ନୟାଗଡ ଜିଲ୍ଲା଼ରେ ଖଣ୍ଡପଡ଼ା ଓ ଭାପୁର ବ୍ଲକରେ ଅନ୍ତିମ ପର୍ଯ୍ୟାୟ ମତଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ର ଅନ୍ତିମ ପର୍ଯ୍ୟାୟ ମତଦାନ ଆଜି ଖଣ୍ଡପଡ଼ା ଓ ଭାପୁର ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡ଼ା ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ୍‌,୨୨ଟି ପଂଚାୟତ, ୩୮୨ ଓାର୍ଡ଼, ଭୋଟର ୮୯୭୪୬ ମଧ୍ୟରୁ ୭୯.୯୦ ପ୍ରତିଶତ ଏବଂ ଭାପୁର ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ୍‌, ୨୦ଟି ପଂଚାୟତ, ୩୪୨ ଓାର୍ଡ଼, ଭୋଟର ୮୬୮୦୦ ମଧ୍ୟରୁ ୮୬.୩୪ପ୍ରତିଶତ ମତଦାତା ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି । ଆଜିର ଏହି ଅନ୍ତିମ ପର୍ଯ୍ୟାୟରେ ଦୁଇଟି ବ୍ଲକର ହାରାହରି ୮୩.୧୨ ପ୍ରତିଶତ ମତଦାନ ହୋଇଛି । ଜିଲ୍ଲାପାଳ ଡା. ପୋମା ଟୁଡୁ, ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଭରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କଟ୍ଟାରିଆ, ପ୍ରକଳ୍ପ…

Read More

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଆଜି ସମାପ୍ତ ହୋଇଯାଇଛି । ନୟାଗଡ଼ ବ୍ଲକର ୨୯ଗୋଟି ପଂଚାୟତରେ ୪ଟି ଜିଲ୍ଲାପରିଷଦ ଜୋନ୍ ଏବଂ ୪୩୫ଟି ଓାର୍ଡ଼ରେ ୧୨୭,୯୯୩ ମତଦାତାଙ୍କ ମଧ୍ୟରୁ ୧୦୦,୦୯୯ ମତଦାତା(୭୮.୨୦ ପ୍ରତିଶତ ) ମତଦାନ କରିଛନ୍ତି । ଜିଲ୍ଲାପାଳ ଡା. ପୋମା ଟୁଡୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କଟ୍ଟାରିଆ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ମନୋରଂଜନ ମହାନ୍ତି, ନୟାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଭିକାରୀ ସାହୁ ପ୍ରମୁଖ ବିଭିନ୍ନ ବୁଥ୍ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଛନ୍ତି । ଭୋଟଦାନ ସକାଳ ୭ଘଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ ୧ଘଟିକା ସମୟରେ ସମାପ୍ତ…

Read More

ଆସନ୍ତାକାଲି ନୟାଗଡ଼ରେ ତୃତୀୟ ପର୍ଯ୍ୟାୟ ମତଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ର ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ତା. ୨୦.୦୨.୨୦୨୨ରିଖ ରବିବାର ଦିନ ନୟାଗଡ଼ ବ୍ଲକରେ ହେଉଅଛି । ନୟାଗଡ଼ ବ୍ଲକରେ ୨୯ଟି ପଂଚାୟତର ୧,୨୭,୯୯୩ଜଣ ଭୋଟର ସେମାନଙ୍କ ମତଦାନ କରି ୨୯ ସରପଂଚ, ୨୯ ସମିତି ସଭ୍ୟ ଏବଂ ୪୩୫ ଓାର୍ଡ଼ ସଭ୍ୟ ନିର୍ବାଚନ କରିବାର ଥିଲା । କିନ୍ତୁ ସେଥି ମଧ୍ୟରୁ ୨ ସରପଂଚ, ୧ ସମିତି ସଭ୍ୟ ଏବଂ ୧୮୫ ଓାର୍ଡ଼ ସଭ୍ୟ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି । ଅବଶିଷ୍ଟ ଆସନର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ଉଦ୍ୟମ ଚଳାଇଛି । ଏହି ପରିପ୍ରେକ୍ଷୀରେ ସ୍ୱଚ୍ଛ, ଅବାଧ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ ମତଦାନ ନିମନ୍ତେ ଜିଲ୍ଲାପାଳ ଡା. ପୋମା ଟୁଡୁ ନୟାଗଡ଼ବାସୀଙ୍କୁ ବିନମ୍ରତାର ସହ ନିବେଦନ କରିଛନ୍ତି…

Read More

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଓଡ଼ଗାଁ ବ୍ଳକରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ

ନୟାଗଡ଼,(ନୟାଗଡ଼ ଦର୍ପଣ): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ସଂପୂର୍ଣ ହୋଇଯାଇଛି । ଓଡ଼ଗାଁ ବ୍ଲକର ୩୬ଗାଟି ପଂଚାୟତର ୪ଟି ଜିଲ୍ଲାପରିଷଦ ଜୋନ୍ ଏବଂ ୫୭୪ଟି ୱାର୍ଡରେ ମତଦାନ କରାଯାଇଛି । ଜିଲ୍ଲାପାଳ ଡା. ପୋମା ଟୁଡୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ ବିଭିନ୍ନ ବୁଥ୍ ପରିଦଶର୍ନ କରିଥିଲେ। ବ୍ଳକର ବିଭିନ୍ନ ଉତ୍ତେଜନା ପ୍ରବଣ ବୁଥ୍‌ଗୁଡ଼ିକେର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କଟାରିଆ ନିଜେ ପୋଲିସ ବାହିନୀ ସହ ବୁଲି ତଦାରଖ କରିଥିଲେ। ଆଜି ଭୋଟଦାନ ସକାଳ ୭ଘଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ ୧ଘଟିକା ସମୟେର ସରିଛି । ଭୋଟବାକ୍ସ ଗୁଡ଼ିକୁ ପୋଲିଂ ପାର୍ଟିମାନେ ଓଡ଼ଗାଁ ରଘୁନାଥ ମହାବିଦ୍ୟାଳୟରେ କରାଯାଇଥିବା ଷ୍ଟ୍ରଙ୍ଗ୍‌ରୁମରେ ରଖିବାର ବ୍ୟବସ୍ଥା…

Read More

ଶୋକାକୁଳ ପରିବେଶରେ ହେଲା ଅନ୍ତିମ ସଂସ୍କାର, ନିଆରା ପରମ୍ପରା ସୃଷ୍ଟି କଲେ ଗ୍ରାମବାସୀ

ରଣପୁର/ରାଜସୁନାଖଳା,(ନୟାଗଡ଼ ଦର୍ପଣ): ଯୁବ ନାଟ୍ୟ ନିର୍ଦ୍ଦେଶକଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କଲେ ନରେନ୍ଦ୍ରପୁର ମୋ ଗାଁ ମହୋତ୍ସବ କମିଟି ଏବଂ ରାଜସୁନାଖଳା ମହୋତ୍ସବ କମିଟି। ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଗ୍ରାମବାସୀ। ପ୍ରକାଶ ଥାଉକି, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ଯୁବ ନାଟ୍ୟ ନିର୍ଦ୍ଦେଶକ ତଥା ମୋ ଗାଁ ମହୋତ୍ସବ କମିଟିର ସହ-ସମ୍ପାଦକ ଲଳିତ କୁମାର ବାହିନୀପତି(୨୩)ଙ୍କ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଥିଲା। ଶ୍ରୀ ବାହିନୀପତି ଗତକାଲି ନିଜର ବ୍ୟକ୍ତିଗତ କାର୍ଯ୍ୟସାରି ଘରକୁ ଫେରୁଥିବା ବେଳେ ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ବିନୋଦପଡା ଠାରେ ତାଙ୍କ ବାଇକ ସହିତ ଏକ ଅଜଣା ଗାଡ଼ି ଧକ୍କା ହେବାରୁ ସେ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକେ ପ୍ରଥମେ ତାଙ୍କୁ ଉଦ୍ଧାର କରି ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି…

Read More

ବହୁଭାଷୀ ଦେଶ ପାଇଁ ଅନୁବାଦ ଏକ ଆବଶ୍ୟକତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଅନୁବାଦ ସାହିତ୍ୟ ସଂଗଠନ ଆନୁକୁଲ୍ୟରେ ଅନ୍ ଲାଇନ୍ ମାଧ୍ୟମରେ ଜାତୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ କବିମାନେ ଏଥିରେ ଅଂଶଗ୍ରହଣ କରି ହିନ୍ଦୀ, ସଂସ୍କୃତ, ଓଡ଼ିଆ, ଇଂରାଜୀ ତଥା ବଙ୍ଗଳା ଭାଷାରେ ଅନ୍ୟାନ୍ୟ ଭାରତୀୟ ଭାଷାର ଅନୂଦିତ କବିତା ସହ ମୈ।ଳିକ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଅନୁବାଦକ ବିଜୟ କୁମାର ପ୍ରଧାନ ଅଧ୍ୟକ୍ଷତା କରି ଅନୁବାଦ ଏକ ସର୍ଜନାତ୍ମକ କାର୍ଯ୍ୟ ଏହାକୁ ଅନୁବାଦକ ନିଜର ବିଶିଷ୍ଟ ଜ୍ଞାନ, ଅନୁଭବ, ସାମର୍ଥ୍ୟ ଏବଂ କଳାତ୍ମକ କୌଶଳ ଦ୍ୱାରା ଲାଳିତ୍ୟପୁର୍ଣ୍ଣ ତଥା ପ୍ରଭାବଶାଳୀ କରିପରିଥାଏ, ବିଶେଷଭାବେ ବହୁଭାଷୀ ଦେଶ ପାଇଁ ଅନୁବାଦର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଭାରତୀୟ ଅନୁବାଦ ସାହିତ୍ୟ ସମଗ୍ର ଭାରତବର୍ଷର ଅନୁବାଦକଙ୍କୁ ଯୋଡିବା…

Read More

ତୃତୀୟ ରାଜ୍ୟସ୍ତରୀୟ ନାଟ୍ୟମେଳା-୨୦୨୨ ପାଇଁ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ତଥା ପଞ୍ଜିକୃତ ନାଟ୍ୟାନୁଷ୍ଠାନ ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆସନ୍ତା ମାର୍ଚ୍ଚ ୧ ତାରିଖରୁ ୮ ତାରିଖ ଦୀର୍ଘ ୮ଦିନ ବ୍ୟାପି ରାଜ୍ୟସ୍ତରୀୟ ନାଟ୍ୟମେଳା ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ପ୍ରତ୍ୟହ ସନ୍ଧ୍ୟାରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଶୁଭମ ଫାର୍ମ ହାଉସ, ମୁକ୍ତାପୁରଠାରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟଧାରା ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ମାର୍ଚ୍ଚ ୧ ତାରିଖରୁ ୮ ଦିନଧରି ପ୍ରତ୍ୟେହ ସଂଧ୍ୟାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ନାଟକମାନ ଅନୁଷ୍ଠିତ ହେବ । ଏହି କ୍ରମରେ ମାର୍ଚ୍ଚ ୧ତାରିଖରେ ନାଟ୍ୟ ଚେତନା ନାଟ୍ୟଗ୍ରାମ, ଖୋର୍ଦ୍ଧା ପକ୍ଷରୁ ନାଟକ ‘କୁଆଁକୁଆଁ’, ନବୀନ ବର୍ଣ୍ଣାଳୀ ଭୁବନେଶ୍ୱର ପକ୍ଷରୁ ନାଟକ ‘ଭିନ୍ନ…

Read More

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ

ନୟାଗଡ଼,(ନୟାଗଡ ଦର୍ପଣ): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ ନିମନ୍ତେ ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ପୋଲିସ -ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ସାଧାରଣ ପର୍ଯ୍ୟବେକ୍ଷକ ଭରତ ଚନ୍ଦ୍ର ବେହେରା, ଅର୍ଥ ପର୍ଯ୍ୟବେକ୍ଷକ ଅଶୋକ କୁମାର ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉମାକାନ୍ତ ମଲ୍ଲିକ ମଂଚାସୀନ ଥିଲେ। ଚଳିତ ପଂଚାୟତ ନିର୍ବାଚନରେ ନୟାଗଡ଼ ଜିଲ୍ଲାର ୧୯୪ପଂଚାୟତର ୨୯୮୮ଟି ଓାର୍ଡ ତଥା ବୁଥ୍‌ରେ ନିର୍ବାଚନ ଅନୁଷ୍ଠିତ ହେବ । ସେଥି ମଧ୍ୟରୁ ୪୮୩ଟି ଉତ୍ତେଜନା ପ୍ରବଣ ବୁଥ୍ । ପୋଲିସ ପ୍ରଶାସନ ପକ୍ଷରୁ ଉତ୍ତେଜନା ପ୍ରବଣ ବୁଥ ଅଂଚଳରେ ପୋଲିସ ଫ୍ଲାଗମାର୍ଚ୍ଚ ଏବଂ ପେଟ୍ରୋଲିଂ କରାଯିବା ସହିତ ନିର୍ବାଚନ ଆଚରଣ…

Read More

କୋଭିଡ ଟୀକାକରଣ ନିମନ୍ତେ ଜିଲ୍ଲା ରେ ବୁଲିଲା ସଚେତନତା ରଥ

ନୟାଗଡ଼,(ନୟାଗଡ଼ ଦର୍ପଣ): କୋଭିଡ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବହାର ଓ ଟୀକାକରଣ ନିମନ୍ତେ ଜିଲ୍ଲାରେ ସଚେତନ କରିବା ଉଦ୍ଦେଶ୍ୟ ରେ ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡ୍ ର ମିଳିତ ସହଯୋଗରେ ଏକ ସଚେତନତା ରଥ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ବାହାରିଛି।ଜିଲ୍ଲା ର ବିଭିନ୍ନ ଗ୍ରାମରେ ସଚେତନତା କରିବା ଉଦ୍ଦେଶ୍ୟ ରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ ସବୁଜ ପତାକା ଦେଖାଇ ରଥ ପରିକ୍ରମା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏହି ଅବସର ରେ ଜିଲ୍ଲା ପ୍ରଶାସନ ଏବଂ ଆକ୍ସନଏଡ୍ ର ମିଳିତ ସହଯୋଗ ରେ ରଥ ଟି ଜିଲ୍ଲାରେ ୮ଟି ବ୍ଲକ ର ବିଭିନ୍ନ ଗ୍ରାମରେ କେ଼ାଭିଡ ସମ୍ବଧିତ୍ତ ବାର୍ତ୍ତା ପ୍ରଚାର କରିବ। ଏହି କାର୍ଯ୍ଯ କ୍ରମ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶଙ୍କର ଜେନା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଉପେନ୍ଦ୍ର ନାଥ…

Read More

ସ୍କୁଲ ଖୋଲିଲେ କେଉଁ ଶ୍ରେଣୀର ପିଲା କେତେବେଳେ ପଢିବେ ପାଠ ଜାଣନ୍ତୁ

ନୟାଗଡ଼,(ନୟାଗଡ଼ ଦର୍ପଣ): କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ରାଜ୍ୟ ସରକାର ଆସନ୍ତା ୭ ତାରିଖରୁ ଅଷ୍ଟମ ଶ୍ରେଣୀରୁ ପିଲାମାନଙ୍କ ସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି। ସେହିଭଳି ଆସନ୍ତା ୧୪ ତାରିଖରୁ ମଧ୍ୟ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ କେଉଁ ଶ୍ରେଣୀ ପିଲାଙ୍କ ପାଇଁ କେତେବେଳେ ସ୍କୁଲ ଖୋଲିବ, ତାହା ମଧ୍ୟ ରାଜ୍ୟ ସରକାର ଘୋଷଣା କରିଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୧୦ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ପାଠ ପଢା ଚାଲିବ। ସେହିଭଳି ଦଶମରୁ ଦ୍ଵାଦଶ ଶ୍ରେଣୀ ପିଲାଙ୍କ ପାଠ ପଢା ସକାଳ ୧୦ ଟା ରୁ ଅପରାହ୍ନ ୪ ଟା ଯାଏଁ ଚାଲିବ। ପୂର୍ବଭଳି ମଧ୍ୟାହ୍ନ ଭୋଜନକୁ ବନ୍ଦ ରଖାଯାଇ ଶୁଖିଲା ରାସନ ଯୋଗାଣ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି।

Read More