ରଣପୁରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡା. ଟୁଡ଼ୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ। ଏହି ଶିବିରରେ ସମୁଦାୟ ୨୨୪ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୨୧୧ଗୋଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୦୫ଗୋଟିର ଶୁଣାଣି କରାଯାଇ ସମୁଦାୟ ୩୬ଗୋଟି କେସର ତତ୍‌କାଳ ସମାଧାନ କରାଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୦୬ଜଣ ଦରଖାସ୍ତକାରୀଙ୍କୁ ଟ.୫୫,୦୦୦/-( ପଂଚାବନ ହଜାର ଟଙ୍କା) ଏବଂ ଜିଲ୍ଲା ରେଡ୍‌କ୍ରସ ସଂସ୍ଥାରୁ ୦୨ଜଣ ଦରଖାସ୍ତକାରୀଙ୍କୁ ଟ.୧୭୦୦୦/- (ସତର ହଜାର ଟଙ୍କା) ଆର୍ଥିକ ଅନୁଦାନ ଅନୁମୋଦନ କରାଯାଇଥିଲା । ଅବଶିଷ୍ଟ କେସଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଜନଶୁଣାଣି ଶିବିରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ରଣପୁର ପଂଚାୟତ ସମିତି ଅଧ୍ୟକ୍ଷା ନିର୍ମଳା ବେହେରା, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟ ନିର୍ବାହୀ ଅଧୁକାରୀ, ଜିଲ୍ଲା ପରିଷଦ ସୁବାସ ଚନ୍ଦ୍ର ରାୟ, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଉମାକାନ୍ତ ମଲ୍ଲିକ, ରଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତି ପ୍ରକାଶ ସେଠୀ, ତହସିଲଦାର ପ୍ରଭାକର ପଣ୍ଡା, ନିର୍ବାହୀ ଅଧିକାରୀ, ରଣପୁର ବିଜ୍ଞାପିତ ଅଂଚଳ ପରିଷଦ, ଜିଲ୍ଲାସ୍ତରୀୟ ପଦାଧିକାରୀ, ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଗୁଡ଼ିକ ଶୁଣାଣି କରିବାରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ ।

Related posts