ସ୍ୱର୍ଗତ ଶିକ୍ଷକଙ୍କ ସ୍ମୃତିରେ ପୁସ୍ତକ ପ୍ରଚ୍ଛଦ ଲୋକାର୍ପଣ

ଓଡ଼ଗାଁ,(୩୦/୦୯):- ଓଡ଼ଗାଁ ଆଦର୍ଶ ଥାନା ଅଧୀନସ୍ଥ ବାହାଡାଝୋଲା ଅନ୍ତର୍ଗତ ମାଣିକପାଟଣା ଗ୍ରାମର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ, କବି ତଥା ପ୍ରଥମ ‘ନୟାଗଡ ଇତିହାସ’ର ଲେଖକ ସ୍ୱର୍ଗତ କୈଳାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସ୍ମୃତିରେ ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୁତ୍ର ପ୍ରଶାନ୍ତ କୁମାର ପାଣିଗ୍ରାହୀ ଓ ପୁତ୍ରବଧୁ ପ୍ରିୟଦର୍ଶନୀ ମହାପାତ୍ରଙ୍କ ଦ୍ବାରା ପ୍ରସ୍ତୁତ “ସମର୍ପଣ” ନାମକ ଏକ ସ୍ମୃତିପତ୍ରିକାର ପ୍ରଚ୍ଛଦ ଓଡ଼ଗାଁ ସ୍ଥିତ ଶ୍ରୀ ରଘୁନାଥ ମନ୍ଦିର ପରିସରରେ ଲୋକାର୍ପିତ ହୋଇଯାଇଛି। ଉକ୍ତ ଉତ୍ସବରେ ସମ୍ବାଦ ସାହିତ୍ୟଘର ସଭାପତି ଦିବାକର ନାୟକ, ସ୍ଥାନୀୟ ଶ୍ରୀ ଶ୍ରୀ ରଘୁନାଥ ସାରସ୍ବତ ସଂସଦର ପ୍ରତିଷ୍ଠାତା ଲୋକନାଥ ମିଶ୍ର, ସଭାପତି ପଞ୍ଚାନନ ପଣ୍ଡା, ଉପସଭାପତି ଶରତଚନ୍ଦ୍ର ଷଡ଼ଙ୍ଗୀ, ସମ୍ପାଦକ ବ୍ୟଙ୍ଗକାର ଭାବଗ୍ରାହୀ ମହାପାତ୍ର, ସହସମ୍ପାଦକ ଯୁବକବି ଯଶୋବନ୍ତ ପଟ୍ଟନାୟକ, କବି ପ୍ରହଲ୍ଲାଦ ବେହେରା, ରମାକାନ୍ତ ପ୍ରଧାନ, ଅରୁଣ କୁମାର ସାହୁ, ଡାକ୍ତର ସ୍ୱରୂପ ରଞ୍ଜନ ମିଶ୍ର, ଗାଳ୍ପିକ ଶାନ୍ତନୁ ବିଶୋୟୀ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ସ୍ୱର୍ଗତ ଶିକ୍ଷକଙ୍କ ସ୍ମୃତି ଚାରଣ କରିବା ସହ ଉଭୟ ପ୍ରଶାନ୍ତ ଓ ପ୍ରିୟଦର୍ଶନୀଙ୍କ ଏଭଳି ଉଦ୍ୟମକୁ ସାଧୁବାଦ ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନିଜେ ପୁତ୍ରବଧୂ ପ୍ରିୟଦର୍ଶନୀ ନିଜ ଦିବଂଗତ ଶ୍ୱଶୁରଙ୍କ ଉଦ୍ଦେଶ୍ୟରେ ସମର୍ପିତ ପୁସ୍ତକଟି ଆସନ୍ତା ମାସରେ ପ୍ରକାଶ ପାଇବ ବୋଲି ସୂଚନା ଦେଇ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts