ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ଜବହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ନନ୍ଦିଘୋର ଠାରେ ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଓ ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କିଶୋର ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ, ସମ୍ମାନିତ ଅତିଥି ନନ୍ଦିଘୋର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ୱେତାଲିନା ମିଶ୍ର, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଭାଗ୍ୟଲତା ଦାଶ ଯୋଗଦେଇଥିଲେ। ମଣ୍ଡଳ ଶିକ୍ଷା ଅଧିକାରୀ ଗିତାଞ୍ଜଳୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ପରିଚାଳନା କରାଯାଇଛି। ପ୍ରବନ୍ଧ ପ୍ରତିଯୋଗିତାରେ ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ ଦଶମ ଶ୍ରେଣୀ, ଆନନ୍ଦ ସାହୁ ବାଳିକା ଉଚ୍ଚ ବିଦ୍ୟାଳୟ କୁରାଳ, ତର୍କରେ ଆକାଂକ୍ଷା ସ୍ୱାଇଁ, ନବମ ଜନଶକ୍ତି ବିଦ୍ୟାନିକେତନ ଦେଓଗାଁ ଭାଲିଆଡିହି, ଚିତ୍ରାଙ୍କନରେ ଶାଶ୍ୱତ କୁମାର ବିଶୋଇ, ନବମଶ୍ରେଣୀ…
Read MoreCategory: ଶିକ୍ଷା
ଜାଲ କମ୍ପ୍ୟୁଟର ପ୍ରମାଣପତ୍ର ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ଗ୍ରାମ୍ୟ ରୋଜଗାର ସେବକ ପଦବୀ ପାଇଁ ଗଞ୍ଜାମ ଏବଂ ଢେ଼ଙ୍କାନାଳ ଜିଲ୍ଲାରେ, ଘରୋଇ ଶିକ୍ଷା ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଉଥିବା କମ୍ପ୍ୟୁଟର ପ୍ରମାଣପତ୍ର ପ୍ରତ୍ୟାଖ୍ୟାନ ହବା ପରେ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କର ସ୍ବାର୍ଥ ରକ୍ଷା ଉଦ୍ଧେଶ୍ୟରେ ଆଜି ନୟାଗଡ଼ ଜିଲ୍ଲାର ସ୍ବୀକୃତି ପ୍ରାପ୍ତ କମ୍ପ୍ୟୁଟର ଶିକ୍ଷା ସଂସ୍ଥା ମାନଙ୍କ ତରଫରୁ ଧିରେନ୍ଦ୍ର ପଟ୍ଟନାୟକ, ପ୍ରଫୁଲ୍ଲ ମହାନ୍ତି, ଶିରିଶ ରଞ୍ଜନ ସାହୁ, ଅଜୟକାନ୍ତ ପୃଷ୍ଟି, ରାଇ ରଞନ ଦାସ ପ୍ରମୂଖ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ଏ ବିଷୟରେ ଅବଗତ କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
Read Moreଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ନୟାଗଡ଼ ଜିଳ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଏକ ଆଇନ ସଚେତନତା ପଦଯାତ୍ରା ଜିଲ୍ଲା ଜଜ୍ ରୂପଶ୍ରୀ ଚୌଧୁରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଆଜି ସକାଳ ୮ଘଟିକା ସମୟରେ ଜିଲ୍ଲା କୋର୍ଟ ପରିସରରୁ ଏକ ସଚେତନତା ପଦଯାତ୍ରା ବାହାରି ଥିଲା। ଜିଲ୍ଲା ଜଜ୍ ରୂପଶ୍ରୀ ଚୌଧୁରୀ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଜ୍ଞା ପରମିତା ମହାପାତ୍ର, ସବ ଜଜ୍ ପବିତ୍ରନନ୍ଦ ପ୍ରଧାନ, ସଚିବ ରଞ୍ଜୁଲତା ଲେଙ୍କାଙ୍କ ନେତୃତ୍ୱରେ ସ୍ଥାନୀୟ ଗ୍ରାମୀଣ ଆଇନ ସେବା କର୍ମୀ ଏନ.ସି.ସି ଛାତ୍ରଛାତ୍ରୀ, ନର୍ସିଙ୍ଗ କଲେଜ ଛାତ୍ରଛାତ୍ରୀ ଜିଲ୍ଲା କୋର୍ଟ ପ୍ରାଧିକରଣଙ୍କ କର୍ମଚାରୀ ବୃନ୍ଦ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସହର ପରିକ୍ରମା କରି ଜାତୀୟ ଆଇନ ସେବା…
Read Moreପାଣିପଇଲାସ୍ଥିତ ମଦର ଆବାସିକ ବିଦ୍ୟାଳୟର ନୂତନ କର୍ମକର୍ତ୍ତା ଚୟନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଅନ୍ତର୍ଗତ ପାଣିପଇଲାସ୍ଥିତ ମଦର ଆବାସିକ ବିଦ୍ୟାଳୟର ନୂତନ କର୍ମକର୍ତ୍ତା ଚୟନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଦର ଆବାସିକ ବିଦ୍ୟାଳୟ ପ୍ରତିଷ୍ଠାତା ପ୍ରଭାସୀନି ନନ୍ଦଙ୍କ ଅଧ୍ୟକ୍ଷତାରେ ଆଜି କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ନୂତନ କର୍ମକର୍ତ୍ତା ଚୟନରେ ଚିନ୍ତାମଣୀ ଆଚାର୍ଯ୍ୟଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ଉପ ସଭାପତି ଭାବେ ଯୁବ ସମାଜସେବୀ ଆଶୁତୋଷ ଦାସଙ୍କୁ ମନୋନୀତ କରାଯାଇଛି । ସେହିପରି ସଂପାଦକ ଭାବେ ପ୍ରଭାସୀନି ନନ୍ଦ, ସହ ସଂପାଦକ ପ୍ରିୟମ୍ବଦା ଦାସଙ୍କୁ ଚୟନ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ସନାତନ ସାହୁ, ବିଭୂତି ଭୂଷଣ ସାହୁ, ଡ଼ଃ.ସନ୍ତୋଷ ଭୁଜବଳ, ଅମିତ୍ କୁମାର ସାହୁ, ଅସ୍ୱନୀ କୁମାର ପଣ୍ଡା, ପ୍ରମୋଦ କୁମାର ବେହେରାଙ୍କୁ ନୂତନ କର୍ମକର୍ତ୍ତା ଚୟନରେ ସାମିଲ କାରଯାଇଛି । ଏହି ନୂତନ…
Read Moreସ୍କାଉଟ ଗାଇଡ଼ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ
ପରିବେଶ ଉପରେ ସଚେତନତା ବାର୍ତ୍ତା ବାଣ୍ଟିଲେ ଛାତ୍ରଛାତ୍ରୀ ରାଜସୁନାଖଳା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରାଜସୁନାଖଳାର ପ୍ରମୁଖ ଶିକ୍ଷାନୁଷ୍ଠାନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆନୁକୂଲ୍ୟରେ ଆଜି ଭାରତ ସ୍କାଉଟ ଏବଂ ଗାଇଡର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହିକ୍ରମରେ ସ୍କାଉଟ ଓ ଗାଇଡ଼ ମାନଙ୍କୁ ନେଇ ଏକ ପରିବେଶ ସଚେତନତା ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପରିସରରେ ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ତରାସ ଉକ୍ତ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିବା ବେଳେ ସ୍କାଉଟ ମାଷ୍ଟର ଲକ୍ଷ୍ମୀଧର ମହାପାତ୍ର ଉକ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଶୋଭାଯାତ୍ରାଟି ରାଜସୁନାଖଳାର ସମସ୍ତ ଅଞ୍ଚଳ ପରିକ୍ରମା କରି ପରିବେଶ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ସ୍କାଉଟ ଏବଂ ଗାଇଡ଼ର ଏଭଳି ଜନ ହିତକର କାର୍ଯ୍ୟପାଇଁ ଅଞ୍ଚଳବାସୀଙ୍କ ଠାରୁ ବେଶ ପ୍ରଶଂସା ସାଉଁଟିଛନ୍ତି। ପ୍ରଦୀପ କୁମାର ରଣାଆମ ପ୍ରତିନିଧି, ମୋ-୯୯୩୮୬୮୮୪୩୨
Read Moreନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଗଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ସ୍ଥିତ ଏନଏସି ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଆଜି ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ଗଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଲକ୍ଷ୍ମୀଧର ମହାନ୍ତି ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିବା ବେଳେ ଶିଳ୍ପିରାଣୀ ନାୟକ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର କରଙ୍କ ସଂଯୋଜନା ତଥା ମୋ’ବିଦ୍ୟାଳୟ ସଭାପତି ଲକ୍ଷ୍ମୀଧର ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଅଭିଭାବକ ବୈଠକରେ ବିଦ୍ୟାଳୟର ଶତାଧିକ ଅଭିଭାବକ ଯୋଗଦାନ କରି କମିଟି ଗଠନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିଲେ । ପରିଚାଳନା କମିଟି ଗଠନ ସମ୍ପର୍କିତ ସରକାରଙ୍କ ନିର୍ଦ୍ଦେଶନାମା ବିଷୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କର ଉପସ୍ଥିତ ଅଭିଭାବକ ମାନଙ୍କୁ ବିସ୍ତୃତଭାବେ ବୁଝାଇଥିଲେ । ପରେ ନିୟମାନୁସାରେ କମିଟିକୁ ୬ଜଣ ପୁରୁଷ ଏବଂ ୬ଜଣ ମହିଳା ସଦସ୍ୟ ମୋଟ ୧୨ଜଣ ଅଭିଭାବକ ନିର୍ବାଚିତ…
Read Moreଶିକ୍ଷକ ସଂଗଠନ ପକ୍ଷରୁ ଡ.ଅବଦୁଲ କାଲାମଙ୍କ ୯୦ତମ ଜନ୍ମବାର୍ଷିକ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶିଷ୍ଟ ବୈଜ୍ଞାନିକ ତଥା ମିଶାଇଲ ମ୍ୟାନ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି, ବିଶିଷ୍ଟ ଶିକ୍ଷାବିତ, ଲେଖକ ଏବଂ ଭାରତରତ୍ନ ସ୍ୱର୍ଗତ ଡଃ.ଏ.ପି.ଜେ ଅବଦୁଲ କାଲାମଙ୍କ ୯୦ତମ ଜନ୍ମବାର୍ଷିକୀ ଅବସରରେ ନୟାଗଡ଼ ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ସ୍ଥାପିତ ତାଙ୍କ ପ୍ରତିମୂର୍ତ୍ତିରେ ଧୂପ, ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶିକ୍ଷକ ସଂଗଠନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ମୁଖ୍ୟ ଅତିଥିଭାବେ ବ୍ଲକ ଶିକ୍ଷାଧିକାରୀ ନିଳାମ୍ବର ତ୍ରିପାଠୀ ଯୋଗଦାନ କରି ଶିକ୍ଷକ ସମାଜ ଦ୍ୱାରା ସ୍ଥାପିତ ଡ.କାଲାମଙ୍କ ପ୍ରତିମୂର୍ତ୍ତିରେ ଧୂପ ଏବଂ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କୋଭିଡ ନିୟମାନୁଯାୟୀ ପାଳିତ ଏହି ଉତ୍ସବରେ ବିଭିନ୍ନ ଶିକ୍ଷକ ସଂଗଠନର କର୍ମକର୍ତ୍ତା ତଥା ଶିକ୍ଷକନେତା ଭକ୍ତବଲ୍ଲବ ବଟକୃଷ୍ଣ ମିଶ୍ର, ବିପିନ ବିହାରୀ ଦାସ, ଲକ୍ଷ୍ମୀଧର…
Read Moreପୋଷାକ ବିତରଣ ଓ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ)- ଆଜି ଓଡ଼ଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟର କୁରାଳ କ୍ଲଷ୍ଟର ଅଧୀନରେ ଥିବା ସରକାରୀ ଉ.ପ୍ରା.ବିଦ୍ୟାଳୟ, ଦଣ୍ଡୋର ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପୋଷାକ, ଜୋତା, ମୋଜା ବିତରଣ ସହିତ ବିଦ୍ୟାଳୟ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜନିତ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଅତିରିକ୍ତ ଶିକ୍ଷାଧିକାରୀ ବନବିହାରୀ ପାତ୍ର ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ଶିକ୍ଷାବିତ, ଗବେଷକ ତଥା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ଅଧିବାସ ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗଦେଇ କୋଭିଡ୍ କଟକଣା ଯୋଗୁଁ ଛାତ୍ରଛାତ୍ରୀଙ୍କ ବଦଳରେ ସେମାନଙ୍କ ପିତାମାତାମାନଙ୍କୁ ପୋଷାକ, ଜୋତା ଓ ମୋଜା ବଣ୍ଟନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିବାକର ପଣ୍ଡା, ଉପସଭାପତି ଜଲି ପାଣିଗ୍ରାହୀଙ୍କ ସମେତ ସମସ୍ତ ସଭ୍ୟସଭ୍ୟାଙ୍କୁ ବିଦ୍ୟାଳୟ ତରଫରୁ…
Read Moreପ୍ରାଥମିକ ଶିକ୍ଷକ ସମ୍ମିଳନୀ ଓ ଶପଥପାଠ ଉତ୍ସବ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡଗାଁ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଶରଣକୁଳ ଅଡିଟୋରିୟମ ଗୃହରେ ସମସ୍ତ ପୁରାତନ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ଏକ ପ୍ରାଥମିକ ଶିକ୍ଷକ ସମ୍ମିଳନୀ ଓ ଶପଥପାଠ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଉପସ୍ଥିତ ଥିଲେ। ଏହି ସଭାରେ ଅବସରପ୍ରାପ୍ତ ଶିକ୍ଷକ ଏମ. ଦିନବନ୍ଧୁ ମହାପାତ୍ର, ରାମକୃଷ୍ଣ ପରିଡ଼ା ଅତିଥି ଭାବେ ଯୋଗଦେଇଥିବା ବେଳେ ଆଠଟି ବ୍ଳକର ସମସ୍ତ ବର୍ଗର ଶିକ୍ଷକ ପ୍ରତିନିଧି ଏବଂ ଓଡ଼ଗାଁ ବ୍ଳକର ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘର ସଭାପତି ନରେଶ ପାଣିଗ୍ରାହୀ, ସମନ୍ୱୟ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ମନୋଜ କୁମାର ନାୟକ, ଏକ୍ସ କ୍ୟାଡ଼ର ସଭାପତି ଜୟକୃଷ୍ଣ ପ୍ରଧାନ, ସମ୍ପାଦକ ଜଗନ୍ନାଥ ବାରିକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଜ୍ୟୋତିରଞ୍ଜନ ଦାଶ ଏବଂ ସମ୍ପାଦକ ଭକ୍ତରଞ୍ଜନ ମିଶ୍ର…
Read Moreତିନିଦିନିଆ ଶିକ୍ଷକ ତାଲିମ ଶିବିର ଉଦଯାପିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ)- ଓଡ଼ଗାଁ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତିନିଦିନ ଧରି ଚାଲୁରହିଥିବା ଏକ ଶିକ୍ଷକ ତାଲିମ ଶିବିର ଆଜି ଉଦଯାପିତ ହୋଇଛି। ଗତ ୫ତାରିଖ ଠାରୁ ଉକ୍ତ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଆଜି ସମାପ୍ତ ହୋଇଛି। ଉକ୍ତ ତାଲିମ କାର୍ଯ୍ୟକ୍ରମରେ ଓଡ଼ଗାଁ ସମେତ ଶରଣକୁଳ, ନନ୍ଦିଘୋର, ଗୌଡ଼ପୁଟ, ମଶାବାରୀ, କୋମଣ୍ଡ, କୁରାଳ, ବାଉଁଶଗାଡ଼ିଆ ଓ ସୁନାମୁହିଁ କ୍ଲଷ୍ଟରର ପ୍ରତ୍ୟେକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକଙ୍କ ସହ ଜଣେ ଉତ୍ସର୍ଗୀକୃତ ଶିକ୍ଷକଙ୍କୁ ମିଶାଇ ପ୍ରାୟ ୧୮୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିବାବେଳେ ରାଜ୍ୟ ସାଧନକର୍ମୀ ସୌଦାମିନୀ ମହାପାତ୍ର, ଜିଲ୍ଲା ସାଧନକର୍ମୀ ମନୋଜ କୁମାର ନାୟକ, ବୁଦ୍ଧିଆ ପାତ୍ର ଓ ପ୍ରଫୁଲ୍ଲ କୁମାର ପ୍ରଧାନ ପ୍ରମୁଖ ସଂପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏ ଅବସରରେ ଜାତୀୟ ଶିକ୍ଷାନୀତି ଆଧାରରେ ୨୦୨୫ ମସିହା ସୁଦ୍ଧା ପ୍ରାଥମିକ…
Read More