ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟ ସଭାଗୃହରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଶତପଥୀଙ୍କ ସଭାପତିତ୍ବରେ ଯୁକ୍ତ ଦୁଇ ଶ୍ରେଣୀରେ ନୂତନ ଭାବେ ଯୋଗଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ତରଫରୁ ସ୍ଵାଗତ କରାଯାଇଥିଲା। ସରକାରଙ୍କର ନିର୍ଦ୍ଦେଶିତ ଧାରାରେ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଭାଗିରଥି ମହାରଣା ସଚେତନ କରାଇଥିଲେ। ଅଧ୍ୟାପକ ରବିନ୍ଦ୍ର କୁମାର ଦାସ, ଗୋପବନ୍ଧୁ ଚୌଧୁରୀ, ପ୍ରିୟରଞ୍ଜନ ରଥ,ବଳରାମ ସାହୁ,ତୃପ୍ତି ମିଶ୍ର, ପ୍ରଦୀପ୍ତ କୁମାର ଦାସ, ନିରଞ୍ଜନ ସ୍ୱାଇଁ, ଶିବନାରାୟଣ ମିଶ୍ର, ବିଜୟଲକ୍ଷ୍ମୀ ସ୍ବାଇଁ, ଲାଇବ୍ରେରିଆନ୍- ବଂଶୀଧର ହରିଚନ୍ଦନ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରିଥିଲେ।
ପଠାଣିସାମନ୍ତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପିଲାଙ୍କୁ ଭବ୍ୟ ସ୍ଵାଗତ
