନୂଆ ରୂପରେ ଲୋକାର୍ପଣ ହେବାକୁ ଯାଉଅଛି। ଏହା ନୟାଗଡ଼ବାସୀଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର କଥା । ସ୍ଥାନୀୟ ବିଧାୟକ, ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଉଚିତ ପଦକ୍ଷେପ ବାସ୍ତବରେ ପ୍ରଶଂସନୀୟ। ଉକ୍ତ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତେ ଚେଷ୍ଟିତ । ଯେଉଁ ମନିଷୀଙ୍କ ନାମରେ ଉକ୍ତ ଅଡିଟୋରିୟମ ନାମିତ ସେ ହେଉଛନ୍ତି ବିଶ୍ୱବିଦିତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତ ( ସାମନ୍ତ ଚନ୍ଦ୍ରଶେଖର ସିଂ ହରିଚନ୍ଦନ ମହାପାତ୍ର) । ଦୁଃଖ ଏବଂ ପରିତାପର ବିଷୟ ଏହିକି ଯେ, ଅଦ୍ୟାବଧି ତାଙ୍କର ପ୍ରତିମୂର୍ତ୍ତୀ…

Read More

ନୟାଗଡ଼ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ମହାନ୍ ସ୍ବାଧୀନତା ସଂଗ୍ରାମୀ, ଆଧୁନିକ ଓଡ଼ିଶାର ନିର୍ମାତା, ଓଡ଼ିଆ ଭାଷା ଆନ୍ଦୋଳନର ମୂଖ୍ୟ ପୁରୋଧା, ଓଡ଼ିଶାର ପ୍ରଥମ ସ୍ନାତକ, ସୁପ୍ରସିଦ୍ଧ ଆଇନଜୀବୀ, ସମାଜ ସଂସ୍କାରକ, ସାମ୍ବାଦିକ, ଲେଖକ ତଥା କବି, ମଧୁ ବାରିଷ୍ଟର ନାମରେ ଓଡ଼ିଶାର ଘରେ ଘରେ ସୁପରିଚିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଆଜି ନୟାଗଡ଼ ରେ ପାଳିତ ହୋଇଯାଇଛି। ନୟାଗଡ଼ ସ୍ଥିତ ପୂଜ୍ୟପୂଜା କମିଟି ପକ୍ଷରୁ ସ୍ଥାନୀୟ ବ୍ରଜେନ୍ଦ୍ର ହାଇସ୍କୁଲ ରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବା ସହ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂଜ୍ୟପୂଜା କମିଟି ର ସଂପାଦକ ଅରୁଣ ମହାନ୍ତି, ସହ ସଂପାଦକ ଧିରେନ୍ଦ୍ର ପଟ୍ଟନାୟକ, ସଭ୍ୟ ଆରିଫ ଖାଁ, ଅବିନାଶ ସାହୁ, ବିମଳ ପଟ୍ଟନାୟକ, ପ୍ରଦୀପ ସାହୁ, ପ୍ରଫୁଲ୍ଲ ନାୟକ ପ୍ରମୁଖ ଙ୍କ ସହିତ ଧରିତ୍ରୀ ଜିଲ୍ଲା ପ୍ରତିନିଧି…

Read More

ବ୍ୟଙ୍ଗବାଗିଶ ଶ୍ରୀଯୁକ୍ତ ସତ୍ୟାନାଶ ପାଇବେ ରାଜ୍ୟସ୍ତରୀୟ ଉତ୍କଳଘଣ୍ଟ ହାସ୍ୟରସିକ ଉପାୟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ବିଶ୍ୱ ହାସ୍ୟ ଦିବସ ଉପଲକ୍ଷେ ଆସନ୍ତା ମଇ ମାସ ୭ତାରିଖ ୨୦୨୩ (ରବିବାର) ସନ୍ଧ୍ୟା ୭ଟା ସମୟରେ ପୁରୁଣାସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଯଦୁମଣି ମଣ୍ଡପରେ ‘ହସି-ହସାଅ’ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏପରି ଏକ ମନମତାଣିଆ ଉତ୍ସବରେ ଓଡ଼ିଶାର ପ୍ରତିଷ୍ଠିତ ବ୍ୟଙ୍ଗକାର ତଥା ବ୍ୟଙ୍ଗବାଗୀଶ ଶ୍ରୀଯୁକ୍ତ ସତ୍ୟାନାଶଙ୍କୁ ରାଜ୍ୟସ୍ତରୀୟ ଉତ୍କଳଘଣ୍ଟ ହାସ୍ୟରସିକ ଉପାୟନ ସମେତ ନଗଦ ୨୧ହଜାର ଟଙ୍କାର ଅର୍ଥରାଶି, ଉପାୟନ ଏବଂ ମାନପତ୍ର ପ୍ରଦାନ କରାଯିବ । ଉକ୍ତ ସନ୍ଧ୍ୟାକୁ ମଧୁମୟ କରିବା ନିମନ୍ତେ ଓଡ଼ିଶାର ବିଶିଷ୍ଟ ହାସ୍ୟବ୍ୟଙ୍ଗର ଧୂରୀଣ କଳାକାରମାନଙ୍କ ଦ୍ଵାରା ଆୟୋଜିତ ‘ହସି-ହସାଅ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଡ଼ଃ. ନିର୍ମଳ ଶୁରଦେଓ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

Read More

ନୟାଗଡ଼ର ଦିବ୍ୟାଙ୍ଗ ଲେଖକଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଉତ୍କଳ ଦିବସ ଅବସରରେ ଭାରତୀୟ ରେଡ଼କ୍ରସ ଓଡ଼ିଶା ରାଜ୍ୟଶାଖା ପକ୍ଷରୁ ନୟାଗଡ଼ ଜିଲ୍ଲାର ବିଶିଷ୍ଟ ଦିବ୍ୟାଙ୍ଗ ଲେଖକ ଧୀରେନ୍ଦ୍ର କୁମାର ସାମନ୍ତସିଂହାରଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ସହିତ ପୁରସ୍କୃତ କରାଯାଇଛି। ଏହି ଉପଲକ୍ଷେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଯୋଗଦାନ କରି ଲେଖକ ଶ୍ରୀଯୁକ୍ତ ସାମନ୍ତସିଂହାରଙ୍କୁ ମାନପତ୍ର ସହିତ ୨୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ବିଧାୟକ ଅନନ୍ତ ଜେନା, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଂଜନ ଦାସଙ୍କ ସମେତ ରେଡ଼କ୍ର ସୋସାଇଟିର ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ । ସୂଚନାଯୋଗ୍ୟ…

Read More

ନୟାଗଡ଼ରେ ଗଢ଼ି ଉଠିଥିବା ‘ସିଭିଲ ସୋସାଇଟ’ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ମଧ୍ୟରେ ଥିବା ନୀଳମାଧବକଲ୍ୟାଣ ମଣ୍ଡପ ଠାରେ ସିଭିଲ ସୋସାଇଟର ବାର୍ଷିକ ଉତ୍ସବ ଅନୁଷ୍ଠିତହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ନୟାଗଡ଼ ପୌରାଞ୍ଚଳ ଅଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷକିଶୋର ଚନ୍ଦ୍ର ସାହୁ, ସିଭିଲ ସୋସାଇଟର ସଭାପତି ଗୋଦାବରୀ ସାହୁ ଓସଂପାଦକ ଧନେଶ୍ବର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ସମାଜସେବୀ ଭଗବତୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେସଭାପତି ଗୋଦାବରୀ ସାହୁ ସିଭିଲ ସୋସାଇଟର ମୁଖ୍ୟ ଉଦ୍ଦେଶ୍ୟ ଉପରେଆଲୋକପାତ କରିଥିଲେ । ନୟାଗଡ଼ ସିଭିଲ ସୋସାଇଟ ନୟାଗଡ଼ ଜନ ସାଧାରଣଙ୍କ ସେବାରେ ଉତ୍ସର୍ଗିକୃତ ବୋଲି ପ୍ରକାଶ କରିଥିଲେ । ନୟାଗଡ଼ରେ…

Read More

ଶୁଭେଚ୍ଛା ଏନସିସି ଜୁନିଅର୍ ଅଣ୍ଡର ଅଫିସର ଦିପ୍ତିମୟୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମହାବିଦ୍ୟାଳୟର, ସଂସ୍କୃତ ବିଭାଗର ଛାତ୍ରୀ ତଥା NCC ଜୁନିଅର୍ ଅଣ୍ଡର ଅଫିସର ଦିପ୍ତିମୟୀ ଡାକୁଆ ସାଧାରଣତନ୍ତ୍ର ଦିବସ ଶିବିର(2023), ନୂଆଦିଲ୍ଲୀରେ ସଫଳତାପୂର୍ବକ ଭାଗନେଇ ଜିଲ୍ଲା ତଥା ରଜ୍ୟପାଇଁ ଗୌରବ ଆଣିଥିବାରୁ ଆଜି ନୟାଗଡ଼ ଜିଲ୍ଲପାଳ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ସାହୁ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଦିପ୍ତି ହେଉଛନ୍ତି ନୟାଗଡ଼ ଅନ୍ତର୍ଗତ ବାଲୁଗାଁର ଶ୍ରୀ କୃଷ୍ଣଚନ୍ଦ୍ର ଡାକୁଆ ଓ ଶ୍ରୀମତୀ ଟୁନୀ ଡାକୁଆଙ୍କ ଝିଅ। ଏହି ଅବସରରେ ସେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ପ୍ରଧାନ, 1(O) girls’ BN, NCC, Bhubaneswar ର କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣଲ୍ ବିକାଶ ମଣ୍ଡଳ, ଆଡାମ୍ ଅଫିସର୍ ସୀମା ଜୈଶ୍ୱାଲ୍ , ଏ.ଏନ୍.ଓ ଲେଫ୍ଟନାଣ୍ଟ ବିନ୍ଦୁଲତା ଷଣ୍ଢ, ବାପା, ମା ଏବଂ ବାଟାଲିୟନର ପ୍ରଶିକ୍ଷକମାନଙ୍କୁ  କୃତଜ୍ଞତା ଜ୍ଞାପନ କରିଛନ୍ତି।

Read More

ନୟାଗଡ଼ ପାଇଁ ଗୌରବ ଆଣିଲେ ସ୍ବୟଂପ୍ରଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ଇକୋନୋମିକ୍ସରେ ଗୋଲଡ଼ ମେଡାଲ ପାଇ ଜିଲ୍ଲା ପାଇଁ ଗୌରବ ଆଣିଲେ ନୟାଗଡର ଝିଅ ସ୍ବୟଂପ୍ରଭା । ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଚାହାଳୀ ଗ୍ରାମର ଝିଅ ସ୍ୱୟଂପ୍ରଭା ବେହେରା ଜିଲ୍ଲା ସମଗ୍ର ପାଇଁ ଆଣିଛନ୍ତି ଗୌରବ । ଶ୍ରୀଯୁକ୍ତ ସତ୍ୟବାଦୀ ବେହେରା ଓ ଶ୍ରୀମତି ଜୟନ୍ତୀ ବେହେରାଙ୍କ ଝିଅ ହେଉଛନ୍ତି ସ୍ୱୟଂପ୍ରଭା ବେହେରା । ଭୁବନେଶ୍ବର ରମାଦେବୀ ମହିଳା ମହାବିଦ୍ୟାଳୟର ଇକୋନୋମିକ୍ସ ବିଭାଗରେ ଟପ୍ପର ହୋଇ ସମଗ୍ର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ଉଦାହରଣ ପାଲଟିଛନ୍ତି ସ୍ୱୟଂପ୍ରଭା ବେହେରା | ସ୍ୱୟଂପ୍ରଭା ପିଲାଟି ଦିନରୁ ଅତି ସରଳ ଏବଂ ମେଧାଵୀ ଛାତ୍ରୀ ଥିଲେ । ରମାଦେବୀ ମହିଳା ମହାବିଦ୍ୟାଳୟର ୨ ୟ ସମାବର୍ତ୍ତନ ଉତ୍ସବରେ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଗୋଲଡ଼ ମେଡାଲ ଓ ବୃତ୍ତି ପାଇଛନ୍ତି…

Read More