କୋଭିଡରେ ମହିଳା ଡ଼ାକ୍ତରଙ୍କ ଅକାଳ ବିୟୋଗ

ଖଣ୍ଡପଡା,(୦୮/୦୯): ଖଣ୍ଡପଡା ବ୍ଲକର ବନମାଳୀପୁର ପଂଚାୟତ ଅଧିନ ଯଦୁନାଥପୁର ଗ୍ରାମର ଡ଼ାକ୍ତର ତପସ୍ୱୀନୀ ତ୍ରିପାଠୀ(୩୬)ଙ୍କର କରୋନା ସଂକ୍ରମଣରେ ଗତ ୬ତାରିଖରେ ଅକାଳ ମୃତ୍ୟୁ ହୋଇଥିବା ଜଣାଯାଇଛି । ଗତ କିଛି ଦିନ ତଳେ ସେ ସଂକ୍ରମିତ ହୋଇଥିବା ପରିବାରବର୍ଗଙ୍କ ସୁତ୍ରରୁ ଜଣାପଡିଛି । ଆଶୁ ଚିକିତ୍ସା ନିମନ୍ତେ ତାଙ୍କୁ ହାଇଦ୍ରାବାଦସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାରବର୍ଗଙ୍କ ସୂତ୍ରରୁ ଜଣାପଡ଼ିଛି । ସ୍ଵର୍ଗତା ତ୍ରିପାଠୀ ଚର୍ମରୋଗ ବିଶେଷଜ୍ଞ ଭାବେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସପିଟାଲରେ କାର୍ଯ୍ୟ କରୁଥିଲେ । ତାଙ୍କ ବିୟୋଗରେ ସମଗ୍ର ଖଣ୍ଡପଡା ନିର୍ବାଚନ ମଣ୍ଡଳୀରେ ଗଭୀର ଶୋକ ପ୍ରକାଶ ପାଇଛି । ନିଜ ଜୀବନକୁ ବାଜି ଲଗାଇ ରୋଗୀ ସେବାରେ ବ୍ରତୀ ଥିବା ଉକ୍ତ ମହିଳା ଡ଼ାକ୍ତରଙ୍କୁ ରାଜ୍ୟ ସରକାର କୋଭିଡ ଯୋଦ୍ଧା ଭାବେ ଘୋଷଣା କରି ମୃତକଙ୍କ ପରିବାରବର୍ଗଙ୍କୁ ଆନୁସଙ୍ଗିକ ସହାୟତା ରାଶି ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

Related posts