ନୟାଗଡ଼,(ନୟାଗଡ଼ ଦର୍ପଣ): ଗଣିଆ ଉନୟନ କମିଟି ତରଫରୁ ପରିଚାଳିତ ତପସ୍ୟା ଶିଶୁ ଗୃହର ଅନ୍ତେବାସିନୀ ପିଙ୍କି ନାୟକ ଓ ଶିବାନୀ ନାୟକ ନୟାଗଡ ଜିଲ୍ଲାରେ ପ୍ରଥମ କରି ମାଟ୍ରିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଊଚ୍ଚ ଶିକ୍ଷା ନିମନ୍ତେ ପ୍ରଜା ମଣ୍ଡଳ ମହିଳା ମହାବିଦ୍ୟାଳୟରେ ନାମ ଲେଖାଇ ଅଛନ୍ତି, କିନ୍ତୁ ଦୈନିକ ଯିବା ଆସିବା କରିବାରେ ଉଭୟଙ୍କର ଅସୁବିଧା ଉପୁଜିବା ସମସ୍ୟା ସମ୍ପର୍କ ରେ ଉଷା ପଟ୍ଟନାୟକଙ୍କ ଠାରୁ ଅବଗତ ହେବା ପରେ ଭାରତ ବିକାସ ପରିଷଦ ନୟାଗଡ ଶାଖାର ଦୁଇଜଣ ବଦାନ୍ୟ ବ୍ୟକ୍ତି ଘନଶ୍ୟାମ ସାହୁ ଓ ମିହିର ରଞ୍ଜନ ନାୟକ ସହାୟତାରେ ଦୁଇଟି ସାଇକେଲ ପ୍ରଦାନ କରାଯାଇ ଛି l ଏହି ଅବସରରେ ପରିଷଦ ତରଫରୁ ଅଧ୍ୟକ୍ଷ ହରିହର ସାହୁ ସଚିବ ଅନାଦି ଚରଣ ମହାନ୍ତି , ଦୁର୍ୟୋଧନ ସାହୁ, ଉଦୟ ନାଥ ନାୟକ, ଦାମୋଦର ସାହୁ, ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ନାୟକ ଓ କାମାକ୍ଷା ପ୍ରସାଦ ଦାଶ ଉପସ୍ଥିତ ଥିବା ବେଳେ ତପସ୍ୟା ର ସନ୍ଧ୍ୟା ପଟ୍ଟନାୟକ, ଅଳକା ପାହାଡ଼ ସିଂ, ଚନ୍ଦ୍ରଶେଖର ବେହେରା ଓ ସୁଜାତା ବାରିକ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ଦିଗରେ ସହଯୋଗ କରିଥିଲେ l
Related posts
-
ବିତର୍କ ପ୍ରତିଯୋଗିତା; ବରିଷ୍ଠରେ ଶୁଭାଶିଷ, କନିଷ୍ଠରେ ପ୍ରିୟରଞ୍ଜନ ପ୍ରଥମ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦୈନିକ ଖବରକାଗଜ ‘ସକାଳ’ ୪ର୍ଥ ସ୍ୱନ୍ନକ୍ଷତ୍ର ଦିବସ ଉପଲକ୍ଷେ ନୟାଗଡ଼ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।... -
ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶାଦ୍ଵାରା ଜିଲ୍ଲାସ୍ତରୀୟ ଗୀତା ସୁଗୀତା କର୍ତ୍ତବ୍ୟା କାର୍ଯ୍ୟକ୍ରମ ତଥା ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ... -
ପାଣିପୋଇଲା ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ପାଣିପୋଇଲା ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ପଂଚଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ବିଦ୍ୟାମନ୍ଦିରର ସଂପାଦକ...