ନୟାଗଡ଼ ଦର୍ପଣର ନୂତନ କାର୍ଯ୍ୟାଳୟ ଉଦଘାଟିତ ସହ ‘ମଦ ମଣିଷ’ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଏବଂ ମିଡ଼ିଆ ହାଉସ ‘ଦର୍ପଣ ପବ୍ଲିକେଶନ’ର ନୂତନ କାର୍ଯ୍ୟାଳୟ ଆଜି ଦର୍ପଣ କ୍ୟାମ୍ପସରେ ଉଦଘାଟିତ ହେବା ସହିତ ଖବର କାଗଜ ଓ ନ୍ୟୁଜ ପୋର୍ଟାଲ ‘ନୟାଗଡ଼ ଦର୍ପଣ’ର ପ୍ରତିଷ୍ଠାତା ଗୀତିକଳ୍ପ ହରିଶ ପ୍ରଧାନଙ୍କ ଲିଖିତ ପୁସ୍ତକ ‘ମଦ ମଣିଷ’ ଉନ୍ମୋଚିତ ହୋଇଯାଇଛି। ଏଥିରେ ଉଦଘାଟକ ଭାବେ ନୟାଗଡ଼ର ବିଶିଷ୍ଟ ନାଟ୍ୟକାର ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ରାମଚନ୍ଦ୍ର ମିଶ୍ର ଯୋଗଦାନ କରି କାର୍ଯ୍ୟାଳୟ ଏବଂ ପୁସ୍ତକ ଉନ୍ମୋଚନ କରିଥିବା ବେଳେ କବି ଗୋଦାବରୀଶ ମିଶ୍ର, ନିର୍ମଳ ଶୁରଦେଓ, ପ୍ରାଧ୍ୟାପକ ଉମେଶ ମହାପାତ୍ର, ବସିରନ ବିବି, ଡ଼ ସୁକାନ୍ତି ମହାନ୍ତି, ପ୍ରଭାସିନୀ ବରାଡ଼, ସମାଜସେବୀ ଦାମୋଦର ସାହୁ, ଏମ. ଔରଙ୍ଗଜେବ, ପ୍ରଭାସିନୀ ନନ୍ଦ, ପ୍ରହଲ୍ଲାଦ ପ୍ରଧାନ, ଧିରେନ୍ଦ୍ର ପଟ୍ଟନାୟକ, କାଵଜ୍ଞ ସ୍ଥିତପ୍ରଜ୍ଞ, ଅନୱର ଅଲ୍ଲୀ, ସାମ୍ବାଦିକ ପ୍ରଶାନ୍ତ ଜେନା, ସାମ୍ବାଦିକ…

Read More

ବିଶ୍ୱ କବିତା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ କବିତା ଦିବସ ପାଳନ ଅବସରରେ ଏକ ସାହିତ୍ୟ ଆଲୋଚନା ଏବଂ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କବୟିତ୍ରୀ ଡ଼. ସୁକାନ୍ତି ମହାନ୍ତିଙ୍କ ଇଟାମାଟିସ୍ଥିତ ବାସଭବନ ଚନ୍ଦ୍ରକାନ୍ତି ନିଳୟଠାରେ ଅନୁଷ୍ଠିତ ଏହି ସାହିତ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଜିଲ୍ଲା ଲେଖକ ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର, କବି ନିର୍ମଳ ଶୁରଦେଓ,ଶିଶୁ କବୟିତ୍ରୀ ବସିରନ ବିବି,ଗୋଦାବରୀଶ ମିଶ୍ର ପ୍ରମୁଖ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଗତବର୍ଷ ପରଲୋକ ଗମନ କରିଥିବା ବରିଷ୍ଠ କବି ତଥା ଶିକ୍ଷାବିତ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଜିଲ୍ଲା ଲେଖକ ପରିଷଦ ସମ୍ପାଦକ ଶେଖ ଅବଦୁଲ ଖାଲିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବୟିତ୍ରୀ ନିଳିମା ନନ୍ଦଙ୍କ ସଂଯୋଜନାରେ…

Read More

କୁସୁମୀ ଏବଂ ସୁରେନ୍ଦ୍ର ମହାନ୍ତିଙ୍କ କ୍ଷୁଦ୍ରଗଳ୍ପ: ‘ଏକ ଆଲୋଚନା’ ପୁସ୍ତକ ଲୋକାପିର୍ତ

ଶରଣକୁଳ,(ନୟାଗଡ଼ ଦର୍ପଣ): ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦ ଶରଣକୁଳର “ବାଷିର୍କ ଉତ୍ସବ” ହରିହରପୁର ଗ୍ରୀନକ୍ଳବ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋଡ଼ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ଡ. ଗୋବିନ୍ଦ ଚନ୍ଦ୍ର ଦାଶ ଯୋଗଦେଇଥିଲାବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ବିଶିଷ୍ଟ ପରିବେଶବିତ୍ ଅନ୍ତଯ୍ୟାର୍ମୀ ସାହୁ, ହରିହରପୁର ଗ୍ରାମପଞ୍ଚାୟତର ସରପଞ୍ଚ ବିଳାସିନୀ ଦେଈ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର ତଥା ପରିଷଦର ସଭାପତି ଅଧ୍ୟକ୍ଷତା କରିଥିଲେ। କବି ନିରାକାର ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ଦ୍ଵାରା ଲିଖିତ “କୁସୁମୀ”…

Read More

ସ୍ମୃତିତୀର୍ଥ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ରଂଗ ଫଗୁଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ହୋଲି ସନ୍ଧ୍ୟାରେ ନୟାଗଡ଼ ସ୍ମୃତିତୀର୍ଥ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗଳ୍ପ, କବିତା ଏବଂ ସଙ୍ଗୀତର ମିଶ୍ରିତ କାର୍ଯ୍ୟକ୍ରମ ରଂଗ ଫଗୁଣ ନୟାଗଡ଼ ସାଗର ପୁଷ୍କରିଣୀ ତଟଦେଶରେ ଥିବା ବୁଦ୍ଧ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଆଲୋଚକ ଭାବେ ନାଟ୍ୟଭୂଷଣ ଡ଼. ବିଜୟ କୁମାର ଚୌଧୁରୀ, ପ୍ରାଧ୍ୟାପକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ ନାୟକ, ଜିଲ୍ଲା ଲେଖକ ପରିଷଦ ସମ୍ପାଦକ ଶେଖ ଅବଦୁଲ ଖାଲିକ ପ୍ରମୁଖ ଯୋଗଦାନ କରି ସାହିତ୍ୟରେ ରଙ୍ଗ ପାର୍ବଣ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ଆବାହକ କବି ପ୍ରଭାତ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ନିଜ ଆଭିମୁଖ୍ୟ ରଖିଥିବା ବେଳେ ଅଧ୍ୟାପକ ଗୁଣନିଧି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ଅନୁଷ୍ଠିତ କବିତା ପାଠ କାର୍ଯ୍ୟକ୍ରମକୁ ହରପ୍ରିୟା ଦ୍ବିବେଦୀ, ସ୍ମିତା ସ୍ବାଇଁ ଏବଂ କ୍ଷଣପ୍ରଭା…

Read More

ସମ୍ବାଦ ଓ ସାହିତ୍ୟ ପତ୍ରିକା ‘କୁସୁମାଞ୍ଜଳି’ର ଦ୍ୱିତୀୟ ସ୍ବର୍ଣ୍ଣକ୍ଷେତ୍ର ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରୁ ପ୍ରକାଶ ପାଉଥିବା ମାସିକ ସମ୍ବାଦ ଓ ସାହିତ୍ୟ ପତ୍ରିକା ‘କୁସୁମାଞ୍ଜଳି’ର ଦ୍ୱିତୀୟ ସ୍ବର୍ଣ୍ଣକ୍ଷେତ୍ର ଉତ୍ସବ ସ୍ଥାନୀୟ କୃଷ୍ଣଚନ୍ଦ୍ର କ୍ଲବ ସଭାଗୃହରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଗୋଲକ ବିହାରୀ ନାୟକଙ୍କ ପୌରହିତ୍ୟିରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇଥିବାବେଳେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସଭାପତି ତଥା ନାଟ୍ୟକାର ଓ ନାଟ୍ୟନିର୍ଦ୍ଦେଶକ ପ୍ରଧାନୀ ବୃନ୍ଦାବନ ମହାପାତ୍ର, ସୁସଂଯୋଜକ ତଥା ସୁଵକ୍ତା ମନୋଜ କୁମାର ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କବିମାନେ ସ୍ୱରଚିତ କବିତା ପାଠ କରିଥିଲେ। ଏହି ଅବସରରେ କବି ଗଜେନ୍ଦ୍ର ମହାରଣାଙ୍କୁ ‘କବି ପ୍ରତିଭା ସମ୍ମାନ’ରେ ସମର୍ଦ୍ଧିତ କରାଯାଇଥିଲା।…

Read More

ମାତୃଭାଷା ପ୍ରତି ଆମର ପ୍ରତିବଦ୍ଧତା ରହିଲେ ଭାଷାର ବିକାଶ ସହ ସାଂସ୍କୃତିକ ପ୍ରଗତି ସମ୍ଭବ ହୋଇପାରିବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାଷା ମାଧ୍ୟମରେ ସାଂସ୍କୃତିକ ବିବିଧତାକୁ ଲୋକାଭିମୁଖୀ କରିବା ତଥା ବହୁଭାଷାର ଗୁରୁତ୍ୱକୁ ପ୍ରାଧାନ୍ୟ ଦେବା ଦ୍ୱାରା ଭାଷା-ଏକତା ସୃଷ୍ଟି ହୋଇପାରିବ। ପୃଥିବୀରେ ବର୍ତ୍ତମାନ ପ୍ରାୟ ୭୦୦୦ ଭାଷା ପ୍ରଚଳିତ ଥିବାବେଳେ ପାଖାପାଖି ୪୦୦୦ ଭାଷା ବିଲୁପ୍ତ ପ୍ରାୟ ଅବସ୍ଥାରେ ଅଛି।ତେଣୁ ଭାଷାକୁ ନେଇ ସମଗ୍ର ପୃଥିବୀର ସ୍ଥିତି ଚିନ୍ତାଜନକ। ଭାରତରେ ପ୍ରାୟ ୪୫୦ ଭାଷା ପ୍ରଚଳିତ ଥିବାବେଳେ ସେଥିରୁ ପ୍ରାୟ ଏମିତି ୧୦ଟି ଭାଷା ଅଛି ଯାହା କହୁଥିବା ଲୋକଙ୍କ ସଂଖ୍ୟା ୧୦୦ ରୁ ମଧ୍ୟ କମ୍। ମାତୃଭାଷା ପ୍ରତି ଆମର ପ୍ରତିବଦ୍ଧତା ରହିଲେ ହିଁ ଭାଷାର ବିକାଶ ସହ ସାଂସ୍କୃତିକ ପ୍ରଗତି ସମ୍ଭବ ହୋଇପାରିବ। ମାତୃଭାଷା ବ୍ୟତୀତ କୌଣସି ଦେଶ, ଜାତି ବା ସମାଜର ସଂସ୍କୃତି ବିଷୟରେ କଳ୍ପନା କରାଯାଇନପାରେ ବୋଲି ଆଜି ବିଶ୍ୱ ମାତୃଭାଷା ଦିବସ ପାଳନ ଅବସରରେ ବକ୍ତାମାନେ ମତବ୍ୟକ୍ତ…

Read More

ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଆଜି ଉଦଯାପିତ ହୋଇଯାଇଛି। ଶେଷ ସଂଧ୍ୟାରେ ଅତିଥି ଭାବେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷ ନିରୂପମା ଖଟେଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ଛନ୍ଦା ମିଶ୍ର ଯୋଗ ଦେଇଥିଲେ। ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଖଟେଇ ତାଙ୍କ ବକ୍ତବ୍ୟରେ ଆଗ୍ରହ ଥିଲେ ମୋଟା ବହି ବି କମ ସମୟରେ ପଢିହେବ ବୋଲି କହିଥିଲେ। ପାଠ ପଢ଼ିବାର ଆବଶ୍ୟକତା ସମ୍ପର୍କରେ ଜିଲ୍ଲାପାଳ କହିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ପାଠର ଆବଶ୍ୟକତା…

Read More

ସୃଜନ ସମାବେଶରେ କବିତା ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାହିତ୍ୟ ଓ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ସୃଜନ ସମାବେଶ-୨୦୨୩ ସ୍ଥାନୀୟ କେସି କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ଏହି ସାହିତ୍ୟ କାର୍ଯ୍ୟକ୍ରମକୁ ନାଟ୍ୟଭୂଷଣ ଡ଼.ବିଜୟ ଚୌଧୁରୀ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ‘ବୋଉ’ ଶୀର୍ଷକ ଏକ କବିତା ପାଠର ପ୍ରତିଯୋଗିତା ଉପସ୍ଥିତ କବିମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କବି ଲକ୍ଷ୍ମଣ କୁମାର ନାୟକଙ୍କୁ ୧୧ଶହ ଟଙ୍କା ପୁରସ୍କାର ସହିତ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରା ଯାଇଥିବା ବେଳେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କବି ଯଶୋବନ୍ତ ପଟ୍ଟନାୟକଙ୍କୁ ୭ଶହ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କବି ସୁରେଶ ଚନ୍ଦ୍ର ପରିଡ଼ାଙ୍କୁ ୫ଶହ ଟଙ୍କା ପୁରସ୍କାର ପ୍ରଦାନ କରାଯାଇ ପ୍ରୋତ୍ସାହିତ କରାଯାଇଥିଲା। କବିତା ଗୁଡିକୁ…

Read More

ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଚତୁର୍ଥ ସଂଧ୍ୟା

ମଣିଷ ବହି ତିଆରି କରେ, ବହି ମଣିଷ ତିଆରି କରେ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଚତୁର୍ଥ ସଂଧ୍ୟାରେ ଅତିଥି ଭାବେ ବରିଷ୍ଠ ଓଡ଼ିଆ ଭାଷା ସାହିତ୍ୟିକ ଡ. ନାରାୟଣ ପଣ୍ଡା, ନାଟ୍ୟକାର ନାରାୟଣ ସାହୁ, କଥାକାର ଶୁଭ୍ରାଂଶୁ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ଲେଖା ଚାଲୁଥାଉ, ସାହିତ୍ୟରେ ସମ୍ବେଦନା ବଞ୍ଚି ରହୁ ବୋଲି କଥାକାର ଶୁଭ୍ରାଂଶୁ ପଣ୍ଡା କହିଥିଲେ। ଅନ୍ୟତମ ଅତିଥି ଶ୍ରୀଯୁକ୍ତ ସାହୁ ତାଙ୍କ ବକ୍ତବ୍ୟରେ, ଜ୍ଞାନ ନଥିଲେ କିଛି ପାଇ ପାରିବ ନାହିଁ ବୋଲି କହିଥିଲେ। ଦୀପ ଜଳିବାକୁ ଚାହୁଁ ଥିଲେ ଜ୍ଞାନର ଦୀପ ଜାଳ ବୋଲି କହିଥିଲେ। ପ୍ରଫେସର ଡ. ପଣ୍ଡା ତାଙ୍କ ବକ୍ତବ୍ୟରେ, ନୟାଗଡ଼ ମାଟି ସାହିତ୍ୟ ଓ…

Read More

ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଦ୍ୱିତୀୟ ସଂଧ୍ୟା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ବେଶ ଆଦୃତି ଲାଭ କରିଛି। ଦ୍ୱିତୀୟ ସଂଧ୍ୟାରେ ଅତିଥି ଭାବେ ବରିଷ୍ଠ କଥାକାର ଡ. ଅଜୟ ସ୍ଵାଇଁ, କଥାଶିଳ୍ପୀ ଡ. ଅରବିନ୍ଦ ରାୟ, ସାହିତ୍ୟ ଘର ସଂଯୋଜକ ଡ. ଶୁଭଶ୍ରୀ ଲେଙ୍କା, କବି ଓ ପ୍ରକାଶକ ବନୋଜ ତ୍ରିପାଠୀ ଯୋଗ ଦେଇଥିଲେ। ଫେସବୁକରେ କବିତା ଲେଖି ବହି ପ୍ରକାଶ କରିଦେଲେ କେହି କବି ହୋଇ ଯାଏନି। କବିକୁ ଈଶ୍ୱର ବୋଲି କୁହାଯାଏ ବୋଲି ପ୍ରକାଶକ ଶ୍ରୀଯୁକ୍ତ ତ୍ରିପାଠୀ କହିଥିଲି। ଲେଖକଙ୍କଠାରୁ ବଡ ହେଉଛନ୍ତି ପାଠକ। ସମସ୍ତେ ଲେଖକ ନୁହେଁ, ପାଠକ ହେବା ଆବଶ୍ୟକ ବୋଲି କହିଥିଲେ। ଦୁଃଖ ବେଳେ ବହିର ଆବଶ୍ୟକତା ପଡ଼ିଥାଏ ବୋଲି କହିଥିଲେ। ପାଠକ ଲେଖକକୁ ଈଶ୍ୱରଠାରୁ ଅଧିକ…

Read More