ମଣ୍ଡଳ ସ୍ତରୀୟ ସାହିତ୍ୟ ସୃଜନୀ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଓଡ଼ଗାଁ ମଣ୍ଡଳର ଜବାହରଲାଲ ସରକାରୀ ବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା ତାଲିମ କାର୍ଯ୍ୟକ୍ରମ ଉଦ୍ଜଯାପିତ ହୋଇଯାଇଛି । ପ୍ରତିଭା ଅନ୍ୱେଷୀ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ, ରବୀନ୍ଦ୍ର କୁମାର ନାୟକ ଏ.ବି.ଇ.ଓ. ଓଡ଼ଗାଁ, ଶିକ୍ଷାବିତ୍ ନାଟ୍ୟ ନିର୍ଦ୍ଦେଶକ କବି ଗୋଦାବରୀ ବସନ୍ତିଆ, ପ୍ରମୁଖ ଯୋଗଦେଇ ତାଲିମର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ତା ୧.୭.୨୦୨୪ ଠାରୁ ୩.୭.୨୦୨୪ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଏହି କାର୍ଯ୍ୟକ୍ରମକୁ ଆର.ପି.ଗଦାଧର ସ୍ୱାଇଁ,ମାଷ୍ଟର ଟ୍ରେନର ଶିଶିର କୁମାର ନାୟକ ଏବଂ ଏସ.ଆର.ଜି ପ୍ରତାପ କୁମାର ପରିଡ଼ା ସୁନ୍ଦର ଭାବରେ ପରିଚାଳନା କରିଥଲେ । ପ୍ରଶିକ୍ଷକ ମାନେ ପ୍ରଶିକ୍ଷାର୍ଥୀମାନଙ୍କୁ ଗପ ଗୀତ ନାଟକ, ନୃତ୍ୟ ମାଧ୍ୟମରେ କିଭଳି ଆନନ୍ଦମୟ ଶିକ୍ଷାକୁ ବିଦ୍ୟାଳୟ ସ୍ତରରେ ପ୍ରୟୋଗ କରି ପାରିଵେ ତା…

Read More

ନୟାଗଡ଼ରେ ଜିଲାସ୍ତରୀୟ ପ୍ରବନ୍ଧ ଲିଖନ ପ୍ରତିଯୋଗୀତା, ଶୁଭସ୍ମିତା ଜିଲ୍ଲାରେ ପ୍ରଥମ

ନୟାଗଡ଼, (ନୟାଗଡ଼ ଦର୍ପଣ): ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ ଅବସରରେ ‘ସମାଜ’ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଜିଲାସ୍ତରୀୟ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ରବିବାର ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗଦେଇଥିଲେ। ସମ୍ମାନୀୟ ଅତିଥିଭାବେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ, ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ସେଠୀ ପ୍ରମୁଖ ଯୋଗଦେଇଥିଲେ। ନୟାଗଡ଼ ଜିଲା ପ୍ରତିନିଧି ଉଦିତ୍‌ ନାରାୟଣ ଦାଶ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ଦେଇଥିଲେ। ଗୋପବନ୍ଧୁଙ୍କ ଜୀବନୀ ସମ୍ପର୍କରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ। ପ୍ରତିଯୋଗିତାରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ୨୪ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେଥିମଧ୍ୟରୁ ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ…

Read More

ବାହାରିଲା ମାଟ୍ରିକ ଫଳ, ଜିଲ୍ଲାରେ ଦ୍ବିତୀୟ ଟପ୍ପର ସହ ନୟାଗଡ଼ ବ୍ଲକ ଟପ୍ପର ହେଲେ ସୌମ୍ୟା

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରକାଶ ପାଇଛି ମାଟ୍ରିକ ଫଳ। ଚଳିତ ବର୍ଷ ଫଳାଫଳରେ ନୟାଗଡ଼ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ସୌମ୍ଯା ସୁରଭି ମିଶ୍ର ୫୬୧ ନମ୍ବର ରଖି ଏ -୧ ଗ୍ରେଡ ହାସଲ କରିବା ସହ ଜିଲ୍ଲାରେ ଦ୍ବିତୀୟ ଏବଂ ନୟାଗଡ଼ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଡିଆଁପଡା ଗ୍ରାମର ବିଜୟ କୁମାର ମିଶ୍ର ଓ ବେବିନା ମିଶ୍ରଙ୍କ ସୁପୁତ୍ରୀ ଅଟନ୍ତି। ନିଜ ସଫଳତାର ଶ୍ରେୟ ସେ ନିଜ ବାପା, ମା ଏବଂ ବିଦ୍ଯାଳୟର ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ପ୍ରଦାନ କରିଛନ୍ତି। ନିଜ ପରିଶ୍ରମ ମୁତାବକ ଫଳ ପାଇ ଖୁସି ହେବା ସହିତ ଭବିଷ୍ଯତରେ ଡାକ୍ତରୀ ପଢିବାକୁ ଇଛା ରଖିଛନ୍ତି ସୌମ୍ଯା।

Read More

ଯୁକ୍ତ ଦୁଇ କଳାରେ ୫୪୫ମାର୍କ ରଖି ଜିଲ୍ଲା ଟପ୍ପର ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଛାତ୍ରୀ ଅନନ୍ୟା ମୈତ୍ରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି ଏଥିରେ ନୟାଗଡ ବ୍ଲକ ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟରର ଛାତ୍ରୀ ଅନନ୍ୟା ମୈତ୍ରୀ ୫୪୫ମାର୍କ ରଖି ଜିଲ୍ଲା ଟପ୍ପର ହୋଇଛନ୍ତି। ଅନନ୍ୟା ଇଟାମାଟିର ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ ମହାବୀର କୋଚିଂ ସେଣ୍ଟରରେ ପଢୁଥିଲେ। ସେହିପରି ଏହି ଅନୁଷ୍ଠାନର କୋଚିଂ ନେଉଥିବା ଲିପିନା ସାହୁ ୫୦୩ ମାର୍କ ରଖି ଦ୍ୱିତୀୟ ସ୍ଥାନ ଏବଂ ଇତିସ୍ମିତା ସାହୁ ୪୮୮ମାର୍କ ରଖି ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ତଥା ଅନୁଷ୍ଠାନର ଗର୍ବ ଓ ଗୌରବ ବଢ଼ାଇଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ସଫଳତାରେ ମହାବୀର କୋଚିଂ ସେଣ୍ଟରର ଚେୟାରମ୍ୟାନ ମଞ୍ଜୁବାଳା ସିଂ ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଭିଭାବକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Read More

+୨ ବିଜ୍ଞାନରେ ବିକ୍ରମ ହେଲେ ଜିଲ୍ଲା ଟପ୍ପର

ନୟାଗଡ଼, (ନୟାଗଡ଼ ଦର୍ପଣ): ଯୁକ୍ତ ଦୁଇ କଳା ବାଣିଜ୍ୟ ବିଜ୍ଞାନ ପରୀକ୍ଷା ଫଳକୁ ନେଇ ଉତ୍ସାହିତ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ। ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ବିକ୍ରମ କେଶରୀ ମିଶ୍ର, ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୫୫୪ନମ୍ବର ରଖି ଜିଲ୍ଲା ଟପର ହୋଇଛନ୍ତି। A1ଗ୍ରେଡ ପାଇ ସଫଳତା ହାସଲ କରିଛନ୍ତି। ବିକ୍ରମଙ୍କ ବାପା ମାଆ ଶିକ୍ଷକ, ଶିକ୍ଷୟତ୍ରୀ ହୋଇଥିବା ବେଳେ ପାଠ ପଢ଼ାରେ ସେମାନଙ୍କ ପ୍ରେରଣା ପାଇ ପରୀକ୍ଷାରେ ସଫଳତା ମିଳିଥିବା ବିକ୍ରମ କହିଛନ୍ତି। ନୟାଗଡ଼ ଜିଲ୍ଲା ସ୍ବୟଂଶାସିତ ମହାବିଦ୍ୟାଳୟରେ ବିକ୍ରମ ପାଠ ପଢ଼ୁଥିବା ବେଳେ ଘରୋଇ କୋଚିଙ୍ଗ ସେଣ୍ଟର ଅକ୍ସଫୋର୍ଡ଼ରେ କୋଚିଂ ନେଉଥିଲେ। ବିକ୍ରମ ଗତ ମାଟ୍ରିକରେ ୫୭୨ନମ୍ୱର ରଖି A1 ଗ୍ରେଡରେ ପାସ କରିଥିଲେ। ନୟାଗଡ଼ ବ୍ଲକ ହରିହରପୁର ଗ୍ରାମରେ ବିକ୍ରମଙ୍କ ବାପା ମାଆ ରହୁଥିବା ବେଳେ ନିଜ ଗାଁ ମାନ୍ଧାତାପୁର ବୋଲି ଜଣାପଡ଼ିଛି।…

Read More

ଶତପ୍ରତିଶତ ରେଜଲ୍ଟ କରି ନୟାଗଡ଼ ପାଢ଼ି ଟ୍ୟୁଟରିଆଲର ସଫଳତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ଗୋଟିଏ ଦିନରେ ଏକା ଥରକେ ପ୍ରକାଶ ପାଇଲା ମ୍ୟାଟ୍ରିକ, +୨ ବିଜ୍ଞାନ, କଳା, ବାଣିଜ୍ୟ ପରୀକ୍ଷା ଫଳ । ଏଥିରେ ନୟାଗଡ଼ର ସର୍ବ ପୁରାତନ ଅନୁଷ୍ଠାନପାଢ଼ି ଟ୍ୟୁଟରିଆଲର ଛାତ୍ରଛାତ୍ରୀମାନେ ଅଦ୍ଭୁତ ପୂର୍ବ ସଫଳତା ହାସଲ କରିଛନ୍ତି। ଶତପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧ‌ିକ ୬ ଜଣ ଏ-୧ (୯୦% ରୁ ଅଧିକ) ମାର୍କ ରଖୁଛନ୍ତି । ୫୦୦ ବା ତାଠାରୁ ଅଧ‌ିକ ବର୍ଗରେ ୩୭ ଜଣ ଏବଂ ୮୦% ରୁ ଅଧିକ ବର୍ଗରେ ୬୧ ଜଣ ରହିଛନ୍ତି । ଏହି ସଫଳତା ପାଇଁ ନୟାଗଡ଼ ପାଢ଼ୀ ଟ୍ୟୁଟୋରିଆଲରେ ଖୁସିର ଲହରୀ ଖେଳି ଯାଇଛି । ବିଜିତେନ୍ଦ୍ରିୟ ଦାସ ଏବଂ ସାଇ ପ୍ରସାଦ ନନ୍ଦ ଉଭୟ ୫୫୦ ମାର୍କ ରଖି…

Read More

ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ପୁଣି ଏକ ନୂଆ ଇତିହାସ

ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ମାଟ୍ରିକ୍ ପରୀକ୍ଷାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ୧୦୦% (ଶତପ୍ରତିଶତ) ରେଜଲ୍ଟ କରି ବାଜିମାତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ୫୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ପୁଣି ଏକ ନୂଆ ଇତିହାସ ରଚନା କରିଛନ୍ତି। ଯାହା ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ଉପଲକ୍ଷେ ଆଜି ଅପରାହ୍ନ ୦୨ଟା ସମୟରେ ବିଦ୍ଯାଳୟ ପରିସରରେ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଏକ ଅଭିନନ୍ଦନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଭଗବାନ ଆଚାର୍ଯ୍ୟ , ଲେଙ୍କୁଡିପଡା ଉଚ୍ଚ ବିଦ୍ଯାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ସ୍ବାଇଁ,ବରିଷ୍ଠ ଶିକ୍ଷକ ମାଣିକେଶ୍ଵର ସ୍ବାଇଁ,ପ୍ରଫୁଲ୍ଲ କୁମାର ପ୍ରଧାନ ଯୋଗଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଗୋଟିଏ ଗୋଟିଏ ଗୋଲାପ ଫୁଲ ଦେଇ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ।…

Read More

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସମ୍ବାଦ ଓ ଆମ ଓଡିଶା ପରିବାର ତରଫରୁ ସ୍ବାଭିମାନ ଦିବସ ତଥା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ ହୋଇ ଯାଇଛି। ସର୍ବପ୍ରଥମେ ମଧୁବାବୁଙ୍କ ପ୍ରତିଛବିରେ ଧୂପପୁଷ୍ପ ଅର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଶିକ୍ଷାକେନ୍ଦ୍ରର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନେ ମଧୁବାବୁଙ୍କ ପରି ସ୍ବାଭିମାନ ଭାବେ ଜୀବନ ଧାରଣ କରିବା ପାଇଁ ଉଦବୋଧନ ଦେଇଥିଲା ବେଳେ ବକ୍ତା ଭାବେ ବିଶିଷ୍ଟ ସାହିତ୍ଯିକ ନାଟ୍ଯ ଭୂଷଣ ଡକ୍ଟର ବିଜୟ କୁମାର ଚୌଧୁରୀ ଯୋଗଦେଇ ମଧୁସୂଦନ ଦାସଙ୍କ ଜୀବନୀ ଆଲୋଚନା କରିବା ସହିତ “କାଳିଆ ଘୋଡାରେ ଚଢିବି ମଧୁ ବାବୁ…

Read More

ତିନିଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ହେବ ପାଠପଢ଼ା, ତାପରେ ଗ୍ରୀଷ୍ମ ଛୁଟି

ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖ୍ ରାଜ୍ୟ ସରକାର ଚଳିତଅପ୍ରେଲ ୨୨ (ସୋମବାର)ରୁ ୨୪ ତାରିଖ (ବୁଧବାର) ପର୍ଯ୍ୟନ୍ତ ତିନିଦିନ ପାଇଁ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଚଳିତ ଅପ୍ରେଲ (ଗୁରୁବାର)ଠାରୁ ଗ୍ରୀଷ୍ମ ଛୁଟି ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗ୍ରୀଷ୍ମ ଛୁଟି ସମୟରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ।

Read More

ତାପମାତ୍ରା ବୃଦ୍ଧି ଯୋଗୁଁ ତିନିଦିନ ସ୍କୁଲ ବନ୍ଦ ରହିବ

ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ସଂପ୍ରତି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ତିନିଦିନ ପାଇଁ ବନ୍ଦ କରିଛନ୍ତି । ଚଳିତ ଅପ୍ରେଲ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

Read More