ନୂତନ ବ୍ଳକ ଶିକ୍ଷାଧିକାରୀଙ୍କ ଯୋଗଦାନ, ଶିକ୍ଷକ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଅନୁଯାୟୀ ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ଭାବେ ନିମାଇଁ ଚରଣ ପ୍ରଧାନ ବିଧିବଦ୍ଧ ରୂପେ ଯୋଗଦାନ କରିଛନ୍ତି । ଫଳରେ ଦୀର୍ଘ ଏକବର୍ଷରୁ ଉର୍ଦ୍ଧ୍ୱ ସମୟଧରି ଖାଲିଥିବା ଏହି ପଦବୀ ପୂରଣ ହୋଇ ପାରିଛି । ପୂର୍ବରୁ ଓଡ଼ଗାଁ ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ ନୟାଗଡ଼ ବ୍ଲକ ଦାୟିତ୍ୱରେ ରହିଥିଲେ । ନୂତନ ବିଇଓଙ୍କ ଯୋଗଦାନ ପରେ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ତାଙ୍କୁ ଫୁଲତୋଡ଼ା ଦିଆଯାଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଶିକ୍ଷକନେତା ସନ୍ତୋଷ ସାହୁ, ଲକ୍ଷ୍ମୀଧର ସାହୁ, ସଂଗ୍ରାମ ସାହୁ, ଉମେଶ ସ୍ୱାଇଁ, ରବିନ୍ଦ୍ର ସାହୁ, ଭଗବାନ ପଣ୍ଡା, ମୃତ୍ୟୁଞ୍ଜୟ ଷଢ଼ଙ୍ଗୀ ପ୍ରମୁଖ ନୁତନ ବିଇଓଙ୍କୁ ସ୍ୱାଗତ ଜଣାଇଥିଲେ । ଉତ୍ତରରେ ନୂତନ ବିଇଓ ଶିକ୍ଷମାନଙ୍କ ରହିଥିବା ବିଭିନ୍ନ ସମସ୍ୟା ଗୁଡ଼ିକୁ ଆଲୋଚନା…

Read More

ନୟାଗଡ଼ କଲେଜ କର୍ମଚାରୀଙ୍କ ଅନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ପ୍ରସଙ୍ଗରେ କଲେଜ ସମ୍ମୁଖରେ ଆନ୍ଦୋଳନ କରିବ ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ରଂଜିତ ଦାସ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବ୍ୟବସ୍ଥାକୁ ନେଇ 5ଦଫା ଦାବି ସମ୍ବଳିତ ଏକ ଦାବିପତ୍ର କଲେଜ ଅଧ୍ୟକ୍ଷଙ୍କୁ ଦେବା ସହ କଣ ଲେଖିଛନ୍ତି ଜାଣନ୍ତୁ… ଆପଣ ଜାଣନ୍ତି ନୟାଗଡ଼ ମହାବିଦ୍ୟାଳୟ ହେଉଛି ଆମ ସମସ୍ତଙ୍କ ପାଇଁ ଶିକ୍ଷାର ମନ୍ଦିର, ନୟାଗଡ଼ ର ଅନନ୍ୟ ପରିଚୟ l ଅଭିଭାବକ ମାନଙ୍କ ଅତୁଟ ବିଶ୍ୱାସ ଆମ କଲେଜ ଉପରେ ରହିଛି l ସମ୍ପ୍ରତ୍ତି ନୟାଗଡ଼ ମହାବିଦ୍ୟାଳୟ ରେ ପ୍ରଶାସନିକ ଅବ୍ୟବସ୍ଥା, ଢିଲା ଶାସନ ଏବଂ ମାତ୍ରାଧିକ ରାଜନୈତିକ ହସ୍ତକ୍ଷେପ ପାଇଁ ଅଧ୍ୟାପକ, କର୍ମଚାରୀଙ୍କ ଚାରିତ୍ରିକ ବିଶୃଙ୍ଖଲିତ ଆଚରଣ ପାଇଁ କଲେଜ ର ପ୍ରତିଷ୍ଠା ମାନସମ୍ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ଅନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଆଲୋଚନା ଆମ ମାନଙ୍କୁ ବହୁତ କଷ୍ଟ ଦେଉଛି l…

Read More

ନୟାଗଡ଼ ଜିଲ୍ଲାର ନୂତନ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ନୂତନ ଜିଲ୍ଲା ଶିକ୍ଷାଧିକାରୀ ଭାବେ ରାଜଶ୍ରୀ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ଏଠାରେ କାର୍ଯ୍ୟରତ ଥିବା ଶିକ୍ଷାଧିକାରୀ ଅକ୍ରୁର ବାରିକଙ୍କ ଭଦ୍ରକ ଜିଲ୍ଲାକୁ ବଦଳି ହୋଇଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ୧୮ଜଣ ଶିକ୍ଷାଧିକାରୀଙ୍କୁ ବଦଳି କରିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀମତୀ ପଟ୍ଟନାୟକ ପୂର୍ବରୁ ଓସେପାର ଯୁଗ୍ମ ନିର୍ଦ୍ଦେଶିକା ଭାବେ ଭୁବନେଶ୍ୱର ଠାରେ କାର୍ଯ୍ୟରତ ଥିଲେ।

Read More

ମଣ୍ଡଳସ୍ତରୀୟ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଆଲୋଚନାଚକ୍ର ଏବଂ ସେମିନାର୍ ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ଇନଡୋର ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଭକ୍ତରଂଜନ ମିଶ୍ରଙ୍କ ସଭାପତିତ୍ୱରେ ମଣ୍ଡଳସ୍ତରୀୟ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ଏକ ଆଲୋଚନାଚକ୍ର ଏବଂ ସେମିନାର୍ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସେମିନାରରେ ଓଡ଼ଗାଁ ବ୍ଲକର ପ୍ରାୟ ୫୫୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଏ ଅବସରରେ ନୟାଗଡ଼ ବିଧାୟକ ମାନ୍ୟବର ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ୩୪ ଜଣ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବ୍ଲକ୍ ପ୍ରଶାସନିକ ଅଧିକାରୀ ଏବଂ ଓଡ଼ଗାଁ ବ୍ଲକ୍ ସାମ୍ବାଦିକମାନଙ୍କୁ ଫୁଲତୋଡା, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ମାନିତ ଅତିଥି ରୂପେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଓଡ଼ଗାଁବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ,ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ ଓ ବ୍ଲକ୍ ଶିକ୍ଷାଧିକାରୀ ଗୀତାଞ୍ଜଳି…

Read More

ପଠାଣିସାମନ୍ତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପିଲାଙ୍କୁ ଭବ୍ୟ ସ୍ଵାଗତ

ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟ ସଭାଗୃହରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଶତପଥୀଙ୍କ ସଭାପତିତ୍ବରେ ଯୁକ୍ତ ଦୁଇ ଶ୍ରେଣୀରେ ନୂତନ ଭାବେ ଯୋଗଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ତରଫରୁ ସ୍ଵାଗତ କରାଯାଇଥିଲା। ସରକାରଙ୍କର ନିର୍ଦ୍ଦେଶିତ ଧାରାରେ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଭାଗିରଥି ମହାରଣା ସଚେତନ କରାଇଥିଲେ। ଅଧ୍ୟାପକ ରବିନ୍ଦ୍ର କୁମାର ଦାସ, ଗୋପବନ୍ଧୁ ଚୌଧୁରୀ, ପ୍ରିୟରଞ୍ଜନ ରଥ,ବଳରାମ ସାହୁ,ତୃପ୍ତି ମିଶ୍ର, ପ୍ରଦୀପ୍ତ କୁମାର ଦାସ, ନିରଞ୍ଜନ ସ୍ୱାଇଁ, ଶିବନାରାୟଣ ମିଶ୍ର, ବିଜୟଲକ୍ଷ୍ମୀ ସ୍ବାଇଁ, ଲାଇବ୍ରେରିଆନ୍- ବଂଶୀଧର ହରିଚନ୍ଦନ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରିଥିଲେ।

Read More

ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଅଶ୍ୱିନୀ ନାୟକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଅଶ୍ୱିନୀ କୁମାର ନାୟକ କଲେଜର ନୂତନ ଅଧ୍ୟକ୍ଷ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ଗତକାଲି ମହାବିଦ୍ୟାଳୟ ଅଧ୍ୟକ୍ଷ ପଦରୁ ସୁରେଶ କୁମାର ପ୍ରଧାନ ଅବସର ଗ୍ରହଣ କରିଥିଲେ। ଫଳରେ କଲେଜର ବରିଷ୍ଠ ଅଧ୍ୟାପକ ଭାବେ ଶ୍ରୀଯୁକ୍ତ ନାୟକ ଅଧ୍ୟକ୍ଷ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଅବସରରେ କଲେଜର ସମସ୍ତ କର୍ମଚାରୀ ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ପୁଷ୍ପଗୁଚ୍ଛ ଦେଇ ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

Read More

ନୟାଗଡ଼ ବ୍ଳକ ଶିକ୍ଷାଧିକାରୀ ଭାବେ ନିଯୁକ୍ତ ହେଲେ ନିମାଇଁ ଚରଣ ପ୍ରଧାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ନଂ୧୮୪୦୯ ତା:୩୧.୦୭.୨୩ରିଖ ଅନୁଯାୟୀ ନୟାଗଡ଼ ବ୍ଳକ ଶିକ୍ଷାଧିକାରୀ ଭାବେ ନିମାଇଁ ଚରଣ ପ୍ରଧାନ ନିଯୁକ୍ତି ପାଇଛନ୍ତି। ଫଳରେ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଖାଲି ପଡ଼ିଥିବା ନୟାଗଡ଼ ବିଇଓ ପଦବୀ ଏବେ ପୂରଣ ହୋଇଛି। ଶ୍ରୀଯୁକ୍ତ ପ୍ରଧାନଙ୍କ ନିଯୁକ୍ତିକୁ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଛି। ସୂଚନାଯୋଗ୍ୟ ଯେ ନବ ନିଯୁକ୍ତ ନୟାଗଡ଼ ବିଇଓ ଶ୍ରୀଯୁକ୍ତ ପ୍ରଧାନ ପ୍ରଥମେ ନୟାଗଡ଼ ବ୍ଳକ ଅନ୍ତର୍ଗତ ଚଣ୍ଡୀବସ୍ତ ହାଇସ୍କୁଲରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ।ପରବର୍ତ୍ତୀ ସମୟରେ ସେ ଶଙ୍ଖେଇ ହାଇସ୍କୁଲ ଏବଂ ବର୍ତ୍ତମାନ ଅଂକୁଲାଇ ହାଇସ୍କୁଲ, ମାନଧତାପୁରରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ଜଣେ ଦକ୍ଷ ତଥା ଅଭିଜ୍ଞ ବିଜ୍ଞାନ ଶିକ୍ଷକ ଭାବେ ସମଗ୍ର ଜିଲ୍ଲାରେ ଶ୍ରୀଯୁକ୍ତ ପ୍ରଧାନ ପରିଚିତ ଥିବା ବେଳେ ପ୍ରଧାନ…

Read More

ନୟାଗଡ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସମ୍ମାନୀତ ଅତିଥି ଭାବେ ଚାହାଳି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ଉକ୍ତ ମେଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଛାତ୍ରଛାତ୍ରୀଙ୍କ ମନରେ ବୈଜ୍ଞାନିକ ଚେତନାର ବିକାଶ ଅପରିହାର୍ଯ୍ୟ ବୋଲି ମତ ରଖିଥିଲେ ଓ ପ୍ରତ୍ୟେକ ଶିଶୁ ଅନ୍ୱେଷଣ ମାର୍ଗରେ ନୂତନ ଉଦ୍ଭାବନ ସହ ଦେଶର ପ୍ରଗତିରେ ନିଜକୁ ନିୟୋଜିତ କରିବା ଉଚିତ ବୋଲି କହିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଅତିଥିମାନଙ୍କ ପରିଚୟ ରଖିଥିଲେ। ଏହି ମେଳାରେ ନିର୍ଣ୍ଣାୟକ ଭାବେ ଦୀପକ କୁମାର ମହାରଣା (ଗଣିଆ ହାଇସ୍କୁଲ), ଅନୁସୂୟା ମିଶ୍ର(ଏନ.ଏ. ସି. ହାଇସ୍କୁଲ), ଯୋଗେନ୍ଦ୍ର ନାଥ ନାୟକ(ନବଘନପୁର ହାଇସ୍କୁଲ), ଶରତ ଚନ୍ଦ୍ର ବେହେରା(ମାଛିପଡା ହାଇସ୍କୁଲ), ନିରଞ୍ଜନ ଦାସ(ଚାହାଳି ହାଇସ୍କୁଲ), ପ୍ରହଲ୍ଲାଦ ଶାନ୍ତ (ଅବସରପ୍ରାପ୍ତ ବିଜ୍ଞାନ…

Read More

ଭୁବନେଶ୍ୱରରେ ATDC ପ୍ରଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ATDC (Apparel training & designing center) ଧନ୍ଦାମୂଳକ ପ୍ରଶିକ୍ଷିକ/ପ୍ରଶିକ୍ଷିକାମାନଙ୍କର ଏକ ତାଲିମ କାର୍ଯ୍ୟ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ସଂସ୍ଥାର ଷ୍ଟେଟ ହେଡ ତଥା ପ୍ରିନ୍ସିପାଲ ମଳୟ ରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରାରମ୍ଭରେ ସଂସ୍ଥାର ସଂଯୋଜକ ଗଗନ ମିଶ୍ର ତାଲିମର ଉଦ୍ଦେଶ୍ୟ ପ୍ରକାଶ କରିଥିଲେ। ଏହି ତାଲିମରେ ବରିଷ୍ଠ ଅଧ୍ୟାପକ ତଥା ଆଇନିଜୀବୀ ଡ଼. ଅଶୋକ ମିଶ୍ର, ଓସେପାର PMU ବିଭାଗର ପରିଚାଳନାରେ ଥିବା ସାଗରୀକା ମହାପାତ୍ର ଏବଂ ଟେକ୍ନିସିଆନ ମହେଶ୍ୱର ଭଟ ପ୍ରମୁଖ ସଂସ୍ଥାର ଅଧୀନରେ ଥିବା ପ୍ରଶିକ୍ଷକ ଏବଂ ପ୍ରଶିକ୍ଷୀକାମାନଙ୍କୁ ବିଭିନ୍ନ ବିଷୟରେ ତାଲିମ ଦେଇଥିଲେ। ଡ଼: ମିଶ୍ର ଶିକ୍ଷାର ଗୁଣାତ୍ମକ ବିକାଶ ଏବଂ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିପରି ସୁଯୋଗାଯୋଗ ସ୍ଥାପନ ହୋଇପାରିବ ସେ ବିଷୟରେ ମତବ୍ୟକ୍ତ କରିଥିଲେ।ସେହିପରି ଶ୍ରୀମତି ମହାପାତ୍ର…

Read More

ଜିତୁ ପ୍ରଧାନ ହେଲେ ଓଡ଼ିଆ ବିଭାଗରେ ରାଜ୍ୟ ଟପ୍ପର

ଶରଣକୁଳ,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରେ ସ୍ନାତକୋତ୍ତର କାଯ୍ୟର୍କ୍ରମରେ ନାମଲେଖାଇବା ପାଇଁ ଆୟୋଜିତ ହୋଇଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି-୨୦୨୩)ରେ ଓଡ଼ିଆ ବିଭାଗରେ ଶରଣକୁଳ ଥାନା ଅନ୍ତର୍ଗତ କୁଶାପାଣ୍ଡେରୀ ଗ୍ରାମର ଶରତ ପ୍ରଧାନଙ୍କ ପୁତ୍ର ଜିତୁ ପ୍ରଧାନ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଶ୍ରୀ ପ୍ରଧାନ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଓଡ଼ିଆ ଅନର୍ସ ବିଷୟ ନେଇ ଅଧ୍ୟୟନ କରୁଥିଲେ। ସେ ଓଡ଼ିଆ ବିଷୟରେ ସର୍ବାଧିକ ନମ୍ବର ଶତକଡ଼ା ୯୫.୭୬ ରଖି ଏହି ଅନନ୍ୟ ସଫଳତା ହାସଲ କରିଛନ୍ତି। ସେ କୁଷାପାଣ୍ଡେରୀ ଗ୍ରାମର ପିତା ଶରତ ପ୍ରଧାନ ଓ ମାତା ଝରି ପ୍ରଧାନଙ୍କ ପୁତ୍ର। ଶ୍ରୀମାନ ପ୍ରଧାନ ତାଙ୍କ ସଫଳତାର ଶ୍ରେୟ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ,…

Read More