ପରିବେଶ ଉପରେ ସଚେତନତା ବାର୍ତ୍ତା ବାଣ୍ଟିଲେ ଛାତ୍ରଛାତ୍ରୀ
ରାଜସୁନାଖଳା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରାଜସୁନାଖଳାର ପ୍ରମୁଖ ଶିକ୍ଷାନୁଷ୍ଠାନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆନୁକୂଲ୍ୟରେ ଆଜି ଭାରତ ସ୍କାଉଟ ଏବଂ ଗାଇଡର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହିକ୍ରମରେ ସ୍କାଉଟ ଓ ଗାଇଡ଼ ମାନଙ୍କୁ ନେଇ ଏକ ପରିବେଶ ସଚେତନତା ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପରିସରରେ ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ତରାସ ଉକ୍ତ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିବା ବେଳେ ସ୍କାଉଟ ମାଷ୍ଟର ଲକ୍ଷ୍ମୀଧର ମହାପାତ୍ର ଉକ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଶୋଭାଯାତ୍ରାଟି ରାଜସୁନାଖଳାର ସମସ୍ତ ଅଞ୍ଚଳ ପରିକ୍ରମା କରି ପରିବେଶ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ସ୍କାଉଟ ଏବଂ ଗାଇଡ଼ର ଏଭଳି ଜନ ହିତକର କାର୍ଯ୍ୟପାଇଁ ଅଞ୍ଚଳବାସୀଙ୍କ ଠାରୁ ବେଶ ପ୍ରଶଂସା ସାଉଁଟିଛନ୍ତି।
ପ୍ରଦୀପ କୁମାର ରଣା
ଆମ ପ୍ରତିନିଧି, ମୋ-୯୯୩୮୬୮୮୪୩୨