ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ ସଂଘର ସାଧାରଣ ବୈଠକରେ ନୂତନ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି। ନିର୍ବାଚନ ଫଳାଫଳ ରିଟର୍ଣିଂ ଅଫିସର ଲକ୍ଷ୍ମୀଧର ସାହୁ ଘୋଷଣା କରିଥିଲେ ଏବଂ ଉପସ୍ଥିତ ସଦସ୍ୟ ମାନେ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ମାନଙ୍କୁ ସ୍ବାଗତ କରିଥିଲେ । ବିଦାୟୀ ସଭାପତି ଚିତ୍ତରଞ୍ଜନ ତ୍ରିପାଠୀ ଏବଂ ସଂପାଦକ ସ୍ବଦେଶ ମିଶ୍ର ନୂତନ ସଭାପତି ଓ ସଂପାଦକଙ୍କୁ ଦାୟୀତ୍ବ ହସ୍ତାନ୍ତର କରିଥିବାର ସୁଚନା ମିଳିଛି। ନୂତନ କର୍ମକର୍ତ୍ତା ମାନେ ହେଲେ ସଭାପତି ଶ୍ରୀଧର ସାହୁ, ସଂପାଦକ ଧିରେନ୍ଦ୍ର କୁମାର ପଟ୍ଟନାୟକ, ଉପସଭାପତି ବଲାରସେନ ପାତ୍ର, ସହ ସଂପାଦକ ଉମାକାନ୍ତ ମିଶ୍ର, କୋଷାଧ୍ୟକ୍ଷ ତରୁଣ ଖାଁ ଏବଂ ପରିଚାଳନା କମିଟି ସଭ୍ୟ ହେଲେ ଭାଗିରଥି ଦାସ ଏବଂ ଅଜିତ ମିଶ୍ର
Read MoreCategory: ରଣପୁର ବ୍ଲକ
ନୂଆଗାଁ ବ୍ଲକ୍ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ ପରେ ପ୍ରଶିକ୍ଷଣ ସ୍ଥଗିତ
ନୂଆଗାଁ,(ନୟାଗଡ଼ ଦର୍ପଣ) : ନୂଆଗାଁ ବ୍ଲକ ପରିସରରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମାଜିକ ଆର୍ଥିକ ପଛୁଆ ବର୍ଗ ଜାତି ସର୍ଭେ କାର୍ଯ୍ୟ କରିବାପାଇଁ ପ୍ରାଥମିକ ଶିକ୍ଷକ ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । କିନ୍ତୁ ପ୍ରାଥମିକ ଶିକ୍ଷକ ସଂଘ ଦ୍ଵାରା ବିରୋଧ କରାଯାଇ ବିଡ଼ିଓଙ୍କ ଲିଖିତ ଅଭିଯୋଗ କରାଯିବା ପରେ ପ୍ରଶିକ୍ଷଣ ସ୍ଥଗିତ ହୋଇଥିଲା । ଲିଖିତ ଅଭିଯୋଗ ଅନୁଯାୟୀ ବ୍ଲକର ଶିକ୍ଷକ ଶିକ୍ଷୟତ୍ରୀ ସାମାଜିକ ଆର୍ଥିକ ପଛୁଆ ବର୍ଗ ଜାତି ସର୍ଭେ କାର୍ଯ୍ୟ କରିବା ପାଇଁ ନିଯୋଜିତ ହୋଇଛନ୍ତି । କିନ୍ତୁ ସରକାରଙ୍କ ଦ୍ଵାରା ପ୍ରଦତ ସର୍ଭେ ହାଣ୍ଡବୁକର ଚତୁର୍ଥ ପୃଷ୍ଠାରେ ଅଙ୍ଗନ୍ ୱାଡ଼ି କର୍ମୀ, କର ଅସୁଲକାରୀ ଓ ୱାର୍ଡ ଅଫିସର ମାନଙ୍କୁ ନିଯୁକ୍ତି କରିବାପାଇଁ ନିର୍ଦେଶ ଅଛି । ଶିକ୍ଷକ ମାନଙ୍କୁ ନିଯୁକ୍ତି କରିବାପାଇଁ କୌଣସି ନିର୍ଦ୍ଦେଶ…
Read Moreଦାସିଆ ଅଜାଙ୍କ ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟ କରଣ ପାଇଁ ଦାବିପତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର କର୍ଣ୍ଣଧାର ତଥା ଦାଶରଥି ପଟ୍ଟନାୟକ ପାଠାଗାର ର ପ୍ରତିଷ୍ଠାତା ସ୍ବର୍ଗତ ଦାଶରଥି ପଟ୍ଟନାୟକଙ୍କର ଏକ ପ୍ରତିମୂର୍ତ୍ତି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଜିଲ୍ଲା ସଂସ୍କୃତି ବିଭାଗ ଦ୍ବାରା ସ୍ଥାପିତ କରାଯାଇଛି । ରକ୍ଷଣାବେକ୍ଷଣା ଅଭାବରୁ କାଳକ୍ରମେ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ସମ୍ମାନ ବଦଳରେ ପ୍ରତିମୂର୍ତ୍ତିର ଏ ଅବସ୍ଥା ଏହି ମହାପୁରୁଷଙ୍କୁ ଅଧିକ ଅସମ୍ମାନ କରୁଥିବା ପରି ଜଣାପଡ଼ୁଛି । ଯେଉଁ ମହାପୁରୁଷଙ୍କ ଅବଦାନକୁ ଦେଶ ବିଦେଶର ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି ତାଙ୍କର ଗରିମା ବୃଦ୍ଧି ପାଇଁ ପ୍ରତିମୂର୍ତ୍ତି ର ଉପଯୁକ୍ତ ରକ୍ଷଣାବେକ୍ଷଣ ସହିତ ଶୋଭା ବର୍ଦ୍ଧନ କରିବା ପାଇଁ ଦାବି କରିଛି ପୂଜ୍ୟପୂଜା କମିଟି, ନୟାଗଡ଼। ଏ ସଂକ୍ରାନ୍ତରେ ଆଜି ପୂଜ୍ୟପୂଜା କମିଟି ର ସଂପାଦକ ଅରୁଣ ମହାନ୍ତି, ସହ ସଂପାଦକ ଧିରେନ୍ଦ୍ର କୁମାର…
Read Moreକାଜୁଜମି ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କଲେ ଆଦିବାସୀ
ନୟାଗଡ଼,୨୭/୪(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକର ଶାଳିଆଝରି ଓ ଅନ୍ୟାନ୍ୟ ଗ୍ରାମର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ନିଜଗ୍ରାମ ସନ୍ନିକଟ କାଜୁପଦରରେ ପାରମ୍ପରିକ ଅଧିକାର ସାବ୍ୟସ୍ତ କରିବା ଦାବିରେ ଆଜି ଓଡିଶା ଆଦିବାସୀ ଅଧିକାର ମଞ୍ଚ ଓ କୃଷକ ସଭା ନେତୃତ୍ୱରେ ପଟୁଆର ସହକାରେ ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ଓ ସଭା କରିଛନ୍ତି। ବିଶିଷ୍ଟ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଆଦିବାସୀ ଅଧିକାର ମଞ୍ଚର ରାଜ୍ୟ ସଂଗଠକ ସାଲ ମାରାଣ୍ଡି ଓ ଚାମ୍ବୁର ସୋରେନ ଯୋଗଦେଇ ଆଦିବାସୀମାନଙ୍କର ଜମିପାଇଁ ସଂଗ୍ରାମକୁ ଆହୁରି ଶକ୍ତ ଓ ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଥିଲେ। ବୁଢ଼ାବୁଢ଼ୀଆଣି ଜଳଭଣ୍ଡାରର ବିସ୍ଥାପିତ ଆଦିବାସୀମାନେ ଗାଁ ପାଖ ପଦରମାନଙ୍କରେ ଚାଷବାସ କରି ଚଳି ଆସୁଥିବା ସମୟରେ ବନ ଉନ୍ନୟନ ନିଗମ ସେମାନଙ୍କୁ କାଜୁଫଳଭୋଗର ଲୋଭ ଦେଖାଇ…
Read Moreରଣପୁର ମହତପଲ୍ଲାରେ ଦଳିଦେଲା ଦନ୍ତା, ଚାଲିଗଲା ଯୁବକଙ୍କ ଜୀବନ
ରଣପୁର,(ନୟାଗଡ଼ ଦର୍ପଣ): ହାତୀ ଆକ୍ରମଣରେ ଯୁବକ ମୃତ। ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ମହତପଲ୍ଲା ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉକ୍ତ ଗ୍ରାମର କିଛି ଚାଷୀ ଫସଲ ଜଗିବାକୁ ବିଲକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ଜଗବନ୍ଧୁ ଜେନା ନାମକ ଜଣେ ଚାଷୀଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲା। ତେବେ ଗୁରୁତର ଅବସ୍ଥାରେ ରଣପୁର ବନବିଭାଗ ଜଗବନ୍ଧୁଙ୍କୁ ନିକଟସ୍ଥ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଜଗବନ୍ଧୁଙ୍କ ମୃତ୍ୟୁରେ ପରିବାରରେ ଶୋକର ଛାୟାର ଖେଳିଯାଇଥିବା ବେଳେ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହୋଇଛି। ବାରମ୍ବାର ହାତୀ ଆକ୍ରମଣରେ ଅନେକ ଲୋକଙ୍କର ଜୀବନ ଯାଉଥିବାବେଳେ ରଣପୁର ବନବିଭାଗର ବନ କର୍ମଚାରୀଙ୍କ…
Read Moreନୟାଗଡ଼ ଜିଲ୍ଲାକୁ ୨ ସ୍ବର୍ଣ୍ଣ, ୭ ରୈପ୍ୟ ଓ ୬ କାଂସ୍ୟ ପଦକ
ନୟାଗଡ଼,(ନୟାଗଡ଼ ଦର୍ପଣ): ବରଗଡ଼ର ଗଣପତି ଭିଲ୍ଲାରେ ୩ଦିନ ଧରି ଆୟୋଜିତ ୨ୟ ଓ୍ବେଷ୍ଟ ଜୋନ ଟାଇକୋଣ୍ଡ ଚମ୍ପିୟାନସିପ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଗନେବା ପାଇଁ ନୟାଗଡ଼ ଜିଲ୍ଲାରୁ ବିଭିନ୍ନ ବର୍ଗର ୧୬ )ଜଣ ଖେଳାଳି ୩ଜଣ ଅଫିସିଆଲ୍ ଓ ଜଣେ ଜାତୀୟ ରେଫରୀ ବରଗଡ଼ ଯାତ୍ରାକରିଥିଲେ। ନୟାଗଡ଼ ମାର୍ଶାଲ ଆର୍ଟ ଏକାଡେମୀର ପ୍ରିୟଂଶୁ ପାଲ, ସତ୍ୟବ୍ରତ ବିଶ୍ବାଳ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ, ଦିକ୍ସା ପ୍ରିୟା, ରିତିକା ପାଣିଗ୍ରାହୀ, ପ୍ରତିୟୁସା ରାୟଗୁରୁ, ଆନନ୍ଦ କୁମାର, ଅଙ୍କିତ ବେହେରା, ଆଶୁତୋଷ ସାହୁ, ସ୍ମୁତିପ୍ରଜ୍ଞା ସାହୁ ରୈପ୍ୟ ପଦକ ଓ ବିରାଟ ପ୍ରୟାସ, ସମ୍ୱିତ ରଞ୍ଜନ ବିଶ୍ବାଳ, ଶୁଚିସ୍ମୀତା ବେହେରା, ଅସ୍ମିତା ସାହୁ, ଆସୁତୋଶ ସ୍ବାଇଁ, ବୈଦ୍ୟନାଥ ସାହୁ କାଂସ୍ୟ ପଦକ ହାସଲ କରି ନୟାଗଡ଼ ଜିଲ୍ଲା ପାଇଁ ସୁନାମ ଅର୍ଜନ କରିଛନ୍ତି । ନୟାଗଡ଼ ଟିମ୍ କୋଚ୍…
Read Moreନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିରରେ
“ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା”
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିରରେନୟାଗଡ଼ ସଂକୁଳ “ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା” ଉଦଘାଟିତ। ବିଦ୍ୟାଳୟର ପ୍ରଧାନଚାର୍ୟ୍ଯ ଅମ୍ବିକା ପ୍ରସାଦ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ପରିଚାଳନା ସମିତିର ସଭାପତି କେଶବ ଚନ୍ଦ୍ର ରାଉତରାୟ ଓ ନୟାଗଡ଼ ସଂକୁଳ ପ୍ରମୁଖ ଦିଲ୍ଲୀପ କୁମାର ମିଶ୍ର, ମୁଖ୍ୟବକ୍ତା ଜିଲ୍ଲା ବୌଦ୍ଧିକ ପ୍ରମୁଖ ମାନସ ରଞ୍ଜନ ନାୟକ ଯୋଗଦେଇଥିଲେ।ସେହିପରି ପରିଚାଳନା ସମିତିର ଉପସଭାପତି ଶାନ୍ତନୁ କୁମାର ସ୍ୱାଇଁ, ଯୁଗ୍ମ ସମ୍ପାଦକ ଗଣେଶ୍ୱର ପରିଡା, ପୂର୍ବ ସମ୍ଭାଗ ସଦସ୍ୟ ଚନ୍ଦ୍ରଭାନୁ ବରାଡ଼ ଓ ନୟାଗଡ଼ ସଂକୁଳ ଅନ୍ତର୍ଗତ ୯ଟି ବିଦ୍ୟାଳୟର ପ୍ରାୟ ୧୫୦ରୁ ଅଧିକ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ। ସେହିପରି ୨୬ ତାରିଖ ସକାଳେ ପରିଚାଳନା ସମିତିର ସମ୍ପାଦକ ଭାସ୍କର ଚନ୍ଦ୍ର ସାହୁ ଦ୍ୱୀପ ପ୍ରଜ୍ୱଳନ କରିଥିଲେ। ଉପସଭାପତି ଶାନ୍ତନୁ କୁମାର ସ୍ୱାଇଁ ଓ…
Read Moreନୟାଗଡ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ବିଶ୍ଵ ବିଦ୍ୟାଳୟର ମାନ୍ୟତା ପ୍ରସଙ୍ଗରେ ଜିଲ୍ଲାର ବିଧାୟକମାନେ ନେତୃତ୍ଵ ନେବାପାଇଁ ଜିଲ୍ଲା କଂଗ୍ରେସ ସଭାପତି ଲେଖିଲେ ଚିଠି
ନୟାଗଡ଼,(ନୟାଗଡ଼ ଦର୍ପଣ): ୧୯୬୧ ମସିହାରେ ସ୍ଥାପିତ ନୟାଗଡ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଏଯାବତ ସ୍ନାଡାକୋତ୍ତର ପିଜି ଶ୍ରେଣୀ ଖୋଲି ପାରିଲା ନାହିଁ । ନୟାଗଡ ଜିଲ୍ଲାର ପ୍ରମୁଖ ପରିଚୟ ଏହି ଶିକ୍ଷାର ମନ୍ଦିର ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରସଙ୍ଗରେ ଜିଲ୍ଲାର ମାନ୍ୟବର ବିଧାୟକମାନଙ୍କ ଆନ୍ତରିକତା ନଥିବା ଜିଲ୍ଲାବାସୀ ଅନୁଭବ କରୁଛନ୍ତି । ଏଠାରେ ଅଭିଜ୍ଞ ପ୍ରାଧ୍ୟାପକଙ୍କ ଅଭାବ ପାଇଁ ଯୁଜିସି ନାକ ଟିମ ଦ୍ଵାରା “ଏ” ଗ୍ରେଡ ମାନ୍ୟତା ପାଇବାରୁ ବାଦ ପଡିଛି ନୟାଗଡ କଲେଜ। ଯେଉଁଥିପାଇଁ ଏଠାରେ ପଢ଼ୁଥିବା ୪ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତଥାପି ବିଧାୟକମାନଙ୍କ ନୀରବତା ଆଦୌ ଶୋଭନୀୟ ନୁହେଁ କିନ୍ତୁ ଖୁସିର କଥା କୋଟିକୋଟି ଟଙ୍କା ବ୍ୟୟରେ ମହା ଆଡମ୍ବରରେ କଲେଜର ପ୍ଲାଟିନମ ଜୁବୁଲି ପାଳନ କରାଯାଇଛି। ସୂଚନାଯୋଗ୍ୟ, ୧୯୬୦ ଦଶକରେ ସ୍ଥାପିତ ଖୋର୍ଦ୍ଧା ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟକୁ…
Read Moreଜିଲ୍ଲାପାଳଙ୍କ ନାମରେ ଅଭିଯୋଗ କରିଥିବା ଲିଜଧାରୀଙ୍କ ନାମରେ ଫୌଜଦାରୀ ମୋକଦ୍ଦମା ପାଇଁ କୋର୍ଟର ନିର୍ଦ୍ଦେଶ
ମୟୁରଝାଲିଆ ଖଣି ଉପରେ ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ (NGT)ର ଚୁଡ଼ାନ୍ତ ରାୟ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ତହସିଲ ମୟୁରଝାଲିଆ ମୌଜାରେ ବେଆଇନ ମାଙ୍କଡ଼ା ପଥର ଓ ମୋରମ ଖନନ ସଂପର୍କୀତ କେସ ବାବଦରେ ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ, କୋଲକାତା (NGT, Kolkata)ଙ୍କର ଚୁଡ଼ାନ୍ତ ରାୟ ତା.୧୮.୦୪.୨୦୨୩ରିଖ ଦିନ ପ୍ରକାଶ ପାଇଛି । ତା.୦୬.୧୨.୨୦୨୨ରିଖରେ ଜିଲ୍ଲାପାଳ ଦାଖଲ କରିଥିବା ଜବାବି ସତ୍ୟପାଠକୁ କୋର୍ଟ ଗ୍ରହଣ କରି ସେହି ପ୍ରକାରେ ଲିଜଧାରୀ, ଅନ୍ୟଜଣେ ବ୍ୟକ୍ତି ଏବଂ ଏଥିରେ ସଂପୃକ୍ତ ଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଦୁଇମାସ ମଧ୍ୟରେ ଫୌଜଦାରୀ ମୋକଦ୍ଦମା ରୁଜୁ କରିବା ସହ କ୍ଷତି ଭରଣା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଲିଜଧାରୀ ଜିଲ୍ଲାପାଳଙ୍କ ନାମରେ ଆଣିଥିବା ଅଭିଯୋଗକୁ କୋର୍ଟ ଗ୍ରହଣ କରିନାହାଁନ୍ତି। ଘଟଣାରୁ ଜଣାପଡ଼ିଛି ଯେ, ମୟୁରଝାଲିଆ ମୌଜାର ୧୬୮୯ ପ୍ଲଟରୁ ଏ.୪.୦୦ ମାଙ୍କଡ଼ା ପଥର…
Read Moreସ୍ବୟଂଶାସିତ ମହାବିଦ୍ୟାଳୟ, ବାଣିଜ୍ୟ ବିଭାଗ ଶେଷ ବର୍ଷ ଛାତ୍ରଛାତ୍ରୀମାନଙ୍କ ବିଦାୟ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ, ବାଣିଜ୍ୟ ବିଭାଗ ଶେଷ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତହୋଇଅଛି । ବିଭାଗୀୟ ମୁଖ୍ୟ ବଂଶୀଧର ଗୌଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟ ଅଧକ୍ଷ ସୁରେଶ କୁମାର ପ୍ରଧାନ, ବାଣିଜ୍ୟ ବିଭାଗର ପୂର୍ବତନ ମୁଖ୍ୟ ହରେକୃଷ୍ଣ ସାହୁ, ଜିଲ୍ଲା ଆଇନ୍ ସେବା ପ୍ରାଧ୍ୟାକରଣ, ନୟାଗଡ଼ର ସଦସ୍ୟ ମହମ୍ମଦ ଓମାର ମଲ୍ଲିକ ଏବଂ ପ୍ରାଧ୍ୟାପକ ଡକ୍ଟର ଲକ୍ଷ୍ମୀଧର ସାହୁ ଅତିଥି ରୂପେ ଉପବିଷ୍ଟ ଥିଲେ । ବିଭାଗୀୟ ମୁଖ୍ୟ ଅତିଥି ପରିଚୟ ସହିତ, ଅତିଥି ସ୍ବାଗତ କରିଥିଲେ। ବକ୍ତାମାନେ ମହାବିଦ୍ୟାଲୟର ସୁବିଧା, ସମ୍ମାନ, ଛାତ୍ର ଶୁଖାଳା, ଜାତୀୟତା, ସାମାଜିକତା ଏବଂ ମାନବିକତା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଅନ୍ୟତମ ବକ୍ତା ରୂପେ, ସମାଜ ବିଜ୍ଞାନ…
Read More