ଅତିରିକ୍ତ ଉପ-ଜିଲ୍ଲାପାଳଙ୍କ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବୁଥ୍ ପରିଦର୍ଶନ

ଓଡ଼ଗାଁ,(ନୟାଗଡ଼ ଦାର୍ପଣ): ଆଜି ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଦିବସରେ ନୟାଗଡ଼ର ଅତିରିକ୍ତ ଉପଜିଲ୍ଲାପାଳ ଅବନୀ କୁମାର ସାହୁ ନୟାଗଡ଼ ନିର୍ବାଚନ ମଣ୍ଡଳୀର କେତେକ ବୁଥ୍ ପରିଦର୍ଶନ କରିଛନ୍ତି। ନନ୍ଦିଘୋର, ଘସାଦେଈପୁର, ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ, ବାହାଡାପିଠା, ମଶାବାରୀ, ରଙ୍ଗଣୀପାଟଣା, ପଥରା, କୋମଣ୍ଡ, ରୋହିବାଙ୍କର ବୁଥ୍ ଗୁଡିକୁ ବୁଲି ଦେଖିବା ସହିତ ବି.ଏଲ୍.ଓ ମାନଙ୍କୁ ବିଭିନ୍ନ ଫର୍ମ ବିଷୟରେ ପଚାରି ବୁଝିଥିଲେ।ଭୋଟର ତାଲିକାରେ ଯୋଗ କରିବାକୁ ଆସିଥିବା ନୂତନ ଭୋଟର ମାନଙ୍କୁ ଉତ୍ସାହିତ କରିଥିଲେ। ଘରଘର ବୁଲି ବୁଝି ଅନଲାଇନ୍ ଓ ଅଫଲାଇନରେ ଯୋଗ, ବାଦ, ସଂଶୋଧନ କିପରି କରାଯିବ ବି.ଏଲ୍.ଓ ମାନଙ୍କଠାରୁ ପଚାରି ବୁଝିଥିଲେ। କୋମଣ୍ଡ ଏବଂ ରୋହିବାଙ୍କ ବି.ଏଲ୍.ଓ ମାନଙ୍କ ଠାରୁ ବି.ଏଲ୍.ଓ ରେଜିଷ୍ଟର, ଆବେଦନ ଫର୍ମ ଗୁଡିକ ପୁଙ୍ଖାନୁପୁଙ୍ଖ ଭାବରେ ଦେଖି ଶ୍ରୀ ସାହୁ ବି.ଏଲ୍.ଓ ବନୀତା ମାଝି, ରଞ୍ଜୁରାଣୀ ସାହୁ, ମଞ୍ଜୁଲତା ଦାଶ, ବବିତା ମହାପାତ୍ର ଓ ସୁପରଭାଇଜର ରଞ୍ଜନ କୁମାର ଦାଶଙ୍କୁ ପ୍ରଶଂସା କରିଥିଲେ। ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସୁବାଷ ଚନ୍ଦ୍ର ସେଠୀ, ସୁପରଭାଇଜର ରଞ୍ଜନ କୁମାର ଦାଶ ଓ ଶୁଷେନ୍ଦୁ ଷଡ଼ଙ୍ଗୀ ସ୍ମାର୍ଟ ଫୋନରେ ଅନଲାଇନ୍ ମାଧ୍ୟମରେ ହେଉଥିବା ସମସ୍ୟାର ସମାଧାନ ପନ୍ଥା ବୁଝାଇଥିଲେ। ନୂତନ ଭୋଟର ଅନଲାଇନରେ କିପରି ଅଧିକରୁ ଅଧିକ ଆବେଦନ କରିବେ ସେ ବିଷୟରେ ସଚେତନ କରିବା ପାଇଁ କହିଥିଲେ।

Related posts