ବୋମା ବିସ୍ଫୋରଣ ଘଟଣାରେ ୨ଜଣଙ୍କୁ ଗିରଫ କଲା ଓଡଗାଁ ପୋଲିସ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡଗାଁ ପୋଲିସକୁ ବଡ଼ ସଫଳତା। ବାହାଡାଝୋଲା ବୋମା ବିସ୍ଫୋରଣରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଓଡଗାଁ ପୋଲିସ। ଗତ କାଲି ରାତ୍ର ୭ଘଟିକା ସମୟରେ ବାହାଡାଝୋଲା ବଜାରରେ ଦୁଇ ଭାଇଙ୍କ ମଧ୍ୟ୍ୟରେ ଘରୋଇ କଳହକୁ କେନ୍ଦ୍ର କରି ସାନଭାଇ ବଡଭାଇ ଉପରକୁ ଷଡଯନ୍ତ୍ର କରି ବୋମା ମାଡ କରିଥିଲା। ଏହି ବୋମା ମାଡ଼ରେ ପ୍ରଦୀପ ନାଏକଙ୍କ ମୃତ୍ୟୁ ହୋଇଥିଲା। ମୃତ ପ୍ରଦୀପ ନାଏକଙ୍କ ସାନଭାଇ ହେଉଛି ଅଭିଯୁକ୍ତ ଦିଲ୍ଲୀପ ନାଏକ ଏବଂ ଅନ୍ୟ ଜଣେ ସେହି ବାହାଡାଝୋଲା ଅଞ୍ଚଳର ମନୋଜ ସାହୁ ବୋଲି ଜଣାପଡିଛି। ମନୋଜ ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ଅପରାଧୀ ବୋଲି ବାହାଡ଼ାଝୋଲା ଅଞ୍ଚଳରେ ଚର୍ଚା ଜୋର ଧରିଛି। ଗତକାଲି ବିଳମ୍ବିତ ରାତିରେ ଓଡଗାଁ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ମନୋଜ ଘରୁ ଚାରିଟି ବୋମା ଜବତ ହୋଇଥିବା ଓଡଗାଁ ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଏହି ଦୁଇ ଅଭିଯୁକ୍ତଙ୍କ ଜାମିନ ନାମଂଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ବାହାଡାଝୋଲା ଅଞ୍ଚଳରେ ପୋଲିସ ପେଟ୍ରୋଲିଙ୍ଗ ନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ସ୍ଥାନୀୟ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି।

Related posts