ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ବାଣ୍ଠପୁର ଠାରୁ ବଡ଼ପୁଟ ଛକ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ବେୟରେ ନିର୍ମାଣ ହୋଇଛି ପିଚୁ ରାସ୍ତା। କିନ୍ତୁ ଦୁଃଖ ଓ ପରିତାପର ବିଷୟ ବାଣ୍ଠପୁର ପଞ୍ଚାୟତର ଧବଳେଇ ଗ୍ରାମ ନିକଟସ୍ଥ କେନାଲ ଉପରେ ନିର୍ମାଣ ହୋଇଛି ଏକ ପୋଲ। ଦୀର୍ଘ ଦୁଇବର୍ଷ ହେଲା ଏହି ପୋଲ ନିର୍ମାଣ ହୋଇ ରାସ୍ତା ସଂଯୋଗ ପାଇଁ ମାଟି ପଡିନଥିବାରୁ କେନାଲ ଉପରେ ଡାଇଭର୍ଶନ ରାସ୍ତାରେ ବିପଦ ସଂକୁଳ ଅବସ୍ଥାରେ ଗାଡିମୋଟର ଯାତାୟତ କରୁଛି। ଏଥିଯୋଗୁଁ ଦୁଇ ବର୍ଷ ଭିତରେ ଅନେକ ଥର ଛୋଟବଡ଼ ଦୁର୍ଘଟଣାମାନ ଘଟିଛି। ଗତ କିଛିଦିନ ପୂର୍ବେ ଏହି ଡାଇଭର୍ଶନରେ ଏକ କାର କେନାଲ ମଧ୍ୟକୁ ଖସି ପଡ଼ିଥିବା ବେଳେ ଆଜି ସକାଳେ ଏକ ୧୬ଚକିଆ ଆନ୍ଧ୍ର ଟ୍ରକ କେନାଲ ମଧ୍ୟକୁ ଖସିଯାଇଛି। ଏଥିରେ ବସିଥିବା ୧୦ଜଣ ଶ୍ରମିକ ଶ୍ରେଣୀର ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କିନ୍ତୁ ଏହି ଟ୍ରକରେ ଆନ୍ଧରୁ ଆସିଥିବା ଲକ୍ଷ ଲକ୍ଷ ଟଙ୍କାର ୧୮ଟନ କୁକୁଡ଼ା ଖାଦ୍ୟ କେନାଲ ପାଣିରେ ପଡ଼ି ମିଳେଇ ଯାଇଛି। ଏହି ରାସ୍ତା ଓ ପୋଲ ନିର୍ମାଣ କରୁଥିବା କଣ୍ଟ୍ରାକ୍ଟରଙ୍କ ଅବହେଳା ଓ ମନମାନି ଯୋଗୁଁ ଏସବୁ ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ତେଣୁ ସମ୍ପୃକ୍ତ କଣ୍ଟ୍ରାକ୍ଟର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
Related posts
-
ବରିଷ୍ଠ କଂଗ୍ରେସ ନେତା,ଦୃଢ ସଙ୍ଗଠକଙ୍କ ପରଲୋକ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ନିର୍ବାଚନ ମଣ୍ଡଳୀର ଚାନ୍ଦପୁର ଜୋନ୍ (୨୪ନଂ)ର ମୟୁରଝାଲିଆ ପଞ୍ଚାୟତର ତୃଣମୂଳ ସ୍ତରର ଜଣେ ଜଣାଶୁଣା ବିଶିଷ୍ଟ ପ୍ରଭାବଶାଳୀ... -
ବସ ଓ ବାଇକ ଧକ୍କା, ୨ ମୃତ
ରଣପୁର,(ନୟାଗଡ଼ ଦର୍ପଣ): ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ସଂଗ୍ରହରୁ ଜଣାପଡିଛି... -
ଖଣ୍ଡପଡ଼ାରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ର ଖଣ୍ଡପଡ଼ା ଠାରେ...