ନୟାଗଡ଼,(ନୟାଗଡ଼ ଦର୍ପଣ): ଗଣତନ୍ତ୍ର ଆଜି ରାଜନୈତିକ ବ୍ୟକ୍ତିମାନଙ୍କ ଦ୍ୱାରା ତା’ର ଗରିମା ହରାଇବା ସହ ସମ୍ପୂର୍ଣ୍ଣ କଳୁଷିତ। ଗୋଟିଏ ନିର୍ଦ୍ଦିଷ୍ଟ ଶ୍ରେଣୀ ବା ଗୋଷ୍ଠୀ ଦ୍ୱାରା ଗଣତନ୍ତ୍ର ଆଜି ନିୟନ୍ତ୍ରିତ। ଯେଉଁ ମାନଙ୍କ ପାଖରେ ପ୍ରଚୁର ଧନ ଅଛି ସେମାନଙ୍କର କ୍ରୀଡ଼ନକ ଭାବରେ ଗଣତନ୍ତ୍ର ନିୟନ୍ତ୍ରିତ ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତିର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାର ଅଧିକାର ଅଛି ବୋଲି ସମ୍ବିଧାନ କହେ । ମାତ୍ର ସାଧାରଣ ଲୋକଟିର ପ୍ରଚୁର ଅର୍ଥ ନଥିଲେ ନା ସେ ଯଥାଯଥ ପ୍ରତିଦ୍ୱନ୍ଦିତା କରି ପାରିବ ନା ନିର୍ବାଚନରେ ଜୟଯୁକ୍ତ ହୋଇ ପାରିବ । ଏପରି ଏକ କଥା ବସ୍ତୁରେ କୋଟିପତି ସରପଞ୍ଚ ପ୍ରାର୍ଥୀ ସୁଜିତ ସାହାଣୀ ବିରୁଦ୍ଧରେ ସୀମିତ ସମ୍ବଳ ସମ୍ପନ୍ନ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଘନଶ୍ୟାମ ମହାପାତ୍ର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ପଶାପାଲିରେ ସର୍ବସ୍ୱ ବାଜି ଲଗାଇଲା ପରି…
Read MoreCategory: ମନୋରଞ୍ଜନ
ରାଜ୍ୟସ୍ତରୀୟ ନାଟ୍ୟମେଳାର ୩ୟ ସଂଧ୍ୟା: ସଚ୍ଚୋଟ କଳାକାରର ଆତ୍ମଲିପି ‘ମଞ୍ଚମାୟା’ ରେ ବିଭୋର ଦର୍ଶକ
ନୟାଗଡ଼,(ନୟାଗଡ଼ ଦର୍ପଣ): ବାସ୍ତବ ଦୁନିଆଁର ସମସ୍ୟା ସବୁବେଳ ମଞ୍ଚ ଦୁନିଆକୁ ଆଘାତ କରେ । ମାତ୍ର ମଞ୍ଚ ଦୁନିଆଁ କେବେ ମଧ୍ୟ ବାସ୍ତବ ଦୁନିଆଁକୁ ପ୍ରଭାବିତ କରେନା । ମଞ୍ଚମାୟାରେ କଳାକାରଟି କିପରି ଭୁଲିଯାଏ ନିଜ ସଂସାର କଥା,ନିଜ ଦାୟିତ୍ୱ କଥା । ଏହା କ’ଣ ତା’ର ଦାୟିତ୍ୱ ହୀନତା ନା ଭାବପ୍ରବଣତାର ଉତ୍କଟ ପ୍ରକାଶ? ଏପରି ଏକ ଭିନ୍ନ ସ୍ୱାଦର ନାଟକରେ ଜଣେ ସଚ୍ଚୋଟ କଳାକାରର ଆତ୍ମଲିପିକୁ ନିଖୁଣ ଭାବରେ ଅଭିନୟ ମାଧ୍ୟମରେ ପରିପ୍ରକାଶ କରାଯାଇଥିଲା । ନାଟକ ‘ମଞ୍ଚମାୟା’ରେ ଜଣେ କଳାକାରର ବାସ୍ତବ ଜୀବନ ଏବଂ ମଞ୍ଚ ଦୁନିଆଁ ମଧ୍ୟରେ ଏକ ତୁଳନାତ୍ମକ ପରିପ୍ରକାଶ କଳାକାର ମାନଙ୍କ ନିଖୁଣ ଅଭିନୟ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା ଯାହାକି ଦର୍ଶକ ମାନଙ୍କୁ କିଛି ସମୟ ପାଇଁ ଭାବୁକ କରି ଦେଇଥିଲା । ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’…
Read Moreରାଜ୍ୟସ୍ତରୀୟ ନାଟ୍ୟମେଳାର ୨ୟ ସଂଧ୍ୟା: ବିମୋହିତ କଲା ସମ୍ବଲପୁରୀ ନାଟକ ‘କେଡ଼ା’
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୪ର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ୱତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କରିଥିଲା ଏକ ଭିନ୍ନ ସ୍ୱାଦର ସମ୍ବଲପୁରୀ ନାଟକ ‘କେଡ଼ା’ । ଶନିବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ଆଶିଷ କୁମାର ସୋନାର ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ସତ୍ୟରଂଜନ ବେହେରା । ଶ୍ରୀ କଲ୍ଚରାଲ ଆସୋସିଏସନ୍, ସମ୍ବଲପୁର ପକ୍ଷରୁ ପରିବେଷିତ ଏହି ନାଟକରେ ଆଜି ଅତିଥିଭାବେ ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଯୋଗଦାନ କରିଥିବା ବେଳେ ନାଟ୍ୟଧାରା ପରିବାର ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, ସଂପାଦକ ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟ ନିର୍ଦ୍ଦେଶକ ଡ.ବିଜୟ କୁମାର ଚୌଧୁରୀ ପ୍ରମୁଖ ଯୋଗଦାନ କରିଥିଲେ । ଦୀନ…
Read Moreରାଜ୍ୟସ୍ତରୀୟ ନାଟ୍ୟମେଳା-୨୦୨୪ ଉଦ୍ଘାଟିତ, ମଞ୍ଚସ୍ଥ ହେଲା ନାଟକ ‘ଅରୂପା ରୂପା’
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଚତୁର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ମାର୍ଚ୍ଚ୧ ତାରିଖ ଶୁକ୍ରବାର ଦିନ ସନ୍ଧ୍ୟାରେ ଉଦ୍ଘାଟିତ ହୋଇଛି । ଏଥିରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଏବଂ ସମ୍ମାନିତ ଅତିଥିଭାବେ ନାଟ୍ୟକାର ଅରିନ୍ଦମ ମିଶ୍ର ଯୋଗଦାନ କରି ନାଟକ ଉତ୍ସବକୁ ଉଦଘାଟନ କରିଥିବା ବେଳେ ନାଟ୍ୟାନୁଷ୍ଠାନ ନାଟ୍ୟଧାରା ପକ୍ଷରୁ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନାଟ୍ୟଧାରା ନିର୍ଦ୍ଦେଶକ ଡ.ବିଜୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘ ସାତଦିନ ଧରି ହେବାକୁଥିବା ଏହି ନାଟ୍ୟମେଳାର ଉଦ୍ଘାଟନୀ ଦିବସରେ ନାଟ୍ୟଧାରା, ନୟାଗଡ଼ ପକ୍ଷରୁ ନାଟ୍ୟକାର ଅରିନ୍ଦମ ମିଶ୍ରଙ୍କ ରଚିତ ଏବଂ ନାଟ୍ୟଭୂଷଣ ଡ.ବିଜୟ କୁମାର ଚୌଧୁରୀଙ୍କ ନିର୍ଦ୍ଦେଶିତ…
Read Moreମାର୍ଚ୍ଚ ୧ରୁ ଚତୁର୍ଥ ରାଜ୍ୟସ୍ତରୀୟ ନାଟ୍ୟମେଳା, ନାଟ୍ୟଗୁରୁ ଏବଂ ଚିତ୍ରାଳୟ ହେବେ ସମ୍ବର୍ଦ୍ଧିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା କାଲି ଅର୍ଥାତ ୧ ମାର୍ଚ୍ଚ ୨୦୨୪ ଠାରୁ ୦୭ ମାର୍ଚ୍ଚ ଯାଏଁ ଦୀର୍ଘ ସାତ ଦିନ ବ୍ୟାପି ରାଜ୍ୟ ସ୍ତରୀୟ ନାଟ୍ୟମେଳା’ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବ । ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ଚଳିତ ବର୍ଷ ଚତୁର୍ଥ ରାଜ୍ୟସ୍ତରୀୟ ନାଟ୍ୟମେଳାରେ ଦଶପଲ୍ଲା ଅଞ୍ଚଳର ବରିଷ୍ଠ ରାମଲୀଳା ନାଟ୍ୟଗୁରୁ ମଦନ ମୋହନ ସିଠ ଏବଂ ଇଟାମାଟି ମା’ ଚିତ୍ରାଳୟର ସତ୍ଵାଧିକାରୀ ପୀତବାସ ମାନସିଂହଙ୍କୁ ନାଟ୍ୟମେଳାର ଅନ୍ତିମ ଦିବସରେ ବିଶିଷ୍ଟ ଅପେରା ଗୁରୁ ଜନାର୍ଦ୍ଦନ ମିଶ୍ର ନାଟ୍ୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ ବୋଲି ନାଟ୍ୟଧାରା ପକ୍ଷରୁ ସୂଚନା ମିଳିଛି।ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୧ ତାରିଖ ଉଦ୍ଘାଟନୀ ସନ୍ଧ୍ୟାରେ ‘ନାଟ୍ୟଧାରା’ ନୟାଗଡ଼ ପକ୍ଷରୁ ଅରିନ୍ଦମ ମିଶ୍ରଙ୍କ ରଚିତ ଏବଂ ଡ ବିଜୟ ଚୌଧୁରୀଙ୍କ…
Read More“କେତେ କାନ୍ଦିବୁରେ ଗୌର ଦାସ” ସାମାଜିକ ନାଟକ ଉଦଘାଟନ କଲେ ଦଶପଲ୍ଲା ବିଧାୟକ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡ଼ା ଗ୍ରାମ ପଞ୍ଚାୟତ କନ୍ଧଖାଲମଡା ଗ୍ରାମରେ ଥିବା ଅଧିଷ୍ଠାତ୍ରୀ ଦେବି ମା ବାଗଦେବୀ ଙ୍କ ୪୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୂଚନା ଥାଉକି ସକାଳ ୧୧ଘଟିକା ସମୟରେ ବାଲିତୋଟା ରେ ମା ବାଗଦେବୀ ଠାକୁରାଣୀ ଙ୍କ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇ ସେଠାରୁ ମୁଣ୍ଡରେ କଳସ,ନାମ ସଂକୀର୍ତ୍ତନ, ଢୋଲ ବାଜା, ବାଣ,ଧଳା କଳା ଘୋଡା ଚଢି ସୁସଜ୍ଜିତ ପଟୁଆରେ ବାହାରି ପୋଡାଗଡ ଠାରେ ପହଞ୍ଚି ମା ବାଗଦେବୀ ଠାକୁରାଣୀ ଙ୍କୁ ସ୍ଥାପନ କରାଯାଇଥିଲା।ଦିର୍ଘ ଦୁଇଦିନ ଧରି ହୋମ , ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଖାଲମଡା ଗ୍ରାମର ମା ତାରିଣୀ ନାଟ୍ୟ ସାଂସଦ ର ଯୁବ କଳାକାର ମାନଙ୍କ ଦ୍ଵାରା “କେତେ କାନ୍ଦିବୁରେ ଗୌରଦାସ” ଏକ ପାରିବାରିକ ନାଟକ ମଞ୍ଚସ୍ଥ…
Read Moreମହାଆଡ଼ମ୍ବରରେ ପାଳିତ ହେଲା ସିନ୍ଦୁରିଆ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ ପର୍ବ
ନୟାଗଡ଼, (ନୟାଗଡ଼ ଦର୍ପଣ): ସରକାରୀ ଉଚ୍ଚ ବିଦ୍ୟାଳୟ ସିନ୍ଦୁରିଆର ବାର୍ଷିକ ଉତ୍ସବ ତଥା ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବତ୍ସରିକ ଉତ୍ସଵରେ ମୁଖ୍ୟଅତିଥି ଭାବରେ ନୟାଗଡର ବିଧାୟକ ଡ. ଅରୁଣ କୁମାର୍ ସାହୁ ଓ ସମ୍ମାନିତ ଅତିଥି ଭାବରେ ନୟାଗଡ ବ୍ଲକ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବ୍ଲକ୍ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ,ସ୍ଥାନୀୟ ସରପଞ୍ଚ ପ୍ରମୋଦ ବେହେରା, ମୋ ସ୍କୁଲ୍ କମିଟି ସଭାପତି ଭଗବାନ ଜେନା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ ପ୍ରମୁଖ ଯୋଗଦେଇଥିଲେ। ଶିକ୍ଷା ବିକାଶ ତଥା ମାନବିକ ଚେତନାର ଆଲୋକ ବୋଲି ମୁଖ୍ୟଅତିଥି ଡ. ସାହୁ ତାଙ୍କ ବକ୍ତବ୍ୟରେ ଉଲ୍ଳେଖ କରିବା ସହିତ ବିଦ୍ୟାଳୟର ସୁରକ୍ଷା ସଭିଙ୍କ ଦାୟିତ୍ଵ ବୋଲି ବକ୍ତବ୍ୟରେ କହିଥିଲେ।…
Read Moreରାଜ୍ୟସ୍ତରୀୟ ନାଟ୍ୟମେଳା ପ୍ରସ୍ତୁତି ବୈଠକ, ନାଟ୍ୟସୂଚୀ ପ୍ରକାଶିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ଆସନ୍ତା ମାର୍ଚ୍ଚ ୧ ରୁ ୭ ପର୍ଯ୍ୟନ୍ତ ଦୀର୍ଘ ସାତ ଦିନ ବ୍ୟାପି ରାଜ୍ୟସ୍ତରୀୟ ନାଟ୍ୟମେଳା’ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏଥି ନିମନ୍ତେ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ସ୍ଥାନୀୟ ମହର୍ଷି ବିଦ୍ୟାମନ୍ଦିର ଖେଳପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା। ନାଟ୍ୟଧାରା ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନାଟ୍ୟ ନିର୍ଦ୍ଦେଶକ ଡ. ବିଜୟ କୁମାର ଚୌଧୁରୀ ବିଗତ ତିନି ବର୍ଷ ନାଟକୋତ୍ସବର ଅଭୂତପୂର୍ବ ସଫଳତା ତଥା ଦର୍ଶକୀୟ ଆଦୃତି ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ନାଟ୍ୟନୁଷ୍ଠାନମାନ ସେମାନଙ୍କ ନାଟକ ପରିବେଷଣ କରିବେ ବୋଲି ଏହି ଅବସରରେ ସୂଚନା…
Read More‘ଶ୍ରୀ ସୃଜନ’ର ତୃତୀୟ ସାମ୍ବତ୍ସରିକ ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ସଙ୍ଗୀତ ଅନୁଷ୍ଠାନ ଶ୍ରୀ ସୃଜନର ତୃତୀୟ ସାମ୍ବତ୍ସରିକ ଉତ୍ସବ ସ୍ଥାନୀୟ ନିଉ ଜନତା ହଲରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ସମାଜସେବୀ ପ୍ରମୋଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ସଭାପତି ଡ. ବିଜୟ ଚୌଧୁରୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦିକା କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ ଏବଂ ମଞ୍ଚ ସଞ୍ଚାଳନ କରିଥିଲେ। ଏହି ଅବସରରେ ପୁରୀର ବରିଷ୍ଠ କଣ୍ଠଶିଳ୍ପୀ ଅଶୋକ ମହାନ୍ତି, ଢେ଼ଙ୍କାନାଳର ବରିଷ୍ଠ ଅଭିନେତା ଶରତ ମାଝୀ ଏବଂ ଯାଜପୁରର ସୁନାମଧନ୍ୟ ସାହିତ୍ୟିକ ବିମଳ ପତିଙ୍କୁ ମୁଖ୍ୟ ଅତିଥି ଉପଢୌକନ ଏବଂ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ…
Read Moreସହରରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ବିଧାୟକଙ୍କ ଦ୍ୱାରା ୪ କିଓସ୍କୋ, ମିଶନ ଶକ୍ତି ଗୃହ, ତ୍ରିନାଥ ମନ୍ଦିର ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରତ୍ୟେକ ସ୍ଥାନରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଇ ଆସୁଛନ୍ତି । ନୟାଗଡ଼ ସହରରେ ବିଶୁଦ୍ଧ ପାନୀୟ ଜଳ ପାଇଁ ମେଗା ପାନୀୟ ଜଳ ବ୍ୟବସ୍ଥା ହୋଇଥିବା ବେଳେ ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ପାନୀୟ ଜଳ ସୁବିଧା ପାଇଁ କିଓସ୍କୋ ନିର୍ମାଣ କରାଯାଇଛି । ଜନସ୍ୱାସ୍ଥ୍ୟ ବିଭାଗ ଆନୁକୁଲ୍ୟରେ ଏହି କିଓସ୍କୋ ଗୁଡ଼ିକ ନିର୍ମାଣ କରାଯାଇଥିବା ବେଳେ ଆଜି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ଜନସାଧାରଣଙ୍କ ଉଦ୍ଦେସ୍ୟରେ ଲୋକାର୍ପିତ ହୋଇଛି । ନୟାଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟ, ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ନୟାଗଡ଼ ଟ୍ୟାସ୍କି ଷ୍ଟାଣ୍ଡ, ବଲାଙ୍ଗୀ ପାର୍କ ପରିସରରେ ନିର୍ମାଣ କରାଯାଇଥିବା କିଓସ୍କୋ ଆଜି ଲୋକାର୍ପିତ ହୋଇଛି। ପ୍ରତ୍ୟେକ କିଓସ୍କୋ ନିର୍ମାଣ ପାଇଁ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟୟ କରାଯାଇଛି।…
Read More