ପ୍ରକାଶ ପାଇଲା ପରୀକ୍ଷା ଫଳ, ଧନ୍ଦାମୂଳକ ଶିକ୍ଷାରେ ନୟାଗଡ଼ ରାଜ୍ୟରେ ଟପ୍ପର

ନୟାଗଡ,(୧୫/୦୮):- ଆଜି ସାରା ରାଜ୍ୟରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି। କରୋନା ପାଇଁ ଚଳିତ ବର୍ଷ ପରୀକ୍ଷା ଅନୁଷ୍ଠିତ ହୋଇପାରିନଥିବା ବେଳେ ପୂର୍ବ ମାର୍କ ଉପାୟ ଜରିଆରେ ଫାଇନାଲ ମାର୍କ ଦିଆଯାଇଛି। ଏଭଳି ସ୍ଥିତିରେ ନୟାଗଡ଼ ଜିଲ୍ଲାରେ କଳାରେ ୯୩.୪୧ ପ୍ରତିଶତ ପାଶ୍ ହାର ଥିବା ଜଣାପଡ଼ିଛି। ୬୪୩୮ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବେଳେ, ୬୪୩୪ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୨୧୮ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିଭଳି ୧୬୬୯ ଜଣ ଦ୍ବିତୀୟ ଓ ୩୧୧୭ ଜଣ ତୃତୀୟ ଶ୍ରେଣୀରେ ପାଶ୍ କରିଛନ୍ତି। କୌଣସି କାରଣରୁ ୮୩ଜଣଙ୍କ ପରୀକ୍ଷା ଫଳ ସ୍ଥଗିତ ରଖାଯାଇଛି। ସେହିଭଳି ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷାରେ ୯୫.୬୫ ପ୍ରତିଶତ ପାଶ୍ ହାର ରହିଥିବା ବେଳେ ନୟାଗଡ଼ ଜିଲ୍ଲା ଛାତ୍ରଛାତ୍ରୀ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ୧୬୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାପାଇଁ ଫର୍ମଫିଲପ କରିଥିବା ବେଳେ ସମସ୍ତେ ପରୀକ୍ଷାରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୧୫୪ ଜଣ ପାଶ୍ କରିଛନ୍ତି। ୨୫ ଜଣ ପ୍ରଥମ ଶ୍ରେଣୀରେ ପାଶ୍ କରିଥିବା ବେଳେ, ୭୧ ଜଣ ଦ୍ବିତୀୟ ଶ୍ରେଣୀ ଓ ୮ ଜଣ ତୃତୀୟ ଶ୍ରେଣୀରେ ପାଶ୍ କରିଛନ୍ତି। ୪ ଜଣଙ୍କ ପରୀକ୍ଷା ଫଳ କୌଣସି କାରଣରୁ ସ୍ଥଗିତ ରଖାଯାଇଛି।

Related posts