ତାଳପତ୍ର ପୋଥି ସଂଗ୍ରହ ନିଶାରେ ଯୁବ ସଂଗ୍ରାହକ ସଞ୍ଜୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଗଣେଶ ପୂଜା ପୂର୍ବ ଦିନ ଏକ ବିରଳ ଚିତ୍ରକଳା/ଚିତ୍ର ଖୋଦିତ ତାଳପତ୍ର ପୋଥିକୁ ସଂଗ୍ରହ କରିଛନ୍ତି ନୟାଗଡ଼ ନିକଟସ୍ଥ ଦୁରୁଦୁରା ଗ୍ରାମର ଯୁବ ସଂଗ୍ରାହକ ସଞ୍ଜୟ କୁମାର ସାହୁ । ଉକ୍ତ ପୋଥିକୁ ଭୁବନେଶ୍ୱରରେ ଵାସ କରୁଥିବା ଆକ୍ସିସ୍ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ବିଶ୍ବଜିତ ରାୟ ଏହାକୁ ସୁରକ୍ଷିତ ଭାବେ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ଅନୁଷ୍ଠାନକୁ ସ୍ଵେଚ୍ଛାକୃତ ଭାବେ ଦାନ କରିଛନ୍ତି। ଏହି ଅନୁଷ୍ଠାନର ସଂଗ୍ରହ କରାଯାଉଥିବା ସାମଗ୍ରୀ ଦେଖି ଶ୍ରୀ ରାୟ ବେଶ୍ ଖୁସି ଅନୁଭବ କରିବା ସହ ଅନୁଷ୍ଠାନ ସହ ଜଡ଼ିତ ରହି ଆଗକୁ ସହୋଯୋଗ କରିବା ପାଇଁ ଆଶା ଦେଇଛନ୍ତି। ଏହା ସହ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ପାଠାଗାର ଅନୁଷ୍ଠାନ ପକ୍ଷରୁ ବିଶ୍ବଜିତ ରାୟଙ୍କୁ କୃତଜ୍ଞତା ଦେବା ସହ ଆଗକୁ ରାୟ ପରିବାର ନାମରେ ଏକ…

Read More

ସୂଚନା ଅଧିକାର ଆଇନରେ ତଥ୍ୟ ଲୁଚାଇବା ମହଙ୍ଗା ପଡ଼ିଲା

ଜନସୂଚନା ଅଧିକାରୀଙ୍କୁ ଆଠ ହଜାର ଟଙ୍କାର ଆର୍ଥିକ ଦଣ୍ଡ ସହ, କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ନୟାଗଡ଼,(ନୟାଗଡ଼ ଦର୍ପଣ): ସୂଚନା ଅଧିକାର ଆଇନରେ ତଥ୍ୟ ଲୁଚାଇବା ମହଙ୍ଗା ପଡ଼ିଲା। ଜନସୂଚନା ଅଧିକାରୀଙ୍କୁ ୮ହଜାର ଟଙ୍କାର ଆର୍ଥିକ ଦଣ୍ଡ ସହ, କନିଷ୍ଠ ଯନ୍ତ୍ରୀଙ୍କ ଉପରେ ବିଡ଼ିଓଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଲେ ରାଜ୍ୟ ସୂଚନା କମିଶନ। ସୂଚନା ଅନୁସାରେ ଆବେଦନକାରି ଶିବରାମ ମହାପାତ୍ର ଗତ 2019 ମସିହାରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ମନେରେଗାରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ମଜୁରୀ ଦିଆଯାଉନଥିବା ପ୍ରସଙ୍ଗରେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ। ନୟାଗଡ଼ ନୂଆଗାଁ ବ୍ଲକ ଅନ୍ତର୍ଗତ ମହୀତମା ମହାଦେବ ପୋଖରୀ ଖୋଳାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ ଅଦ୍ୟାବଧି କେଉଁ କାରଣରୁ ଏଥିରେ ନିୟୋଜିତ ଶ୍ରମିକଙ୍କୁ ସେମାନଙ୍କର ମଜୁରୀ ମିଳିନାହିଁ ଏନେଇ ବିସ୍ତୃତ ତଥ୍ୟ ଦେବାକୁ ଏହି…

Read More

ବିଦେଶରୁ ଫେରିବା ପରେ ବିଭିନ୍ନ ପଦରୁ ଇସ୍ତଫା ଦେଲେ ବନୁ ଭାଇ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଭିନ୍ନ ସାଙ୍ଗଠନିକ ପଦ ପଦବୀରୁ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଲେ ସମାଜସେବୀ ପ୍ରମୋଦ ପଟ୍ଟନାୟକ (ବନୁ ଭାଇ) । ଶ୍ରୀଯୁକ୍ତ ପଟ୍ଟନାୟକ ବିଦେଶ ଗସ୍ତ ପୂର୍ବରୁ ଇସ୍ତଫା ସମ୍ପର୍କରେ ମେ’ମାସ ୨୨ ତାରିଖରେ ପୁର୍ବତନ ମନ୍ତ୍ରୀ ତଥା ନୟାଗଡ ବିଧାୟକ ନୟାଗଡ଼ ଡ଼ଃ. ଅରୁଣ କୁମାର ସାହୁଙ୍କୁ ଲିଖିତ ଭାବେ ଅବଗତ କରିଥିଲେ । ଗତ ତିନି ମାସ ଧରି ଶ୍ରୀ ପଟ୍ଟନାୟକ ବିଦେଶ ଗସ୍ତରେ ରହି ଏବେ ନୟାଗଡ଼ରେ ପହଞ୍ଚିବା ପରେ ଆଜି ଆନୁଷ୍ଠାନିକ ଭାବେ “ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ”, ମୋ ସ୍କୁଲ ଯୋଜନା ସଂଯୋଜକ, ମୋ କଲେଜ ଷ୍ଟିଅରିଂ କମିଟି ସଭ୍ୟ , ନୟାଗଡ଼ କ୍ଲବ୍ ସଭାପତି ଏବଂ ବିଭିନ୍ନ ଅନୁଷ୍ଠାନର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ, ଗତ ଏପ୍ରିଲ ୩୦…

Read More

ନାବାଳିକାକୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ଆସାମୀକୁ ୫ବର୍ଷ ଜେଲ ଓ ୧୦ହଜାର ଜୋରିମାନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଳ୍ଲା ଫାଷ୍ଟ ଟ୍ରାକ ପୋକ୍‌ସ କୋର୍ଟର ବିଚାରପତି ବିରଞ୍ଚି କୁମାର ରଥ ଏକ ୫ବର୍ଷର ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ଅଭିଯୋଗର ବିଚାର କରି ଆସାମୀ ପ୍ରମୋଦ ଦେହୁରୀକୁ ୫ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ମାମଲା ପରିଚାଳନା କରୁଥିବା ସ୍ୱତନ୍ତ୍ର ସରକାରୀ ଓକିଲ ଅମୀୟ ପଟ୍ଟନାୟକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪.୪.୨୦୧୮ରେ ଫତେଗଡ଼ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ କେଶ ନଂ-୮୫/୧୮ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ଫତେଗଡ଼ ଥାନା ଅଞ୍ଚଳରେ ଜନୈକ ୫ବର୍ଷର ନାବାଳିକା ଦିନ ଦ୍ୱିପ୍ରହରେ ଗାଁ ଦାଣ୍ଡରେ ତାଙ୍କ ସାଥି ମାନଙ୍କ ସହିତ ଖେଳୁଥିବା ବେଳେ ଆସାମୀ ପ୍ରମୋଦ ତାକୁ ଚକୋଲେଟ ଓ ମିକ୍‌ଚର କିଣିବା ପାଇଁ ଟଙ୍କା ଦେଇ ପାଖ ଦୋକାନକୁ…

Read More

ଜିଲ୍ଲାରେ ପ୍ରଥମ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକା ‘ବ୍ୟଙ୍ଗ କଲମ’ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବ୍ୟଙ୍ଗକାର ରବୀନ୍ଦ୍ର ରାଉତଙ୍କ ଦ୍ୱାରା ସମ୍ପାଦିତ ଜିଲ୍ଲାର ସର୍ବପ୍ରଥମ ବ୍ୟଙ୍ଗ ପତ୍ରିକା ଆଜି ଅପରାହ୍ନରେ ନୟାଗଡ଼ ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସାମନାରେ ଥିବା ଉତ୍କଳ ଘଣ୍ଟ ଯଦୁମଣିଙ୍କ ପ୍ରତିମୂତ୍ତିୀ ସାମନାରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ନୟାଗଡ଼ ଜିଲ୍ଲାରୁ ପ୍ରକାଶିତ ହେଲା ସମାଲୋଚନା ଧର୍ମୀ ତଥା ହାସ୍ୟ ବ୍ୟଙ୍ଗ ପତ୍ରିକା ‘ବ୍ୟଙ୍ଗ କଲମ’ । ଉନ୍ମୋଚନ ପୂର୍ବରୁ ପ୍ରଥମେ ପତ୍ରିକାକୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଉନ୍ମୋଚନ କାର୍ଯ୍ୟକ୍ରମରକୁ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ରାମକୃଷ୍ଣ ରଥ ସଂଯୋଜନା କରିଥିବା ବେଳେ ନାଟ୍ୟକାର ଡ.ବିଜୟ ଚୌଧୁରୀ, ବରିଷ୍ଠ ଅଧିବକ୍ତା ମନୋରଂଜନ ମହାପାତ୍ର, ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ଅଶୋକ କୁମାର ନାୟକ, କବି ନିର୍ମଳ ଶୂରଦେଓ, କୈଳାସ ବାଣ୍ଠ, ପ୍ରଶାନ୍ତ ଦାଶ, ସମାଜସେବୀ ମନୋଜ ସାହୁ,…

Read More

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଧାରଣା ଦେଲେ ଅଂଶିକା ସର୍ଭିସେସର ଲଣ୍ଡ୍ରୀ କର୍ମଚାରୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଧାରଣା ଦେଲେ ଅଂଶିକା ସର୍ଭିସେସର ଲଣ୍ଡ୍ରୀ କର୍ମଚାରୀ । ଅଂଶିକା ସର୍ଭିସେସ ମାଧ୍ୟମରେ ଦିର୍ଘ ତିନି ବର୍ଷ ଧରି ମେଡିକାଲ ରେ ଲଣ୍ଡ୍ରୀ କର୍ମଚାରୀ ଭାବେ କାର୍ଯ୍ୟ କରିଥିଲେ ମଧ୍ୟ ସଂସ୍ଥା ମାଲିକ୍ ଚିତ୍ତରଞ୍ଜନ ଦାସ କର୍ମଚାରୀ ମାନଙ୍କୁ ଦରମା ଦେଉନଥିବା ଅଭିଯୋଗ କରିଛନ୍ତି । ଦରମା ମାଗିଲେ ସଂସ୍ଥା ର ସୁପରଭାଇଜର ଅନୁରାଗ ଖଟେଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଧମକ ଦେଉଥିବା ଅଭିଯୋଗ କରିଛନ୍ତି କର୍ମଚାରୀ ମାନେ । ଏପରିକି ଦରମା, ସେକେଣ୍ଡ ସିପ୍ଟି , କୋଭିଡ ଇନସେଟିଭ ଦିଆଯାଇ ନଥିବା ବେଳେ ଇ.ପି.ଏଫ.ଓ , ଇଏଓ.ଆଇ ମାସିକ ପାରିଶ୍ରମିକ ରୁ କଟାଯାଇସିଛି . ଯାହାକୁ ପରେ ଆକାଉଣ୍ଟ ରେ ପରିଶୋଧ କରାଯାଇ ନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ । କର୍ମଚାରୀ…

Read More

ବନ୍ୟା ପ୍ରପୀଡ଼ିତଙ୍କୁ ଭେଟିଲେ ଜିଲ୍ଲାପାଳ, ସାଂସଦ, ବିଧାୟକଙ୍କ ସମେତ ବହୁ ଲୋକ ପ୍ରତିନିଧି

ଭାପୁର,(ନୟାଗଡ଼ ଦର୍ପଣ): ଭାପୁର ବ୍ଳକର ଦୁଇ ପଞ୍ଚାୟତରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ନେତୃତ୍ୱରେ ଆଜି ବିଭିନ୍ନ ବନ୍ୟା ପ୍ଲାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ, ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ନୟାଗଡ଼ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ, ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ଜିଲ୍ଲା ପରିଷଦ, ଭାପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ୧୮ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର କୁମାର ଧଳ, ୫ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥି ଏବଂ ଭାପୁର ପଞ୍ଚାୟତ ସମିତିର ବହୁ ଜନପ୍ରତିନିଧିଙ୍କ ସମେତ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନର ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ବୃନ୍ଦ। କରବର ଓ ଫତେଗଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ବନ୍ୟା ପ୍ରପୀଡିତ ପରିବାରଙ୍କୁ ଭେଟିବା ସହ ବନ୍ୟାଞ୍ଚଳ ଅନୁଧ୍ୟାନ କରିଛନ୍ତି।…

Read More

ପୁଣିଥରେ ବିଜେଡି ରାଜ୍ୟ ସମ୍ପାଦକ ହେଲେ ଅନୱର ଅଲ୍ଲୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ରାଜନୀତି ଠାରୁ ଆରମ୍ଭ କରି ଜାତୀୟ ରାଜନୀତି ପର୍ଯ୍ୟନ୍ତ ବହୁ ଉଚ୍ଚ ପଦବୀରେ ସାମ୍ବାଦିକ ମାନେ ବିଭିନ୍ନ ଆସନ ଅଳଙ୍କୃତ କରିଥିବା ନଜିର ରହିଛି । ଓଡ଼ିଶା ରାଜ୍ୟ ରାଜନୀତିରେ ବିଜୁ ଜନତା ଦଳ ପ୍ରମୁଖ ଦଳ ଭାବେ ଏକ ନମ୍ବର ସ୍ଥାନରେ ରହିଛି । ଏହି କ୍ରମରେ ନିକଟରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ । ନୟାଗଡ଼ ଜିଲ୍ଲାରୁ ରାଜ୍ୟ ସମ୍ପାଦକ ଭାବେ ପୁଣି ଥରେ ସାମ୍ବାଦିକ ଅନଓ୍ବର ଅଲ୍ଲୀଙ୍କୁ ଦାୟିତ୍ଵ ଦେଇଛନ୍ତି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଦଳର ନୀତି ନିୟମ ଅନୁସାରେ କାର୍ଯ୍ୟ କରିବା ସହ ସଙ୍ଗଠନକୁ ସୁଦୃଢ କରିବା ଏବଂ ସମାଜସେବାରେ ନିଜକୁ ନିୟୋଜିତ ରଖିବେ ବୋଲି ପ୍ରକାଶ କରିଛନ୍ତି ନବ ନିଯୁକ୍ତ ରାଜ୍ୟ…

Read More

ରଣପୁର ଏବଂ ଓଡ଼ଗାଁରେ ଅହିଂସା ରଥକୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ରାଜ୍ୟରେ ଅହିଂସା ରଥ ପରିଭ୍ରମଣ କରୁଛି। ସଂଗ୍ରାମ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟ ପରିକ୍ରମା କରିବା ଲକ୍ଷ୍ୟରେ ପ୍ରସ୍ତୁତ ଅହିଂସାରଥ ଆଜି ଓଡ଼ଗାଁ ବ୍ଳକ ସମ୍ମୁଖ କଲ୍ୟାଣ ମଣ୍ଡପ ନିକଟରେ ପହଁଚିଥିଲା। ଆଜି ଦିନ ୩ଟା ସମୟରେ ଅହିଂସା ରଥ ରଣପୁର ବ୍ଲକରୁ ବାହାରି ଓଡ଼ଗାଁ ବ୍ଲକର ଗୋଡ଼ିପଡା ପଂଚାୟତ କାର୍ଯ୍ୟାଳୟରେ ପହଂଚିଥିଲା। ସେଠାରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ସେଠାରୁ ଶରଣକୁଳ ଅଡିଟୋରିୟମରେ ପହଂଚିବା ପରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ସ୍ବାଗତ କରିଥିଲେ। ଏହାପରେ ଅହିଂସା ରଥ ଓଡ଼ଗାଁ ଅଭିମୁଖେ ଯାତ୍ରା କରି ଓଡ଼ଗାଁ କଲ୍ୟାଣି ମଣ୍ତପରେ ପହଂଚିବା ପରେ ତାଙ୍କୁ ବିପୁଳ ସ୍ବାଗତ ସଂମ୍ବର୍ଦ୍ଧନା ଦିଆଯାଇଥିଲା। …

Read More

କଣ୍ଟ୍ରାକ୍ଟରଙ୍କ ମନମାନି ଦୁଇବର୍ଷ ଧରି ନିର୍ମାଣ ହୋଇନି ପୋଲ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ବାଣ୍ଠପୁର ଠାରୁ ବଡ଼ପୁଟ ଛକ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ବେୟରେ ନିର୍ମାଣ ହୋଇଛି ପିଚୁ ରାସ୍ତା। କିନ୍ତୁ ଦୁଃଖ ଓ ପରିତାପର ବିଷୟ ବାଣ୍ଠପୁର ପଞ୍ଚାୟତର ଧବଳେଇ ଗ୍ରାମ ନିକଟସ୍ଥ କେନାଲ ଉପରେ ନିର୍ମାଣ ହୋଇଛି ଏକ ପୋଲ। ଦୀର୍ଘ ଦୁଇବର୍ଷ ହେଲା ଏହି ପୋଲ ନିର୍ମାଣ ହୋଇ ରାସ୍ତା ସଂଯୋଗ ପାଇଁ ମାଟି ପଡିନଥିବାରୁ କେନାଲ ଉପରେ ଡାଇଭର୍ଶନ ରାସ୍ତାରେ ବିପଦ ସଂକୁଳ ଅବସ୍ଥାରେ ଗାଡିମୋଟର ଯାତାୟତ କରୁଛି। ଏଥିଯୋଗୁଁ ଦୁଇ ବର୍ଷ ଭିତରେ ଅନେକ ଥର ଛୋଟବଡ଼ ଦୁର୍ଘଟଣାମାନ ଘଟିଛି। ଗତ କିଛିଦିନ ପୂର୍ବେ ଏହି ଡାଇଭର୍ଶନରେ ଏକ କାର କେନାଲ ମଧ୍ୟକୁ ଖସି ପଡ଼ିଥିବା ବେଳେ ଆଜି ସକାଳେ ଏକ ୧୬ଚକିଆ ଆନ୍ଧ୍ର ଟ୍ରକ କେନାଲ ମଧ୍ୟକୁ ଖସିଯାଇଛି। ଏଥିରେ ବସିଥିବା ୧୦ଜଣ ଶ୍ରମିକ ଶ୍ରେଣୀର…

Read More