ଆଇପିଏସ୍‌ ସ୍ତରରେ ଅଦଳବଦଳ, ନୟାଗଡ଼ ଏସ୍‌ପି ହେଲେ ରାହୁଲ ଜୈନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। କଟକ ଏସ୍‌ପି ଭାବେ ମିହିର କୁମାର ପଣ୍ଡାଙ୍କୁ ଦାୟିତ୍ବ ମିଳିଥିବା ବେଳେ ନୟାଗଡ଼ ଏସ୍‌ପି ଭାବେ ରାହୁଲ ଜୈନଙ୍କୁ ନିଯୁକ୍ତ କରିଛନ୍ତି ଓଡ଼ିଶା ସରକାର। ନୟାଗଡ଼ ଏସ୍‌ପି ଅଲେଖ ଚନ୍ଦ୍ର ପହି ଅବସର ଗ୍ରହଣ କରିବା ପରେ ନୟାଗଡ଼ ଏସପି ଭାବେ ୨୦୧୫ ବ୍ୟାଚର ଆଇପିଏସ୍‌ ରାହୁଲ ଜୈନ ନିଯୁକ୍ତ ହୋଇଛନ୍ତି । ସେ ପୂର୍ବରୁ ବରଗଡ଼ ଏସ୍‌ପି ଭାବେ କାର୍ଯ୍ୟ କରୁଥିଲେ। ସେହିପରି ସଫିନ ଅହମ୍ମଦ କେ ହେଲେ କ୍ରାଇମବ୍ରାଞ୍ଚ ଆଇଜି। ସାର୍ଥକ ଷଡ଼ଙ୍ଗୀ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ହୋଇଥିବା ବେଳେ ସତ୍ୟଜିତ ନାୟକ ହେଲେ ଏଚ୍ଆର୍‌ପିସି ଡିଆଇଜି।

Read More

ନୟାଗଡ଼ ଜିଲ୍ଲାର ଅର୍ଦ୍ଧାଧିକ ଥାନା ଅଧିକାରୀଙ୍କ ଅନ୍ୟତ୍ର ଜିଲ୍ଲାକୁ ବଦଳି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୁଲିସରେ ବଡ଼ ଧରଣର ଅଦଳ ବଦଳ ହୋଇଥିବା ସୂଚନା। ଜିଲ୍ଲାରୁ ଅର୍ଦ୍ଧାଧିକ ଥାନା ଅଧିକାରୀଙ୍କ ଅନ୍ୟ ଜିଲ୍ଲାକୁ ବଦଳି ହୋଇଛି । ସୂଚନା ଥାଉକି, ଇଟାମାଟି ଥାନା ଅଧିକାରୀ ଦିପକ କୁମାର ଖଣ୍ଡାୟତରାୟଙ୍କ ପୁରୀ ଜିଲ୍ଲାକୁ ବଦଳି ହୋଇଛି। ଇନ୍ସିପେକ୍ଟର ବଦ୍ୟନାରାୟଣ ଭୋଇଙ୍କର ପୁରୀ ଜିଲ୍ଲାକୁ, ନୂଆଗାଁ ଥାନା ଅଧିକାରୀ ବିମଳ କୁମାର ମଲ୍ଲିକଙ୍କ କେନ୍ଦ୍ରାପଡ଼ା, ଫତେଗଡ଼ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡାଙ୍କର ଖୋର୍ଦ୍ଧା, ଓଡ଼ଗାଁ ଥାନା ଅଧିକାରୀ ଜୟଦୀପ ମହାନ୍ତିଙ୍କର ପୁରୀ, ନୟାଗଡ଼ ଟାଉନ ଥାନା ଅଧିକାରିଣୀ ପ୍ରଜ୍ଞାପାରମିତା ଜେନାଙ୍କର କେନ୍ଦ୍ରାପଡ଼ା, ସଦର ଥାନା ଅଧିକାରୀ ମନୋରମା ମଲ୍ଲିକଙ୍କ ଜଗସିଂହପୁର, ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କର ପୁରୀ, ବାଣିଗୋଚ୍ଛା ଥାନା ଅଧିକାରୀ ସଞ୍ଜୟ କୁମାର ମଲ୍ଲିକଙ୍କର କେନ୍ଦ୍ରାପଡ଼ା, ଖଣ୍ଡପଡ଼ା ଥାନା ଅଧିକାରୀ ରମେଶ କୁମାର ଦେବତାଙ୍କର…

Read More

ପୁଣି ଷ୍ଟାର୍ଟ ହେଲାନି ମେମୁ ଟ୍ରେନ, ନୟାଗଡ଼ ଷ୍ଟେସନରେ ଯାତ୍ରୀଙ୍କ ହୋହଲ୍ଲା

ନୟାଗଡ଼,(ନୟାଗଡ଼ ଦର୍ପଣ): ରେଳ ବିଭାଗର ଖାମଖିଆଲ ନୀତି ଯୋଗୁଁ ପୁଣି ଆଜି ମେମୁ ଟ୍ରେନ ସମ୍ପୂର୍ଣ୍ଣ ଅଚଳ ହୋଇଯିବା ସହିତ ଯାତ୍ରୀ ମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଖବରରୁ ପ୍ରକାଶ ଯେ ଆଜି ସକାଳ ୬ଟା ୪୫ରେ ଏହି ଟ୍ରେନ ଭୁବନେଶ୍ୱର ଛାଡିବାକୁ ଥିଲା। ଯାତ୍ରୀମାନେ ଟିକେଟ କାଟି ଗାଡି ଭିତରେ ବସିଥିଲେ। ଯାତ୍ରୀ ଭରପୁର ଥିବା ଗାଡି ପ୍ରଥମ ହୁଇସିଲ ଏବଂ ଦ୍ୱିତୀୟ ହୁଇସିଲ ମାରି ବାହାରିବା ବେଳକୁ ଗାଡ଼ି ଆଉ ଆଗକୁ ଗଡି ନଥିଲା । ଜଣା ପଡିଥିଲା ଯେ ଗାଡ଼ି ଏୟାର ପ୍ରେସର ନେଉ ନାହଁ। ଗାଡି ଚାଳନା କରୁଥିବା ସମସ୍ତ ତିନିଜଣ ଯାକ ଲୋକପାଇଲଟ ଯେତେ ଚେଷ୍ଟା କଲେ ମଧ୍ୟ ଗାଡ଼ି ଆଗକୁ ଚଙ୍କି ନଥିଲା। ଏ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯିବା ସହିତ ଚାପା…

Read More

ନୟାଗଡ କ୍ରିୟାନୁଷ୍ଠାନ କମିଟି ତରଫରୁ ବନ ମହୋତ୍ସବ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ କ୍ରିୟାନୁଷ୍ଠାନ କମିଟି ତରଫରୁ ଓ ଦେବୀଦତ୍ତ ଯୁବ ପରିଷଦ, ସହଯୋଗ ରେ ମାଧପୁର ଠାରେ ବନ ମହୋତ୍ସବ ଅବସରରେ ବୃକ୍ଷ ରୋପଣ କରାଯାଇଛି l ଉକ୍ତ ଉତ୍ସବ ରେ ସରପଞ୍ଚ ଶିବାନୀ ଦାସ ଅତିଥି ରୂପେ ଯୋଗ ଦେଇଥିଲେ ଓ ଏହି କାର୍ଯ୍ୟକ୍ରମ ରେ ବନ ବିଭାଗ ତରଫରୁ ବନପାଳ ବନମାଳୀ ରାଉତ, ବନରକ୍ଷୀ ସୁବାସ ଚନ୍ଦ୍ର ନାୟକ, ଦିପ୍ତିମୟୀ ରାଉତ, ପ୍ରଜ୍ଞାଶ୍ରୀ ମହାଳିକ ଙ୍କ ସମେତ ନୟାଗଡ କ୍ରିୟାନୁଷ୍ଠାନ କମିଟି ର ସଭାପତି ନୀଳକଣ୍ଠ ବେହେରା ଙ୍କ ନେତୃତ୍ୱ ରେପ୍ରଦୀପ କୁମାର ସାହୁ, ପ୍ରଭାସିନୀ ନନ୍ଦ, ସୁରେଶ ଚନ୍ଦ୍ର ଦାସ, ନିରଞ୍ଜନ ନନ୍ଦ, ବିଜୟ ମହାପାତ୍ର, ପବିତ୍ର କୁମାର ସାହୁ, ବାଉରୀ ବନ୍ଧୁ ବେହେରା, ଭରତ ଚରଣ ସାହୁ ପ୍ରଭୃତି କାଜୁ, ଆମ୍ବ, ପିଜୁଳି, ଶାଗୁଆନ, ଜାମୁ ଆଦି ଚାରା ରୋପଣ…

Read More

ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନଶୁଣାଣି ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଶୁଣାଣି ଶିବିରରେ ମୋଟ ୧୮୫ଗୋଟି ମାମଲା ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ୧୩୨ ଗୋଟି ମାମଲା ଥିବା ବେଳେ ୪ ଗୋଟି ଗ୍ରାମ୍ୟ ସମସ୍ୟା ରହିଥିଲା । ୬୭ ଗୋଟି ମାମଲାର ତୁରନ୍ତ ସମାଧାନ କରାଯାଇଥିଲା। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪୩ ଜଣଙ୍କୁ ସାହାଯ୍ୟ କରାଯାଇଥିବାବେଳେ ରେଡକ୍ରସରୁ ୬ଜଣଙ୍କୁ ସାହାଯ୍ୟ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହି ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉମାକାନ୍ତ ମଲ୍ଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସା…

Read More

ରୋଟାରୀ କ୍ଳବର ଅଧିଷ୍ଠାନ ଉତ୍ସବ, ୨୦୨୩-୨୪ ପାଇଁ ସଭାପତି ଅବଦୁଲ ଆରିଫ୍ ଖାଁନ୍ ଓ ସଂପାଦକ ଶ୍ରୀଧର ସାହୁ

“ସେବା ହିଁ ମାନବ ଜୀବନକୁ ସାର୍ଥକ କରିଥାଏ- ବିଧାୟକ” ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡ଼ାରୋଡସ୍ଥ ରୋଟାରୀ ଭବନରେ କ୍ଳବର ୩୪ ତମ ଅଧିଷ୍ଠାନ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗ ଦେଇ ରୋଟାରିଆନ ମାନଙ୍କର ସମାଜ ସେବା ମନୋବୃତ୍ତିକୁ ପ୍ରସଂଶା କରିଥିଲେ। ରୋଟାରୀ କ୍ଳବର ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ପାଇଁ ମୁଖ୍ଯ ଅତିଥି ସମସ୍ତ ରୋଟାରିଆନ ମାନଙ୍କୁ ମଧ୍ଯ ସାଧୁବାଦ ଜଣାଇବା ସହିତ ସେବା ହିଁ ମାନବ ଜୀବନକୁ ସାର୍ଥକ କରିଥାଏ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରପରିଷଦ ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇ ୨୦୨୨-୨୩ ବର୍ଷରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ କରିଥିବା ବିଦାୟୀ ସଭାପତି ପ୍ରବୀର କୁମାର ପ୍ରୁଷ୍ଟି ଓ…

Read More

୭ମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଘାଟିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ସପ୍ତମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଘାଟିତ ହୋଇଯାଇଛି l ସେବା ସମିତି ପକ୍ଷରୁ ଚଳିତ ବର୍ଷ ସପ୍ତମ ଥର ପାଇଁ ଏହି ଉତ୍ସବ ଆୟୋଜନ କରାଯାଇଛି l ପୂର୍ବରୁ ଏହି ସେବା ଉତ୍ସବ ଜରିଆରେ ଜିଲ୍ଲାର ବିଭିନ୍ନ ଆଦିବାସୀ ଓ ଦୁର୍ଗମ ଅଞ୍ଚଳରେ ମାଗଣା ସ୍ବାସ୍ଥ୍ୟସେବା ଶିବିର, ଅଙ୍ଗଦାନ ଶିବିର, ରକ୍ତଦାନ ଶିବିର, ଚଷମା ବଣ୍ଟନ, ଅନ୍ନଦାନ, ବସ୍ତ୍ରଦାନ ପ୍ରଭୃତି ସେବା ଭିତ୍ତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିବା ବେଳେ ଚଳିତ ବର୍ଷ ପାଇଁ ଦୁର୍ଗମ ଅଞ୍ଚଳରେ ଅସହାୟ ଲୋକଙ୍କୁ ବସ୍ତ୍ରଦାନ, ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ, ଅଙ୍ଗଦାନ ଶିବିର, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ସେବା ଶିବିର ଆଦି ବିଭିନ୍ନ ସେବାଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ନୟାଗଡ଼ ସହରର…

Read More

ମାଟିର ସ୍ୱର ଚତୁର୍ଥ ସଂଖ୍ୟା ଲୋକାର୍ପିତ, ମାଟିର ମଣିଷ ପ୍ରଫେସର ରାଧାମୋହନ ପଣ୍ଡା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ଠାରେ ମାଟିର ସ୍ୱର ଚତୁର୍ଥ ସଂଖ୍ୟା ଲୋକାର୍ପିତ । ଗ୍ରାମୀଣ ଯୁବା ପ୍ରତିଭା ଅରୁଣ ଡ଼ାକୁଆଙ୍କ କର କମଳରେ ପରିବେଶବିତ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ଉଦେଶ୍ୟରେ ସମର୍ପିତ ମାଟିର ସ୍ୱର ଇ – ପତ୍ରିକାର ଚତୁର୍ଥ ସଂଖ୍ୟା ଆଭାସି ସଭା ମାଧ୍ୟମରେ ୩୦ତାରିଖ ଶନିବାର ଦିନ ଲୋକାର୍ପଣ ହୋଇଯାଇଛି। ଶ୍ରୀକାନ୍ତ ଘଡ଼ାଇ, ଅରୁଣ ଡାକୁଆ, ସସ୍ମିତା ଦାଶ ଓ ପ୍ରଫୁଲ୍ଲ କୁମାର ମାଝି ଇତ୍ୟାଦି ରାଧାମୋହନଙ୍କ ସ୍ମୃତି ଚାରଣ ପୂର୍ବକ ନିଜସ୍ଵ ଶ୍ରଦ୍ଧାଂଜଳି କବିତା ପାଠ କରିଥିଲେ। ପ୍ରାକ୍ତନ ମହିଳା କମିଶନ ଅଧ୍ୟକ୍ଷା ଓ ବିଶିଷ୍ଟ ସମାଜସେବୀ ଲୋପାମୁଦ୍ରା ମହାନ୍ତି, ବିଶିଷ୍ଟ ସାହିତ୍ୟିକା ଡ଼.ବାସନ୍ତୀ ମହାନ୍ତି, ପଦ୍ମଶ୍ରୀ ସାବରମତୀ, ପ୍ରାକ୍ତନ ପ୍ରଧ୍ୟାପିକା ଡ଼.ଲକ୍ଷ୍ମୀପ୍ରିୟା ଦେଇ, ନାଟ୍ୟକର ପ୍ରଶାନ୍ତ ପଟ୍ଟନାୟକ, ସମାଜସେବୀ ପ୍ରଫୁଲ୍ଲ କୁମାର ମିଶ୍ର, ସ୍ପଷ୍ଟବାଦୀ ତଥା କବି…

Read More

ନୂଆଗାଁ ଜଙ୍ଗଲ ମଧ୍ୟରେ ଅଚଳ ହେଲା ମେମୁ ଟ୍ରେନ୍‌,ବାରମ୍ବାର ଅଚଳ ହେଉଥିବା ଏହି ଟ୍ରେନ ବଦଳାଇବା ପାଇଁ ନୟାଗଡ଼ ନାଗରିକ ମଞ୍ଚର ଦାବି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୂଆଗାଁ ରୋଡ଼ରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନଟି ଆଜି ନୂଆଗାଁ ଜଙ୍ଗଲ ମଧ୍ୟରେ ଅଚଳ ହୋଇ ଯାଇଥିଲା । ନୂଆଗାଁ ରୋଡ଼ରୁ ଅପରାହ୍ନ ୪:୧୫ରେ ଏହି ଟ୍ରେନ ଛାଡ଼ିବାର କିଛି କିଲୋମିଟର ଦୂର ତଥା ମହୀପୁର ଷ୍ଟେସନ ପହଞ୍ôଚବା ପୂବରୁ ନୂଆଗାଁ ଜଙ୍ଗଲ ମଧ୍ୟରେ ଏହାର ଇଞ୍ଜିନ ଅଚଳ ହୋଇଯାଇଥିଲା । ଏହାର ଲୋକ ପାଇଲଟ ଟ୍ରେନ ନିର୍ମାଣ କରିଥିବା କମ୍ପନୀ ସହିତ ଯୋଗାଯୋଗ କରି ଟ୍ରେନ ମରାମତି କରିବା ପରେ ଟ୍ରେନଟି ପ୍ରାୟ ଅଧଘଣ୍ଟା ବିଳମ୍ବରେ ଛାଡ଼ିଥିଲା । ଫଳରେ ଏଥିରେ ଭୁବନେଶ୍ୱର ଯିବା ପାଇଁ ବସିଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସୂଚନା ଯୋଗ୍ୟ ଯେ ନୟାଗଡ଼ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ଏହି ଏକମାତ୍ର ମେମୁ ଟ୍ରେନଟି ବାରମ୍ବାର ଅଚଳ ହେଉଥିବା ବେଳେ ଏହି ଟ୍ରେନକୁ…

Read More

ନୟାଗଡ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସ୍ଥିତ ହୋଲି ଫାମିଲି ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ, ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ପୋକ୍ସ ଏବଂ ସାଇବର ନିରାପତ୍ତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଶିକ୍ଷୟତ୍ରୀ ଅନିତା ସାହୁ ସ୍ବାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାଧିକରଣ କର୍ମଚାରୀ, ଆଇନସେବାର ମାଧ୍ୟମ ବର୍ଣନା କରିଥିଲେ । ପ୍ରାଧିକରଣ ସଚିବ ତଥା ବରିଷ୍ଠବର୍ଗ ବିଚାରପତି ଶ୍ରୀ ବିଶେଷ କୁମାର ସାହୁ ପୋକ୍ସ ଏବଂ ସାଇବର ନିରାପତ୍ତା ବୁଝାଇଥଲେ । ସଦସ୍ୟ ମହମ୍ମଦ ଉମର ମଲ୍ଲିକ ଏବଂ ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା ଛାତ୍ର ଶୃଙ୍ଖଳା ଜାତୀୟତା ଏବଂ ନିରାପତା ଉପରେ ମତବ୍ୟକ୍ତ କରିଥିଲେ । ଅଧକ୍ଷା ସୁଶ୍ରୀ ହେଲନା ଜର୍ଜ, ପବିତ୍ର କୁମାର ବଡ଼ସେଠ, ଏହିପରି ସଚେତନତା କାର୍ଯ୍ୟକ୍ରମ ର ଉପାଦେୟତ ଉପଲବ୍ଧି କରିଥିଲେ ।…

Read More