ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଅନ୍ତର୍ଗତ ପାଣିପଇଲାସ୍ଥିତ ମଦର ଆବାସିକ ବିଦ୍ୟାଳୟର ନୂତନ କର୍ମକର୍ତ୍ତା ଚୟନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଦର ଆବାସିକ ବିଦ୍ୟାଳୟ ପ୍ରତିଷ୍ଠାତା ପ୍ରଭାସୀନି ନନ୍ଦଙ୍କ ଅଧ୍ୟକ୍ଷତାରେ ଆଜି କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ନୂତନ କର୍ମକର୍ତ୍ତା ଚୟନରେ ଚିନ୍ତାମଣୀ ଆଚାର୍ଯ୍ୟଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ଉପ ସଭାପତି ଭାବେ ଯୁବ ସମାଜସେବୀ ଆଶୁତୋଷ ଦାସଙ୍କୁ ମନୋନୀତ କରାଯାଇଛି । ସେହିପରି ସଂପାଦକ ଭାବେ ପ୍ରଭାସୀନି ନନ୍ଦ, ସହ ସଂପାଦକ ପ୍ରିୟମ୍ବଦା ଦାସଙ୍କୁ ଚୟନ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ସନାତନ ସାହୁ, ବିଭୂତି ଭୂଷଣ ସାହୁ, ଡ଼ଃ.ସନ୍ତୋଷ ଭୁଜବଳ, ଅମିତ୍ କୁମାର ସାହୁ, ଅସ୍ୱନୀ କୁମାର ପଣ୍ଡା, ପ୍ରମୋଦ କୁମାର ବେହେରାଙ୍କୁ ନୂତନ କର୍ମକର୍ତ୍ତା ଚୟନରେ ସାମିଲ କାରଯାଇଛି । ଏହି ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ପାଣିପଇଲାସ୍ଥିତ ମଦର ଆବାସିକ ବିଦ୍ୟାଳୟର ନୂତନ କର୍ମକର୍ତ୍ତା ଚୟନ
