ରଣପୁର,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ 15ଦିନ ଧରି ଅନୁଷ୍ଠିତ ହେଉଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ -2022 ର 14ତମ ଦିବସରେ ରଣପୁର ବ୍ଲକର ବିଭିର୍ଣ୍ଣ ସ୍ଥାନରେ ସେବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ରଣପୁର ବ୍ଲକର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର, ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର,ସମାଜସେବୀ ଦାମୋଦର ସାହୁ, ଅମିତ କୁମାର,ପରମେଶ୍ୱର ସାହୁ,ଗୁଲସନ କୁମାର ଦାସ, ମଳୟରଂଜନ ସାହୁ, ସଂଜୟ କୁମାର ପରିଡା, ବିଶ୍ୱରଂଜନ ସାହୁ, ସମ୍ବିତ କୁମାର ସାହୁ,ସୋମ୍ୟା ସ୍ୱୟଂପ୍ରଭା, ରାଜଲକ୍ଷ୍ମୀ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ l ଏହି ଉତ୍ସବ ମାଧ୍ୟମରେ ସାରା ନୟାଗଡ଼ରେ ସେବା ଓ ଦାନର ଏକ ନିଆରା ପରମ୍ପରା ସୃଷ୍ଟି…
Read MoreCategory: ରଣପୁର ବ୍ଲକ
ନୟାଗଡ଼ ଜିଲ୍ଲାରେ ବୁଷ୍ଟର ଡୋଜର ଶୁଭାରମ୍ଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ୧୮ବର୍ଷ ବୟସରୁ ୫୯ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ନାଗରିକଙ୍କୁ precatuanary Dose or Booster dose ମାଗଣା ଦିଆଯିବାର ବ୍ୟବସ୍ଥା ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର Golden Jubilee Conference Hall ଠାରେ ଜିଲ୍ଲାପାଳ ଡା. ପୋମା ଟୁଡୁ ଶୁଭ ଉଦ୍ଘାଟନ କରିଛନ୍ତି । ଏଥି ନିମନ୍ତେ ଏକ ବୈଠକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଜିଲ୍ଲାପାଳ ଉପସ୍ଥିତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ମହାବିଦ୍ୟାଳୟର କର୍ମଚାରୀ, ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ଜଣାଇ କହିଥିଲେ ଯେ, ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, କର୍ମଚାରୀ ଓ ସେମାନଙ୍କ ପରିବାର ତଥା ଜିଲ୍ଲାର ସମସ୍ତ ନାଗରିକମାନେ (୧୮ବର୍ଷ ବୟସରୁ ୫୯ ବର୍ଷ ବୟସ ) ସରକାରଙ୍କ ଦ୍ଵାରା ଦିଆଯାଉଥିବା ଏହି ମାଗଣା Booster dose ନେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବେ। ସୂଚନାଯୋଗ୍ୟ…
Read Moreବାମ ଗ୍ରାମରେ ସେବା ଉତ୍ସବ, ୧୮୦ରୋଗୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଓ ଓଷଧ ବଣ୍ଟନ
ଦଶପଲା,(ନୟାଗଡ଼ ଦର୍ପଣ):- ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକର ଆଦିବାସୀ ଅଧ୍ୟୁଶିତ ବାମ ଗ୍ରାମରେ ଆଜି ଜିଲ୍ଲା ବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଗତ ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ସେବା ଉତ୍ସବରେ ବସ୍ତ୍ରଦାନ, ଖାଦ୍ୟ ବଣ୍ଟନ, ଓ ଅସହାୟଙ୍କୁ ଆର୍ଥିକ ସହାୟତା ପ୍ରଦାନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଆଜି ଆଦିବାସୀ ଅଧ୍ୟୁଶିତ ବାମ ଗ୍ରାମରେ ମାଗଣା ସ୍ୱାସ୍ଥ୍ୟସେବା ଶିବର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ ଏହି ଶିବିରକୁ ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀମତୀ କ୍ଷମା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭଉଦଘାଟନ କରିଥିବା ବେଳେ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡା. ଅରବିନ୍ଦ ଦାଶ, ବରିଷ୍ଠ ଡାକ୍ତର ରମେଶ…
Read Moreକେନ୍ଦ୍ରାଚଳ ରାଜସ୍ବ ଆୟୁକ୍ତଙ୍କ ନୟାଗଡ଼ ଜିଲ୍ଲା ଗସ୍ତ
ନୟାଗଡ଼,(ନୟାଗଡ଼ ଦର୍ପଣ): କେନ୍ଦ୍ରାଚଳ ରାଜସ୍ବ ଆୟୁକ୍ତ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦଳେଇ ଭା.ପ୍ର. ସେ. ନୟାଗଡ଼ ଗସ୍ତରେ ଆସି ପୂର୍ବାହ୍ନ ୯ଘଟିକା ସମୟରେ ନୟାଗଡ଼ ଜିଲ୍ଲାପାଳଙ୍କ ସହ କଂଟିଲୋ ନୀଳମାଧବ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ତଦାରଖରେ ଯାଇଥିଲେ । ଅପରାହ୍ନ ୩ଘଟିକା ସମୟରେ ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ଏକ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ । ଏହି ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଜାତୀୟ ରାଜପଥ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ ଗୃହ ନିର୍ମାଣ, କ୍ଷୁଦ୍ର ଜଳସେଚନ, ଜଳସେଚନ, ଜନସ୍ୱାସ୍ଥ୍ୟ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ, କୃଷି, ପ୍ରାଣୀ ସଂପଦ, ମତ୍ସ୍ୟ, ଉଦ୍ୟାନ ବିଭାଗ, ମୃର୍ତ୍ତିକା ସଂରକ୍ଷଣ, ଶ୍ରମ ବିଭାଗ, ନଗର ଉନ୍ନୟନ ଇତ୍ୟାଦି ବିଭାଗର ରାଜ୍ୟ ଓ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ଚାଲୁଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା…
Read Moreଜିଲ୍ଲାପାଳଙ୍କ ନାଁ’ରେ ସୋସିଆଲ ମେଡିଆରେ ଫେକଆଇଡ଼ି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ନାଁ ଏବଂ ଫଟୋକୁ ବ୍ୟବହାର କରି କେହିଜଣେ ଦୁର୍ବୁତ୍ତ ହ୍ଵାଟ୍ସଆପରେ ଠକେଇ କରିବାର ଅପଚେଷ୍ଟା ଚଲେଇଛି। ବିଶେଷ କରି ସେହି ଫେକ ନମ୍ବରରୁ ଦୁର୍ବୁତ୍ତ ଜଣଙ୍କ ନୟାଗଡ଼ର ସାମ୍ବାଦିକଙ୍କୁ ଟାର୍ଗେଟ କରୁଥିବା ଜଣାପଡିଛି। ଏମିତି ଠକେଇ ଉଦ୍ୟମ ହେଉଥିବା ଖବର ପାଇ ଜିଲ୍ଲାପାଳ ଖୁବଶୀଘ୍ର ଏତଲା ଦାୟର କରିବାର ସୂଚନାମିଳିଛି। ହ୍ଵାଟ୍ସଆପରେ ଯଦି କାହା ପାଖକୁ ଏମିତି ମେସେଜ ଆସେ ଏଥିରେ କେହି ନ ଫସିବା ପାଇଁ ଅନୁରୋଧ କରାଯାଇଛି।
Read Moreଦଶ ପଇସାର ରଜା ଦାସିଆ ଅଜାଙ୍କ ୧୧୫ ତମ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ବାଞ୍ଛାନିଧି ପାଠାଗାର, ଶ୍ରୀ ଅରବିନ୍ଦ ସଂଗ୍ରହାଳୟ, ଯଦୁମଣି ସାହିତ୍ୟ ସଂସଦର ସ୍ରଷ୍ଟା ଓଡ଼ିଶା ପାଠାଗାର ଓ ସଂଗ୍ରହାଳୟ ଆନ୍ଦୋଳନର ପ୍ରବାଦ ପୁରୁଷ ପୁଜ୍ୟ ଦାଶରଥି ପଟ୍ଟନାୟକ ତଥା ଦଶ ପଇସାର ରଜା ଦାସିଆ ଅଜାଙ୍କ ୧୧୫ ତମ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି। ଖୁଣ୍ଟା ବାଡି ତାଡି ନିଜେ ମୁଣ୍ଡରେ ବୋହି ବୋହି କିଆରିକୁ ସମତଳ କରିଥିବାରୁ ‘ଖୁଣ୍ଟାତଡା ରଜା’ ଭାବେ ମଧ୍ୟ ସେ ବେଶ୍ ପରିଚିତ। ଗୋଟେ ପୁରୁଣା ଟିଣ ଟ୍ରଙ୍କରୁ ଆରମ୍ଭ କରିଥିଲେ ବାଞ୍ଛାନିଧି ପାଠାଗାର,ଆଜି ସେଇ ପାଠାଗାର ଦେଶ ବିଦେଶରେ ପ୍ରଶିଦ୍ଧି ପାଇପାରିଛି। ବିରଳ ବ୍ୟକ୍ତିତ୍ବ ଥିଲେ ଆମ ଗର୍ବ ଓ ଗୌରବ ଦାସିଆ ଅଜା। ଆଜି ଲଗାତର ବର୍ଷା ସତ୍ତ୍ୱେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହ ନୟାଗଡ଼ର ସାହିତ୍ୟିକ, ବୁଦ୍ଧିଜୀବୀମାନେ ନୟାଗଡ଼ କଚେରୀ ବଜାର ଠାରେ ଥିବା ଦାସିଆ ଅଜାଙ୍କ…
Read Moreଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ଵ ଜନସଂଖ୍ୟା ଦିବସ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମକରନ୍ଦ ବେଉରାଙ୍କ ଅଧ୍ୟକ୍ଷତାରେ ବିଶ୍ଵ ଜନସଂଖ୍ୟା ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଅଭିନବ ପନ୍ଥା ଅନୁସରଣ କରି ପରିବାର ନିୟନ୍ତ୍ରଣ କରିବା ପାଇଁ ଡା. ବେଉରା ପରାମର୍ଶ ଦେଇଥିଲେ । ଏହିଅବସରରେ ତା.୨୭.୦୬.୨୦୨୨ରିଖ ଠାରୁ ତା.୧୦.୦୭.୨୦୨୨ରିଖ ପର୍ଯ୍ୟନ୍ତ ପରିବାର ନିୟନ୍ତ୍ରଣ ସଚେତନତା ପକ୍ଷ ଏବଂ ତା.୧୧.୦୭.୨୦୨୨ରିଖ ଠାରୁ ତା.୨୪.୦୭.୨୦୨୨ରିଖ ପର୍ଯ୍ୟନ୍ତ ସ୍ଥିରତା ପକ୍ଷ ପାଳନ କରାଯିବାକୁ ଅଛି । ଏହି ଅବସରରେ ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ଆସିଥିବା ୧୨୫ଜଣ ମହିଳାଙ୍କର ଲାପ୍ରୋସ୍କୋପି ଅପରେସନ ଦ୍ୱାରା ପରିବାର ନିୟନ୍ତ୍ରଣ କରାଯାଇଛି । ଏଥି ସହିତ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ପରିବାର ନିୟନ୍ତ୍ରଣ ଉପରେ ଭଲ କାମ କରିଥିବା ନିମ୍ନଲିଖିତ ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ବାରା ପୁରସ୍କୃତ…
Read Moreନୟାଗଡ଼ରୁ ଉଠିଯିବ ନ୍ୟାସନାଲ ଇନସୁରାନ୍ସ କମ୍ପାନୀର ନୟାଗଡ଼ ଶାଖା
ନୟାଗଡ଼,(ନୟାଗଡ଼ ଦର୍ପଣ): ନ୍ୟାସନାଲ ଇନସୁରାନ୍ସ କମ୍ପାନୀର ନୟାଗଡ଼ ଶାଖା ଅଫିସକୁ ଭୁବନେଶ୍ୱର ଉଠାଇ ନେବାର ନିଷ୍ପତ୍ତି ଅତ୍ୟନ୍ତ ମନୋମୁଖୀ, ଜନବିରୋଧୀ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସି.ଆଇ.ଟି.ୟୁ.ର ଜିଲ୍ଲା ସଭାପତି ବିଶ୍ବନାଥ ମହାପାତ୍ର ଏବମ୍ ସମ୍ପାଦକ ପବିତ୍ର ଇନ୍ଦ୍ରଜିତ୍ ପ୍ରକାଶ କରିଛନ୍ତି।ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟର ଜୁନ୍୩୦ତାରିଖ ପ୍ରେସ୍ ବିଜ୍ଞପ୍ତି ନୟାଗଡ଼ ଜନସାଧାରଣ ଓ ହଜାର ହଜାର ବୀମାଧାରୀ ଉପଭୋକ୍ତା ମାନଙ୍କ ମଧ୍ୟରେ ଗଭୀର କ୍ଷୋଭ ସୃଷ୍ଟି କରିଛି।୧୯୮୭ମସିହାରୁ କ୍ଷୁଦ୍ର ଜମା ପଲିସି,ଗାଡ଼ି ମଟର ବୀମା, ସ୍ବାସ୍ଥ୍ୟ ବୀମା ଓ ଅନ୍ୟାନ୍ୟ ବୀମା କ୍ଷେତ୍ରରେ ସେବା ଯୋଗାଇ ଆସୁଥିବା ତଥା ନୟାଗଡ଼ର ଲକ୍ଷ ଲକ୍ଷ ଲୋକଙ୍କ କାମରେ ଆସୁଥିବା ଏହି ଶାଖାକୁ ଭୁବନେଶ୍ୱର ଉଠାଇବାର ଅପଚେଷ୍ଟା କରାଗଲେ ଏହା ବିରୋଧରେ ପ୍ରତିରୋଧମୂଳକ ଆନ୍ଦୋଳନ ସଙ୍ଗଠିତ କରାଯିବ ଓ ବିରୋଧ କରାଯିବ। କର୍ତ୍ତୃପକ୍ଷମାନେ ଜାଣି ଶୁଣି ବିଭିନ୍ନ ବଡପରିମାଣର ବୀମାକୁ…
Read Moreଓଡ଼ଗାଁରେ ଅନୁଷ୍ଠିତ ହେଲା ଜିଲ୍ଲାବ୍ୟାପି ସେବା ଉତ୍ସବ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ 15ଦିନ ଧରି ଅନୁଷ୍ଠିତ ହେଉଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ -2022 ଆଜି ଓଡ଼ଗାଁ ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଓଡ଼ଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର, ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର, ସେବା ସମିତି ସମ୍ପାଦକ ତ୍ରିନାଥ ସାହୁ,ସମାଜସେବୀ ଦାମୋଦର ସାହୁ, ଅମିତ କୁମାର, ସୁନୀଲ କୁମାର ନାୟକ,ପରମେଶ୍ୱର ସାହୁ,ଗୁଲସନ କୁମାର ଦାସ, ମଳୟରଂଜନ ସାହୁ, ସଂଜୟ କୁମାର ପରିଡା, ବିଶ୍ୱରଂଜନ ସାହୁ, ସମ୍ବିତ କୁମାର ସାହୁ,ମନୋଜ କୁମାର ନାୟକ,ସୋମ୍ୟ ସ୍ୱୟଂପ୍ରଭା, ରାଜଲକ୍ଷ୍ମୀ ମହାନ୍ତି,ତପନ ସାମନ୍ତରାୟ, ପ୍ରମୁଖ ସାମିଲ ହୋଇଥିଲେ lଏହି ଉତ୍ସବ ମାଧ୍ୟମରେ ସାରା ନୟାଗଡ଼ରେ ସେବା…
Read Moreସେବା ଉତ୍ସବରେ ଅଭାବୀଙ୍କୁ ବସ୍ତ୍ର ବଣ୍ଟନ
ରାଜସୁନାଖଳା,(ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ 15ଦିନ ଧରି ଅନୁଷ୍ଠିତ ହେଉଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ -2022 ଆଜି ରାଜସୁନାଖଳାର ବିଭିର୍ଣ୍ଣ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କୋଟଗଡ଼, ରାଜସୁନାଖଳା ଓ ବଧିପାଟଣା ଅଂଚଳର କିଛି ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା l ସମିତିର କର୍ମକର୍ତା ଓ କଲେଜ ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଘର ଘର ବୁଲି ଅସହାୟ ଲୋକଙ୍କୁ ବସ୍ତ୍ର ଓ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ l ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜସୁନାଖଳା ସରପଞ୍ଚ ତଥା ସେବା ଉତ୍ସବ ସମିତି ଉପାଧ୍ୟକ୍ଷ ଚିତରଂଜନ ପ୍ରଧାନ, ସମାଜସେବୀ ଦାମୋଦର ସାହୁ, ସମାଜସେବୀ ସନ୍ତୋଷ କୁମାର ପ୍ରଧାନ, ଶ୍ରୀନିବାସ ବେହେରା,ତାରାପ୍ରସାଦ…
Read More