ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହେଲେ ହୁସେନ ଖାଁ

ନୟାଗଡ଼,(୦୮/୦୯): ନୟାଗଡ଼ର ବରିଷ୍ଠ କଂଗ୍ରେସ ନେତା ତଥା ସିନ୍ଦୁରିଆ ସମିତି ସଭ୍ୟ ହୁସେନ ଖାଁଙ୍କୁ ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷl ସୋନିଆ ଗାନ୍ଧୀ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ କରିଥିବାରୁ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ଆଇନଜୀବି ରଣଜିତ ଦାଶ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି l ନବନିଯୁକ୍ତ ପିସିସି ସମ୍ପାଦକ ଜନାବ ହୁସେନ ଖାଁ ଏଆଇସିସି ଅଧ୍ୟକ୍ଷl ସୋନିଆ ଗାନ୍ଧୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି l ହୁସେନ ଖାଁଙ୍କୁ ନୂତନ ନିଯୁକ୍ତି ଜିଲ୍ଲାରେ କଂଗ୍ରେସର ସାଙ୍ଗଠନିକ ଶକ୍ତିବୃଦ୍ଧି ହେବ ବୋଲି ଜିଲ୍ଲା ସଭାପତି ପ୍ରେସବାର୍ତାରେ କହିଛନ୍ତି l ଜିଲ୍ଲା କଂଗ୍ରେସ ଉପସଭାପତି କମଳ ଚରଣ ସାହୁ, ନୟାଗଡ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ ପ୍ରମୁଖ ହୁସେନ ଖାଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l

Related posts