ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ସିଟ୍ ବୃଦ୍ଧି ଦାବି କଲା ଅଭିଭାବକ ସଂଘ

ନୟାଗଡ଼,(15/08):– ନୟାଗଡ଼ ଜିଲ୍ଲାରେ ଅବସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ସିଟ ସଂଖ୍ୟା ବୃଦ୍ଧି କରିବା ପାଇଁ ଦାବି ଜୋର ଧରିଛି । ଏ ନେଇ ଅଭିଭାବକ ମହାସଂଘର ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରୀୟ ବିଦ୍ୟାଳୟର ଚେୟାରମ୍ୟାନ ତଥା ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ବିଧିବଦ୍ଧଭାବେ ଦାବି କରିଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଏକାଦଶ ଶ୍ରେଣୀ ଖୋଲିଥିଲା ଏବଂ ପରିସ୍ଥିତି ଦୃଷ୍ଟିରୁ ମାତ୍ର ୫୦ଟି ସିଟ ପାଇଁ ଅନୁମୋଦନ ମିଳିଥିଲା । ଜିଲ୍ଲାର ଅନ୍ୟାନ୍ୟ ବିଦ୍ୟାଳୟରୁ ସିବିଏସଇରେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଏକାଦଶ କିମ୍ବା ଦ୍ୱାଦଶ ଶ୍ରେଣୀ ପଢ଼ିବାରୁ ବଞ୍ôଚତ ହେଉଛନ୍ତି । ଫଳରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସିଟ ବୃଦ୍ଧିର ଆବଶ୍ୟକତା ରହିଛି । ନୟାଗଡ଼ ଜିଲ୍ଲାରୁ ସିବିଏସଇ ପାଠ୍ୟକ୍ରମରେ ୧୦ମ ପାସ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩ ଶହରୁ ଉଦ୍ଧ୍ୱର୍ ଅଟେ । ଏକାଦଶ ଶ୍ରେଣୀରେ ପାଠ ପଢ଼ିବାପାଇଁ କେବଳ କେନ୍ଦ୍ରୀୟ ବିଦ୍ୟାଳୟ ଜିଲ୍ଲାର ଏକମାତ୍ର ଶିକ୍ଷାନୁଷ୍ଠାନ ହୋଇଥିବା ବେଳେ ଏଠାରେ କେବଳ ବିଜ୍ଞାନ ପାଠ୍ୟକ୍ରମରେ ୫୦ଟି ସିଟ ରହିଛି । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ତୁରନ୍ତ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ସିଟ ସଂଖ୍ୟା ବୃଦ୍ଧି କରିବା ତଥା ବିଜ୍ଞାନ ସହିତ କଳା ଏବଂ ବାଣିଜ୍ୟ ବିଭାଗରେ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ମହାସଂଘ ପକ୍ଷରୁ ସଭାପତି ପ୍ରଶାନ୍ତ କୁମାର ଦାସ, ଉପସଭାପତି ନିରଂଜନ ବିଶ୍ୱାଳ, ସଂପାଦକ ଲକ୍ଷ୍ମୀଧର ସାହୁ, ଜିଲ୍ଲା ସଂଯୋଜକ ଗୌରୀଶଙ୍କର ଦାସ, ପରାମର୍ଶଦାତା ରାଜେନ୍ଦ୍ର କୁମାର ପାଣିଗ୍ରାହୀ ପ୍ରମୁଖ ଦାବି ଜଣାଇଛନ୍ତି ।

Related posts