ବଦଳିଲେ ଜିଲ୍ଲାର ୭ ଥାନା ଅଧିକାରୀ, ଅଦଳବଦଳ କଲେ ଆରକ୍ଷୀ ଅଧିକ୍ଷକ

ନୟାଗଡ଼,(ନୟାଗଡ଼ ଦର୍ପଣ): ବଦଳିଲେ ଜିଲ୍ଲାର ୭ଟି ଥାନା ଅଧିକାରୀ ଏହି ବଦଳିକୁ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି କରିଥିବା ଜଣାପଡିଛି। ସୂଚନା ଥାଉକି,

ଶରଣକୁଳ ଥାନାରେ କାର୍ଯ୍ୟରତ ଇନିସ୍ପେକ୍ଟର ଜୟଦୀପ ମହାନ୍ତିଙ୍କୁ ଓଡ଼ଗାଁ ଥାନାକୁ ବଦଳି କରାଯାଇଛି । ନୂଆଗାଁ ଥାନାରେ କାର୍ଯ୍ୟରତ ପୁଲିସ ଇନିସ୍ପେକ୍ଟର ପୁଷ୍ପଲତା ବେହେରାଙ୍କୁ ଶରଣକୁଳ ଥାନାକୁ ବଦଳି କରାଯାଇଛି।

ନୟାଗଡ଼ ସଦର ଥାନାରେ କାର୍ଯ୍ୟରତ ପୁଲିସ ଇନିସ୍ପେକ୍ଟର ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଇଟାମାଟି ଥାନାକୁ ବଦଳି କରାଯାଇଛି । ରିଜର୍ଭ ପୋଲିସରେ ଥିବା ଇନିସ୍ପେକ୍ଟର ଅନିତା ସାହୁଙ୍କୁ ସଦର ଥାନାକୁ ବଦଳି କରାଯାଇଛି।

ଗଣିଆ ଥାନାରେ କାର୍ଯ୍ୟରତ ଇନିସ୍ପେକ୍ଟର ବିମଳ କୁମାର ମଲ୍ଲିକଙ୍କୁ ନୂଆଗାଁ ଥାନାକୁ ବଦଳି କରାଯାଇଛି। ଭାପୁର ବିଟ୍‌ ହାଉସ୍‌ର ସବ୍‌ଇନିସପେକ୍ଟର ବିନୟ ରଞ୍ଜନ ପରିଡାଙ୍କୁ ଗଣିଆ ଥାନାର ଓଆଇସି ଭାବେ ବଦଳି କରାଯାଇଛି।

ସେହିପରି ଫତେଗଡ଼ ଥାନାର ସବ୍‌ଇନିସ୍ପେକ୍ଟର ଏମଡି ଜଫୁଲାଙ୍କୁ ଭାପୁର
ବିଟ୍‌ ହାଉସ୍‌କୁ ବଦଳି କରାଯାଇଛି ।

ପୁଲିସ ସ୍ତରରେ ଏହି ୭ଗୋଟି ଥାନାର ଅଦଳବଦଳ ହୋଇଥିବା ଜଣାପଡିଛି।

Related posts