ନୟାଗଡ଼,(ନୟାଗଡ଼ ଦର୍ପଣ): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ସଂପୂର୍ଣ ହୋଇଯାଇଛି । ଓଡ଼ଗାଁ ବ୍ଲକର ୩୬ଗାଟି ପଂଚାୟତର ୪ଟି ଜିଲ୍ଲାପରିଷଦ ଜୋନ୍ ଏବଂ ୫୭୪ଟି ୱାର୍ଡରେ ମତଦାନ କରାଯାଇଛି । ଜିଲ୍ଲାପାଳ ଡା. ପୋମା ଟୁଡୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ ବିଭିନ୍ନ ବୁଥ୍ ପରିଦଶର୍ନ କରିଥିଲେ। ବ୍ଳକର ବିଭିନ୍ନ ଉତ୍ତେଜନା ପ୍ରବଣ ବୁଥ୍ଗୁଡ଼ିକେର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କଟାରିଆ ନିଜେ ପୋଲିସ ବାହିନୀ ସହ ବୁଲି ତଦାରଖ କରିଥିଲେ। ଆଜି ଭୋଟଦାନ ସକାଳ ୭ଘଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ ୧ଘଟିକା ସମୟେର ସରିଛି । ଭୋଟବାକ୍ସ ଗୁଡ଼ିକୁ ପୋଲିଂ ପାର୍ଟିମାନେ ଓଡ଼ଗାଁ ରଘୁନାଥ ମହାବିଦ୍ୟାଳୟରେ କରାଯାଇଥିବା ଷ୍ଟ୍ରଙ୍ଗ୍ରୁମରେ ରଖିବାର ବ୍ୟବସ୍ଥା କରାଯାଇଛି । ଏହି ଷ୍ଟ୍ରଙ୍ଗ୍ରୁମ ଗୁଡ଼ିକ ଭୋଟ ଗଣତି ହେବା ପର୍ଯ୍ୟନ୍ତ ୨୪ଘଂଟା ପୋଲିସ ପହରା ସହ ସିସିଟିଭି କ୍ୟାମେରା ନଜରରେ ରଖାଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।
