ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡ଼ା ରୋଡ ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ କୋଭିଡ୍ ନିୟମ ପାଳନ କରି ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଆଶ୍ରମର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇଯାଇଛି। ଆଜି ସକାଳ ୧୦ଘଟିକା ସମୟରେ ସ୍ବାମୀ ବିବେକାନନ୍ଦଙ୍କ ୧୫୯ ତମ ଜୟନ୍ତୀ ପାଳନ ଅବସରରେ ମୁଖ୍ଯ ଅତିଥି ଭାବେ ଟିକାତାଳ ଶ୍ରୀରାମକୃଷ୍ଣ ସେବାଶ୍ରମର ଅଧ୍ଯକ୍ଷ ଶ୍ରୀମତ୍ ସ୍ବାମୀ ଭାଗବତାନନ୍ଦ ପୁରୀ ପ୍ରଥମେ ଶ୍ରୀରାମକୃଷ୍ଣ-ବିବେକାନନ୍ଦ ସେବାଶ୍ରମର ଶୁଭ ଉନ୍ମୋଚନ କରିବା ସହିତ ଆୟୋଜିତ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାର ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ଦାମୋଦର ସାହୁ ଯୋଗଦେଇଥିଲେ। ସ୍ବାମୀ ବିବେକାନନ୍ଦ ଥିଲେ ଭାରତବର୍ଷର ପ୍ରାଣ ଏବଂ ତାଙ୍କ ଆଦର୍ଶ ଜୀବନୀ ସମସ୍ତ ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ବୋଲି ମୁଖ୍ଯ…
Read MoreCategory: ରଣପୁର ବ୍ଲକ
ଆଇନ ବ୍ୟବସ୍ଥାରେ ସହଯୋଗ ପାଇଁ ଜିଲ୍ଲାରେ ୧୮ ଜଣ ଆଇନଜୀବୀଙ୍କୁ ସରକାରୀ ନିଯୁକ୍ତି
ନୟାଗଡ଼,(ନୟାଗଡ ଦର୍ପଣ): ଆଇନ ବ୍ୟବସ୍ଥାରେ ସହଯୋଗ ପାଇଁ ଜିଲ୍ଲାରେ ୧୮ ଜଣ ଆଇନଜୀବୀଙ୍କୁ ସରକାର ନିଯୁକ୍ତ କରିଛନ୍ତି । ନୟାଗଡ଼ରେ ଅତିରିକ୍ତ ସରକାରୀ ଆଇନଜୀବୀ ଭାବେ ଇନ୍ଦୁଭୂଷଣ ମିଶ୍ର, ଖଣ୍ଡପଡ଼ା ଅତିରିକ୍ତ ସରକାରୀ ଆଇନଜୀବୀ ଭାବେ ମନୋଜ କୁମାର ମିଶ୍ର, ଓଡ଼ଗାଁରେ ଅତିରିକ୍ତ ଆଇନଜୀବୀ ଭାବେ ଜ୍ଞାନ ନାରାୟଣ ପାତ୍ର ଏବଂ ସୁରେନ୍ଦ୍ର କୁମାର ସେନାପତି, ନୟାଗଡ଼ ଏଡିଜେରେ ସହଯୋଗୀ ଓକିଲ ଭାବେ ସ୍ୱଦେଶ ମିଶ୍ର, ଜେଏମ୍ଏଫସି ଭାପୁର ପାଇଁ ସହଯୋଗୀ ଓକିଲ ଭାବେ କୈଳାଶ ଚନ୍ଦ୍ର ସାହୁ, ନୟାଗଡ଼ ସହକାରୀ ଆଇନଜୀବୀ ଭାବେ ବିଭୂପ୍ରସାଦ ହୋତା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଆଶୁତୋଷ ସାମନ୍ତରାୟ, ନିରଞ୍ଜନ ଦାଶ, ଚିନ୍ତାମଣୀ ରଥଙ୍କୁ ନିଯୁକ୍ତି ଦିଆଯାଇଛି । ସେହିଭଳି ଭାବେ କାର୍ଯ୍ୟ ନିର୍ବାହୀ ବିଚାରପତି ଖଣ୍ଡପଡ଼ାଙ୍କ କୋର୍ଟରେ ସହକାରୀ ଓକିଲ ଭାବେ କମଳକାନ୍ତ ଦାଶ, କାର୍ଯ୍ୟ ନିର୍ବାହୀ ବିଚାରପତି ଭାପୁରଙ୍କ କୋର୍ଟରେ…
Read Moreଦଶପଲ୍ଲାରେ ମାତୃ ଓ ଶିଶୁ ପ୍ରଯତ୍ନ କେନ୍ଦ୍ରର ଶୁଭାରମ୍ଭ
ଦଶପଲ୍ଲା,(ନୟାଗଡ ଦର୍ପଣ): ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଦୀର୍ଘ ୬ବର୍ଷ ପରେ ମାତୃ ଓ ଶିଶୁ ପ୍ରଯତ୍ନ କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଛି । ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପକୁ ଦଶପଲ୍ଲା ସହରକୁ ନୂତନ ଏନ୍ଏସିର ମାନ୍ୟତା ପାଇବା ପରେ ଦଶପଲ୍ଲା ଗାନ୍ଧୀ ମଇଦାନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କରିଥିଲେ । ୭କୋଟି ୮୭ଲକ୍ଷ ୭୯ ହଜାର ୬ଶହ ଟଙ୍କାର ଏହି ପ୍ରକଳ୍ପ ବିନିମୟରେ ୪ ମହଲା ବିଶିଷ୍ଟ କୋଠାଗୃହ ନିର୍ମାଣ ହେବା ସାଙ୍ଗକୁ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ କରାଯିବ । ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଉକ୍ତ କାର୍ଯ୍ୟ ପରିଚାଳନା କରିବ । ତେବେ ଭିତ୍ତିପ୍ରସ୍ତର ୬ବର୍ଷ ପୂର୍ବରୁ ଦିଆଯାଇଥିଲେ ମଧ୍ୟ ଆବଶ୍ୟକ ଜମି ଅଧିଗ୍ରହଣ ଓ ଠିକା ପ୍ରସ୍ତାବରେ ତୃଟିଥିବା ଦର୍ଶାଇ ନ୍ୟାୟାଳୟରେ ମାମଲା…
Read Moreଗଣିଆ ବନ ବିଭାଗ ଦ୍ଵାରା ଆହତ ହରିଣ ଉଦ୍ଧାର
ଗଣିଆ,(ନୟାଗଡ ଦର୍ପଣ): ଗଣିଆ ବନାଞ୍ଚଳ ଅଧିନସ୍ଥ ବିନ୍ଧ୍ୟଗିରି ଜଙ୍ଗଲରୁ ଏକ ୨ ବର୍ଷର ମାଈ ହରିଣକୁ ଉଦ୍ଧାର କରିଛି ଗଣିଆ ବନବିଭାଗ । ସୂଚନା ମୁତାବକ, ଗଣିଆ ବନାଞ୍ଚଳ ବିନ୍ଧ୍ୟଗିରି ନିକଟରେ ଏକ ମାଈ ହରିଣକୁ ଆହତ ଅବସ୍ଥାରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଦେଖିବା ପରେ ଗ୍ରାମବସୀ ସଙ୍ଗେ ସଙ୍ଗେ ବନ ବିଭାଗକୁ ଖବର ଦେଇଥିଲେ । ଗଣିଆ ବନାଞ୍ଚଳ ଅଧିକାରିଣୀ ସୋନାଲି ସିଓଙ୍କ ନିର୍ଦ୍ଦେଶକ୍ରମେ ବନପାଳ ଶିଶିର କୁମାର ସାହୁ, ଫରେଷ୍ଟ ଗାର୍ଡ ସନ୍ତୋଷ ପ୍ରଧାନ ଓ ପାରା ଷ୍ଟାଫ ପହଂଚି ଆହତ ହରିଣକୁ ଗଣିଆ ପ୍ରାଣୀ ଚିକିତ୍ସାଳୟକୁ ଆଣି ପ୍ରଥମେ ଚିକିତ୍ସା କରିଥିଲେ । ଗଣିଆ ପ୍ରାଣୀ ଚିକିତ୍ସକ ପ୍ରଦୀପ କୁମାର ସାହୁ ଆହତ ହରିଣର ଚିକିତ୍ସା କରିଥିଲେ । ହରିଣଟିର ପଛ ପାଖ ଡାହାଣ ଗୋଡ଼ର ହାଡ଼ ଭାଙ୍ଗି ଯାଇ କ୍ଷତ…
Read Moreବ୍ରାଉନ ସୁଗାର ଜବତ, ମହିଳାଙ୍କ ସମେତ ୪ଗିରଫ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନା ପୁଲିସ ଦ୍ୱାରା ସିନ୍ଦୁରିଆ ଅଞ୍ଚଳରୁ ୪ଜଣ ବ୍ରାଉନସୁଗାର ବେପାରୀ ଗିରଫ ହେବା ସହ ସେମାନଙ୍କ ନିକଟରୁ ୮.୧୫୦ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳାଙ୍କ ସହ ଅନ୍ୟ ୩ ଜଣ ଯୁବକ ରହିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଦେଉଳପଲ୍ଲୀ ଗ୍ରାମର ଜଗନ୍ନାଥ ପ୍ରଧାନ (୨୯ବର୍ଷ), ସିନ୍ଦୁରିଆ ଗ୍ରାମର ସେକ୍ ସମସେଦ୍, ସେକ୍ ଇମ୍ରାନ୍ ଅଲ୍ଲୀ ଏବଂ ମହିଳା ଜଣଙ୍କ ଇମ୍ରାନ ଅଲ୍ଲୀର ଭଉଣୀ ବୋଲି ପୁଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତ ମାନେ ସିନ୍ଦୁରିଆ ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟ କରୁଥିବା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ସେମାନଙ୍କଠାରୁ ବ୍ରାଉନସୁଗାର ସହ ଦୁଇଟି ମୋଟର ସାଇକେଲ ଓ ୨୭୦୦ ଟଙ୍କା ଜବତ କରାଯାଇଛି। ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ…
Read Moreଘୋଷଣା ହେଲା ପଞ୍ଚାୟତ ନିର୍ବାଚନ ତାରିଖ, ପାଞ୍ଚୋଟି ପର୍ଯ୍ୟାୟରେ ହେବ ଭୋଟ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶେଷରେ ଘୋଷଣା ହେଲା ପଞ୍ଚାୟତ ନିର୍ବାଚନ ତାରିଖ। ଆସନ୍ତା ଫେବୃୟାରୀ 16 ତାରିଖରେ ଆରମ୍ଭ ହେବ ଭୋଟିଂ। ଏହା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହାଣ। ଏହାପରେ 18 ଫେବୃୟାରୀ 20 ଫେବୃୟାରୀ 22 ଫେବୃୟାରୀ ଏବଂ ଶେଷରେ 24 ଫେବୃୟାରୀରେ ଭୋଟ ଗ୍ରହଣ କରାଯିବ। ଭୋଟ ଗଣତି ମଧ୍ୟ ତିନୋଟି ପର୍ଯ୍ୟାୟରେ କରାଯିବ। ସେଗୁଡିକ ହେଲା ଫେବୃୟାରୀ 26, 27, 28 ତାରିଖ।
Read Moreବେଆଇନ ପଥର ଖଣିରେ ଚଢାଉ କଲା ଚାନ୍ଦପୁର ପୋଲିସ୍: ଜେସିବି, ପଥର କଟା ମେସିନ ସମେତ ୩ ଗିରଫ
ଚାନ୍ଦପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଳକ ଚାନ୍ଦପୁର ଥାନା ଅନ୍ତର୍ଗତ ପଟିଆ ଅଞ୍ଚଳରେ ଏକ ବେଆଇନ ପଥର ଖଣିରୁ ଶହ ଶହ ମାଙ୍କଡା ପଥର ଲୁଟ ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏହାକୁ ଗୁରୁତର ସହ ନେଇ ଆଜି ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ଏବଂ ଏସଆଇ ଅଞ୍ଜଳି ଶା’ ଙ୍କ ଦ୍ୱାରା ଏକ ଟିମ ଗଠନ କରାଯାଇ ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୋଲିସ ଗୋଟିଏ ଜେସିବି ମେସିନ ଓ ଗୋଟିଏ ପଥର କଟା ମେସିନ ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ୩୭ ଲକ୍ଷ ଟଙ୍କା ହେବ। ସେହିପରି ଭାବେ ପୋଲିସ ଉକ୍ତ ବେଆଇନ ଖଣି ମାଲିକ, ଜେସିବି ମାଲିକ ଏବଂ ସହଯୋଗୀ ଆଦି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତ ବଡ଼ପାରି ଅଞ୍ଚଳର ବୋଲି ଜଣାପଡିଛି।
Read Moreଜିଲ୍ଲା ପରିଷଦ ନିମନ୍ତେ ଜିଲ୍ଲାର କେଉଁ ଜୋନ କାହା ପାଇଁ ସରଂକ୍ଷିତ
ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ସଂରକ୍ଷିତ ତାଲିକା ଇତି ମଧ୍ୟରେ ପ୍ରକାଶ ପାଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ରହିବା ସହ ସମସ୍ତ ଜୋନ ଗୁଡିକରେ ସଂରକ୍ଷଣରେ ବ୍ୟାପକ ପରିବର୍ତ୍ତନ ଘଟିଛି । ଜିଲ୍ଲା ପରିଷଦ ସଭ୍ୟ ପାଇଁ ଓଡ଼ଗାଁ ୧ ନଂ ଜୋନ୍ ଅନୁସୂଚିତ ଜାତି ମହିଳା, ଓଡ଼ଗାଁ ୨ନଂ ଜୋନ୍ ମହିଳା, ଓଡ଼ଗାଁ ୩ ନଂ ଜୋନ୍ ମହିଳା, ଓଡ଼ଗାଁ ୪ ନଂ ଜୋନ୍ ମହିଳା, ଖଣ୍ଡପଡ଼ା ୫ନଂ ଜୋନ୍ ଅଣସଂରକ୍ଷିତ, ଖଣ୍ଡପଡ଼ା ୬ ନଂ ଜୋନ୍ ମହିଳା, ଖଣ୍ଡପଡ଼ା ୭ ନଂ ଜୋନ୍ ମହିଳା, ଗଣିଆ ୮ ନଂ ଜୋନ୍ ଅନୁସୂଚିତ ଜାତି, ଦଶପଲ୍ଲା ୯ ନଂ ଜୋନ୍ ଅନୁସୂଚିତ ଜନଜାତି, ଦଶପଲ୍ଲା ୧୦ ନଂ ଜୋନ୍ ମହିଳା, ୧୧ ନଂ ଜୋନ୍…
Read Moreକ୍ରୀଡ଼ା ପ୍ରତିଭା ଅନ୍ୱେଷଣ ପାଇଁ ଅନଲାଇନ ପଞ୍ଜିକରଣ
ନୟାଗଡ଼,(ନୟାଗଡ ଦର୍ପଣ): ଓଡ଼ିଶା ସରକାର କ୍ରୀଡା ଓ ଯୁବସେବା ବିଭାଗ ଦ୍ୱାରା ୮ ରୁ ୧୮ ବର୍ଷ ବୟସର ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ଲୁକାୟିତ କ୍ରୀଡା ପ୍ରତିଭା ଅନ୍ୱେଷଣ ପାଇଁ ଛାତ୍ରଛାତ୍ରୀ ଏବଂ ସେମାନଙ୍କୁ ପ୍ରୋତ୍ସାହିତ କରୁଥିବା କ୍ରୀଡ଼ା ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କର ଅନଲାଇନ ମାଧ୍ୟମରେ ନାମ ପଞ୍ଜିକରଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୱେବସାଇଟ ମାଧ୍ୟମରେ ନାମ ପଞ୍ଜିକରଣ କରିବା ପାଇଁ ଆସନ୍ତା ୧୫ ତାରିଖ ସୁଧା ଆହ୍ୱାନ କରାଯାଇଛି । ପଞ୍ଜିକୃତ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଉପଯୁକ୍ତ ପରୀକ୍ଷଣ ମାଧ୍ୟମରେ କ୍ରୀଡ଼ା ପ୍ରତିଭା ଚୟନ କରାଯିବ ଏବଂ ଚୟନ ହୋଇଥିବା ପ୍ରତିଭାମାନଙ୍କୁ ଛାତ୍ରାବାସରେ ଅବସ୍ଥାନ କରିପାରିବେ ବୋଲି ସୂଚନା ମିଳିଛି । କ୍ରୀଡ଼ା ଛାତ୍ରାବାସରେ ଅବସ୍ଥାନ କରିପାରିବେ ଅଥବା କ୍ରୀଡ଼ା ଛାତ୍ରାବାସ ବାହାରେ ରହି କ୍ରୀଡ଼ା ବିଭାଗ ଦ୍ୱାରା ପରିଚାଳିତ…
Read Moreନୂଆଗାଁ ହାତୀ ମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ବାଘ ଆତଙ୍କ
ନୂଆଗାଁ,(ନୟାଗଡ ଦର୍ପଣ): ମହିପୁର ବନାଞ୍ଚଳ ଅଧିନରେ ଥିବା ହାତୀ ମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ଏକ କଲରାପତରିଆ ବାଘ ବୁଲୁଥିବା ନେଇ ବନ ବିଭାଗ ସୂଚନା ଦେଇଛି । ଜଙ୍ଗଲରେ ବାଘ ବୁଲୁଥିବା ନେଇ ଲୋକମାନେ ବନ ବିଭାଗକୁ ଜଣାଇଥିବା ବେଳେ ବନାଞ୍ଚଳ ଅଧିକାରୀ ପ୍ରମୋଦ ପଣ୍ଡା, ମହିତମା ଫରେଷ୍ଟର ରାକେଶ ସାହୁ, ହାତୀ ମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ଅନୁସନ୍ଧାନ କରିବା ସମୟରେ କଲରା ପତରିଆ ବାଘର ପାଦ ଚିହ୍ନ ଦେଖୁବାକୁ ପାଇଥିଲେ । ଲୋକଙ୍କ ସୁରକ୍ଷିତ ପାଇଁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପ୍ରବେଶ ନ କରିବା ପାଇଁ ବନାଞ୍ଚଳ ଅଧିକାରୀ ପ୍ରମୋଦ ପଣ୍ଡା ପରାମର୍ଶ ଦେଇଥିବାବେଳେ ମହିତମା ଫରେଷ୍ଟର ରାକେଶ ସାହୁ ଲୋକଙ୍କୁ ସଚେତନ କରିଛନ୍ତି ।
Read More