ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଦିବସ ପାଳିତ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ରୂପଶ୍ରୀ ଚୌଧୁରୀ, ସଚିବ ରଞ୍ଜୁଲତା ଲେଙ୍କା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଜ୍ଞା ପରମିତା ମହାପାତ୍ର, ଆଇନଜୀବୀ, ଗ୍ରାମୀଣ ଆଇନ ସହାୟକ କର୍ମୀ ଓ ବିଦ୍ୟାଳୟର ପିଲାମାନେ ଅଂଶ ଗ୍ରହଣ କରି ଏକ ସଚେତନତା ପଦଯାତ୍ରାରେ ସାମିଲ ହୋଇଥିଲେ । ଜିଲ୍ଲା କୋର୍ଟ ପରିସରରୁ ବାହାରି ସହର ପରିକ୍ରମା କରିଥିଲେ । ଶେଷରେ ଶିଶୁ ଦିବସ ପାଳନ ଅବସରରେ ଜିଲ୍ଲା ସମ୍ମିଳନୀ କକ୍ଷରେ ଏକ ଆଇନ ସ୍ୱାକ୍ଷରତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ଜଜ ରୂପଶ୍ରୀ ଚୌଧୁରୀ, ପରିବାର ଅଦାଲତ ବିଚାରପତି ପ୍ରଶାନ୍ତ କୁମାର ମିଶ୍ର, ସି.ଜେ.ଏମ ପ୍ରଜ୍ଞା ପରମିତା ମହାପାତ୍ର ପ୍ରମୁଖ ଯୋଗଦେଇ ଶିଶୁମାନଙ୍କର ଉନ୍ନତି, ପ୍ରଗତି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ପାଇଁ ଆଇନରେ ଥିବା ବିଧି ବ୍ୟବସ୍ଥା ଉପରେ ସଚେତନତା କରାଇଥିଲେ । ଦେବାଶିଶ ପଟ୍ଟନାୟକ, ଲିପ୍ସା ଦାସ ପଟ୍ଟନାୟକ, ପ୍ରଫୁଲ ବେହେରା, ଆଦି ବହୁ ସଂଖ୍ୟାରେ ଗ୍ରାମୀଣ ଆଇନ ସହାୟତା କର୍ମୀ ସହଯୋଗ କରିଥିଲେ ।
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଦିବସ ପାଳିତ
