ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ର ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ତା. ୨୦.୦୨.୨୦୨୨ରିଖ ରବିବାର ଦିନ ନୟାଗଡ଼ ବ୍ଲକରେ ହେଉଅଛି । ନୟାଗଡ଼ ବ୍ଲକରେ ୨୯ଟି ପଂଚାୟତର ୧,୨୭,୯୯୩ଜଣ ଭୋଟର ସେମାନଙ୍କ ମତଦାନ କରି ୨୯ ସରପଂଚ, ୨୯ ସମିତି ସଭ୍ୟ ଏବଂ ୪୩୫ ଓାର୍ଡ଼ ସଭ୍ୟ ନିର୍ବାଚନ କରିବାର ଥିଲା । କିନ୍ତୁ ସେଥି ମଧ୍ୟରୁ ୨ ସରପଂଚ, ୧ ସମିତି ସଭ୍ୟ ଏବଂ ୧୮୫ ଓାର୍ଡ଼ ସଭ୍ୟ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି । ଅବଶିଷ୍ଟ ଆସନର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ଉଦ୍ୟମ ଚଳାଇଛି । ଏହି ପରିପ୍ରେକ୍ଷୀରେ ସ୍ୱଚ୍ଛ, ଅବାଧ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ ମତଦାନ ନିମନ୍ତେ ଜିଲ୍ଲାପାଳ ଡା. ପୋମା ଟୁଡୁ ନୟାଗଡ଼ବାସୀଙ୍କୁ ବିନମ୍ରତାର ସହ ନିବେଦନ କରିଛନ୍ତି ।
ଆସନ୍ତାକାଲି ନୟାଗଡ଼ରେ ତୃତୀୟ ପର୍ଯ୍ୟାୟ ମତଦାନ
