ଜୀବନ ଜ୍ୟୋତି ଙ୍କୁ ପରମ୍ପରା ଯୁବକବି ସମ୍ମାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ପରମ୍ପରା ସାହିତ୍ୟ ଏବଂ ସଂସ୍କୃତି ପରିଷଦର ୨୬ତମ ସାରସ୍ୱତ ସମାରୋହ ନୟାଗଡ଼ ସ୍ଥିତ କେସି କ୍ଲବ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ସୁକାନ୍ତି ମହାନ୍ତିଙ୍କ ପୌରହତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ କବି ପିନାକୀ ସିଂ, ଉତ୍କଳ ସାହିତ୍ୟ ସମାଜ ସଭାପତି ତରୁଣ କୁମାର ସାହୁ, ନୟାଗଡ଼ ଜିଲ୍ଲା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ଅଶୋକ ନାୟକ, କବି ବିରଞ୍ଚି ନାରାୟଣ ତ୍ରିପାଠୀ, ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଡ଼ଃ. ପବିତ୍ର ସୁବୁଦ୍ଧି, ଶେଖ ଅବଦୁଲ ଖାଲିକ, ଅଶୋକ ମଲ୍ଲ, ସ୍ମିତା ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ। ଅନୁଷ୍ଠାନର ସଂପାଦକ ନିର୍ମଳ ଚନ୍ଦ୍ର ଶୂରଦେଓ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଉପଢ଼ୌକନ ଏବଂ ମାନପତ୍ର ଦିଆଯାଇ…

Read More

ତୋ ଆଖି…

କବିତା- ତୋ ଆଖି ତୋର ସେଇ ନିରୀହ ଅଖିରେ ସାଇତିଛି, ମୋର ସବୁ ସପନ…ଡର ଲାଗେ…କାଳେ ଲାଗିଯିବ କାହା ନଜର..ସେଇଥିପାଇଁ ତ ଭରିଦିଏ ସେଇ ଆଖି ଦୁଇଟିରେ କଜଳର ଗାର…ସ୍ବପ୍ନ ସେତ ଏକ ଉଡନ୍ତା ରାଜହଂସୀ..ଯାର ଭ୍ରମଣର ଆଦି ଅନ୍ତ ନାହିଁ…କେବେ ସେ ମୟୁରୀର ଛନ୍ଦ ବାନ୍ଧି ଛମ୍ ଛମ ନାଚେ..କେବେ ପୁଣି ସେ ବୀଣାର ଝଙ୍କାର ତୋଳି, ଜୀବନରେ ସାତ ସୁର ଭରେ…ଏକାନ୍ତ ନିଜର ସ୍ବପ୍ନ ମାନଙ୍କ ଛାତିରେ ନୀତି ମୁଁ ଆଉଜି ହେଉଥାଏ….ନାଲି, ନେଲି, ସବୁଜ… ରଙ୍ଗୀନ ସ୍ବପ୍ନ ମାନଙ୍କ ବଳୟ ଭିତରେ ଅନୁଭବ କରୁଥାଏ, ସ୍ପନ୍ଦିତ ହେଉଥିବା, ହୃଦୟର ଆହ୍ଵାନ….ଯାହା ପ୍ରେରଣା ଦିଏ, ତୋ ଆଖିରେ ମୋ ସ୍ବପ୍ନକୁ ବାସ୍ତବତାର ରୂପ ଦେବା ପାଇଁ… ଲେଖିକା -ଦେବସ୍ମିତା ପାଣି, ଛାୟା ପଥ ଲେନ୍, ନୟାଗଡ଼ ।

Read More

କଥା ଓ କବିତାର ଶାରଦୀୟ ଉତ୍ସବ ‘ସମ୍ଭାର’ ଆୟୋଜିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଦ୍ୱାରା ଆୟୋଜିତ କଥା ଓ କବିତାର ଶାରଦୀୟ ସାହିତ୍ୟ ଉତ୍ସବ ‘ସମ୍ଭାର’ ନୟାଗଡ଼ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ଅଧ୍ୟାପକ ଅଶୋକ ନାୟକ ଯୋଗଦାନ କରିଥିବା ବେଳେ ନାଟ୍ୟକାର ଓ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର କହଁର କାର୍ଯ୍ୟକ୍ରମକୁ ଉଦଘାଟନ କରିଥଲେ । ମୁଖ୍ୟବକ୍ତା ଭାବେ କଥାକାର ତଥା ସାମ୍ବାଦିକ ଶୁଭ୍ରାଶୁଂ ପଣ୍ଡା ଏବଂ ବିଶିଷ୍ଟ ଅତିଥିଭାବେ ପ୍ରତିଷ୍ଠିତ ବ୍ୟଙ୍ଗକବି ତଥା ସୁସମାଲୋଚନ ଏବଂ ସ୍ତମ୍ଭକାର ଡଃ କୁଳାଙ୍ଗାର ଯେଗଦାନ କରି ‘ଓଡ଼ିଆ ଭାଷା ସାହିତ୍ୟରେ ଯୁବପିଢ଼ିର ଉତ୍ତର ଦାୟିତ୍ୱ’ ପ୍ରସଙ୍ଗରେ ଆଲୋଚନା କରିଥଲେ । ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ଶେଖ ଅବଦୁଲ ଖାଲିକ…

Read More

ସ୍ୱର୍ଗତ ଶିକ୍ଷକଙ୍କ ସ୍ମୃତିରେ ପୁସ୍ତକ ପ୍ରଚ୍ଛଦ ଲୋକାର୍ପଣ

ଓଡ଼ଗାଁ,(୩୦/୦୯):- ଓଡ଼ଗାଁ ଆଦର୍ଶ ଥାନା ଅଧୀନସ୍ଥ ବାହାଡାଝୋଲା ଅନ୍ତର୍ଗତ ମାଣିକପାଟଣା ଗ୍ରାମର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ, କବି ତଥା ପ୍ରଥମ ‘ନୟାଗଡ ଇତିହାସ’ର ଲେଖକ ସ୍ୱର୍ଗତ କୈଳାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସ୍ମୃତିରେ ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୁତ୍ର ପ୍ରଶାନ୍ତ କୁମାର ପାଣିଗ୍ରାହୀ ଓ ପୁତ୍ରବଧୁ ପ୍ରିୟଦର୍ଶନୀ ମହାପାତ୍ରଙ୍କ ଦ୍ବାରା ପ୍ରସ୍ତୁତ “ସମର୍ପଣ” ନାମକ ଏକ ସ୍ମୃତିପତ୍ରିକାର ପ୍ରଚ୍ଛଦ ଓଡ଼ଗାଁ ସ୍ଥିତ ଶ୍ରୀ ରଘୁନାଥ ମନ୍ଦିର ପରିସରରେ ଲୋକାର୍ପିତ ହୋଇଯାଇଛି। ଉକ୍ତ ଉତ୍ସବରେ ସମ୍ବାଦ ସାହିତ୍ୟଘର ସଭାପତି ଦିବାକର ନାୟକ, ସ୍ଥାନୀୟ ଶ୍ରୀ ଶ୍ରୀ ରଘୁନାଥ ସାରସ୍ବତ ସଂସଦର ପ୍ରତିଷ୍ଠାତା ଲୋକନାଥ ମିଶ୍ର, ସଭାପତି ପଞ୍ଚାନନ ପଣ୍ଡା, ଉପସଭାପତି ଶରତଚନ୍ଦ୍ର ଷଡ଼ଙ୍ଗୀ, ସମ୍ପାଦକ ବ୍ୟଙ୍ଗକାର ଭାବଗ୍ରାହୀ ମହାପାତ୍ର, ସହସମ୍ପାଦକ ଯୁବକବି ଯଶୋବନ୍ତ ପଟ୍ଟନାୟକ, କବି ପ୍ରହଲ୍ଲାଦ ବେହେରା, ରମାକାନ୍ତ ପ୍ରଧାନ, ଅରୁଣ କୁମାର ସାହୁ,…

Read More

ଭୋଦୁଅ କବିତା ଆସର ଅନୁଷ୍ଠିତ

ଓଡ଼ଗାଁ,(୨୬/୦୯):- ଓଡ଼ଗାଁର ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ତରଫରୁ ଆଜି ଅପରାହ୍ନ ୨ଟା ରୁ ୫ଟା ପର୍ଯ୍ୟନ୍ତ ତିନିଘଣ୍ଟା ଧରି ଗୁଗୁଲ ମିଟ୍ ମାଧ୍ୟମରେ “ଭୋଦୁଅ ଆସର” ନାମରେ ଏକ କବିତା ଆସର ନୂଆଗାଁ ଓ ଗଣିଆର କବି କବୟିତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ପଞ୍ଚାନନ ପଣ୍ଡାଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ ଓଡ଼ିଆ ପ୍ରଫେସର ରାମନାଥ ଦାଶ ଉକ୍ତ କବିତା ଆସରର ମୁଖ୍ୟ ଅତିଥି ଓ ସଂସଦର ପ୍ରତିଷ୍ଠାତା ଲୋକନାଥ ମିଶ୍ର(ଭରଦ୍ୱଜ)ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଉପସଭାପତି ଶରତ ଚନ୍ଦ୍ର ଷଡ଼ଙ୍ଗୀ ଓ ମନୋଜ କୁମାର ନାୟକ, ଆବାହକ ପ୍ରହଲ୍ଲାଦ ବେହେରା, ପ୍ରିୟଦର୍ଶନୀ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏଥରର କବିତା ଆସରରେ ଗଣିଆ ଓ ନୂଆଗାଁ ବ୍ଲକର କବି କବୟିତ୍ରୀମାନଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯାଇଥିଲା।ଏ…

Read More

ମଞ୍ଚକଳାର ନିପୁଣ ବିନ୍ଧାଣୀ ପ୍ରଭାତ ମହାରଣାଙ୍କୁ ସମ୍ବର୍ଦ୍ଧିତ

ନୟାଗଡ଼,(୨୨/୦୯): ଓଡ଼ିଆ ମଞ୍ଚ ନାଟକ କ୍ଷେତ୍ରରେ ରାଜ୍ୟ ତଥା ଜାତୀୟସ୍ତରରେ ବେଶ୍ ଖ୍ୟାତି ଅର୍ଜନ କରିଥିବା ମଞ୍ଚକଳାର ନିପୁଣ ବିନ୍ଧାଣୀ ତଥା ନିର୍ଦ୍ଦେଶକ, ଅଭିନେତା ଓ ନାଟ୍ୟକାର ପ୍ରଭାତ କୁମାର ମହାରଣାଙ୍କୁ ନୟାଗଡ଼ର ‘ରାଗେଶ୍ରୀ ନିଳୟମ୍’ ଏବଂ କଳା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ‘ତଥାସ୍ତୁ’ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଚଳିତବର୍ଷ ମଞ୍ଚକଳା ନିମନ୍ତେ ଶ୍ରୀ ମହାରଣାଙ୍କୁ ଓଡ଼ିଆ ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପ୍ରଦାନ କରାଯିବା ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ନନ୍ଦିଘୋର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଏହି ନାଟ୍ୟ ପ୍ରତିଭାଙ୍କୁ ନୟାଗଡ଼ ଜିଲ୍ଲାର ଗୈାରବ ବୃଦ୍ଧି କରିଥିବାରୁ ଜିଲ୍ଲାର କଳାକାରମାନଙ୍କ ଉପସ୍ଥିତିରେ ସମ୍ମାନିତ କରାଗଲା। ସ୍ଥାନୀୟ ଇନସ୍ପାୟାର ଆବାସିକ ମହାବିଦ୍ୟାଳୟ ପ୍ରେକ୍ଷାଳୟ ଠାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଗୁରୁ ପ୍ରଭାତ କୁମାର ଦାଶଙ୍କ ସଭାପତିତ୍ବ ତଥା ଅଭିନେତା ଗଣେଶ ମିଶ୍ର ଏବଂ କବୀ ସୈ।ଦାମିନୀ ସ୍ଵାଇଁ…

Read More

ଦଶପଇସିଆ ଅଜା

(ଦାଶିଆ ଅଜାଙ୍କ ୨୪ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ)ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ଏବଂ ପ୍ରସିଦ୍ଧ ସାରସ୍ବତ ସାଧକ ତଥା ପିତା ବାଞ୍ଛାନିଧି ପଟ୍ଟନାୟକ ଓ ମାତା ପାର୍ବତୀ ଦେବୀଙ୍କ କୁଳନନ୍ଦନ ଥିଲେ ଦାଶରଥି ପଟ୍ଟନାୟକ (୧୯୦୭–୧୯୯୭)। ଦଶ ପଇସାର ଖୁଣ୍ଟାତଡ଼ା ରାଜା ଦାଶିଆ ଅଜା ନାମରେ ସମଗ୍ର ଓଡ଼ିଶାର ଜନମାନସରେ ସେ ଥିଲେ ସମସ୍ତଙ୍କର ଅତି ଆପଣାର ।ରାଜ୍ୟ ଓ ଦେଶବାସୀଙ୍କ ପାଇଁ ଥିଲେ ଏକ ବିସ୍ମୟ ପ୍ରତିଭା ତଥା ସମଗ୍ର ଓଡ଼ିଆ ଜାତି ପାଇଁ ଗର୍ବ। ଦାଶିଆ ଅଜା ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୪ର୍ଥ ଶ୍ରେଣୀ ଥିଲା ତାଙ୍କର ଶିକ୍ଷାଗତ ଯୋଗ୍ୟତା। ବିଶ୍ରାମ ସମୟରେ ବହି ପଢିବା ଥିଲା ତାଙ୍କର ଏକ ନିଶା। ଏହି ବହି ପଢିବା ନିଶାରୁ ଆରମ୍ଭ କଲେ ଅନନ୍ୟ ଯାତ୍ରା। ଗାଁ ଗଣ୍ତା ସହର…

Read More

ଅନଲାଇନରେ କ୍ରାନ୍ତି କବିତା ଆସର ଅନୁଷ୍ଠିତ

ଓଡ଼ଗାଁ,(୨୮/୦୮):- ଓଡ଼ଗାଁର ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ଗୁଗୁଲ ମିଟ୍ ମାଧ୍ୟମରେ ଏହାର ତୃତୀୟ କବିତା ଆସର (କ୍ରାନ୍ତି କବିତା ଆସର)ଆୟୋଜନ କରିଛି। ଅନୁଷ୍ଠାନ ତରଫରୁ ନୟାଗଡ଼ ଜିଲ୍ଲା ମହାବୀର କ୍ଷେତ୍ର ଦଶପଲ୍ଲାର କବି କବୟିତ୍ରୀଗଣଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମୁଖ୍ୟଅତିଥି ରୂପେ ନିରାକାରପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ବେଣୁଧର ଦାସ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିବାବେଳେ କାର୍ଯ୍ୟକ୍ରମରେ ପଞ୍ଚାନନ ପଣ୍ଡା ସଭାପତି ଦାୟିତ୍ୱ ତୁଲାଇବା ସହ ସଂସଦର ସଂପାଦକ ଭାବଗ୍ରାହୀ ମହାପାତ୍ର, ସହସମ୍ପାଦକ ଯଶୋବନ୍ତ ପଟ୍ଟନାୟକ କବିତାଗୁଡିକୁ ସଂଯୋଜନା କରିଥିଲେ। ଦଶପଲ୍ଲା ବ୍ଲକର ଅଗ୍ରଣୀ ଅନୁଷ୍ଠାନ ଗଠନ ପରିବାରର ବରିଷ୍ଠ କବି ହାଡ଼ିବନ୍ଧୁ ମହାଖୁଡ଼, ବିଘ୍ନେଶ୍ୱର ବେହେରା, ପ୍ରଫୁଲ୍ଲ କୁମାର ଦାଶ, ଲିଙ୍ଗରାଜ ପାଣି, ମହେଶ୍ବର ବେହେରା, ସନ୍ତୋଷ କୁମାର ସାହୁ, ପ୍ରମୋଦ କୁମାର ପ୍ରଧାନ, ପ୍ରଭଞ୍ଜନ ସାଥୁଆ,…

Read More

ସ୍ୱାତୀଲଗ୍ନା ସାହିତ୍ୟ ଇ-ପତ୍ରିକା ପକ୍ଷରୁ ରାଜ୍ୟ ସ୍ତରୀୟ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା

ନୟାଗଡ,(12/08):- ପବିତ୍ର ସ୍ୱାଧୀନତା ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ସାହିତ୍ୟ ଇ-ପତ୍ରିକା ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୮ବର୍ଷରୁ ୧୩ବର୍ଷର ଛାତ୍ରଛାତ୍ରୀ ଗୀତ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେହିପରି ୧୩ରୁ ୧୮ବର୍ଷର ଛାତ୍ରଛାତ୍ରୀମାନେ ଓଡ଼ିଆ ବକ୍ତୃତା ରେ ‘ଆଜିର ଭାରତ’ ଶୀର୍ଷକ’ରେ ବକ୍ତୃତା ଦେଇଥିଲେ। ଗୀତ ପ୍ରତିଯୋଗିତାରେ କଳାହାଣ୍ଡିର ଦିବ୍ୟାଂଶ ମୁଣ୍ଡ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନୟାଗଡ ଜିଲ୍ଲାର ଅଂଶୁମାନ ପାତ୍ର ଦ୍ୱିତୀୟ, ଓଁକାର ଔଜାଲ୍ୟ ଓ ସ୍ବୟଂ ପ୍ରଭା ସାହୁ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଓଡ଼ିଆ ବକ୍ତୃତାରେ ପୁରୀ ଜ଼ିଲ୍ଲାର ସ୍ବର୍ଣ୍ଣପ୍ରଭା ପଣ୍ଡା ପ୍ରଥମ ସ୍ଥାନ, ନୟାଗଡ ଜିଲ୍ଲାର ସାଇଶ୍ରୀ ପଣ୍ଡା ଦ୍ୱିତୀୟ ଓ ସମ୍ୟକ ସ୍ୱୟଂଜିତ ମିଶ୍ର  ତୃତୀୟ ସ୍ଥାନ ଅଧିକାର କରିଥିଲେ।…

Read More

କଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ତଥାସ୍ତୂ ପକ୍ଷରୁ ଆୟୋଜିତ ‘ପକ୍ଷୀ’ ଶୀର୍ଷକ କବିତା ପାଠ ଓ ଆଲୋଚନାଚକ୍ର ଅନୁଷ୍ଠିତ

ନୟାଗଡ଼/ସାହିତ୍ୟ,(୦୮/୦୮):- ଭାରତୀୟ ସଂସ୍କୃତି ହେଉ କି ଓଡ଼ିଶାର ଜନଜୀବନ ପ୍ରତ୍ୟେକରେ ‘ପକ୍ଷୀ’ର ସ୍ଥାନ ସ୍ଵତନ୍ତ୍ର। ବେଦ, ପୁରାଣ, ଉପନିଷଦ ଠାରୁ ଆରମ୍ଭକରି ବର୍ତ୍ତମାନ ସାହିତ୍ୟ ପର୍ଯ୍ୟନ୍ତ ପକ୍ଷୀକୁ ନେଇ ଅଜସ୍ର ରଚନା ଦେଖିବାକୁ ମିଳେ। କୋଇଲି ଗୀତ ଓଡ଼ିଆ ସାହିତ୍ୟର ଅନ୍ୟତମ ସମୃଦ୍ଧ ବିଭବ।ପୁରାଣ ଓ ଇତିହାସରେ ପାରାକୁ ବାର୍ତ୍ତା ବାହାକ ଭାବେ ବ୍ୟବହାର କରାଯାଉଥିଲା । ନୟାଗଡ଼ ଜିଲ୍ଲାର କବୟିତ୍ରୀମାନଙ୍କୁ ନେଇ କଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ତଥାସ୍ତୂ ତରଫରୁ ଆୟୋଜିତ ‘ପକ୍ଷୀ’ ଶୀର୍ଷକ କବିତା ପାଠ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସୁସାହିତ୍ୟିକା ବସିରନ୍ ବିବିଙ୍କ ସଭାପତିତ୍ବରେ ତଥା ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଗାଳ୍ପିକା ଚିରଶ୍ରୀ ଇନ୍ଦ୍ରସିଂ ଯୋଗଦେଇ ପକ୍ଷୀ ବିଷୟରେ ବିଶଦ୍ ଆଲୋଚନା କରିଥିଲେ। ନୟାଗଡ଼ରେ ଓ ନୟାଗଡ଼ ବାହାରେ ରହୁଥିବା…

Read More