ଶିକ୍ଷା:- ଗତବର୍ଷ ଭଳି ଏ ବର୍ଷ ଯୁକ୍ତ ଦୁଇରେ ସିଲାବସ୍ ୩୦% ହ୍ରାସ କରାଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁସାରେ ମହାମାରୀ କରୋନା ଭଳି ସ୍ଥିତି ବଳବତ୍ତର ରହିଲେ ମୂଲ୍ୟାୟନ ପାଇଁ ବ୍ୟବସ୍ଥା କରାଯିବ। ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷରେ ହେବ ଟର୍ମିନାଲ ପରୀକ୍ଷା। ପ୍ରଥମ ବର୍ଷରେ ୩ଟି ଓ ଦ୍ୱିତୀୟ ବର୍ଷରେ ୩ଟି ଟର୍ମିନାଲ ପରୀକ୍ଷା ହେବ। ପ୍ରତି କ୍ୱାର୍ଟରରେ ୩୦ ନମ୍ବର ବିଶିଷ୍ଟ ଟର୍ମିନାଲ ପରୀକ୍ଷା ହେବ। ୩୦ ନମ୍ବରରୁ ୨୦ ନମ୍ବର ଥିଓରୀ ଓ ୧୦ ନମ୍ବର ପ୍ରାକ୍ଟକାଲ୍ ହେବ। ସମସ୍ତ ଟର୍ମିନାଲ ପରୀକ୍ଷା ସଂପୃକ୍ତ କଲେଜ ପରିଚାଳନା କରିବ। ପ୍ରଥମ ବର୍ଷ ଶେଷରେ ଓ ୨ୟ ବର୍ଷ ଶେଷରେ ବାର୍ଷିକ ପରୀକ୍ଷା ହେବ। ମହାମାରୀ ସ୍ଥିତି ନଉପୁଜିଲେ ବାର୍ଷିକ ପରୀକ୍ଷା…
Read MoreCategory: ଶିକ୍ଷା
ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ସିଟ୍ ବୃଦ୍ଧି ଦାବି କଲା ଅଭିଭାବକ ସଂଘ
ନୟାଗଡ଼,(15/08):– ନୟାଗଡ଼ ଜିଲ୍ଲାରେ ଅବସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ସିଟ ସଂଖ୍ୟା ବୃଦ୍ଧି କରିବା ପାଇଁ ଦାବି ଜୋର ଧରିଛି । ଏ ନେଇ ଅଭିଭାବକ ମହାସଂଘର ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରୀୟ ବିଦ୍ୟାଳୟର ଚେୟାରମ୍ୟାନ ତଥା ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ବିଧିବଦ୍ଧଭାବେ ଦାବି କରିଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଏକାଦଶ ଶ୍ରେଣୀ ଖୋଲିଥିଲା ଏବଂ ପରିସ୍ଥିତି ଦୃଷ୍ଟିରୁ ମାତ୍ର ୫୦ଟି ସିଟ ପାଇଁ ଅନୁମୋଦନ ମିଳିଥିଲା । ଜିଲ୍ଲାର ଅନ୍ୟାନ୍ୟ ବିଦ୍ୟାଳୟରୁ ସିବିଏସଇରେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଏକାଦଶ କିମ୍ବା ଦ୍ୱାଦଶ ଶ୍ରେଣୀ ପଢ଼ିବାରୁ ବଞ୍ôଚତ ହେଉଛନ୍ତି । ଫଳରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସିଟ ବୃଦ୍ଧିର ଆବଶ୍ୟକତା ରହିଛି । ନୟାଗଡ଼ ଜିଲ୍ଲାରୁ ସିବିଏସଇ ପାଠ୍ୟକ୍ରମରେ…
Read Moreପ୍ରକାଶ ପାଇଲା ପରୀକ୍ଷା ଫଳ, ଧନ୍ଦାମୂଳକ ଶିକ୍ଷାରେ ନୟାଗଡ଼ ରାଜ୍ୟରେ ଟପ୍ପର
ନୟାଗଡ,(୧୫/୦୮):- ଆଜି ସାରା ରାଜ୍ୟରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି। କରୋନା ପାଇଁ ଚଳିତ ବର୍ଷ ପରୀକ୍ଷା ଅନୁଷ୍ଠିତ ହୋଇପାରିନଥିବା ବେଳେ ପୂର୍ବ ମାର୍କ ଉପାୟ ଜରିଆରେ ଫାଇନାଲ ମାର୍କ ଦିଆଯାଇଛି। ଏଭଳି ସ୍ଥିତିରେ ନୟାଗଡ଼ ଜିଲ୍ଲାରେ କଳାରେ ୯୩.୪୧ ପ୍ରତିଶତ ପାଶ୍ ହାର ଥିବା ଜଣାପଡ଼ିଛି। ୬୪୩୮ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବେଳେ, ୬୪୩୪ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୨୧୮ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିଭଳି ୧୬୬୯ ଜଣ ଦ୍ବିତୀୟ ଓ ୩୧୧୭ ଜଣ ତୃତୀୟ ଶ୍ରେଣୀରେ ପାଶ୍ କରିଛନ୍ତି। କୌଣସି କାରଣରୁ ୮୩ଜଣଙ୍କ ପରୀକ୍ଷା ଫଳ ସ୍ଥଗିତ ରଖାଯାଇଛି। ସେହିଭଳି ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷାରେ ୯୫.୬୫ ପ୍ରତିଶତ ପାଶ୍ ହାର ରହିଥିବା ବେଳେ ନୟାଗଡ଼ ଜିଲ୍ଲା…
Read Moreଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ
ଶିକ୍ଷା,(୧୨/୦୮):- ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି। ଆଜି ଦିନ ୧୧ଟାରୁ ଖୋଲିଛି ସାମସ ପୋର୍ଟାଲ www.samsodisha.gov.inରେ ଫର୍ମ ଉପଲବ୍ଧ ହେବ। ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ସେପ୍ଟେମ୍ବର ୧୩ ତାରିଖ ଦିନ ୧୧ଟା ୩୦ରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ। ସେପ୍ଟେମ୍ବର ୧୪ରୁ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ୨୭ ତାରିଖ ଅପରାହ୍ନ ୪ଟାରେ ଦ୍ୱିତୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ। ୨୯ସେପ୍ଟେମ୍ବରରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଦ୍ୱିତୀୟ ପଯର୍ୟାୟ ନାମଲେଖା ହେବ। ଦୁଇ ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ୍ ତାଲିକା ଓ ସ୍ପଟ ଆଡମିଶନ ପାଇଁ ଅକ୍ଟୋବର ୪ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ସ୍ପଟ ଆଡମିଶନ ପାଇଁ ଅକ୍ଟୋବର ୪ ଓ ୫ ତାରିଖରେ…
Read Moreଜିଲ୍ଲାପାଳଙ୍କୁ ନୟାଗଡ଼ ଜିଲ୍ଲା ଶିକ୍ଷକ ସଂଗଠନ ପକ୍ଷରୁ ୫ଦଫା ଦାବିପତ୍ର ପ୍ରଦାନ
ନୟାଗଡ଼,(୦୯/୦୮):- ରାଜ୍ୟ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚର ଆହ୍ୱାନ କ୍ରମେ ଆଜି ନୟାଗଡ଼ ଜିଲ୍ଲା ସଂଗଠନ ପକ୍ଷରୁ ପାଞ୍ଚ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପଦର୍ଶନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କୁ ପ୍ରଦାନ କରାଯାଇଛି । ନୟାଗଡ଼ ଜିଲ୍ଲା ଆବାହକ ମାଣିକେଶ୍ୱର ସ୍ୱାଇଁ, ୬୬୨ବର୍ଗ କଲେଜର ସଂପାଦକ ସରୋଜ ରଥ, ୪୮୮ ବର୍ଗର ଶ୍ରୀ ଶାହାଜାହାନ, ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ବିନାୟକ ପରିଡ଼ା, ଅଯୋଧ୍ୟା ନାଥ ନାୟକ, ଅକୃର ପରିଡ଼ା, ଗୋଲକ ସାହୁ, ପ୍ରଭାକର ମିଶ୍ର, ପଦ୍ମଚରଣ ବିଶ୍ୱାଳ, ଅଭିମନ୍ୟୁ ମହାନ୍ତି, ମୂରଲୀଧର ବେହେରା, ସୂର୍ଯ୍ୟକାନ୍ତ ପଣ୍ଡା ପ୍ରମୁଖ ଆନ୍ଦୋଳନରେ ନେତୃତ୍ୱ ନେଇଥିବା ଜଣାଯାଇଛି ।
Read Moreନୟାଗଡ଼ ଜିଲ୍ଲାର ସର୍ବ ବୃହତ୍ତ ପୁସ୍ତକ “ନୟାଗଡ଼ ଇତିହାସ” ରାଜ୍ୟପାଳଙ୍କ ହାତରେ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ):- “ନୟାଗଡ଼ ଇତିହାସ” ରାଜ୍ୟପାଳଙ୍କ କରକମଳରେ ଉନ୍ମୋଚିତ। ମହାମହିମ ରାଜ୍ୟପାଳ ଡ଼. ଗଣେଶୀ ଲାଲଙ୍କ କରକମଳରେ ପ୍ରଫେସର ଡ଼ଃ. ପ୍ରେମାନନ୍ଦ ମହାପାତ୍ରଙ୍କ ଲିଖିତ “ନୟାଗଡ଼ ଇତିହାସ” ଉନ୍ମୋଚିତ ହୋଇଯାଇଛି। ରାଜଭବନ ପରିସରରେ ଏକ ସ୍ୱତନ୍ତ୍ର ପରିବେଶରେ ରାଜ୍ୟପାଳ ଏହି ଐତିହାସିକ ତଥ୍ୟ ସମ୍ବଳିତ ନୟାଗଡ଼ ଇତିହାସ ପୁସ୍ତକର ସଫଳତା କାମନା କରିବା ସହିତ ନୟାଗଡ଼ ଜିଲ୍ଲା ସମେତ ରାଜ୍ୟର ବୁଦ୍ଧିଜୀବୀ ତଥା ପାଠକ ମହଲରେ ଏହି ପୁସ୍ତକଟି ବେଶ ଆଦୃତି ଲାଭ କରିବ ବୋଲି ଆଶାପୋଷଣ କରିଛନ୍ତି। ପ୍ରଫେସର ମହାପାତ୍ର ହେଉଛନ୍ତି ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିନାଥ ମହାପାତ୍ର ଏବଂ ସ୍ୱର୍ଗତ ସୁଶିଲା ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ତଥା ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟର ବିଭାଗୀୟ ମୁଖ୍ୟ ଅଟନ୍ତି। ଉଲ୍ଲେଖଯୋଗ୍ୟ ପ୍ରଫେସର…
Read Moreଏସିଆ ଏବଂ ଇଣ୍ଡିଆ ବୁକଅଫ ରେକର୍ଡ ପାଇଁ ସ୍ପ୍ରିଙ୍ଗଗାର୍ଲ ପ୍ରିୟା ପ୍ରିୟଦର୍ଶିନଙ୍କ ପରେ କୁନି ବଳରାମ ଶୁଭ୍ରାଂଶୁ
ରାଜସୁନାଖଳା,(ନୟାଗଡ଼ ଦର୍ପଣ):-ବିଗତ ଦିନରେ ଯୋଗର ବହୁ ଜଟିଳ ମୁଦ୍ରାକୁ ଅତି ନିଖୁଣ ଭାବରେ ପ୍ରଦର୍ଶନ କରି ରାଜସୁନାଖଳାର ୩ବର୍ଷିଆ ବିସ୍ମୟ ବାଳିକା ପ୍ରିୟଦର୍ଶିନୀ ଏସିଆ ଏବଂ ଇଣ୍ଡିଆ ବୁକ ଅଫ ରେକର୍ଡ ସ୍ଥାନପାଇ ସାମାଜିକ ଗଣମାଧ୍ୟମରେ ସ୍ପ୍ରିଙ୍ଗ ଗାର୍ଲ ଭାବରେ ପରିଚିତ ହୋଇ ସାରିଥିବାବେଳେ ଏବେ ତିନି ଇଞ୍ଚର ତିନୋଟି ରଥ ନିର୍ମାଣ କରି ଏସିଆ ବୁକ ଅଫ ରେକର୍ଡ ଏବଂ ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଁ ମନୋନୀତ ହୋଇଛନ୍ତି କୁନି ବଳରାମ ଭାବେ ପରିଚିତ ପ୍ରଭୁ ଜଗନ୍ନାଥଙ୍କ କୁନିଭକ୍ତ ଶୁଭ୍ରାଂଶୁ ନାୟକ। ତେବେ ଉଭୟେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳାର ହୋଇଥିବାବେଳେ ଉଭୟଙ୍କ ଏହି ବିରଳ କୃତିତ୍ୱ ପାଇଁ ସମଗ୍ର ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା ସାଉଁଟିଛନ୍ତି। ତେବେ କରୋନା ମହାମାରୀ ପାଇଁ ପୁରୀ ବ୍ୟତୀତ ରାଜ୍ୟର ସବୁସ୍ଥାନରେ ରଥଯାତ୍ରା ବନ୍ଦ…
Read More୨୬ରେ ଖୋଲିବ ସ୍କୁଲ
ନୟାଗଡ଼,(ନୟାଗଡ଼ ଦର୍ପଣ ବ୍ୟୁରୋ):- ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ସ୍କୁଲ ଓ କଲେଜ୍ ଖୋଲିବା ନେଇ ବଡ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୨୬ସୋମବାରଠୁ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ଖୋଲିବ। ଏହା ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ପାଇଁ ଏହା ପ୍ରଯ୍ୟୁଜ୍ୟ। ଜୁଲାଇ ୨୬ ସୋମବାରଠାରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବ। ସକାଳ ୧୦ଟାରୁ ଦିନ ୧ ପର୍ଯ୍ୟନ୍ତ କାର୍ଯ୍ୟନିର୍ଘଣ୍ଟ ସ୍ଥିର କରାଯାଇଛି। ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ। ଏକାଦଶ ଶ୍ରେଣୀ ପାଇଁ ସେପ୍ଟେମ୍ବର ୧୫ତାରିଖରୁ ପାଠପଢ଼ା ଆରମ୍ଭ କରାଯିବ। ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବ। ଏଥିପାଇଁ…
Read Moreପୋଷ୍ୟସ୍କୁଲର ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ ଡ଼ଃ. ଅରୁଣ
ଗଣିଆ,(ନୟାଗଡ଼ ଦର୍ପଣ):- ଗଣିଆ ବ୍ଲକ ଅନ୍ତର୍ଗତ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସର ପ୍ରଧାନଶିକ୍ଷୟିତ୍ରୀ ବିଜୟାଲଷ୍ମୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ଅଭିଯାନରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରୀମତୀ ମିଶ୍ର ମୋ ସ୍କୁଲ ଅଭିଯାନର ଉଦ୍ଦେଶ୍ୟ ସଂପର୍କରେ ଜଣାଇ କହିଲେ ଯେ, ମୋ ସ୍କୁଲ ଅଭିଯାନ ସରକାରଙ୍କର ଏକ ସ୍ୱତନ୍ତ୍ର ଯୋଜନା। ପୂରାତନ ଛାତ୍ରଛାତ୍ରୀମାନେ ଏଥିରେ ସଂପୃକ୍ତ ହୋଇ ନିଜ ବିଦ୍ୟାଳୟର ଭିତିଭୂମିକୁ କିପରି ଅଭିବୃଦ୍ଧି କରିବେ, ଉନ୍ନତି ପାଇଁ ଯୋଜନା କରିବେ, ପିଲାମାନଙ୍କୁ କଣ ଶିକ୍ଷା ଦିଆଯିବ ସେ ସଂପର୍କରେ ଆଲୋଚନା କରିଥିଲେ । ସ୍କୁଲର ପବିତ୍ରତାକୁ ବଜାୟ ରଖିବା ସହିତ ଭଲ କାମ କରିବା ଏବଂ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କହିଥିଲେ । ଏହି କାଯ୍ୟକ୍ରମରେ ମୋ ସ୍କୁଲ ଅଭିଯାନରେ…
Read Moreରାଜ୍ୟରେ ଆରମ୍ଭ ହେଲା ୟୁଜି ଛାତ୍ରଛାତ୍ରୀଙ୍କ ପାଇଁ ଇ-ପାଠ୍ୟକ୍ରମ ବ୍ୟବସ୍ଥା
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟରେ ୟୁଜି ଛାତ୍ରଛାତ୍ରୀଙ୍କ ପାଇଁ ଇ-ପାଠ୍ୟକ୍ରମ ବ୍ୟବସ୍ଥା ଆରମ୍ଭ ହୋଇଛି। http://vtputkal.odisha.gov.in ମାଧ୍ୟମରେ ଛାତ୍ରଛାତ୍ରୀ ଇ-ପାଠ୍ୟକ୍ରମ ବ୍ୟବସ୍ଥାରେ ଅଂଶ ଗ୍ରହଣ କରିପାରିବେ। ଏହି ୱେବସାଇଟରେ କଳା, ବିଜ୍ଞାନ ଓ ବାଣିଜ୍ୟର ୧୧ ଟି ବିଷୟରେ ପାଠ ପଢା ବ୍ୟବସ୍ଥା ହେବ। ଏଥିରେ ପଢା ଯାଉଥିବା ବିଷୟର ଭିଡିଓକୁ ମଧ୍ୟ ଛାତ୍ରଛାତ୍ରୀ ଡାଉନଲୋଡ କରି ରଖିପାରିବେ। ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି।
Read More