ନୟାଗଡ଼,(୦୮/୦୯): ଆଜି ବିଶ୍ୱ ସ୍ୱାକ୍ଷରତା ଦିବସ ଅବସରରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ନାଭାଲ୍ ଏନ.ସି.ସି କ୍ୟାଡେଟମାନେ ନୟାଗଡ଼ ମହାବିଦ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଲେଙ୍କୁଡିପଡା ଗ୍ରାମ ପରିକ୍ରମା କରିଥିଲେ । ସ୍ୱାକ୍ଷରତା ହାର କିଭଳି ବୃଦ୍ଧି ପାଇବ ଏ ସଂପର୍କରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ସାମାଜିକ ଦୂରତା ରକ୍ଷାକରି ଲୋକମାନଙ୍କୁ ସଚେତନ କରାଇଥିଲେ । ଶୋଭାଯାତ୍ରା ପରେ ମହାବିଦ୍ୟାୟର କନଫରେନ୍ସ ହଲରେ ଏକ ବୈଠକ ବସିଥିଲା । ମହାବିଦ୍ୟାଳୟର ଏନ.ସି.ସିର କମାଣ୍ଡର ଲେପନାଣ୍ଟ ଗୋଲକ ବିହାରୀ ନାୟକଙ୍କ ସଭାପତିତ୍ୱରେ ଏହା ପରିଚାଳନା କରାଯାଇଥିଲା । ମହାବିଦ୍ୟାଲୟର ଅଧ୍ୟକ୍ଷ ସୁରେଶ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ରହି ସ୍ୱାକ୍ଷରତା ଉପରେ ବକ୍ତବ୍ୟ ରଖିଥିଲେ । ବୈଠକ ଶେଷରେ ଏନ.ସି.ସି କ୍ୟାଡେଟ୍ ମାନେ ସ୍ୱାକ୍ଷରତା ଉପରେ ପୋଷ୍ଟର ପ୍ରସ୍ତୁତ କରି ପୁରଷ୍କୃତ ହୋଇଥିଲେ । କମାଣ୍ଡର କିଶୋର ଚନ୍ଦ୍ର ରାଉତଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ବୁଦ୍ଧୀଜିବୀ ଉଚ୍ଚ ପ୍ରଶଂସା କରିଛନ୍ତି ।
ବିଶ୍ୱ ସ୍ୱାକ୍ଷରତା ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସଚେତନତା ଶୋଭାଯାତ୍ରା
