ଦଶପଲ୍ଲା,(ନୟାଗଡ଼ ଦର୍ପଣ): ୧୯୪୭ ମସିହା ଅଗଷ୍ଟ ମାସ ୧୫ତାରିଖ ସମଗ୍ର ଦେଶ ବାସୀ ପାଇଁ ଏକ ସ୍ମରଣୀୟ ଦିବସ ହୋଇଥିବାବେଳେ । ପ୍ରତିବର୍ଷ ବହୁ ନିଡ଼ାମ୍ବର ଭାବରେ ଏହି ଦିନଟିକୁ ସମଗ୍ର ଦେଶବାସୀ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ତ୍ରିରଙ୍ଗା ପତାକାକୁ ସମ୍ମାନ ଦେଇ ସ୍ବାଧିନତା ଦିବସ ରୂପେ ପାଳନ କରିଥାନ୍ତି। ଆଜି ମଧ୍ୟ ଦଶପଲ୍ଲା ଅଞ୍ଚଳର ବିଭିନ୍ନ ସ୍ଥାନରେ ଜାତୀୟ ପତାକାକୁ ସମ୍ମାନ ଦେବା ସହ ଦେଶ ସ୍ବାଧୀନ ପାଇଁ ବଳିଦାନ ଦେଇଥିବା ସ୍ବାଧିନତା ସଂଗ୍ରାମୀଙ୍କୁ ମନେପାଇବା ସହ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏବଂ ଦଶପଲ୍ଲାର ନେତାଜୀ ପଡିଆ ଠାରେ ସ୍ବାଧିନତା ଦିବସ ପାଳନ ଉପଲକ୍ଷେ ମୁଖ୍ୟ ଅତିଥିରୂପେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ରୂପେ N.A.C ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀଙ୍କ ସମେତ ସମସ୍ତ କାଉନସିଲର ଯୋଗଦେଇଥିଲେ । ଏଥି ସହ ଚଳିତ ବର୍ଷ ଦଶମ ଓ ଯୁକ୍ତ ଦୁଇରେ ଅଧିକ ନମ୍ବର ରଖି କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଞ୍ଚାସିନ ଅତିଥିମାନଙ୍କ ଦ୍ବାରା ସମ୍ମାନିତ କରିବା ସହ କରୋନା ସମୟରେ ନିଜ ଜୀବନକୁ ବାଜିରେ ଲଗାଇ ନିଷ୍ଠାପର ଭାବେ ଦଶପଲ୍ଲାବାସୀଙ୍କୁ ସେବା ଯୋଗେଇ ଥିବା ପୋଲିସ, ଡ଼ାକ୍ତର, ସୁଇପରମାନଙ୍କୁ ମଧ୍ୟ ମଞ୍ଚଉପରେ ସମ୍ମାନିତ କରାଯାଇଥିଲା। ପରେ ବିଧାୟକ ରମେଶ ଚନ୍ଦ୍ର ବେହେରା ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ଚିକିତ୍ସାଧିନ ଥିବା ରୋଗୀମାନଙ୍କ ସୁବିଧା ଅସୁବିଧା ବୁଝିବା ଏବଂ କାରାଗାର, ବୃଦ୍ଧାଶ୍ରମରେ ପହଞ୍ଚି ସମସ୍ତଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରିଥିଲେ।
